September 2026
ବନ ଅନୁମୋଦନରେ ଅଟକିଛି ୩ ସଡ଼କ ପ୍ରକଳ୍ପ
କଳାହାଣ୍ଡି, (ପିପିଏସ୍): କଳାହାଣ୍ଡି ଜିଲ୍ଲାର ୩ଟି ପ୍ରମୁଖ ସଡ଼କ ପ୍ରକଳ୍ପ ବନ ଅନୁମୋଦନ ଅଭାବରୁ ଅଟକି ରହିଛି। କଳାହାଣ୍ଡି ଦକ୍ଷିଣ ବନ ବିଭାଗର ଦସ୍ତାବିଜ ଅନୁଯାୟୀ, ବନ ବିଭାଗ ପକ୍ଷରୁ ଆବଶ୍ୟକ ସର୍ଭେ, ଡିଜିପିଏସ୍ ମାନଚିତ୍ର ଓ ଅନ୍ୟାନ୍ୟ ତଥ୍ୟ ପ୍ରସ୍ତୁତ ହୋଇଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ଡିପିଆର୍ ଦାଖଲ କରିନାହିଁ। ‘ପରିବେଶ’ ପୋର୍ଟାଲ୍ରେ ମଧ୍ୟ ଆବଶ୍ୟକ ତଥ୍ୟ ଅପଲୋଡ୍ ହୋଇନାହିଁ। ତେରଣାମ ଘାଟି ସଡ଼କର ୨୫ରୁ ୫୩.୧୨୧ କିମି, ଚାଟି ଓଡ଼ର ସଡ଼କର ଶୂନରୁ […]
ଶିକ୍ଷକ ନିଯୁକ୍ତି ଦାବିରେ ଆଶ୍ରମ ସ୍କୁଲ୍ରେ ତାଲା, ଗଛମୂଳେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ
ଭୋଗରାଇ: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ରଣସିଂହପୁର ଗାଁର ଆଶ୍ରମ ସ୍କୁଲ୍ରେ ଶିକ୍ଷକ ଅଭାବକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି। ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍କୁଲ୍ ଗେଟ୍ରେ ତାଲା ପକାଇ ଧାରଣାରେ ବସିଛନ୍ତି। ଫଳରେ ଛାତ୍ରଛାତ୍ରୀମାନେ ଗଛମୂଳେ ବସି ପାଠ ପଢୁଥିବା ଦୃଶ୍ୟ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଉକ୍ତ ଆଶ୍ରମ ସ୍କୁଲ୍ରେ ଶିଶୁ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ପଢୁଛନ୍ତି। ଏତେ ସଂଖ୍ୟକ ପିଲାଙ୍କ […]
ସ୍ୱାଧୀନତାର ୭ ଦଶନ୍ଧି ପରେ ବିଦ୍ୟୁତ୍ରୁ ବଞ୍ଚିତ ଦେବଗଡ଼ର ଅନେକ ଗାଁ
ଦେବଗଡ଼: ସ୍ୱାଧୀନତାର ୭ ଦଶନ୍ଧି ପରେ ବି ଦେବଗଡ଼ ଜିଲ୍ଲାରେ ଏଭଳି କିଛି ଗାଁ ରହିଛି, ଯେଉଁଠି ଲୋକଙ୍କ ପାଇଁ ବିଦ୍ୟୁତ୍ ସେବା ଏବେ ବି ଅପହଞ୍ଚ ହୋଇ ରହିଛି। ଅନ୍ୟପଟେ କେତେକ ଗାଁ ରାଜସ୍ୱ ଗାଁର ମାନ୍ୟତା ପାଇଥିଲେ ମଧ୍ୟ ସେଠାରେ ବସବାସ କରୁଥିବା ପରିବାରଙ୍କ ପାଇଁ ବିଦ୍ୟୁତ୍ ସେବା ସାତ ସପନ ପାଲଟିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଜନହିତକର ଯୋଜନା ପାହାଡ଼ ଉପରେ ଥିବା ଏହି ଦୁର୍ଗମ ଗାଁଗୁଡ଼ିକ ନିକଟରେ ପହଞ୍ଚି […]
