1 min read

ବନ୍ଦ ହେଲା ବୈତରଣୀ ନଦୀର ଶାଖା କାଣୀ ନଦୀର ମୁହଁ, ବିପଦରେ ଧାମନଗର ଓ ଚାନ୍ଦବାଲିର ଅନେକ ପଞ୍ଚାୟତ

ଧାମନଗର : ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଦେଇ ପ୍ରବାହିତ ବୈତରଣୀ ନଦୀର ଶାଖା ନଦୀ କାଣୀ ଓ କୋଚିଳାକୁ ନେଇ ଏବେ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି। କାଣୀ ନଦୀର ମୁହଁରେ ପଥର ପକାଇ ଜଳ ପ୍ରବାହର ରାସ୍ତା ବନ୍ଦ କରାଯାଇଥିବା ଅଭିଯୋଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହା କେଉଁ ଉଦ୍ଦେଶ୍ୟରେ ଓ କାହା ସ୍ୱାର୍ଥରେ କରାଯାଇଛି, ତାହାକୁ ନେଇ ଜନସାଧାରଣଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। […]

1 min read

ନେହା ବୋରାଙ୍କୁ ହାଇକୋର୍ଟଙ୍କ ଝଟକା

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ AISA ସଭାପତି ନେହା ବୋରାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି । ନେହା ବୋରା ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ (SEM) ଦ୍ୱାରା ଜାରି କରାଯାଇଥିବା ନୋଟିସକୁ ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ ତାଙ୍କୁ ୧୦ ହଜାର ଟଙ୍କାର ବଣ୍ଡ ଦାଖଲ ଏବଂ “ଶାନ୍ତି ବଜାୟ ରଖିବା” ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଆବେଦନର ବିରୋଧ କରି, ଦିଲ୍ଲୀ ପୋଲିସ କହିଛି ଯେ, ବୋରାଙ୍କ ଆବେଦନ ବଜାୟ ରଖିବା ଯୋଗ୍ୟ ନୁହେଁ । […]

1 min read

୧୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ, ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି

ଭୁବନେଶ୍ବର: ଓଡ଼ିଶାକୁ ଆସୁଛି ପୁଣି ଏକ ବଡ଼ ବର୍ଷା। ୨୭ରେ କମ୍ ଆଉ ୨୮ ଓ ୨୯ରେ ନିର୍ଦ୍ଧୁମ ଛେଚିବ। ଦକ୍ଷିଣରେ ବୁଡ଼ାଇପାରେ, ଉପକୂଳରେ ଉଜାଡ଼ିପାରେ। ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଆଗକୁ ଡିପ୍ରେସନ୍ ଓ ପରେ ବାତ୍ୟାର ରୂପ ନେବାକୁ ଯାଉଥିବା ବେଳେ ଏପଟେ ୩ ଦିନ ଧରି ରାଜ୍ୟରେ ଭୀଷଣ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଭୁବନେଶ୍ବର ମେଟ୍ ଅଫିସ ସ୍ପଷ୍ଟ କରିଛି, ଏବେ ସୁଦ୍ଧା ସମ୍ଭାବ୍ୟ ବାତ୍ୟାର ଗତିପଥ କିମ୍ବା ଲାଣ୍ଡଫଲ୍ […]

1 min read

ଆଜିର ରାଶିଫଳ

ମେଷ ଆଜି ଦଶମ ଚନ୍ଦ୍ରଙ୍କ ଦୃଷ୍ଟି ସମ୍ବନ୍ଧରୁ ବନ୍ଧୁ ମିଳନ ସହ ଅର୍ଥନୈତିକ ଉକତ୍ର୍ଷତା ମୁହଁରେ ହସ ଫୁଟାଇବ। ପାରିବାରିକ ସୈାଖ୍ୟ ସଙ୍ଗକୁ ପୁତ୍ରକନ୍ୟାଙ୍କ ସମସ୍ୟାର ସରଳ ସମାଧାନ କରିପାରିବେ। ଆତ୍ମୀୟ ମାନେ ଇର୍ଷାପରାୟଣ ମନୋଭାବ ନେଇ ଶତ୍ରୁତା ଆଚରଣ କରିପାରନ୍ତି। ନୂତନ ସ୍ଥାନ ପରିଦର୍ଶନର ମଉକା ଜୁଟିପାରେ। ବୃଷ ରାହୁ ଦୃଷ୍ଟ ବୁଧଙ୍କ ସମ୍ପର୍କ ଜନିତ ବନ୍ଧୁଙ୍କ ସହ ଅଶାନ୍ତି ଓ ଅର୍ଥାଭାବର ପରିସ୍ଥିତିକୁ ନେଇ ବିଚଳିତବୋଧ କରିପାରନ୍ତି। ପରିବାରରେ ଭୂଲ୍‌ ବୁଝାମଣା କାରଣରୁ ଭାଇ […]

