1 min read

ସମ୍ଭାବ୍ୟ ବାତ୍ୟା ଆଶଙ୍କା: ୫ଟି ଜିଲ୍ଲାରେ ଅକ୍ଟୋବର ୨୮ ଓ ୨୯ରେ ସ୍କୁଲ-କଲେଜ ବନ୍ଦ, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର :ମହାବାତ୍ୟାର ଭୟବହତାକୁ ୨୭ ବର୍ଷ ବିତି ଯାଇଥିଲେ ମଧ୍ୟ ୧୯୯୯ ଅକ୍ଟୋବର ୨୯ର ସେହି କଳାଦିନର ସ୍ମୃତି ଆଜି ବି ଓଡ଼ିଶାବାସୀଙ୍କ ମନରୁ ଲିଭି ନାହିଁ। ବର୍ତ୍ତମାନ ପୁନର୍ବାର ଅକ୍ଟୋବର ଶେଷ ସପ୍ତାହରେ ଆସୁଥିବା ସମ୍ଭାବ୍ୟ ବାତ୍ୟାକୁ ନେଇ ଉପକୂଳ ଓ ଦକ୍ଷିଣ ଓଡ଼ିଶାବାସୀଙ୍କ ମନରେ କୋଉଠି ନା କୋଉଠି ଭୟ ଓ ଚିନ୍ତା ଘର କରିଛି। ଏହି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବାତ୍ୟାର ଗତିପଥ […]

1 min read

୧୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ, ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି

ଭୁବନେଶ୍ବର: ଓଡ଼ିଶାକୁ ଆସୁଛି ପୁଣି ଏକ ବଡ଼ ବର୍ଷା। ୨୭ରେ କମ୍ ଆଉ ୨୮ ଓ ୨୯ରେ ନିର୍ଦ୍ଧୁମ ଛେଚିବ। ଦକ୍ଷିଣରେ ବୁଡ଼ାଇପାରେ, ଉପକୂଳରେ ଉଜାଡ଼ିପାରେ। ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଆଗକୁ ଡିପ୍ରେସନ୍ ଓ ପରେ ବାତ୍ୟାର ରୂପ ନେବାକୁ ଯାଉଥିବା ବେଳେ ଏପଟେ ୩ ଦିନ ଧରି ରାଜ୍ୟରେ ଭୀଷଣ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଭୁବନେଶ୍ବର ମେଟ୍ ଅଫିସ ସ୍ପଷ୍ଟ କରିଛି, ଏବେ ସୁଦ୍ଧା ସମ୍ଭାବ୍ୟ ବାତ୍ୟାର ଗତିପଥ କିମ୍ବା ଲାଣ୍ଡଫଲ୍ […]

1 min read

ଆଜିର ରାଶିଫଳ

ମେଷ ଆଜି ଦଶମ ଚନ୍ଦ୍ରଙ୍କ ଦୃଷ୍ଟି ସମ୍ବନ୍ଧରୁ ବନ୍ଧୁ ମିଳନ ସହ ଅର୍ଥନୈତିକ ଉକତ୍ର୍ଷତା ମୁହଁରେ ହସ ଫୁଟାଇବ। ପାରିବାରିକ ସୈାଖ୍ୟ ସଙ୍ଗକୁ ପୁତ୍ରକନ୍ୟାଙ୍କ ସମସ୍ୟାର ସରଳ ସମାଧାନ କରିପାରିବେ। ଆତ୍ମୀୟ ମାନେ ଇର୍ଷାପରାୟଣ ମନୋଭାବ ନେଇ ଶତ୍ରୁତା ଆଚରଣ କରିପାରନ୍ତି। ନୂତନ ସ୍ଥାନ ପରିଦର୍ଶନର ମଉକା ଜୁଟିପାରେ। ବୃଷ ରାହୁ ଦୃଷ୍ଟ ବୁଧଙ୍କ ସମ୍ପର୍କ ଜନିତ ବନ୍ଧୁଙ୍କ ସହ ଅଶାନ୍ତି ଓ ଅର୍ଥାଭାବର ପରିସ୍ଥିତିକୁ ନେଇ ବିଚଳିତବୋଧ କରିପାରନ୍ତି। ପରିବାରରେ ଭୂଲ୍‌ ବୁଝାମଣା କାରଣରୁ ଭାଇ […]

1 min read

ପୂଜା ମଣ୍ଡପ ପରିଦର୍ଶନ କଲେ ମନ୍ତ୍ରୀ ସୂରଜ

ଭଦ୍ରକ, (PPS ) ଦୁର୍ଗାପୂଜା ଏବଂ ଦଶହରା ଉତ୍ସବ ଅବସରରେ ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି। ତିନି ଦିନ ଧରି ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ପୂଜାମଣ୍ଡପ ଓ ପୀଠ ପରିଦର୍ଶନ କରି ମା’ଙ୍କ ଦର୍ଶନ ସହ ପୂଜା କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ।  ମନ୍ତ୍ରୀ ଖପରପଦା, ବମକୁରା, ବେତାଳିଗାଁ, ସାହୁସାହି, ରଇପୁର, ଓଲଟପୁର, ଉଚ୍ଚପଦା , ଅସୁରାଳି, […]

1 min read

ପାକିସ୍ତାନରେ ରହୁଛି ଦାଉଦ ଇବ୍ରାହିମ୍ : ଭାରତ

ନୂଆଦିଲ୍ଲୀ : ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍‌ର ଅପରାଧିକ ସଂଗଠନ ‘ଡି-କମ୍ପାନୀ’କୁ ଭାରତ-ଆଧାରିତ ଅପରାଧିକ ଗୋଷ୍ଠୀ ଭାବେ ବର୍ଣ୍ଣନା କରିଛନ୍ତି ଜାତିସଂଘର ଜଣେ ସ୍ୱତନ୍ତ୍ର ରିପୋର୍ଟର । ଯାହାକୁ ନେଇ ତାଙ୍କ ଉପରେ କଡ଼ା ଆପତ୍ତି ଉଠାଇଛି ଭାରତ। ଦାଉଦ ଇବ୍ରାହିମ୍ ପାକିସ୍ତାନରେ ଲୁଚି ରହିଥିବା ଦାବି କରି ଭାରତ ଜାତିସଂଘର ରିପୋର୍ଟକୁ ତଥ୍ୟଗତ ତ୍ରୁଟିପୂର୍ଣ୍ଣ ଓ ବାସ୍ତବତାରୁ ଭିନ୍ନ ବୋଲି ସମାଲୋଚନା କରିଛି । ଜାତିସଂଘର ସ୍ୱତନ୍ତ୍ର ରିପୋର୍ଟର ବେନ୍ ସଲ୍ ନିଜ ରିପୋର୍ଟରେ ଦାଉଦ ଇବ୍ରାହିମ୍କୁ ‘ଡି-କମ୍ପାନୀ’ […]

1 min read

ଏଆଇ ଅପବ୍ୟବହାର ରୋକ : କେନ୍ଦ୍ର

ନୂଆଦିଲ୍ଲୀ: ଦେଶର ସମସ୍ତ ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲ୍  ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶନାମା ଜାରି କରାଯାଇଛି। ଟିଭି ଚ୍ୟାନେଲ୍‌ଗୁଡ଼ିକୁ ‘ପ୍ରୋଗ୍ରାମ୍ କୋଡ୍’ କଡ଼ାକଡ଼ି ପାଳନ କରିବାକୁ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି। ଏହାର ଉଲ୍ଲଂଘନ କଲେ କେବୁଲ ଟେଲିଭିଜନ ନେଟ୍‌ୱର୍କ (ନିୟନ୍ତ୍ରଣ) ଆଇନ, ୧୯୯୫ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ ଚେତାବନୀ ଦେଇଛି। ବିଭିନ୍ନ ଘରୋଇ ଚ୍ୟାନେଲ୍ ଦ୍ୱାରା ପ୍ରୋଗ୍ରାମ୍ କୋଡ୍ ଏବଂ କେବୁଲ ଟେଲିଭିଜନ […]

1 min read

କେରଳମ୍‌ରେ ଭୂସ୍ଖଳନ

ତିରୁବନନ୍ତପୁରମ:କେରଳମ୍‌ରେ ତିରୁବନନ୍ତପୁରମ୍‌ର ପରସାଲା ରେଳ ଷ୍ଟେସନ୍ ନିକଟରେ ବୁଧବାର ବିଳମ୍ବିତ ରାତିରେ ଭୂସ୍ଖଳନ ଘଟି ବିଳାସପୁର-ତିରୁନେଲଭେଲି ଏକ୍ସପ୍ରେସର ଇଞ୍ଜିନ୍ ଲାଇନଚ୍ୟୁତ ହୋଇଯାଇଛି। ଯାହା ଫଳରେ ଏହି ପଥରେ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଛି। ରେଳବାଇ ପକ୍ଷରୁ ଛଅଟି ଯାତ୍ରୀବାହୀ ଟ୍ରେନ୍ ବାତିଲ କରିଛି ଏବଂ ପ୍ରଭାବିତ ଏକ୍ସପ୍ରେସ୍ ଟ୍ରେନ୍‌ର ଯାତ୍ରାକୁ ଆଂଶିକ ଭାବରେ ବାତିଲ କରିଛି। ରେଳବାଇ ଅନୁଯାୟୀ, ଘଟଣା ରାତି ୨.୧୯ ମିନିଟରେ ଘଟିଥିଲା। ​​ ଟ୍ରେନ୍ ନମ୍ବର ୨୨୬୧୯ ବିଳାସପୁର-ତିରୁନେଲଭେଲି ଏକ୍ସପ୍ରେସ୍ ଭୂସ୍ଖଳନ ପରେ ପାର୍ସାଲା ନିକଟରେ ଅଟକି […]

