ପ୍ରମୁଖ ଖବର
ତପ୍ତପାଣିରେ ସ୍ୱର୍ଣ୍ଣିମ ଅଧ୍ୟାୟ ଗଞ୍ଜାମ-ଗଜପତି ସୀମାନ୍ତରେ ରାଷ୍ଟ୍ରପତିଙ୍କ ଐତିହାସିକ ଗସ୍ତ; ମା’ କନ୍ଧୁଣୀ ଦେବୀ ଓ ଶ୍ରୀ ନୀଳକଣ୍ଠେଶ୍ଵରଙ୍କ ଆଶୀର୍ବାଦ ଭିକ୍ଷା
ଦିଗପହଣ୍ଡି, ୪।୮: ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟଭରା ପୂର୍ବଘାଟ ପର୍ବତମାଳାର କୋଳରେ ଅବସ୍ଥିତ ତଥା ଗଞ୍ଜାମ-ଗଜପତି ଜିଲା ସୀମାନ୍ତର ପ୍ରସିଦ୍ଧ ଶୈବ ଓ ଶାକ୍ତ ପୀଠ ଏବଂ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ‘ତପ୍ତପାଣି’ ଆଜି ଏକ ନୂତନ ତଥା ସ୍ୱର୍ଣ୍ଣିମ ଇତିହାସର ସାକ୍ଷୀ ହୋଇଛି। ଦେଶର ପ୍ରଥମ ନାଗରିକ ତଥା ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଏହି ପବିତ୍ର ଉଷ୍ମ ପ୍ରସ୍ରବଣ ପୀଠ ଗସ୍ତ କରି ଏକ ଅବିସ୍ମରଣୀୟ ଅଧ୍ୟାୟର ସୂତ୍ରପାତ କରିଛନ୍ତି। ତପ୍ତପାଣିର ପ୍ରକୃତିଦତ୍ତ […]
‘ସ୍ପାଇଡର-ମ୍ୟାନ୍: ବ୍ରାଣ୍ଡ୍ ନ୍ୟୁ ଡେ’ ଧୂଆଁଧାର ଆୟ; ପ୍ରଥମ ସପ୍ତାହରେ ହିଁ ୩୦୬ କୋଟି ଟଙ୍କା ପାର୍ଶ୍ୱ ଇଣ୍ଡିଆ କଲେକ୍ସନ୍!
ନୂଆଦିଲ୍ଲୀ: ହଲିଉଡ୍ ଅଭିନେତା ଟମ୍ ହଲ୍ୟାଣ୍ଡଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସ୍ପାଇଡର-ମ୍ୟାନ୍: ବ୍ରାଣ୍ଡ୍ ନ୍ୟୁ ଡେ’ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଛି। ଏହି ଫିଲ୍ମଟି ମୁକ୍ତିଲାଭର ମାତ୍ର ତିନି ଦିନ ମଧ୍ୟରେ ସମଗ୍ର ବିଶ୍ୱରେ ଆଶ୍ଚର୍ଯ୍ୟଜନକ ଆୟ କରିଛି। ଭାରତୀୟ ବଜାରରେ ମଧ୍ୟ ଫିଲ୍ମଟିର ପ୍ରଦର୍ଶନ ଅତ୍ୟନ୍ତ ଚମତ୍କାର ରହିଛି। ରିପୋର୍ଟ ଅନୁଯାୟୀ, ଭାରତରେ ଫିଲ୍ମଟି ପ୍ରଥମ ସପ୍ତାହରେ ହିଁ ୩୦୬ କୋଟି ୪୬ ଲକ୍ଷ ଟଙ୍କାର ଆୟ କରିଛି, ଯାହା ଅନେକ ବଡ […]
୨୦୨୬ କମନ୍ୱେଲ୍ଥ ଗେମ୍ସ୍ ସମାପ୍ତ; ୨୦୩୦ରେ ଅହମ୍ମଦାବାଦରେ ହେବ ପରବର୍ତ୍ତୀ ମହାକୁମ୍ଭ
ୱାଶିଂଟନ୍/ଗ୍ଲାସଗୋ: ଆନନ୍ଦ ଓ ଉତ୍ସାହର ମଧ୍ୟରେ ୨୦୨୬ କମନ୍ୱେଲ୍ଥ ଗେମ୍ସ୍ ର ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡ଼ା ମହାକୁମ୍ଭରେ ଭାରତ ସମୁଦାୟ ୩୯ଟି ପଦକ (୧୩ଟି ସ୍ୱର୍ଣ୍ଣ, ୧୭ଟି ରୌପ୍ୟ ଏବଂ ୯ଟି କାଂସ୍ୟ) ଜିତି ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହି କାର୍ଯ୍ୟ ସମାପ୍ତ କରିଛି। ଉଦ୍ଯାପନୀ ଦିବସରେ ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ କୌଣସି ନୂତନ ପଦକ ଜିତିବାରେ ସଫଳ ହୋଇନଥିଲେ। ଉଦ୍ଯାପନୀ ଦିବସର ମୁଖ୍ୟ ଆକର୍ଷଣ: ଭାରତକୁ […]