ସୁନ୍ଦରଗଡ଼ରେ ବିପଦରେ ନଦୀ, ଜଳସ୍ରୋତ ଉପରେ ବଢ଼ୁଛି ସଙ୍କଟ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ପ୍ରମୁଖ ନଦୀ ଉପରେ ମାଡ଼ି ଆସିଛି ବିପଦ। ହେମଗିରି ଓ ଲେଫ୍ରିପଡ଼ା ବ୍ଲକ୍ ଅଞ୍ଚଳର ଜୀବନରେଖା ବସୁନ୍ଧରା ନଦୀ ଖଣି ଗର୍ଭକୁ ଚାଲିଯାଉଥିବା ବେଳେ ଅନ୍ୟ ଦୁଇ ପ୍ରମୁଖ ଜଳଉତ୍ସ ଚତୁର୍ଧାରା ଓ ଇବ୍ ନଦୀ ମଧ୍ୟ ଅସ୍ତିତ୍ୱ ସଙ୍କଟରେ ପଡ଼ିଛି। ଏକଦା ବର୍ଷସାରା ବସୁନ୍ଧରା ଓ ଚତୁର୍ଧାରା ନଦୀ ଉପରେ ୩୦ରୁ ଅଧିକ ଗାଁର ଲୋକେ ନିର୍ଭର କରୁଥିଲେ। ଜମିକୁ ଜଳସେଚନ ଯୋଗାଇବା ସହ ଲୋକଙ୍କ ତୃଷ୍ଣା ମେଣ୍ଟାଇବାରେ ଏହି ଜଳଉତ୍ସଗୁଡ଼ିକର […]
ବିରୋଧୀଙ୍କୁ ଟାର୍ଗେଟ୍ କଲେ ମୋଦୀ, ପୁଣି ଉଠାଇଲେ ‘ଦିମାଗୀ ନଳ’ ପ୍ରସଙ୍ଗ
ନୂଆଦିଲ୍ଲୀ: ଦିଲ୍ଲୀର ଶ୍ରୀରାମ କଲେଜ୍ ଅଫ୍ କମର୍ସ (ଏସ୍ଆର୍ସିସି)ର ଶତବାର୍ଷିକୀ ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ୍ କରି ‘ଦିମାଗୀ ନଳ’ ପ୍ରସଙ୍ଗ ଉଠାଇଛନ୍ତି। ଶନିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ ଯୁବପିଢ଼ି, ବିଶେଷକରି ଜେନ୍-ଜିଙ୍କୁ ବିକଶିତ ଭାରତ ପାଇଁ ଉଚ୍ଚାକାଂକ୍ଷୀ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ମୋଦୀ କହିଥିଲେ, ଲାଲକିଲ୍ଲାରୁ ତାଙ୍କ ସ୍ୱାଧୀନତା ଦିବସ ଭାଷଣରେ ସେ ‘ଦିମାଗୀ ନଳ’ ଶବ୍ଦ ବ୍ୟବହାର କରିଥିଲେ। ଏହି ଶବ୍ଦର ଉଦାହରଣ […]
୩ ଦିନ ହାଲୁକା ବର୍ଷା, ୯ରୁ ପୁଣି ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର, (ବ୍ୟୁରୋ): ରାଜ୍ୟରେ ଏବେ ବର୍ଷାର ପରିମାଣ ଓ ବିସ୍ତାର କମିଥିଲେ ମଧ୍ୟ ଆଗାମୀ ୩ ଦିନ ଧରି ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ। ଏହାପରେ ସେପ୍ଟେମ୍ବର ୯ ତାରିଖରୁ ରାଜ୍ୟରେ ପୁଣି ପ୍ରବଳ ବର୍ଷାର ପ୍ରଭାବ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ପଡ଼ୋଶୀ ରାଜ୍ୟ ଉପରେ ସକ୍ରିୟ ଥିବା ଟ୍ରଫ୍ ଲାଇନ୍ର ପ୍ରଭାବରେ […]
ଦିଲ୍ଲୀରେ କୋଠା ଭୁଶୁଡ଼ିଲା, ୬ ମୃତ; ଭଗ୍ନାବଶେଷ ତଳେ ୫୦ରୁ ଅଧିକ ଫସିଥିବା ଆଶଙ୍କା
ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନ ନିକଟରେ ଏକ ପୁରୁଣା ବହୁତଳ କୋଠା ଭୁଶୁଡ଼ି ପଡ଼ିବାରୁ ବଡ଼ ଅଘଟଣ ଘଟିଛି। ଏହି ଘଟଣାରେ ଏଯାବତ୍ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଭଗ୍ନାବଶେଷ ତଳେ ଫସିଥିବା ଆଶଙ୍କା କରାଯାଉଛି। ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୮ ଜଣଙ୍କୁ ଭଗ୍ନାବଶେଷ ମଧ୍ୟରୁ ସୁରକ୍ଷିତ ଭାବେ ବାହାର କରିଛନ୍ତି। ଉଦ୍ଧାର ହୋଇଥିବା ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍କୁ ପଠାଯାଇଛି। ଘଟଣାସ୍ଥଳରେ ଦିଲ୍ଲୀ ଅଗ୍ନିଶମ ବାହିନୀ, ପୁଲିସ, ଏନ୍ଡିଆର୍ଏଫ୍ ଏବଂ ସିଭିଲ୍ ଡିଫେନ୍ସ […]