1 min read

ପୂଜା ମଣ୍ଡପ ପରିଦର୍ଶନ କଲେ ମନ୍ତ୍ରୀ ସୂରଜ

ଭଦ୍ରକ, (PPS ) ଦୁର୍ଗାପୂଜା ଏବଂ ଦଶହରା ଉତ୍ସବ ଅବସରରେ ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି। ତିନି ଦିନ ଧରି ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ପୂଜାମଣ୍ଡପ ଓ ପୀଠ ପରିଦର୍ଶନ କରି ମା’ଙ୍କ ଦର୍ଶନ ସହ ପୂଜା କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ।  ମନ୍ତ୍ରୀ ଖପରପଦା, ବମକୁରା, ବେତାଳିଗାଁ, ସାହୁସାହି, ରଇପୁର, ଓଲଟପୁର, ଉଚ୍ଚପଦା , ଅସୁରାଳି, […]

1 min read

ପାକିସ୍ତାନରେ ରହୁଛି ଦାଉଦ ଇବ୍ରାହିମ୍ : ଭାରତ

ନୂଆଦିଲ୍ଲୀ : ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍‌ର ଅପରାଧିକ ସଂଗଠନ ‘ଡି-କମ୍ପାନୀ’କୁ ଭାରତ-ଆଧାରିତ ଅପରାଧିକ ଗୋଷ୍ଠୀ ଭାବେ ବର୍ଣ୍ଣନା କରିଛନ୍ତି ଜାତିସଂଘର ଜଣେ ସ୍ୱତନ୍ତ୍ର ରିପୋର୍ଟର । ଯାହାକୁ ନେଇ ତାଙ୍କ ଉପରେ କଡ଼ା ଆପତ୍ତି ଉଠାଇଛି ଭାରତ। ଦାଉଦ ଇବ୍ରାହିମ୍ ପାକିସ୍ତାନରେ ଲୁଚି ରହିଥିବା ଦାବି କରି ଭାରତ ଜାତିସଂଘର ରିପୋର୍ଟକୁ ତଥ୍ୟଗତ ତ୍ରୁଟିପୂର୍ଣ୍ଣ ଓ ବାସ୍ତବତାରୁ ଭିନ୍ନ ବୋଲି ସମାଲୋଚନା କରିଛି । ଜାତିସଂଘର ସ୍ୱତନ୍ତ୍ର ରିପୋର୍ଟର ବେନ୍ ସଲ୍ ନିଜ ରିପୋର୍ଟରେ ଦାଉଦ ଇବ୍ରାହିମ୍କୁ ‘ଡି-କମ୍ପାନୀ’ […]

1 min read

ଏଆଇ ଅପବ୍ୟବହାର ରୋକ : କେନ୍ଦ୍ର

ନୂଆଦିଲ୍ଲୀ: ଦେଶର ସମସ୍ତ ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲ୍  ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶନାମା ଜାରି କରାଯାଇଛି। ଟିଭି ଚ୍ୟାନେଲ୍‌ଗୁଡ଼ିକୁ ‘ପ୍ରୋଗ୍ରାମ୍ କୋଡ୍’ କଡ଼ାକଡ଼ି ପାଳନ କରିବାକୁ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି। ଏହାର ଉଲ୍ଲଂଘନ କଲେ କେବୁଲ ଟେଲିଭିଜନ ନେଟ୍‌ୱର୍କ (ନିୟନ୍ତ୍ରଣ) ଆଇନ, ୧୯୯୫ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ ଚେତାବନୀ ଦେଇଛି। ବିଭିନ୍ନ ଘରୋଇ ଚ୍ୟାନେଲ୍ ଦ୍ୱାରା ପ୍ରୋଗ୍ରାମ୍ କୋଡ୍ ଏବଂ କେବୁଲ ଟେଲିଭିଜନ […]