ଟଳିଲା ଯୁଦ୍ଧ ଆଶଙ୍କା: ଇରାନ ଉପରେ ହେବାକୁ ଥିବା ଭୟଙ୍କର ଆକ୍ରମଣକୁ ସ୍ଥଗିତ ରଖିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ୱାଶିଂଟନ୍/ତେହେରାନ: ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧର ଆଶଙ୍କା ଏବେ ହ୍ରାସ ପାଇବାରେ ଲାଗିଛି। ପରସ୍ପରର ଘୋର ବିରୋଧୀ ଥିବା ଏହି ଦୁଇ ଦେଶ ଏବେ ପୁଣି ଏକ ଶାନ୍ତି ଚୁକ୍ତି ଆଡ଼କୁ ଅଗ୍ରସର ହେଉଥିବା ଜଣାପଡ଼ିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଆମେରିକା ପକ୍ଷରୁ ଇରାନ ଉପରେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ ହୋଇସାରିଥିଲା। ଟ୍ରମ୍ପଙ୍କ ମତରେ […]
ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର କଲେ ଉଦ୍ଘାଟନ
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଗଷ୍ଟ ୩ ତାରିଖ ଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ସେ ଓଡ଼ିଶାରେ ରହିବେ। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ସେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲେ। ସେଠାରେ ତାଙ୍କୁ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫୁଲତୋଡ଼ା ଦେଇ ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହାପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେ […]
ରାଜ୍ୟରେ ସକ୍ରିୟ ମୌସୁମୀ ପୁଣି ଆରମ୍ଭ ହେଲା ବର୍ଷା; ଆସନ୍ତା ୪ ଦିନ ଯାଏଁ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ନେଇ ସତର୍କତା ଜାରି
ଭୁବନେଶ୍ୱର: ରାଜ୍ୟରେ ପୁଣିଥରେ ସକ୍ରିୟ ହୋଇଉଠିଛି ମୌସୁମୀ ବାୟୁ। ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଥିବାବେଳେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ନେଇ ବିଶେଷ ସତର୍କତା ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ସକ୍ରିୟ ମୌସୁମୀ ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ଏହି ପ୍ରବାହ ଜାରି ରହିବ। ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହାର ପ୍ରଭାବ […]
