Country
ସଂସଦ ରତ୍ନ ପୁରସ୍କାରରେ ସମ୍ମାନିତ ଭର୍ତ୍ତୃହରି ମହତାବ; ବିତ୍ତ କମିଟିର ଉଲ୍ଲେଖନୀୟ କାର୍ଯ୍ୟକୁ ମିଳିଲା ସ୍ୱୀକୃତି
ନୂଆଦିଲ୍ଲୀ: ସଂସଦୀୟ ସ୍ଥାୟୀ କମିଟି ଅନ୍ ଫାଇନାନ୍ସର ଉଲ୍ଲେଖନୀୟ କାର୍ଯ୍ୟ ଓ ସଂସଦୀୟ ଅବଦାନକୁ ସ୍ୱୀକୃତି ଦେଇ ୧୬ତମ ସଂସଦ ରତ୍ନ ପୁରସ୍କାର-୨୦୨୬ରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ‘ସଂସଦ ରତ୍ନ ପୁରସ୍କାର’ରେ ସମ୍ମାନିତ କରାଯାଇଛି। କମିଟିର ଅଧ୍ୟକ୍ଷ ଭାବେ ତାଙ୍କର ଦାୟିତ୍ୱବୋଧ, ବ୍ୟାପକ ସଂସଦୀୟ ଯାଞ୍ଚ ଏବଂ ଗଠନମୂଳକ ଆଲୋଚନାକୁ ଏହି ସମ୍ମାନରେ ସ୍ୱୀକୃତି ମିଳିଛି। ୨୦୨୫ରେ ମଧ୍ୟ ଭର୍ତ୍ତୃହରି ମହତାବ ତାଙ୍କର ଉଲ୍ଲେଖନୀୟ ସଂସଦୀୟ ସେବା ପାଇଁ ସଂସଦ ରତ୍ନ ପୁରସ୍କାରରେ ସମ୍ମାନିତ ହୋଇଥିଲେ। […]
ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା: ପିଜି ଅପରେଟର୍ ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ୫ ମହଲା କୋଠା ଭୁଶୁଡ଼ି ୭ ଜଣଙ୍କର ମୃତ୍ୟୁ ଘଟିବା ଘଟଣାରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଆହୁରି କଡ଼ାକଡ଼ି କରିଛି। ବୁଧବାର ସକାଳେ ”ହଷ୍ଟେଲ ଡେଜ୍” ନାମକ ବଏଜ୍ ପିଜି ଚଳାଉଥିବା ଦୁଇଜଣ ବ୍ୟବସାୟୀଙ୍କ ମଧ୍ୟରୁ ଅଭିଯୁକ୍ତ ସୁଧାଂଶୁଙ୍କୁ ପୋଲିସ ଗିରଫ କରିଛି। ଅନ୍ୟଜଣ ସହ-ଅଂଶୀଦାର ଶୁଭମ ତ୍ୟାଗୀ ଏବେ ବି ଫରାର୍ ଥିବା ବେଳେ ତାଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି। ଏହି ମାମଲାରେ ପୋଲିସ ପୂର୍ବରୁ ବେସମେଣ୍ଟ ମରାମତି କାମର ତଦାରଖ କରୁଥିବା ଠିକାଦାର ସନୋଜଙ୍କୁ ଗିରଫ କରିଥିଲା। ଏହାପରେ ରାଜସ୍ଥାନର ଭିୱାଡିରୁ ୮୧ ବର୍ଷୀୟ କୋଠା ମାଲିକ ହରିରାମ ବଂଶଲ, ତାଙ୍କ ସ୍ତ୍ରୀ ଉର୍ମିଳା ଗୁପ୍ତା ଏବଂ ପୁଅ ମହେଶ ଗୁପ୍ତାଙ୍କୁ ଗିରଫ କରାଯାଇଥିଲା। କୋର୍ଟ ବୃଦ୍ଧ ଦମ୍ପତିଙ୍କୁ ୧୪ ଦିନିଆ ଜେଲକୁ ପଠାଇଥିବା ବେଳେ କୋଠାର ସମସ୍ତ ପରିଚାଳନା କରୁଥିବା ପୁଅ ମହେଶଙ୍କୁ ୨ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି। ସୂତ୍ରରୁ ଜଣାପଡ଼ିଛି ଯେ, ଉତ୍ତରପ୍ରଦେଶର ସୁଧାଂଶୁ ଓ ଶୁଭମ ୨୦୨୫ ଅଗଷ୍ଟରୁ ଏହି କୋଠାକୁ ଭଡ଼ାରେ ନେଇ ପିଜି ଚଲାଉଥିଲେ। ସ୍ଥାନୀୟ ଅଞ୍ଚଳରେ ସେମାନଙ୍କର ଅନ୍ୟ ୩ଟି ପିଜି ଚାଲୁଥିବା ଜଣାପଡ଼ିବା ପରେ ତଦନ୍ତ ବ୍ୟାପକ କରାଯାଇଛି।
