August 2026
ନାହିଁ ଶୀତଳ ଭଣ୍ଡାର, ପକେଟ କୁ ବାଧୁଛି ପନିପରିବା ଦର; କଞ୍ଚା ଲଙ୍କା ୨ଶହ, ଝୁଡ଼ଙ୍ଗ ୧୨୦ଟଙ୍କା
ଅସ୍ତରଙ୍ଗ, ୦୬/୦୮: ସାରା ରାଜ୍ୟରେ ଗତ କିଛି ଦିନ ହେଲା ପରିବା ଦାମ୍ ଅହେତୁକ ଭାବେ ବୃଦ୍ଧି ପାଇଛି। କାରଣ ଲଗାଣ ବର୍ଷା ଶହ ବନ୍ୟା ଯୋଗୁଁ ନଦୀ ପଠା ମାନଙ୍କରେ ହେଉଥିବା ଫସଲ ପୁରା ଧୋଇ ହୋଇ ଯାଇଛି। ତେଣୁ ସ୍ଥାନୀୟ ପରିବା ମିଳିବା କଷ୍ଟ ହୋଇଯାଉଛି। ଚାହିଦା ତୁଳନାରେ ଉତ୍ପାଦନ କମ୍ ରହୁଥିବା ଯୋଗୁଁ ବାଇଗଣ ଠାରୁ ପୋଟଳ, ଝୁଡ଼ଙ୍ଗ, କଲରା ଓ ବିନ୍ସ ପର୍ଯ୍ୟନ୍ତ ସବୁ ପରିବା ଦାମ୍ ଉପରେ କୌଣସି ନିୟନ୍ତ୍ରଣ […]
ଯାଜପୁର ଜିଲା ରେ ମାନସିକ ଭିନ୍ନକ୍ଷମ ବି ପାଇଛନ୍ତି ହୋମଗାର୍ଡ ଚାକିରି
ଯାଜପୁର (ପିପିଏସ ): ଯାଜପୁର ଜିଲା ସବୁବେଳେ ବିଭିନ୍ନ ଦୁର୍ନୀତି ନେଇ ଚର୍ଚ୍ଚା ରେ ରହିଆସିଛି l ଏବେ କିଛିଦିନ ତଳେ ଲାଇଟ ଦୁର୍ନୀତି ରେ ଭିଜିଲାନ୍ସ ତଦନ୍ତ ସରିନାହିଁ ପୁଣି ହୋମଗାର୍ଡ ନିଯୁକ୍ତି ରେ ଦୁର୍ନୀତି ପ୍ରମାଣ ଆସିଲାଣି l ହୋମଗାର୍ଡ ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ଗତ ତିନି ଦିନ ତଳେ ଅନେକ ଆଶାୟୀ ପ୍ରାର୍ଥୀ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଜୈନିକ ପ୍ରାୟ ୮୦ ପ୍ରତିଶତ ମାନସିକ ଭିନ୍ନକ୍ଷମ ଭତ୍ତା […]
ଲୋକଙ୍କ ସ୍ବାସ୍ଥ୍ୟ ଗତ ସମସ୍ୟା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଧାମନଗରରେ ସମୀକ୍ଷା
ଧାମନଗର,୦୬/୦୮() : ଧାମନଗର ଅଞ୍ଚଳର ବନ୍ୟାରେ ଲୋକଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ନେଇ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲୀଙ୍ଗ ଗୁରୁବାର ମଧ୍ୟାହ୍ନରେ ଧାମନଗର ଗସ୍ତ କରିଥିଲେ। ପ୍ରଥମେ ଧାମନଗର ଏନ୍ ଏ ସି ୧୦ ନଂ ୱାର୍ଡ଼ ଗସ୍ତ ସମୟରେ ବିଭିନ୍ନ ଲୋକ ଙ୍କୁ ସିଧାସଳଖ ସ୍ବାସ୍ଥ୍ୟ ଜନିତ ସମସ୍ୟା ତଥା ଅନ୍ୟାନ୍ୟ ସମ୍ପର୍କରେ ବୁଝିଥିଲେ। ପରେ ଉକ୍ତ ୱାର୍ଡ଼ ରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କେନ୍ଦ୍ର କୁ […]
ନୂଆ ରାଜ୍ୟସଭା ସାଂସଦଙ୍କୁ ମୋଦିଙ୍କ ମନ୍ତ୍ର:‘ବର୍ତ୍ତମାନ ଉପରେ ଧ୍ୟାନ ଦିଅନ୍ତୁ’
ନୂଆଦିଲ୍ଲୀ, ୫/୮: ରାଜ୍ୟସଭାକୁ ନିର୍ବାଚିତ ଭାଜପାର ୩୭ ଜଣ ନୂଆ ସାଂସଦଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକ କରିଛନ୍ତି। ବୈଠକରେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସମେତ ଆମ୍ ଆଦମୀ ପାର୍ଟି ଛାଡ଼ି ଭାଜପାରେ ଯୋଗ ଦେଇଥିବା କିଛି ନେତା ମଧ୍ୟ ଉପସ୍ଥିତ ଥିଲେ। ସଂସଦର କାର୍ଯ୍ୟକଳାପ ଯେପରି ସୁଚାରୁରୂପେ ଚାଲିବ, ସେଥିପାଇଁ ସାଂସଦମାନେ ଗୁରୁତ୍ୱ ଦେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ। ଦେଶର ଭବିଷ୍ୟତ ପାଇଁ କ’ଣ ଭଲ ହେବ, ସେ […]
ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତିରେ ଶେଖ ହାସିନାଙ୍କ ବଡ଼ ବୟାନ: ‘ବାଂଲାଦେଶ ଆଉ ସେହି ଦେଶ ନୁହେଁ’
ଢାକା, ୫/୮: ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତି ଅବସରରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଦେଶର ବର୍ତ୍ତମାନ ସ୍ଥିତିକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ନିର୍ବାସନ ପରେ ପ୍ରଥମ ଥର ପାଇଁ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଉଦ୍ବୋଧନ ଦେଇ ହାସିନା କହିଛନ୍ତି ଯେ, ବର୍ତ୍ତମାନର ବାଂଲାଦେଶ ସେହି ଦେଶ ନୁହେଁ, ଯାହା ପାଇଁ ୧୯୭୧ରେ ୩୦ ଲକ୍ଷ ଲୋକ ବଳିଦାନ ଦେଇଥିଲେ। ଭାଷଣ ସମୟରେ ଭାବବିହ୍ୱଳ ହୋଇ ଶେଖ ହାସିନା ଗତ ଦୁଇ ବର୍ଷ ଧରି […]
ଛତିଶଗଡ଼ ରୁ ଆସୁଛି ନକଲି ସାର; ଅସ୍ତରଙ୍ଗରେ ୟୁରିଆ କଳାବଜାର, ଦୁଇ ଗୁଣା ଦରରେ ବିକ୍ରି !
ଅସ୍ତରଙ୍ଗ, ୦୫/୦୮: ବନ୍ୟା ପାଣି ଓହରିଛି, କିନ୍ତୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଚାଷୀଙ୍କ ଆଖିରୁ ପାଣି ଶୁଖୁନି। କାରଣ ଜମିରେ ଧାନ ବୁଣିବାକୁ ଯାଇ ସେମାନେ ଏବେ ନକଲି ସାର ଓ କଳାବଜାରର କବଳରେ ପଡିଛନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଗତ କିଛି ଦିନର ପ୍ରବଳ ବର୍ଷାରେ ଅନେକ ଚାଷ ଜମି ବୁଡି ରହିଥିଲା ଏହା ଶହ ବନ୍ୟା । ଏବେ ପାଣି ଓହରିବା ପରେ ଖରିଫ ଚାଷ ଆରମ୍ଭ ହୋଇଛି। ଏହି ସମୟରେ […]
ଯାଜପୁର ବନ୍ୟାଞ୍ଚଳ ଗସ୍ତରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା
ଯାଜପୁର( ପିପିଏସ): ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଏବଂ ପରବର୍ତ୍ତୀ ସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀ, ଓଡ଼ିଶା ଶ୍ରୀମତୀ ପ୍ରଭାତୀ ପରିଡ଼ା ଯାଜପୁର ଜିଲ୍ଲା ଗସ୍ତ କରିଛନ୍ତି। ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ସେ ପ୍ରଥମେ ବଡ଼ଚଣା ବ୍ଲକର ଗୋପାଳପୁର ଗ୍ରାମପଞ୍ଚାୟତରେ ପହଞ୍ଚି ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ ବୁଲି ଦେଖିଥିଲେ। ଏହାପରେ ସେ ଦଶରଥପୁର ବ୍ଲକର କଶପା ପଞ୍ଚାୟତ ସ୍ଥିତ ପାଟଣା ଗ୍ରାମ ଏବଂ ତାରପଡ଼ା ପଞ୍ଚାୟତର ବିଭିନ୍ନ ବନ୍ୟାପ୍ଲାବିତ ଅଞ୍ଚଳ ଗସ୍ତ କରି ସ୍ଥିତି […]
