ଆଞ୍ଚଳିକ ଖବର
ବର୍ଷାରେ ବେହାଲ ଚୌଦ୍ୱାର ୧୭ ନମ୍ବର ୱାର୍ଡ: ରାସ୍ତାରେ ଆଣ୍ଠୁଏ ପାଣି, ଯାତାୟାତ ବାଧାପ୍ରାପ୍ତ
ଚୌଦ୍ୱାର, ୨୮ା୮: ଗୁରୁବାର ଅପରାହ୍ଣରେ ଦୀର୍ଘ ସମୟ ଧରି ମୁଷଳଧାରାରେ ବର୍ଷା ହେବା ଫଳରେ ଚୌଦ୍ୱାର ପୌରାଞ୍ଚଳର ୧୭ ନମ୍ବର ୱାର୍ଡର ଅବସ୍ଥା ବେହାଲ ହୋଇପଡ଼ିଛି। ପ୍ରାୟ ଦୁଇ ଘଣ୍ଟା ଧରି ଲଗାଣ ବର୍ଷା ହେବାରୁ ୱାର୍ଡର ମୁଖ୍ୟ ରାସ୍ତା ସମେତ ବିଭିନ୍ନ ଗଳିକନ୍ଦିରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିଲା। ଫଳରେ ସ୍ଥାନୀୟ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ, ପ୍ରତିବର୍ଷ ବର୍ଷା ଋତୁରେ ୧୭ ନମ୍ବର ୱାର୍ଡର ବିଭିନ୍ନ ଅଞ୍ଚଳରେ […]
କୋଇଲା ଚୋରିର ତଦନ୍ତଭାର କ୍ରାଇମବ୍ରାଞ୍ଚ ହାତରେ, ଟିମ୍ ଜବତ କଲା ୩୦ ହଜାର କିଲୋ କୋଇଲା
ଭୁବନେଶ୍ୱର: ପକ୍କା ଟ୍ରେନ୍ରୁ କୋଇଲା ଚୋରି ମାମଲାର ତଦନ୍ତଭାର ଏବେ ଆରପିଏଫ୍ (ରେଲ ସୁରକ୍ଷା ବଳ)ର କ୍ରାଇମବ୍ରାଞ୍ଚ ଟିମ୍ ହାତକୁ ଯାଇଛି। ଘଟଣାର ତଦନ୍ତ କରି ଆରପିଏଫ୍ କ୍ରାଇମବ୍ରାଞ୍ଚ ଟିମ୍ ୩୦ ହଜାର କିଲୋ କୋଇଲା, ୨୨୦୦ ଲିଟର ଡିଜେଲ୍ ଓ ୨୦୦ ଲିଟର ତେଲ ଜବତ କରିଛି। ଏହି ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତ, ମାଫିଆ ଓ ମାଷ୍ଟରମାଇଣ୍ଡଙ୍କ ସନ୍ଧାନ ଜାରି ରହିଛି। ବନ୍ଦରରୁ କୋଇଲା ଚୋରି ଘଟଣାରେ ୨୦୨୪ ମେ’ […]
ବାଲ୍ମୀକିକୁ ଜଳ ସମ୍ପଦ ପରିଚାଳନାର ଆଧୁନିକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ବିକଶିତ କରାଯିବ
ଭୁବନେଶ୍ୱର: ଓଡ଼ିଶାରେ ଜଳ ସମ୍ପଦ ପରିଚାଳନାକୁ ଅଧିକ ବୈଜ୍ଞାନିକ, ପ୍ରଯୁକ୍ତିଭିତ୍ତିକ ଓ ଦକ୍ଷ କରିବା ସହ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (ୱାଲ୍ମୀ)କୁ ଏକ ଆଧୁନିକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ବିକଶିତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏହି ଉଦ୍ଦେଶ୍ୟରେ ୱାଲ୍ମୀ ପକ୍ଷରୁ ଜାତୀୟ ଜଳ ଏକାଡେମୀ (ଏନ୍ଡବ୍ଲ୍ୟୁଏ), ପୁଣେ, ଆଇସିଏଆର୍-ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ (ଆଇସିଏଆର୍-ଆଇଆଇଡବ୍ଲ୍ୟୁଏମ୍), ଭୁବନେଶ୍ୱର ଏବଂ ଓଡ଼ିଶା କନଷ୍ଟ୍ରକ୍ସନ୍ କର୍ପୋରେସନ୍ ଲିମିଟେଡ୍ (ଓସିସିଏଲ୍) ସହ ୩ଟି ବୁଝାମଣାପତ୍ର (ଏମ୍ଓୟୁ) […]
ସୁନ୍ଦରଗଡ଼ରେ ଶିଶୁ ସୁରକ୍ଷା ଯୋଜନା ବାଟବଣା; ସରକାରୀ ସୁବିଧାରୁ ବଞ୍ଚିତ ଅନାଥ ଶିଶୁ