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରାଳୟଗୁଡ଼ିକର ସମୀକ୍ଷା ବୈଠକ
ନୂଆଦିଲ୍ଲୀ: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକରେ ଅଧ୍ୟକ୍ଷତା କରିବେ। ବିଭିନ୍ନ ମନ୍ତ୍ରଣାଳୟର ପ୍ରମୁଖ କାର୍ଯ୍ୟକ୍ରମ, ଯୋଜନାର ଅଗ୍ରଗତି ଓ ମନ୍ତ୍ରୀମାନଙ୍କ ପ୍ରଦର୍ଶନ ଉପରେ ଏଥିରେ ଆଲୋଚନା ହେବ। ସାମାଜିକ ନ୍ୟାୟ ଓ ଜନକଲ୍ୟାଣ ସମ୍ପର୍କିତ କାର୍ଯ୍ୟକୁ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯିବ। ଏଥିପାଇଁ ସମାଜ କଲ୍ୟାଣ ସହ ଜଡ଼ିତ ବିଭାଗର ରାଜ୍ୟମନ୍ତ୍ରୀ ଓ ସ୍ୱାଧୀନ ଦାୟିତ୍ୱରେ ଥିବା ରାଜ୍ୟମନ୍ତ୍ରୀମାନଙ୍କୁ […]
କଙ୍ଗୋରେ ଇବୋଲାର କରାଳ ରୂପ: ମୃତ୍ୟୁସଂଖ୍ୟା ୩ ହଜାର ପାର୍, ୬୧୮୬ ଆକ୍ରାନ୍ତ
ଦେଶର ଇତିହାସରେ ସବୁଠାରୁ ଘାତକ ପ୍ରକୋପ; ୬ଟି ପ୍ରଦେଶକୁ ବ୍ୟାପିଲା ସଂକ୍ରମଣ ବ୍ରାଜାଭିଲ୍ଲେ: କଙ୍ଗୋ ଗଣରାଜ୍ୟରେ ଇବୋଲା ସଂକ୍ରମଣ ଭୟଙ୍କର ରୂପ ନେଇଛି। ସରକାରୀ ତଥ୍ୟ ଅନୁସାରେ, ଇବୋଲାରେ ମୃତ୍ୟୁସଂଖ୍ୟା ୩ ହଜାର ଟପିଥିବା ବେଳେ ନିଶ୍ଚିତ ଆକ୍ରାନ୍ତଙ୍କ ସଂଖ୍ୟା ୬,୧୮୬ରେ ପହଞ୍ଚିଛି। ଦ୍ରୁତଗତିରେ ସଂକ୍ରମଣ ବଢ଼ୁଥିବାରୁ ଏହା କଙ୍ଗୋର ଇତିହାସରେ ସବୁଠାରୁ ବଡ଼ ଓ ଘାତକ ଇବୋଲା ପ୍ରକୋପରେ ପରିଣତ ହୋଇଛି। କଙ୍ଗୋ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ନୂଆ ତଥ୍ୟ ଅନୁଯାୟୀ, ମୃତ୍ୟୁସଂଖ୍ୟା ୩,୦୦୭ ଓ ନିଶ୍ଚିତ […]
ପାକିସ୍ତାନରେ ପୁଣି ହିନ୍ଦୁ ମନ୍ଦିର ଭଙ୍ଗା ଅଭିଯୋଗ; ଧାର୍ମିକ ସ୍ଥଳର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ
ଇସଲାମାବାଦ: ପାକିସ୍ତାନରେ ହିନ୍ଦୁ ସଂଖ୍ୟାଲଘୁ ଓ ସେମାନଙ୍କ ଧାର୍ମିକ ସ୍ଥଳକୁ ନେଇ ପୁଣି ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ପଞ୍ଜାବ ପ୍ରଦେଶର ନାରୋୱାଲ ଜିଲ୍ଲାରେ ପ୍ରାୟ ୧୦୦ରୁ ୧୨୫ ବର୍ଷ ପୁରୁଣା ଏକ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକ ଓ ସଂଖ୍ୟାଲଘୁ ସଂଗଠନଗୁଡ଼ିକର ଅଭିଯୋଗ ଅନୁସାରେ, ମନ୍ଦିର ଥିବା ଜମିକୁ ନିକଟସ୍ଥ ଏକ ମଦ୍ରାସାର ଜମି ସହ ମିଶାଇବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ତେବେ ପାକିସ୍ତାନ ସରକାରଙ୍କ ପକ୍ଷରୁ […]
ଏଆଇକୁ ନେଇ ଏଲନ୍ ମସ୍କଙ୍କ ଚେତାବନୀ; ମଣିଷର ଚିନ୍ତାଧାରାକୁ ପଛରେ ପକାଇଦେବ କୃତ୍ରିମ ବୁଦ୍ଧି
ନୂଆଦିଲ୍ଲୀ: ବିଶ୍ୱର ଶୀର୍ଷ ଧନୀ ବ୍ୟବସାୟୀ ଏଲନ୍ ମସ୍କ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦ୍ରୁତ ବିକାଶକୁ ନେଇ ପୁଣିଥରେ ଚେତାବନୀ ଦେଇଛନ୍ତି। ଆଗାମୀ ଦିନରେ ଏଆଇ ମଣିଷ ଭଳି ଚିନ୍ତା କରିବାର କ୍ଷମତା ହାସଲ କରିପାରେ ବୋଲି ସେ ମତ ଦେଇଛନ୍ତି। ଏଲନ୍ ମସ୍କଙ୍କ ମତାନୁସାରେ, ଆସନ୍ତା ବର୍ଷ ଶେଷ ସୁଦ୍ଧା ଏଆଇ କମ୍ପ୍ୟୁଟର ଓ ଇଣ୍ଟରନେଟ୍ ସମ୍ବନ୍ଧୀୟ କାର୍ଯ୍ୟରେ ମଣିଷଙ୍କୁ ପଛରେ ପକାଇପାରେ। ଏଆଇର କ୍ଷମତା ଯେଉଁ ଗତିରେ ବଢ଼ୁଛି, ତାହା ଭବିଷ୍ୟତରେ ମଣିଷର ଚିନ୍ତା […]
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ତାସକେଣ୍ଟ: ଉଜବେକିସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଓଲି ଦାରାଜାଲି ଦୁସ୍ତଲିକ’ ପ୍ରଦାନ କରାଯାଇଛି। ଉଜବେକିସ୍ତାନ ରାଷ୍ଟ୍ରପତି ଶାଭକାତ ମିର୍ଜିୟୋୟେଭ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଭାରତ-ଉଜବେକିସ୍ତାନ ମଧ୍ୟରେ ରଣନୈତିକ ସମ୍ପର୍କ ଓ ଦ୍ୱିପାକ୍ଷିକ ବନ୍ଧୁତାକୁ ମଜବୁତ କରିବାରେ ମୋଦୀଙ୍କ ଅବଦାନ ପାଇଁ ଏହି ସମ୍ମାନ ଦିଆଯାଇଛି। ସମ୍ମାନ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଦୁଇ ଦେଶର ଦୀର୍ଘଦିନର ବନ୍ଧୁତା ଏବଂ ଭାରତର ୧୪୦ କୋଟି ଲୋକଙ୍କୁ […]
ଯଶଙ୍କ ‘Toxic’ର ଧମାକାଦାର ଓପନିଂ; ପ୍ରଥମ ଦିନରେ ୮୨.୮୮ କୋଟି ଟଙ୍କା ନେଟ୍ କଲେକ୍ସନ୍
