1 min read

ଭଦ୍ରକ ଷ୍ଟାଡିୟମ୍‌ରେ ଭଙ୍ଗାରୁଜା ଅଭିଯୋଗ: ୧୨ କ୍ରୀଡ଼ା ସଂଘର କାର୍ଯ୍ୟାଳୟ ମାଟିରେ ମିଶାଇଦେଲେ ଠିକାଦାର!

ଭଦ୍ରକ: ୫ ଏକର ପରିମିତି ଭୂମିରେ ଥିବା ଭଦ୍ରକର ଐତିହାସିକ ନେହରୁ ଷ୍ଟାଡିୟମ୍‌କୁ ନେଇ ପୁଣି ବିବାଦ ଦେଖାଦେଇଛି। ଷ୍ଟାଡିୟମ୍‌ର ମରାମତି ଓ ଉନ୍ନତୀକରଣ କାର୍ଯ୍ୟ ଚାଲିଥିବାବେଳେ ଠିକାଦାରଙ୍କ ପୋକଲିନ୍‌ ମେସିନ୍‌ ଷ୍ଟାଡିୟମ୍‌ ପରିସରରେ ଥିବା ୧୨ଟି କ୍ରୀଡ଼ା ସଂଘର କାର୍ଯ୍ୟାଳୟକୁ ଭାଙ୍ଗି ମାଟିରେ ମିଶାଇ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି ଜିଲ୍ଲା ଅଲିମ୍ପିକ୍‌ ସଂଘର କର୍ମକର୍ତ୍ତାମାନେ ଥାନାରେ ଅଭିଯୋଗ କରିଛନ୍ତି। ଜିଲ୍ଲା ଅଲିମ୍ପିକ୍‌ ସଂଘର ସମ୍ପାଦକ ଶୁଭେନ୍ଦୁ ରାୟମହାପାତ୍ରଙ୍କ ଅଭିଯୋଗ ଅନୁଯାୟୀ, କ୍ରୀଡ଼ା […]

1 min read

ଖଣ୍ଡପଡ଼ାରେ ୧୦୫ କୋଟିର ୭ ପ୍ରକଳ୍ପର ଶିଳାନ୍ୟାସ

ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ ଦିଗରେ ବଡ଼ ପଦକ୍ଷେପ: ଭର୍ତ୍ତୃହରି ମହତାବ ଭାପୁର/ଖଣ୍ଡପଡ଼ା : ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ୧୦୫ କୋଟିରୁ ଅଧିକ ଟଙ୍କା ବ୍ୟୟରେ ୭ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଓ ସେତୁ ପ୍ରକଳ୍ପର ଶୁଭଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ଭାପୁର ଓ ଖଣ୍ଡପଡ଼ା ବ୍ଲକରେ ଏହି ପ୍ରକଳ୍ପଗୁଡ଼ିକ ହାତକୁ ନିଆଯାଇଛି। ଭାପୁର ବ୍ଲକର ୫ଟି ପ୍ରକଳ୍ପ ପାଇଁ ମୋଟ ୭୪ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥିରେ […]

1 min read

ଲୋୟର ସୁକତେଲରେ ବିସ୍ଥାପନ ବିବାଦ: ରାତାରାତି ଆଜବେଷ୍ଟସ୍ ଘର, ଉଠିଲା ଦୁର୍ନୀତି ପ୍ରଶ୍ନ

ବଲାଙ୍ଗୀର: ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା। ୨୦୨୪ରେ ପ୍ରକଳ୍ପର ଲୋକାର୍ପଣ ପରେ ବି ବିବାଦ ଥମିନାହିଁ। ବରଂ ବିସ୍ଥାପନ, କ୍ଷତିପୂରଣ ଓ ଦୁର୍ନୀତିକୁ ନେଇ ଏହି ପ୍ରକଳ୍ପ ଅଧିକ ଅପବାଦ ମୁଣ୍ଡାଇଛି। ବିସ୍ଥାପିତଙ୍କୁ କ୍ଷତିପୂରଣ ରାଶି ପ୍ରଦାନରେ ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ପ୍ରକଳ୍ପ ସହ ସମ୍ପୃକ୍ତ ପୂର୍ବତନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ, ପୂର୍ବତନ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ବିନୟ ଗଡ଼ନାୟକ ଏବଂ ସଦ୍ୟ ଭାବେ ଓଡ଼ିଶା […]