ରାଉରକେଲା: ପିତୃମାତୃହୀନ ଶିଶୁମାନଙ୍କୁ ମୌଳିକ ସୁବିଧା ସହ ସୁରକ୍ଷା ଯୋଗାଇଦେବା ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି। ହେଲେ ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଅବହେଳା ଯୋଗୁଁ ଆଦିବାସୀବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଏହି ଯୋଜନା ବାଟବଣା ହେଉଥିବା ଅଭିଯୋଗ ହୋଇଛି। ଶିଶୁମାନଙ୍କ ସୁରକ୍ଷା ପାଇଁ ଜିଲ୍ଲାର ହେମଗିରି, ବାଲିଶଙ୍କରା, ସୁନ୍ଦରଗଡ଼, କୁତ୍ରା, ବେଲପାହାଡ଼ା, ରାଉରକେଲା ଓ ଜଗଦା ଭଳି ୭ଟି ସ୍ଥାନରେ ୮ଟି ପଞ୍ଜୀକୃତ ଶିଶୁଯତ୍ନ ଶିକ୍ଷାନୁଷ୍ଠାନ (ସିସିଆଇ) ରହିଛି। ଏଠାରେ ୫ରୁ ୧୫ ବର୍ଷ […]
ଅନୁଗୁଳରେ ବେଆଇନ ଭାବେ ଚାଲିଛି କୋଲ୍ଷ୍ଟକ୍ ୟାର୍ଡ; ଗାଁ ପରିବେଶ ପ୍ରଦୂଷିତ
ଅନୁଗୁଳ/ତାଳଚେର: ଅନୁଗୁଳ ଜିଲ୍ଲାରେ ବେଆଇନ ଭାବେ କୋଲ୍ଷ୍ଟକ୍ ୟାର୍ଡ ଚାଲିଥିବା ଅଭିଯୋଗ ସାମ୍ନାକୁ ଆସିଛି। ରେଲୱେ ସାଇଡିଂ ବଦଳରେ ଘରୋଇ ଜମିରେ ବିପୁଳ ପରିମାଣର କୋଇଲା ଗଚ୍ଛିତ କରାଯାଉଥିବାରୁ ଗାଁର ପରିବେଶ ପ୍ରଦୂଷିତ ହେଉଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ହଣ୍ଡପା ରେଳଷ୍ଟେସନ ନିକଟରେ ଘରୋଇ ଜମିରେ ବେଆଇନ ଭାବେ ବିପୁଳ ପରିମାଣର କୋଇଲା ଗଚ୍ଛିତ ରଖାଯାଇଥିବା ନେଇ ଅଭିଯୋଗ ଆସିଛି। ସରକାରୀ ନିୟମକୁ ଅଣଦେଖା କରି ଘରୋଇ ଜମିରେ କୋଇଲା ଷ୍ଟକୟାର୍ଡ କରାଯାଇଥିବା ଦେଖିବାକୁ ମିଳିଛି। […]
ଖଡ୍ଗ ନଦୀରେ ଓଲଟିଲା ଡଙ୍ଗା; ବୋହୂ-ଶଶୁର ନିଖୋଜ
ବାଲିଗୁଡ଼ା: ଖଡ୍ଗ ନଦୀରେ ଡଙ୍ଗା ଓଲଟି ୮ ଜଣ ଯାତ୍ରୀ ନଦୀ ସ୍ରୋତରେ ଭାସିଯାଇଥିବା ଜଣାପଡ଼ିଛି। ସେଥିମଧ୍ୟରୁ ସ୍ଥାନୀୟ ଲୋକେ ୬ ଜଣଙ୍କୁ ଉଦ୍ଧାର କରିଥିବାବେଳେ ବୋହୂ ଓ ଶଶୁର ନିଖୋଜ ଅଛନ୍ତି। ଘଟଣାଟି ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଡାକା ଗାଁ ନିକଟ ଖଡ୍ଗ ନଦୀରେ ଘଟିଛି। ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ଏକ ଶୁଦ୍ଧ କାର୍ଯ୍ୟକ୍ରମ ସାରି ଗୁନ୍ଦାନା ମଳିକଙ୍କ ପରିବାର ଡଙ୍ଗାରେ ଖଡ୍ଗ ନଦୀ ପାର ହୋଇ ନିଜ ଗାଁକୁ ଫେରୁଥିଲେ। […]
ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବୋମା ଖାଇ ଷଣ୍ଢ ମୃତ।
ବାଙ୍କୀ : ବାରହା ଶିକାର ପାଇଁ ଖଞ୍ଜା ହୋଇଥିଲା ବୋମା। କିନ୍ତୁ ବାରହା ବଦଳରେ ଶିକାର ସାଜିଲା ଷଣ୍ଢ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ଡମପଡା ବ୍ଲକ୍ କଇଁମୁଣ୍ଡି ଗ୍ରାମରେ। ସୂଚନା ଅନୁଯାୟୀ ପାଥପୁର ପଂଚାୟତ ସ୍ଥିତ କଇଁମୁଣ୍ଡି ଗ୍ରାମର କିଛି ଅସାମାଜିକ ଲୋକ ଜଙ୍ଗଲୀ ବାରହା ଶିକାର ପାଇଁ ବୋମା ଖଞ୍ଜିଥିଲେ। କିନ୍ତୁ ବାରହା ବଦଳରେ ଏକ ବୁଲା ଷଣ୍ଢ ଖାଦ୍ୟ ଅନ୍ୱେଷଣ ବେଳେ ପୂର୍ବରୁ ବାରହା […]