ରାଜନୀତିରେ ପାଦ ଥାପିବେ ଧନୁଷ? ରକ୍ତଦାନ ଶିବିରରେ ଅଭିନେତାଙ୍କ ବୟାନ ପରେ ବଢ଼ିଲା ଚର୍ଚ୍ଚା
ଚେନ୍ନାଇ: ତାମିଲ ଅଭିନେତା ତଥା ନିର୍ଦ୍ଦେଶକ ଧନୁଷଙ୍କ ରାଜନୀତିକ ପ୍ରବେଶକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ପ୍ରଶଂସକଙ୍କ ଦ୍ୱାରା ଆୟୋଜିତ ଏକ ରକ୍ତଦାନ ଶିବିରରେ ଧନୁଷ ନିଜ ସମର୍ଥକଙ୍କୁ ଏକତାକୁ ଜନସେବାରେ ବ୍ୟବହାର କରିବାକୁ ଆହ୍ୱାନ ଦେବା ପରେ ତାଙ୍କ ରାଜନୀତିକ ଭବିଷ୍ୟତକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ଧନୁଷ କହିଥିଲେ, ବହୁ ସଂଖ୍ୟକ ପ୍ରଶଂସକ ଗୋଟିଏ ସ୍ଥାନରେ ଏକାଠି ହେବା ଏକ ବଡ଼ ଶକ୍ତିର ପରିଚୟ। ଏହି ଏକତାକୁ କେବଳ ସିନେମା […]
୪୦-୫୦ ବର୍ଷ ବୟସରେ ଅପଣାନ୍ତୁ ଏହି ଅଭ୍ୟାସ, ବୟସ ବଢ଼ିଲେ ବି ରହିବେ ଫିଟ୍ ଓ ସୁସ୍ଥ
ନୂଆଦିଲ୍ଲୀ: ୪୦ ଓ ୫୦ ବର୍ଷ ବୟସରେ ଅନେକେ କ୍ୟାରିୟର ଓ ପରିବାର ଜୀବନରେ ସ୍ଥିରତା ଅନୁଭବ କରନ୍ତି। କିନ୍ତୁ ଏହି ସମୟରୁ ଶରୀରରେ ବୟସର ପ୍ରଭାବ ମଧ୍ୟ ଧୀରେ ଧୀରେ ଦେଖାଦେବା ଆରମ୍ଭ କରେ। ଶକ୍ତି କମିଯିବା, ବ୍ୟାୟାମ ପରେ ଗଣ୍ଠିରେ ଯନ୍ତ୍ରଣା ଓ ଓଜନ ବଢ଼ିବା ଭଳି ସମସ୍ୟା ଦେଖାଦେଇପାରେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ବୟସରେ ଅପଣାଯାଇଥିବା ଭଲ ଅଭ୍ୟାସ ୬୦, ୭୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସରେ ମଧ୍ୟ […]
କମିଶନ ରିପୋର୍ଟ ଫାଇଲ୍ ଗାଏବ ମାମଲା: ପୂର୍ବତନ CMO କର୍ମଚାରୀଙ୍କୁ ୪ ଘଣ୍ଟା ଜେରା
ଭୁବନେଶ୍ୱର, ୫।୮: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଜଷ୍ଟିସ୍ ଏ.ଏସ୍. ନାଇଡୁ କମିଶନଙ୍କ ରିପୋର୍ଟ ଗାଏବ ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଏହି ମାମଲାରେ CMOର ପୂର୍ବତନ ଡେସ୍କ ଅଫିସର ବି.ଏନ୍. ମହାରଣାଙ୍କୁ ପ୍ରାୟ ୪ ଘଣ୍ଟା ଧରି ଜେରା କରାଯାଇଥିବା ଜଣାପଡ଼ିଛି। କ୍ରାଇମବ୍ରାଞ୍ଚ ଡିଏସ୍ପି ଆଶୁତୋଷ ମିଶ୍ର ଅପରାହ୍ନ ପ୍ରାୟ ୪ଟାରେ ଶ୍ରୀ ମହାରଣାଙ୍କ ବାସଭବନରେ ପହଞ୍ଚି ଫାଇଲ୍ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିବା ସୂଚନା ମିଳିଛି। ବିଶେଷକରି ଜଷ୍ଟିସ୍ ନାଇଡୁ କମିଶନଙ୍କ ରିପୋର୍ଟ CMOରେ […]