ଚାର୍ଜ ଥିବା ମୋବାଇଲ ବ୍ଲାଷ୍ଟ ହୋଇ ଘର ଜଳିଗଲା; ଅଳ୍ପକେ ବର୍ତିଲେ ପରିବାର ସମସ୍ତ ସଦସ୍ୟ
ଭବାନୀପାଟଣା /ଜୁନାଗଡ: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କେନ୍ଦୁପାଟି ଗ୍ରାମପଞ୍ଚୟତର କନ୍ଧ ବ୍ରାହ୍ମଣୀଗୁଡ଼ା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ଏହି ଗ୍ରାମର ବିକ୍ରମ ଜାନୀ (୩୫)ଙ୍କ ଘରେ ରାତି ୧୨ ଘଣ୍ଟା ସମୟରେ ମୋବାଇଲ କୁ ଚାର୍ଜ ରେ ଲଗାଇ ପରିବାରର ସମସ୍ତେ ସୋଇଥିବା ବେଳେ ପ୍ରାୟ ରାତ୍ର ୩ ଘଣ୍ଟା ସମୟରେ ଉକ୍ତ ମୋବାଇଲ ବ୍ଲାଷ୍ଟ ହୋଇଯାଇଥିଲା l ଏବଂ ଘରର ଏକ ପାର୍ଶ୍ୱରେ ନିଆଁ ଲାଗି ଯାଇଥିଲା । କିଛି […]
ବିହାର ଉପନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ଐତିହାସିକ ବିଜୟ
ବିହାର ରାଜନୀତିରେ ଏକ ଅଭୂତପୂର୍ବ ଓ ଐତିହାସିକ ଆଲୋଡ଼ନ ସୃଷ୍ଟି ହୋଇଛି। କ୍ଷମତାସୀନ ବିଜେପି-ଜେଡିୟୁ (NDA) ମେଣ୍ଟର ସବୁଠାରୁ ମଜବୁତ ଗଡ଼ ବୋଲାଉଥିବା ଆସନରେ ପ୍ରଶାନ୍ତ କିଶୋରଙ୍କ ନବଗଠିତ ଦଳ ‘ଜନ ସୁରାଜ’ ଏକ ଆଶ୍ଚର୍ଯ୍ୟଜନକ ଓ ଐତିହାସିକ ବିଜୟ ହାସଲ କରିଛି। ଦୀର୍ଘ ଦିନରୁ ବିଜେପିର ଏକଚାଟିଆ ଦବ୍ଦବା ରହିଥିବା ଏହି ବେଲ୍ଟରେ ପ୍ରଶାନ୍ତ କିଶୋରଙ୍କ ଦଳର ପ୍ରାର୍ଥୀ ବିଜୟୀ ହେବା ପରେ ଏବେ ସାରା ଦେଶର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି—ଏହା କ’ଣ […]
କୟାଁଗୋଲା-ଆରଡ଼ି ରାସ୍ତା ଜଳମଗ୍ନ କାଉଡ଼ିଆଙ୍କ ଗମନାଗମନ ଉପରେ କଟକଣା ଜାରି
ଯାଜପୁର (ପିପିଏସ ): ଲଗାଣ ବର୍ଷା ଓ ବନ୍ୟା ଜଳ ଯୋଗୁଁ କୟାଁଗୋଲା-ଆରଡ଼ି ରାସ୍ତା ଜଳମଗ୍ନ ହୋଇପଡ଼ିଛି। ଆସନ୍ତା ଶ୍ରାବଣ ସୋମବାର ଅବସରରେ ବୋଲବମ୍ ଶ୍ରଦ୍ଧାଳୁ (କାଉଡ଼ିଆ) ଏବଂ ସାଧାରଣ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ରାସ୍ତାରେ ଗମନାଗମନ ଉପରେ ଗୁରୁତ୍ୱପୂର୍ଣ୍ଣ କଟକଣା ଜାରି କରାଯାଇଛି। ଜିଲ୍ଲାପାଳ, ଯାଜପୁର ଶ୍ରୀ ଅମ୍ବର କୁମାର କରଙ୍କ ସ୍ପଷ୍ଟ ନିର୍ଦ୍ଦେଶକ୍ରମେ କୟାଁଗୋଲାଠାରେ ପୁଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ୱାରା ବ୍ୟାରିକେଡ୍ ସ୍ଥାପନ କରାଯାଇଛି। ରାସ୍ତା ଉପରେ […]
ନିଟ୍ ପିଜି-୨୦୨୬ ପାଇଁ କଡ଼ା ସୁରକ୍ଷା, ଏଥର ଗୋଟିଏ ପର୍ଯ୍ୟାୟରେ ପରୀକ୍ଷା