1 min read

କୋଇଲା ପରିବହନ ପାଇଁ ରାସ୍ତା ନାହିଁ, ବଢୁଛି ଅସନ୍ତୋଷ

ଛେଣ୍ଡିପଦାରେ ଦୈନିକ ୯୦୦ରୁ ଅଧିକ କୋଇଲା ଟ୍ରକ୍‌ ଚଳାଚଳ, ଦୁର୍ଘଟଣା ଆଶଙ୍କାରେ ଲୋକେ ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ଏକାଧିକ ଖଣିରୁ କୋଇଲା ପରିବହନ ହେଉଥିଲେ ମଧ୍ୟ ସ୍ୱତନ୍ତ୍ର ରାସ୍ତା ନିର୍ମାଣ ହୋଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଛେଣ୍ଡିପଦା ବ୍ଲକ୍‌ ଅଞ୍ଚଳରେ ୪୧ଟି କୋଇଲା ଖଣି ହେବାକୁ ଥିବା ବେଳେ ବର୍ତ୍ତମାନ ୫ଟି ଖଣିରୁ କୋଇଲା ପରିବହନ ହେଉଛି। ରାଇଝରଣରେ ଥିବା ଉତ୍କଳ ବି-୧, ଉତ୍କଳ ବି-୨, ଉତ୍କଳ ସି, ଉତ୍କଳ […]

1 min read

କାଦୁଅ ରାସ୍ତାରେ ଯାତାୟାତ ଦୁର୍ବିଷହ, ଡିଏମ୍‌ଏଫ୍‌ ଅର୍ଥ ବିନିଯୋଗକୁ ନେଇ ଉଠିଲା ପ୍ରଶ୍ନ

ପାଇକମାଳ: ପାଇକମାଳ ବ୍ଲକ କାଂସଡ଼ା ପଞ୍ଚାୟତ ଅନ୍ତର୍ଗତ ଭୂତମୁଣ୍ଡା-ଅଚ୍ୟୁତପୁର (ଢେଙ୍କିମୁଣ୍ଡା) ଗାଁକୁ ଯାତାୟାତ ରାସ୍ତାର ଅବସ୍ଥା ବର୍ଷା ହେଲେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ୁଛି। ଭୂତମୁଣ୍ଡାଠାରୁ ମାତ୍ର ପ୍ରାୟ ୧ କିମି ଦୂରରେ ଥିବା ଏହି ଗାଁରେ ୬୦ରୁ ଊର୍ଦ୍ଧ୍ୱ ପରିବାରର ପ୍ରାୟ ୪୦୦ ଲୋକ ବସବାସ କରୁଛନ୍ତି। ହେଲେ ଗାଁକୁ ପହଞ୍ଚିବା ପାଇଁ ପକ୍କା ରାସ୍ତାଟିଏ ଦୀର୍ଘଦିନ ଧରି ହୋଇପାରିନାହିଁ। ବର୍ଷା ଋତୁରେ ଏହି ରାସ୍ତାରେ ଯାତାୟାତ ଏକପ୍ରକାର ଦୁର୍ବିଷହ ହୋଇପଡ଼େ। ଛାତ୍ରଛାତ୍ରୀମାନେ ପ୍ରତିଦିନ ଏହି ରାସ୍ତା […]

1 min read

ରାଉରକେଲାରେ ସ୍ମାର୍ଟ ସିଟି ବ୍ୟବସ୍ଥା ବେହାଲ, କାଗଜପତ୍ରରେ ସୀମିତ ଆର୍‌ଏମ୍‌ସି ସ୍ୱଚ୍ଛତା

ରାଉରକେଲା: ସ୍ମାର୍ଟ ସିଟି ରାଉରକେଲାରେ ପରିମଳ ବ୍ୟବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ସ୍ଥାନୀୟ ସିଭିଲ୍ ଟାଉନସିପ୍‌ ହେଉ କି ଗୋପବନ୍ଧୁପାଲି, ମଧୁସୂଦନପାଲି—ପ୍ରାୟ ସବୁ ଅଞ୍ଚଳରେ ସମାନ ସ୍ଥିତି। ରାସ୍ତାଘାଟ, ନାଳନର୍ଦ୍ଦମା ସବୁଠି ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଛି। ଅନ୍ୟପକ୍ଷରେ, ଜାତୀୟ ସ୍ୱଚ୍ଛତା ସର୍ଭେକ୍ଷଣ ରାଙ୍କିଂରେ ରାଉରକେଲା କ୍ରମାଗତ ଭାବେ ନିଜ ସ୍ଥିତି ବଜାୟ ରଖିଆସିଛି। ଗତ ୫ ବର୍ଷର ରିପୋର୍ଟ ଦେଖିଲେ ୨୦୨୧ରେ ରାଉରକେଲା ୫୭ତମ, ୨୦୨୨ରେ ୪୫ତମ, ୨୦୨୩ରେ ୧୧୯ତମ ଏବଂ ୨୦୨୪ରେ […]