ମୁମ୍ବାଇ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ଯଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘Toxic: A Fairy Tale for Grown-Ups’ ବକ୍ସ ଅଫିସ୍ରେ ଜୋରଦାର ଆରମ୍ଭ କରିଛି। ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଫିଲ୍ମଟି ଭାରତରେ ପ୍ରଥମ ଦିନରେ ପ୍ରାୟ ୮୨.୮୮ କୋଟି ଟଙ୍କା ନେଟ୍ କଲେକ୍ସନ୍ କରିଛି। ଏହାର ଇଣ୍ଡିଆ ଗ୍ରସ୍ କଲେକ୍ସନ୍ ପ୍ରାୟ ୯୭.୮୦ କୋଟି ଟଙ୍କା ବୋଲି ରିପୋର୍ଟରେ କୁହାଯାଇଛି। ପ୍ରଥମ ଦିନରେ ଦେଶର ବିଭିନ୍ନ ସ୍ଥାନରେ ଫିଲ୍ମର ପ୍ରାୟ ୧୯,୨୨୧ଟି ଶୋ’ ହୋଇଥିଲା। ସାମଗ୍ରିକ […]
ରାଜଭାଷା କାର୍ଯ୍ୟର ସମୀକ୍ଷା: ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ନିରୀକ୍ଷଣ କଲେ ଭର୍ତ୍ତୃହରି
ନୂଆଦିଲ୍ଲୀ: ସଂସଦୀୟ ରାଜଭାଷା କମିଟିର ଉପାଧ୍ୟକ୍ଷ ଭାବେ ଭର୍ତ୍ତୃହରି ମହତାବ ୨୫ ଅଗଷ୍ଟ ୨୦୨୬ରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ବିଭିନ୍ନ କେନ୍ଦ୍ର ସରକାରୀ ଓ ଶିକ୍ଷାନୁଷ୍ଠାନରେ ରାଜଭାଷା ସମ୍ପର୍କିତ କାର୍ଯ୍ୟର ନିରୀକ୍ଷଣ ଓ କାର୍ଯ୍ୟାନ୍ୱୟନ ସମୀକ୍ଷା କରିଛନ୍ତି। ଏହି ଅବସରରେ ଦିଲ୍ଲୀ ପୁଲିସ ମୁଖ୍ୟାଳୟ, ଇଣ୍ଡୋ-ତିବ୍ବତୀୟ ସୀମା ପୁଲିସ ବଳ (ଆଇଟିବିପି), ସୀମା ସୁରକ୍ଷା ବଳ (ବିଏସ୍ଏଫ୍), ଇଣ୍ଡିଆନ୍ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ କାଉନସିଲ୍ ଆଦି ପ୍ରମୁଖ ଅନୁଷ୍ଠାନରେ ରାଜଭାଷା କାର୍ଯ୍ୟର ନିରୀକ୍ଷଣ କରାଯାଇଥିଲା। ସେହିପରି […]
ରାଜସ୍ଥାନ ହାଇକୋର୍ଟରେ ବିବାଦ: ମୁଖ୍ୟ ବିଚାରପତିଙ୍କ ବଦଳି ପାଇଁ ସିଜେଆଇଙ୍କୁ ଚିଠି ଲେଖିଲେ ସୁପ୍ରିମକୋର୍ଟ ବିଚାରପତି
ନୂଆଦିଲ୍ଲୀ: ଦେଶର ନ୍ୟାୟପାଳିକାରେ ଏକ ଅପ୍ରତ୍ୟାଶିତ ବିବାଦ ସାମ୍ନାକୁ ଆସିଛି। ରାଜସ୍ଥାନ ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ପ୍ରକାଶ ଶର୍ମାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସନ୍ଦୀପ ମେହତା। ଏହି ଅଭିଯୋଗକୁ ନେଇ ଜଷ୍ଟିସ ମେହତା ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କୁ ଚିଠି ଲେଖି ଜଷ୍ଟିସ ଶର୍ମାଙ୍କୁ ତୁରନ୍ତ ରାଜସ୍ଥାନ ବାହାରକୁ ବଦଳି କରିବାକୁ ଅନୁରୋଧ କରିଛନ୍ତି। ଜଷ୍ଟିସ ମେହତା ଅଗଷ୍ଟ ୨, ୧୦ ଓ ୧୭ ତାରିଖରେ […]