1 min read

ଗିରଫ କି ମୃତ୍ୟୁକୁ ନାହିଁ ଭୟ: ଶେଖ ହାସିନା

ନୂଆଦିଲ୍ଲୀ/ଢାକା : ଗିରଫ ହେବାର ଭୟ ନାହିଁ, ନିର୍ଯାତନାକୁ ଭୟ ନାହିଁ, ଏପରିକି ମୃତ୍ୟୁର ଆଶଙ୍କା ଥିଲେ ମଧ୍ୟ ବାଂଲାଦେଶ ଫେରିବେ ବୋଲି ଦୃଢ଼ୋକ୍ତି କରିଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗର ମୁଖ୍ୟ ଶେଖ ହସିନା। ଆସନ୍ତା ଡିସେମ୍ବରରେ ସେ ବାଂଲାଦେଶ ଫେରିବେ ବୋଲି ପୁଣିଥରେ ଘୋଷଣା କରିଛନ୍ତି। ତେବେ ଫେରିବାର ନିର୍ଦ୍ଦିଷ୍ଟ ତାରିଖ ସେ ଜଣାଇ ନାହାନ୍ତି। ୨୦୨୪ ଅଗଷ୍ଟରେ ତାଙ୍କ ସରକାରର ପତନ ପରେ ଶେଖ ହାସିନା ବାଂଲାଦେଶ ଛାଡ଼ି ଭାରତରେ […]

1 min read

ଫ୍ରାନ୍ସରେ ରହୁଥିବା ନାଗରିକଙ୍କ ପାଇଁ ଭାରତ ପକ୍ଷରୁ ପରାମର୍ଶ ଜାରି

ଲେହ/ଜମ୍ମୁ: ଫ୍ରାନ୍ସରେ ଦେଖାଯାଇଥିବା ତୀବ୍ର ଆନ୍ଦୋଳନ ଓ ହିଂସା ଯୋଗୁ ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଲାଗିଥିବାବେଳେ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କୁ ଓ ସେଠାକୁ ଯାତ୍ରା କରୁଥିବା ଭାରତୀୟ ଲୋକଙ୍କୁ ସତର୍କ ରହିବାକୁ ନୂଆଦିଲ୍ଲୀ ପକ୍ଷରୁ ପରାମର୍ଶ ଜାରି କରାଯାଇଛି। ବୁଧବାର ଜାରି ହୋଇଥିବା ପରାମର୍ଶବଳୀରେ ଭାରତୀୟମାନଙ୍କୁ ବଡ଼ ସମାବେଶ ଓ ଭିଡ଼ ସ୍ଥାନଗୁଡ଼ିକୁ ଏଡାଇବାକୁ କୁହାଯାଇଛି। ସ୍ଥାନୀୟ ଫ୍ରାନ୍ସ କର୍ତ୍ତୃପକ୍ଷ ଯେଉଁ ପରାମର୍ଶବଳୀ ଜାରି କରୁଛନ୍ତି ତାକୁ ମାନିବାକୁ ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ନିଜ ନାଗରିକଙ୍କୁ ପରାମର୍ଶ ଜାରି କରିଛି। ଭାରତୀୟମାନଙ୍କୁ […]

1 min read

ଭାଙ୍ଗିଲା ସମାଜବାଦୀ ପାର୍ଟିର ପୂରା ଜିଲ୍ଲା ସଙ୍ଗଠନ

କନ୍ନୌଜ  : ବିଜେପି ସଭାରେ ଖାଲି ଚେୟାରକୁ ନେଇ ଅନେକ ଥର କଟାକ୍ଷ କରିଛି ସମାଜବାଦୀ ପାର୍ଟି (SP)। ହେଲେ ଏବେ ନିଜ ଦଳର ସଭାରେ ଖାଲି ଚେୟାର ଦେଖି ଅଡ଼ୁଆରେ ପଡ଼ିଛି ଅଖିଳେଶ ଯାଦବଙ୍କ ପାର୍ଟି। ଉତ୍ତରପ୍ରଦେଶର କନ୍ନୌଜରେ କର୍ମୀ ସମ୍ମିଳନୀରେ ଆଶାନୁରୂପ ଭିଡ଼ ନ ହେବା ପରେ ପୂରା ଜିଲ୍ଲା ସଙ୍ଗଠନକୁ ଭାଙ୍ଗି ଦେଇଛି ସମାଜବାଦୀ ପାର୍ଟି। ଏଥିସହ ବିଭିନ୍ନ ପଦପଦବୀରେ ଥିବା ନେତାଙ୍କୁ ମଧ୍ୟ ହଟାଇ ଦିଆଯାଇଛି। କନ୍ନୌଜରେ ସମାଜବାଦୀ ପାର୍ଟି କାର୍ଯ୍ୟାଳୟରେ […]