1 min read

ବିଚିତ୍ରପୁର ଜଙ୍ଗଲରେ ୫ ଓରାଙ୍ଗଉଟାଙ୍ଗଙ୍କୁ ନେଇ ଚର୍ଚ୍ଚା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ର ବିଚିତ୍ରପୁର ଜଙ୍ଗଲରେ ୫ଟି ଅଜଣା ଜୀବ ଠାବ ହେବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଜୀବଗୁଡ଼ିକ ଓରାଙ୍ଗଉଟାଙ୍ଗ ହୋଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ, ସେମାନେ ପ୍ରକୃତରେ କେଉଁ ପ୍ରଜାତିର ତାହା ନେଇ ଏବେ ବି ରହିଛି ରହସ୍ୟ। ଖବର ପାଇ ବନବିଭାଗର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଜୀବଗୁଡ଼ିକୁ ଉଦ୍ଧାର କରିଥିଲା। ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଉଦୟପୁର ବନପାଳ କାର୍ଯ୍ୟାଳୟକୁ ନିଆଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା […]

1 min read

ବାଲେଶ୍ୱରରେ ୫୦ ଲକ୍ଷ ଟଙ୍କାର ମତ୍ସ୍ୟ ଲ୍ୟାବ୍‌ ଅବ୍ୟବହୃତ, ଗୋରୁ ଚରୁଛନ୍ତି ପରିସରରେ

ବାଲେଶ୍ୱର: ବାଲେଶ୍ୱର ପୌରାଞ୍ଚଳର ୩ ନମ୍ବର ୱାର୍ଡ ଦିଗିରହଣିଆଠାରେ ମତ୍ସ୍ୟ ବିଭାଗ ପକ୍ଷରୁ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମତ୍ସ୍ୟ ଲ୍ୟାବ୍‌ ଓ ଟ୍ରେନିଂ ସେଣ୍ଟର ଏବେ ପରିତ୍ୟକ୍ତ ହୋଇପଡ଼ିଛି। କର୍ମଚାରୀ ଅଭାବରୁ ଦୀର୍ଘଦିନ ଧରି ବନ୍ଦ ଥିବା ଏହି କେନ୍ଦ୍ର ଏବେ ଘାସବଣରେ ପରିଣତ ହୋଇଥିବା ବେଳେ ରାତି ହେଲେ ଅସାମାଜିକଙ୍କ ଆଡ଼ା ଜମୁଥିବା ଅଭିଯୋଗ ହେଉଛି। ପ୍ରାୟ ୫ ବର୍ଷ ପୂର୍ବେ ୧ ଏକର ଜମିରେ ୨ ମହଲା ବିଶିଷ୍ଟ ଲ୍ୟାବ୍‌ […]

1 min read

ବାତ୍ୟା ଓ ବନ୍ୟାରେ ବାଲେଶ୍ୱରର ୪ ବ୍ଲକ୍‌ର ୧୦୦୮ ଗାଁ, ମାତ୍ର ୫୪ଟି ଆଶ୍ରୟସ୍ଥଳ

ବାଲେଶ୍ୱର: ସାମୁଦ୍ରିକ ଝଡ଼, ବାତ୍ୟା ସହ ସୁବର୍ଣ୍ଣରେଖା ଓ ଜଳକା ନଦୀର ବନ୍ୟା ଯୋଗୁଁ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ ବସ୍ତା ବ୍ଲକ୍‌ ପ୍ରତିବର୍ଷ କ୍ଷତିଗ୍ରସ୍ତ ହେଉଛି। ଏଭଳି ବିପର୍ଯ୍ୟୟ ସମୟରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ (ଏମ୍‌ସିଏସ୍‌) ଓ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ (ଏମ୍‌ଏଫ୍‌ଏସ୍‌)ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହେଲେ ଏହି ୪ ବ୍ଲକ୍‌ର ୧୦୦୮ଟି ଗାଁ ପାଇଁ ରହିଛି ମାତ୍ର ୫୪ଟି ଆଶ୍ରୟସ୍ଥଳ। ୨୦୧୧ ଜନଗଣନା ଅନୁସାରେ, ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ […]

1 min read

ଆବର୍ଜନାରେ ପୋତି ହେଉଛି ପୁରୁଣାପଡ଼ା ପୋଖରୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ପୁରୁଣାପଡ଼ାସ୍ଥିତ ପୋଖରୀ ଏବେ ଜଳାଶୟ ନୁହେଁ, ଆବର୍ଜନାର ଭଣ୍ଡାର ପାଲଟିଛି। ବର୍ଷ ବର୍ଷ ଧରି ପୋଖରୀରେ ଅଳିଆ ଆବର୍ଜନା ପଡ଼ି ଏହା ପୋତି ହେବାକୁ ବସିଛି। ୨୦୨୩ରେ ପୋଖରୀ ପଙ୍କୋଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ ପାଇଁ ୬୬ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇ କାମ ଆରମ୍ଭ ହୋଇଥିଲେ ମଧ୍ୟ ଦୁଇ ବର୍ଷ ପରେ ମଧ୍ୟ ଏହା ଅଧାପନ୍ତରିଆ ହୋଇପଡ଼ିଛି। ସହରରେ ୧୦ରୁ ଅଧିକ ପୋଖରୀ ଥିବାବେଳେ ଅନେକ ପୋଖରୀ ଆବର୍ଜନାରେ ପୋତି […]