ଲଗାଣ ବର୍ଷାରେ ପଟଙ୍ଗା ନାଳ ଉଫୁଣିଲା: ୧୩୦ ପରିବାର ଜଳବନ୍ଦୀ, ବଣାଇଁ-କୁଚିଣ୍ଡା ରାସ୍ତା ଅବରୋଧ କରି ଅଞ୍ଚଳବାସୀଙ୍କ ପ୍ରତିବାଦ
ବଣାଇଁଗଡ଼ (PPS): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ବଣାଇଁଗଡ଼ ବ୍ଲକ୍ ଅନ୍ତର୍ଗତ ପଟଙ୍ଗା ନାଳରେ ଜଳସ୍ତର ହଠାତ୍ ବୃଦ୍ଧି ପାଇଛି। ନାଳ ଉପରେ ଥିବା ପୋଲ ଉପରେ ପ୍ରବଳ ପାଣି ପ୍ରବାହିତ ହେଉଥିବାରୁ ସ୍କୁଲ, ଟୁଣିଆପାଲି ଏବଂ କୁଚିଣ୍ଡା ଯାତାୟାତ ରାସ୍ତା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ଫଳରେ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଖବରର ମୁଖ୍ୟ ବିନ୍ଦୁ: “ପ୍ରତିବର୍ଷ ବର୍ଷା ହେଲେ ଏଭଳି ସମସ୍ୟା ଦେଖାଦେଉଛି। ଆମେ ଭୋଟ୍ ଦେଉଛୁ, କିନ୍ତୁ ଆମର […]
ହିତାଧିକାରୀଙ୍କୁ ଉପେକ୍ଷା: ସହଯୋଗ କରୁନି ସେବା ସମବାୟ ସମିତି, ଚିନ୍ତାରେ ଦୁଗ୍ଧଚାଷୀ
ଟାଙ୍ଗୀ (ଖୋର୍ଦ୍ଧା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ ଛାଞ୍ଚଗିରି ପଞ୍ଚାୟତର ନିମୈପୁର ଗ୍ରାମରେ ସରକାରଙ୍କ ଗୋପାଳନ (ଜି.ପି.ଆଇ.) ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହୋଇଛି। ଓଲସିଂହ ସେବା ସମବାୟ ସମିତିର ଟାଳଟୁଳ ନୀତି ଯୋଗୁଁ ଆର୍ଥିକ ଅନାଟନରେ ଗତି କରୁଥିବା ଗୋପାଳକମାନେ ଋଣ ସହାୟତାରୁ ବଞ୍ଚିତ ହେଉଛନ୍ତି। ମୁଖ୍ୟ ସମସ୍ୟା ଓ ଅଭିଯୋଗ: ସମିତି ସମ୍ପାଦକଙ୍କ ସଫେଇ ଓ ଚାଷୀଙ୍କ ଦାବି: ସମବାୟ ସମିତିର ସମ୍ପାଦକ ରଘୁନାଥ ବସନ୍ତରାୟଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆବେଦନକାରୀମାନେ […]
ବାଗୁଡ଼ି ପାହାଡ଼ରୁ ମାସିକ ୬ କୋଟି ଟଙ୍କାର ପଥର ଲୁଟ୍; ପ୍ରଶାସନ ଓ ଖଣି ବିଭାଗ ନିଷ୍କ୍ରିୟ
ସୋର (ବାଲେଶ୍ୱର): ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳସ୍ଥିତ ବାଗୁଡ଼ି ପାହାଡ଼ରୁ ଅବୈଧ ଭାବେ ଖୁଲମ୍ଖୁଲା ପଥର ଲୁଟ୍ ଚାଲିଛି। ପଥର ମାଫିଆମାନେ ସକ୍ରିୟ ଥିବା ବେଳେ ଖଣି ବିଭାଗର ନିଷ୍କ୍ରିୟତା ଓ ଖାମଖିଆଲି ନୀତି ଯୋଗୁଁ ସରକାର ମାସକୁ ପ୍ରାୟ ୬ କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ଅବୈଧ କାରବାରର ଚିତ୍ର: ବିଭାଗୀୟ ଅଧିକାରୀଙ୍କ ସ୍ଥିତି:
