Highlight
Popular News
ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ହାଇକୋର୍ଟ
କଟକ,୨୩-୧୦-୨୦୨୪(ପିପିଏସ ) : ବାତ୍ୟା ପାଇଁ ହାଇକୋର୍ଟ ୨ ଦିନ ବନ୍ଦ ରହିବ । ବାତ୍ୟା ‘ଦାନା’କୁ ନଜରରେ ରଖି ୨୪ ଓ ୨୫ ତାରିଖ ଦୁଇ ଦିନ ହାଇକୋର୍ଟ ବନ୍ଦ ରହିବ । ଏଥିପାଇଁ ନଭେମ୍ବର ୩୦ ଓ ଡିସେମ୍ବର ୭ ତାରିଖ ଶନିବାର କୋର୍ଟ ଖୋଲାରହିବ ।
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ
ବାରିପଦା/ଭୁବନେଶ୍ୱର ୨୩-୧୦-୨୦୨୪(ପିପିଏସ ) : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଓ ବିକଶିତ ଭାରତ ଅଭିଯାନର ମିଳିତ ସହଯୋଗରେ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନ ରେ ଏବଂ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅଖିଳ ଭାରତୀୟ ସଂଘର୍ଷ ବାହିନୀ ପ୍ରମୁଖ ଅର୍ଣ୍ଣଦା ଶଙ୍କର ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ଶିକ୍ଷିତ ବ୍ୟକ୍ତିର […]
ବାତ୍ୟା ‘ଦାନା’ପାଇଁ ପାରାଦୀପରେ ଶିଳ୍ପ ମନ୍ତ୍ରୀ ଙ୍କ ପ୍ରାକ ପ୍ରସ୍ତୁତି ବୈଠକ
ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ବାତ୍ୟାରେ ଜିଲ୍ଲାର ପ୍ରାୟ ୮୮ ହଜାର ଲୋକ ପ୍ରଭାବିତ ହେବାର ଆଶଙ୍କା ପାରାଦୀପ,୨୩-୧୦-୨୦୨୪(ପିପିଏସ ) : ସମ୍ଭାବ୍ୟ ବାତ୍ୟା “ଦାନା”କୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ଏବଂ ବୃହତ୍ ଶିଳ୍ପ ଗୁଡିକର ପଦାଧୂକାରୀ ମାନଙ୍କୁ ନେଇ ଆଜି ପାରାଦ୍ବୀପ ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକରେ ପାରାଦୀପ ବିଧାୟକ ତଥା ରାଜ୍ୟ ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ […]
ମାଡି ଆସୁଛି ବାତ୍ୟା, “ଦାନା “
ନେଇଯିବ କି ଚାଷୀଙ୍କ ଦାନା ଅଧା ପାଚିଲା ଫସଲ କୁ ଆଣିଲେ କିଛି ଚାଷୀ। ଅସ୍ତରଙ୍ଗ,୨୩-୧୦-୨୦୨୪(ପିପିଏସ ) : ଦାନା ମାଡି ଆସୁଛି। ଚାଷୀଙ୍କ ବର୍ଷକର ଦାନା ଛଡାଇନେବ। ସମ୍ଭାବ୍ୟ ବାତ୍ୟା ଦାନା ଭୟରେ ଭୟଭୀତ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳର ଚାଷୀକୂଳ। ଦାନା ଉଜାଡିବ ନେବ କି ସହ ସହ ହେକ୍ଟର ଜମିର ଫସଲ। ଏବେ ଦାନା ଚିନ୍ତାରେ ଅସ୍ତରଙ୍ଗ ବ୍ଲକ ବେଗୁନିଆବସ୍ତ, ନଈଗୁଆଁ, କେନ୍ଦ୍ରାପଟି, ଛୁରିଆନା, ପାଟଳଦା, ଅନନ୍ତା ଏମିତି କେତେ କେତେ […]
ବାତ୍ୟା ‘ଦାନା’ର ପ୍ରାଶାସନିକ ପ୍ରସ୍ତୁତି ସମୀକ୍ଷା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ଧାମନଗର ୨୩-୧୦-୨୦୨୪(ପିପିଏସ ) : ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞ ପ୍ରଶାସନିକ ଅଧିକାରୀଙ୍କ ସହ ଏକ ବୈଠକ ପଞ୍ଚାୟତ ସେମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସମ୍ଭାବ୍ୟ ବାତ୍ୟା ଦାନାକୁ ନଜର ରଖି ପର୍ଯ୍ୟାପ୍ତ ପରିମାଣରେ ସରକାରୀ ଡାକ୍ତରଖାନାରେ ବିଭିନ୍ନ ପ୍ରକାର ଔଷଧ, ସାପକାମୁଡା ଇଞ୍ଜେକ୍ସନ୍, ଓଆରଏସ୍ଏସ୍, ବ୍ଲିଚିଂ ପାଉଡର […]
ସମ୍ଭାବ୍ୟ ବାତ୍ୟା ‘ ଦାନା ‘ ଛଡ଼ାଇ ନେବକି ଦାନା ?ସଜାଗ ଜିଲ୍ଲା ପ୍ରଶାସନ