ବିଜେପି କାର୍ଯ୍ୟକାରିଣୀରେ ସଂଗଠନ ସୁଦୃଢ଼ କରିବା ଉପରେ ଗୁରୁତ୍ୱ
କଟକ: ୨୦୨୪ ସାଧାରଣ ନିର୍ବାଚନ ପରେ ଆସନ୍ତା ବର୍ଷ ପଞ୍ଚାୟତ ଓ ପୌର ନିର୍ବାଚନକୁ ନଜରରେ ରଖି ଓଡ଼ିଶା ବିଜେପି ନିଜ ସଂଗଠନକୁ ଆହୁରି ସୁଦୃଢ଼ କରିବା ଉପରେ ଜୋର ଦେଇଛି। କଟକ ଇଣ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କୁ ଏନେଇ ଦିଆଯାଇଛି ଅନେକ ପରାମର୍ଶ। ବିଜେପିର ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ୍. ସନ୍ତୋଷ କର୍ମକର୍ତ୍ତାଙ୍କୁ ଲୋକଙ୍କ ସହ ଅଧିକ ଯୋଡ଼ିହେବାକୁ ଆହ୍ୱାନ ଦେଇଛନ୍ତି। ତଳସ୍ତରର […]
ଆଜିର ରାଶିଫଳ: ୧୨ ରାଶି ପାଇଁ କେମିତି କଟିବ ଦିନ?
♈ ମେଷ ଆଜି ଆପଣଙ୍କ ପାଇଁ ଦିନଟି ଉତ୍ସାହଜନକ ରହିବ। ସାଧାରଣ କଥାକୁ ବଡ଼ କରି ନ କହିଲେ ସମ୍ପର୍କରେ ମଧୁରତା ରହିବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗରେ ଅସମ୍ପୂର୍ଣ୍ଣ କାମ ସାରିପାରିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପରିବାରରେ ଖୁସିର ପରିବେଶ ରହିବ। ♉ ବୃଷ ପରିବାରରେ ଛୋଟ ଭୁଲ ବୁଝାମଣା ଯୋଗୁଁ ସାମାନ୍ୟ ମତଭେଦ ହୋଇପାରେ। ଶାନ୍ତ ଭାବରେ ଆଲୋଚନା କଲେ ସମସ୍ୟାର ସମାଧାନ ହେବ। ନୂଆ କାମ କିମ୍ବା ଚାକିରି ସମ୍ପର୍କିତ ଭଲ ଖବର […]
ଚୂରାଚାନ୍ଦପୁରରେ ସୁରକ୍ଷାବାହିନୀ-ଉଗ୍ରବାଦୀ ଗୁଳିବିନିମୟ, ୨ ଉଗ୍ରବାଦୀ ନିହତ
ଚୂରାଚାନ୍ଦପୁର: ମଣିପୁରର ଚୂରାଚାନ୍ଦପୁର ଜିଲ୍ଲାରେ ଭାରତୀୟ ସେନା ଓ ଆସାମ ରାଇଫଲ୍ସର ମିଳିତ ଅଭିଯାନ ସମୟରେ ସୁରକ୍ଷାବାହିନୀ ଓ ଉଗ୍ରବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୟୁନାଇଟେଡ୍ କୁକି ନ୍ୟାସନାଲ୍ ଆର୍ମି (ୟୁକେଏନ୍ଏ)ର ଦୁଇଜଣ ଉଗ୍ରବାଦୀ ନିହତ ହୋଇଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ସୁରକ୍ଷାବାହିନୀ ଘଟଣାସ୍ଥଳରୁ ବିପୁଳ ପରିମାଣର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ସାମରିକ ସାମଗ୍ରୀ ଜବତ କରିଛନ୍ତି। ଗୁଇନ୍ଦା ସୂଚନା ଆଧାରରେ ଅଗଷ୍ଟ ୨୯ ରାତିରେ ଚୂରାଚାନ୍ଦପୁର ଜିଲ୍ଲାର ହେଙ୍ଗଲେପ ଉପବିଭାଗର ଫାଇବାଙ୍ଗ […]