ନୂଆଦିଲ୍ଲୀ: ନିଟ୍ ପିଜି-୨୦୨୬ ପରୀକ୍ଷାକୁ ସ୍ବଚ୍ଛ, ନିରପେକ୍ଷ ଓ ପରୀକ୍ଷାର୍ଥୀଙ୍କ ପାଇଁ ସୁବିଧାଜନକ କରିବା ନିମନ୍ତେ କେନ୍ଦ୍ର ସରକାର ବ୍ୟାପକ ପରିବର୍ତ୍ତନ କରିଛନ୍ତି। ଅଗଷ୍ଟ ୩୦ ତାରିଖ ରବିବାର ସକାଳ ୯ଟାରୁ ଅପରାହ୍ଣ ୧୨ଟା ୩୦ ପର୍ଯ୍ୟନ୍ତ ସାରା ଦେଶରେ ଗୋଟିଏ ପର୍ଯ୍ୟାୟରେ କମ୍ପ୍ୟୁଟର୍ଭିତ୍ତିକ ପରୀକ୍ଷା ହେବ। ପରୀକ୍ଷାର୍ଥୀଙ୍କୁ ସକାଳ ୭ଟାରୁ କେନ୍ଦ୍ରରେ ପ୍ରବେଶ ଅନୁମତି ମିଳିବ ଏବଂ ସାଢ଼େ ୮ଟାରେ ପ୍ରବେଶଦ୍ବାର ବନ୍ଦ କରିଦିଆଯିବ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ୍ ପ୍ରକାଶ ନଡ୍ଡା ଶନିବାର ନ୍ୟାସନାଲ୍ ବୋର୍ଡ ଅଫ୍ ଏକ୍ଜାମିନେସନ୍ସ ଇନ୍ ମେଡିକାଲ୍ ସାଇନ୍ସେସ୍ (ଏନ୍ବିଇଏମ୍ଏସ୍), ପ୍ରଯୁକ୍ତି ସହଯୋଗୀ ସଂସ୍ଥା ଏବଂ ଅନ୍ୟ ଅଂଶୀଦାରଙ୍କ ପ୍ରସ୍ତୁତି ସମୀକ୍ଷା କରିଥିଲେ। ପରୀକ୍ଷା ଯେପରି ସୁରୁଖୁରୁରେ, ସୁରକ୍ଷିତ ଓ ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ହୁଏ, ତାହା ନିଶ୍ଚିତ କରିବାକୁ ସେ ସମସ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥର ମୋଟ ୨ ଲକ୍ଷ ୭୩ ହଜାର ୧୮୩ ପରୀକ୍ଷାର୍ଥୀ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ତୁଳନାରେ ଏହି ସଂଖ୍ୟା ସାଢ଼େ ୧୨ ପ୍ରତିଶତରୁ ଅଧିକ। ପ୍ରାୟ ୩୪୦ଟି ସହରର ୧୩୦୦ରୁ ଅଧିକ କେନ୍ଦ୍ରରେ ପରୀକ୍ଷା ହେବ ଏବଂ ୬୦ ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ହେବେ। ପରୀକ୍ଷା କେନ୍ଦ୍ର ବଣ୍ଟନରେ ପୂର୍ବରୁ ପ୍ରଚଳିତ ‘ଆଗେ ଆସିଲେ ଆଗେ ପାଇବେ’ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ପରୀକ୍ଷାର୍ଥୀ ତିନିଟି ରାଜ୍ୟକୁ ପସନ୍ଦ କରିପାରିବେ। ସେମାନଙ୍କ ଚିଠିପତ୍ର ଠିକଣା ଥିବା ରାଜ୍ୟକୁ ପ୍ରଥମ ପସନ୍ଦ କରିବା ବାଧ୍ୟତାମୂଳକ। ଫଳରେ ବାସସ୍ଥାନ ନିକଟରେ କେନ୍ଦ୍ର ମିଳିବାର ସମ୍ଭାବନା ବଢ଼ିବ। ପରୀକ୍ଷାର ପ୍ରାୟ ତିନି ସପ୍ତାହ ପୂର୍ବରୁ ସହର ସମ୍ପର୍କରେ ସୂଚନା ମିଳିବ। ପୂର୍ବର ୨୦୦ ବଦଳରେ ଏଥର ୧୮୦ଟି ପ୍ରଶ୍ନ ରହିବ। କିନ୍ତୁ ପରୀକ୍ଷା ଅବଧି ୨୧୦ ମିନିଟ୍ ରହିବାରୁ ପ୍ରତ୍ୟେକ ପ୍ରଶ୍ନ ପାଇଁ ଅଧିକ ସମୟ ମିଳିବ। ଆବେଦନ ସମୟରେ ଓ ପରୀକ୍ଷା ଦିନ ଆଧାରଭିତ୍ତିକ ପରିଚୟ ଯାଞ୍ଚ କରାଯିବ। ଆଙ୍ଗୁଠି ଛାପ ମେଳ ନ ଖାଇଲେ ଆଖିର ଡୋଳା ଯାଞ୍ଚ କରାଯିବ।