ଜଗତସିଂହପୁର,୨୩-୧୦-୨୦୨୪(ପିପିଏସ ) : ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟା ର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଯାହାଫଳରେ ଜଗତସିଂହପୁର ଜିଲ୍ଲାରେ ୨୪ଓ ୨୫ ତାରିଖ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସହ ୧୧୦ ରୁ ୧୨୦ କି .ମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ବାତ୍ୟା ପରିସ୍ଥିତି ସମୀକ୍ଷା ନିମନ୍ତେ ଆଜି ପୂର୍ବାହ୍ନ ରେ ପାରାଦ୍ୱୀପ ସ୍ପେଶାଲ ସର୍କିଟ ହାଉସ ଠାରେ ମାନ୍ୟବର ମନ୍ତ୍ରୀ, […]
ପୁରୀ ଏସ୍ପିଙ୍କ ଅସ୍ତରଙ୍ଗ ଅଚାନକ ଗ୍ରସ୍ତ।
ବାତ୍ୟା ଦାନା କୁ ନେଇ ଏସ୍ପିଙ୍କ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଅସ୍ତରଙ୍ଗ,୨୩-୧୦-୨୦୨୪(ପିପିଏସ ) : ବଙ୍ଗୋପସାଗର ସୃଷ୍ଟି ଘୁର୍ଣ୍ଣିଝଡ଼ ଦାନା କୁ ନେଇ ପ୍ରଶାସନ ସଜାଗ ଥିବା ବେଳେ ବୁଧବାର ସନ୍ଧ୍ୟା ରେ ପୁରୀ ଜିଲ୍ଲା ଏସ୍ପି ବିନୀତ ଅଗ୍ରୱାଲ ଅଚାନକ ଅସ୍ତରଙ୍ଗ ଗ୍ରସ୍ତ କରିବା ସହ ନୂତନ ଥାନା ପରିଦର୍ଶନ କରି ଅସ୍ତରଙ୍ଗ ବ୍ଲକ ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ବାତ୍ୟା ଦାନା କୁ ନେଇ ଆଭାସୀ ବୈଠକ ସାମିଲ ହୋଇଥିଲେ।ଅସ୍ତରଙ୍ଗ ଅଂଚଳ ବିଭିନ୍ନ […]
ନଭେମ୍ବର ୧୫ରେ ପ୍ରଧାନମନ୍ତ୍ରୀଙ୍କ ରାଉରକେଲା ଗସ୍ତ
ବିର୍ସା ମୁଣ୍ଡା ଷ୍ଟାଡିୟମରେ ବିରାଟ ଜନସଭା ଭୁବନେଶ୍ୱର ୨୩-୧୦-୨୦୨୪(ପିପିଏସ ) : ଆସନ୍ତା ନଭେମ୍ବର ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ରାଉରକେଲା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବା ସହ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମରେ ଆୟୋଜିତ ବିରାଟ ଜନସଭାକୁ ସମ୍ବୋଧିତ କରିବେ। ଆଜି କେନ୍ଦ୍ର ଆଦିବାସୀ ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ […]
ସୁପର ପୱାରଙ୍କ ବନ୍ଧୁତା
ଯୁଦ୍ଧ ନୁହେଁ, ଶାନ୍ତି ଆଲୋଚନା ଜରୁରୀ : ବ୍ରିକ୍ସ ପ୍ଲାଟଫର୍ମରୁ ଚୀନ୍ ସମେତ ସମଗ୍ର ବିଶ୍ୱକୁ ପରାମର୍ଶ ଦେଲେ ମୋଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସରେ ଆତଙ୍କବାଦକୁ ନେଇ ଉଦ୍ବେଗ ପ୍ରକାଶ କରିଥିବାବେଳେ ବିସ୍ତାରବାଦ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ରୁଷିଆ ସହିତ ସେ ଚୀନ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ। ଶାନ୍ତି ଆଲୋଚନା ଜରୁରୀ କଜାନ: ରୁଷିଆର କଜାନ ସହରରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ […]
ସ୍ଥଳଭାଗ ଅଭିମୁଖେ ‘ଦାନା’
ବାତ୍ୟା ସମୟରେ ପବନ ଅପେକ୍ଷା ବର୍ଷାର ପ୍ରଭାବ ଓଡ଼ିଶା ଉପରେ ଅଧିକ ରହିବ। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗିତ୍ସିଂହପୁର ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷା ହୋଇପାରେ। କଟକ, ଖୋର୍ଦ୍ଧା, ଢେଙ୍କାନାଳ ଓ ପୁରୀରେ ଅତିପ୍ରବଳ ବର୍ଷା ହେବ। ପାଖାପାଖି ୧୯ଟି ଜିଲ୍ଲାରେ ବର୍ଷା ପବନର ତାଣ୍ଡବ ଦେଖିବାକୁ ମିଳିବ। ଭୁବନେଶ୍ୱର ୨୩-୧୦-୨୦୨୪(ପିପିଏସ ) : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସାମୁଦ୍ରିକ ବାତ୍ୟା ‘ଦାନା’ ସୃଷ୍ଟି ହୋଇଛି। ‘ଦାନା’ର ପ୍ରଭାବ କେନ୍ଦ୍ରାପଡ଼ାଠାରୁ ବାଲେଶ୍ବର ଉପକୂଳ […]