1 min read

କେରଳମ୍‌ରେ ଭୂସ୍ଖଳନ

ତିରୁବନନ୍ତପୁରମ:କେରଳମ୍‌ରେ ତିରୁବନନ୍ତପୁରମ୍‌ର ପରସାଲା ରେଳ ଷ୍ଟେସନ୍ ନିକଟରେ ବୁଧବାର ବିଳମ୍ବିତ ରାତିରେ ଭୂସ୍ଖଳନ ଘଟି ବିଳାସପୁର-ତିରୁନେଲଭେଲି ଏକ୍ସପ୍ରେସର ଇଞ୍ଜିନ୍ ଲାଇନଚ୍ୟୁତ ହୋଇଯାଇଛି। ଯାହା ଫଳରେ ଏହି ପଥରେ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଛି। ରେଳବାଇ ପକ୍ଷରୁ ଛଅଟି ଯାତ୍ରୀବାହୀ ଟ୍ରେନ୍ ବାତିଲ କରିଛି ଏବଂ ପ୍ରଭାବିତ ଏକ୍ସପ୍ରେସ୍ ଟ୍ରେନ୍‌ର ଯାତ୍ରାକୁ ଆଂଶିକ ଭାବରେ ବାତିଲ କରିଛି। ରେଳବାଇ ଅନୁଯାୟୀ, ଘଟଣା ରାତି ୨.୧୯ ମିନିଟରେ ଘଟିଥିଲା। ​​ ଟ୍ରେନ୍ ନମ୍ବର ୨୨୬୧୯ ବିଳାସପୁର-ତିରୁନେଲଭେଲି ଏକ୍ସପ୍ରେସ୍ ଭୂସ୍ଖଳନ ପରେ ପାର୍ସାଲା ନିକଟରେ ଅଟକି […]

1 min read

ଖୁବ୍‌ଶୀଘ୍ର ଭାରତ-ଆମେରିକା ନୂଆ ବାଣିଜ୍ୟ ଚୁକ୍ତି : ଟ୍ରମ୍ପ

ୱାଶିଂଟନ: ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶ ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବାର ନିକଟତର ହୋଇଥିବା ସୂଚନା ଦେଇଛନ୍ତି। ସେହିପରି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆଶା ପ୍ରକାଶ କରିଛନ୍ତି ଯେ, ଆଗାମୀ କିଛି ସପ୍ତାହ ମଧ୍ୟରେ ଏହି ଚୁକ୍ତି ସମ୍ପୂର୍ଣ୍ଣ ହୋଇପାରେ। ତେବେ ଚୁକ୍ତିର ଚୂଡ଼ାନ୍ତ ସର୍ତ୍ତାବଳୀ ସମ୍ପର୍କିତ ବିବରଣୀ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଟ୍ରମ୍ପ […]

1 min read

ଗିରଫ କି ମୃତ୍ୟୁକୁ ନାହିଁ ଭୟ: ଶେଖ ହାସିନା

ନୂଆଦିଲ୍ଲୀ/ଢାକା : ଗିରଫ ହେବାର ଭୟ ନାହିଁ, ନିର୍ଯାତନାକୁ ଭୟ ନାହିଁ, ଏପରିକି ମୃତ୍ୟୁର ଆଶଙ୍କା ଥିଲେ ମଧ୍ୟ ବାଂଲାଦେଶ ଫେରିବେ ବୋଲି ଦୃଢ଼ୋକ୍ତି କରିଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗର ମୁଖ୍ୟ ଶେଖ ହସିନା। ଆସନ୍ତା ଡିସେମ୍ବରରେ ସେ ବାଂଲାଦେଶ ଫେରିବେ ବୋଲି ପୁଣିଥରେ ଘୋଷଣା କରିଛନ୍ତି। ତେବେ ଫେରିବାର ନିର୍ଦ୍ଦିଷ୍ଟ ତାରିଖ ସେ ଜଣାଇ ନାହାନ୍ତି। ୨୦୨୪ ଅଗଷ୍ଟରେ ତାଙ୍କ ସରକାରର ପତନ ପରେ ଶେଖ ହାସିନା ବାଂଲାଦେଶ ଛାଡ଼ି ଭାରତରେ […]