ଲୋକଙ୍କ ସ୍ବାସ୍ଥ୍ୟ ଗତ ସମସ୍ୟା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଧାମନଗରରେ ସମୀକ୍ଷା

ଧାମନଗର,୦୬/୦୮() : ଧାମନଗର ଅଞ୍ଚଳର ବନ୍ୟାରେ ଲୋକଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ନେଇ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲୀଙ୍ଗ ଗୁରୁବାର ମଧ୍ୟାହ୍ନରେ ଧାମନଗର ଗସ୍ତ କରିଥିଲେ। ପ୍ରଥମେ ଧାମନଗର ଏନ୍ ଏ ସି ୧୦ ନଂ ୱାର୍ଡ଼ ଗସ୍ତ ସମୟରେ ବିଭିନ୍ନ ଲୋକ ଙ୍କୁ ସିଧାସଳଖ ସ୍ବାସ୍ଥ୍ୟ ଜନିତ ସମସ୍ୟା ତଥା ଅନ୍ୟାନ୍ୟ ସମ୍ପର୍କରେ ବୁଝିଥିଲେ। ପରେ ଉକ୍ତ ୱାର୍ଡ଼ ରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କେନ୍ଦ୍ର କୁ ପରିଦର୍ଶନ ଅବସରରେ ବନ୍ୟା ସମୟରେ ରୋଗୀଙ୍କୁ କିଭଳି ଭାବେ ସେବା ଯୋଗାଇ ଦିଆଯାଉଥିଲା ଉପସ୍ଥିତ ଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ପଚାରି ବୁଝିଥିଲେ। ପରେ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଭାଗୃହରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ବନ୍ୟା ପରବର୍ତ୍ତୀ ସମୟରେ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ସମସ୍ୟା ଦେଖାଯାଇଥାଏ। ବିଶେଷ କରି ଡାଇରିଆ, ମେଲେରିଆ ଇତ୍ୟାଦି ରୋଗ ବ୍ୟାପିବାର ସମ୍ଭାବନା ଥାଏ। ବନ୍ୟା ସମୟରେ ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଧାମନଗର ରେ ରହି ଯେଉଁଭଳି ଭାବେ ନିଜ ଜୀବନକୁ ବାଜି ଲଗାଇ ବନ୍ୟା ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରିବା ସହ ଲୋକଙ୍କୁ ସେବା ପ୍ରଦାନ କରିଥିଲେ ତାହା ଯେତେ ପ୍ରଶଂସା କଲେ ବି କମ୍ ହେବ।

ଏଥିପାଇଁ ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କୁ କୃତଜ୍ଞତା ଜଣାଇଥିଲେ। ବନ୍ୟା ପରେ ଡାଇରିଆ ମେଲେରିଆ କିମ୍ବା ଅନ୍ୟାନ୍ୟ ସ୍ବାସ୍ଥ୍ୟ ଜନିତ ସମସ୍ୟା କୁନେଇ ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।ବିଶେଷ କରି ଡାଇରିଆ ନ ବ୍ୟାପିବା ପାଇଁ ଆଣ୍ଟି ଡାଇରିଆ ଟାବଲେଟ ଓ ହାଲୋଜେନ୍ ଟାବଲେଟ ମହଜୁଦ ରଖିବା ସହ ସ୍ୱଚ୍ଛ ପିଇବା ପାଣି ନେଇ ବନ୍ୟା ପ୍ରଭାବିତ ଅଞ୍ଚଳରେ ଥିବା ଟିୱେଲ ଗୁଡ଼ିକ ଜୀବାଣୁ ମୁକ୍ତ କରାଯିବ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବନ୍ୟା ସମୟରେ ସି ଏଚ ସି ରୁ ପି ଏଚ ସି ପର୍ଯ୍ୟନ୍ତ ସାପ କାମୁଡ଼ା ଇଞ୍ଜେକ୍ସନ ମହଜୁଦ ରଖାଯାଇଥିଲା ଏବଂ ସେ ସମୟରେ ଯେଉଁ ସବୁ ସମସ୍ୟା ଆସୁଥିଲା ତୁରନ୍ତ ପଦକ୍ଷେପ ନିଆଯାଇଥିଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏକ ସର୍ବପୁରାତନ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଏହାର ନବୀକରଣ ନେଇ ନୂତନ ଡାକ୍ତରଖାନା ଘର ନିର୍ମାଣ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ବ୍ୟୟ ବରାଦ କରାଯାଇ କାର୍ଯ୍ୟ ଆରମ୍ଭ ହୋଇସାରିଛି।

ଏହା ସରିବା ପରେ ସମସ୍ତ ସମସ୍ୟା ଦୂରୀକରଣ ହେବ ବୋଲି ମନ୍ତ୍ରୀ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ , ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୋଦ ପ୍ରହରାଜ, ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଅଧିକାରୀ ମନ୍ମୟ ସାମନ୍ତ ସିଂହାର, ମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ଆଶୋକ ପୁହାଣ, ସାଂସଦଙ୍କ ବ୍ଲକ ପ୍ରତିନିଧି ମନୋରଞ୍ଜନ ମଲ୍ଲିକ, ମନ୍ତ୍ରୀ ଙ୍କ ନଗର ପ୍ରତିନିଧି କୈଳାଶ ମହାପାତ୍ର, ସାଂସଦଙ୍କ ନଗର ପ୍ରତିନିଧି ସରୋଜ ମହାପାତ୍ର, ବରିଷ୍ଠ ବିଜେପି ନେତା ଅରବିନ୍ଦ ପତି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.