ଶିଳ୍ପ ଓ ବାଣିଜ୍ୟ
ସିନେଟରେ ଏଚ୍-୧-ବି ଭିସା ସମ୍ପର୍କିତ ବିଲ୍ ଉପସ୍ଥାପିତ
ୱାସିଂଟନ: ଯେଉଁମାନେ ଆମେରିକା ଯାଇ ସେଠାରେ କାମ କରିବାର ସ୍ୱପ୍ନ ଦେଖୁଥିବା ଯୁବବର୍ଗଙ୍କ ସ୍ବପ୍ନ ଭାଙ୍ଗିବାର ଆଶଙ୍କା ସୃଷ୍ଟି ହୋଇଛି। ଜଣେ ଆମେରିକୀୟ ସେନେଟର ସେନେଟରେ ଏଚ୍-୧-ବି ଭିସା ସହିତ ଜଡିତ ଏକ ନୂତନ ବିଲ୍ ଆଗତ କରିଛନ୍ତି। ଏହି ବିଲ୍ର ଉଦ୍ଦେଶ୍ୟ ହେଉଛି ୩ ବର୍ଷ ପାଇଁ ନୂତନ ଏଚ୍-୧ବି ଭିସା ପ୍ରଦାନ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ଟ୍ରମ୍ପ ପ୍ରଶାସନ ଦ୍ୱାରା ଲାଗୁ କରାଯାଇଥିବା ଏକ ଲକ୍ଷ ଡଲାର ଫିକୁ ଆଇନଗତ କରିବା। ତେବେ ଏହି ଫିକୁ ଫେଡେରାଲ୍ କୋର୍ଟ ଦ୍ୱାରା ପୂର୍ବରୁ ବାତିଲ କରାଯାଇଛି । ମୋଣ୍ଟାନାରୁ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିର ସେନେଟର ଟିମ୍ ଶୀହି କହିଛନ୍ତି ଯେ ଆମେରିକା ଏପରି ଭିସା ପ୍ରଦାନ ବନ୍ଦ କରିବା ଉଚିତ୍ ଯାହା ଆମେରିକୀୟ ଶ୍ରମିକଙ୍କ ଅଧିକାରକୁ ଦୁର୍ବଳ କରୁଛି।ଏଚ୍-୧-ବି ଭିସା ଏକ ଅଣ-ପ୍ରବାସୀ ଭିସା ଯାହା ଆମେରିକୀୟ କମ୍ପାନିଗୁଡ଼ିକୁ ନିର୍ଦ୍ଦିଷ୍ଟ ପ୍ରକାରର କାମ ପାଇଁ ଦକ୍ଷ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଅନୁମତି ଦେଇଥାଏ। ଏହି କର୍ମଚାରୀମାନଙ୍କର ତତ୍ତ୍ୱଗତ କିମ୍ବା ବୈଷୟିକ ଦକ୍ଷତା ରହିଥିବା ଆବଶ୍ୟକ। ଆମେରିକୀୟ ପ୍ରଯୁକ୍ତିବିଦ୍ୟା କମ୍ପାନିଗୁଡ଼ିକ ପ୍ରତିବର୍ଷ ଭାରତ ଏବଂ ଚୀନ୍ ଭଳି ଦେଶରୁ ହଜାର ହଜାର କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ଏହି ଭିସା ଉପରେ ନିର୍ଭର କରିଥାନ୍ତି। ଯୋଗ୍ୟ ଏବଂ କଠିନ ପରିଶ୍ରମୀ ଆମେରିକୀୟମାନଙ୍କୁ ଶସ୍ତା ବିଦେଶୀ ଶ୍ରମିକଙ୍କ ସହିତ ବଦଳାଇବା ପାଇଁ ନୁହେଁ, ବରଂ ବିଶେଷଜ୍ଞଙ୍କ ପଦବୀ ପାଇଁ ଶ୍ରମିକ ଅଭାବକୁ ପୂରଣ କରିବା ପାଇଁ ଏହି ଭିସା କାର୍ଯ୍ୟକ୍ରମ ସୃଷ୍ଟି କରାଯାଇଥିଲା। ସେ କହିଛନ୍ତି, ମୁଁ ଯେଉଁ ବିଲ୍ ଆଗତ କରିଛି, ତାହା ହେଉଛି ଏଚ୍-୧-ବି ଅପବ୍ୟବହାର ସମାପ୍ତି ଆଇନ, ଏହି କାର୍ଯ୍ୟକ୍ରମକୁ ଏହାର ପ୍ରକୃତ ଉଦ୍ଦେଶ୍ୟକୁ ଫେରାଇ ଆଣିବା ସହ ଆମେରିକୀୟ ଶ୍ରମିକମାନଙ୍କୁ ପ୍ରାଥମିକତା ଦେବ। ଏହି ଆଇନ ଅପବ୍ୟବହାରକୁ ଉତ୍ସାହିତ କରୁଥିବା ନୀତିଗୁଡ଼ିକୁ ବନ୍ଦ କରି କଠୋର ସୁରକ୍ଷା ନିୟମ ସୃଷ୍ଟି କରିବା ସହିତ ଆମର ଜାତୀୟ ସୁରକ୍ଷା ସ୍ୱାର୍ଥକୁ ପ୍ରାଥମିକତା ଦେବ। ଏହି ବିଲ୍ ସ୍ଥାୟୀ ଭାବରେ ଏକ ଦରମା-ଭିତ୍ତିକ ଚୟନ ପ୍ରଣାଳୀ କାର୍ଯ୍ୟକାରୀ କରିବାକୁ କହିଛି। ଏହା ସହ ରାଣ୍ଡମ ଲଟେରୀକୁ ବଦଳାଇବାକୁ ପ୍ରସ୍ତାବ ଦେଇଛି। ଏଥିରେ ଏକ କାଳୀନ ବହୁ ସ୍ଥାନରେ କାର୍ଯ୍ୟ କରୁଥିବା ଏବଂ ତୃତୀୟ-ପକ୍ଷ କର୍ମଚାରୀ-ଏଜେନ୍ସି ମଡେଲଗୁଡ଼ିକ ଉପରେ ରୋକ ଲଗାଇବାକୁ ମଧ୍ୟ ପ୍ରାବଧାନ ରହିଛି।
ଇଏମ୍ଆଇ ଦେବାରେ ଯାଉଛି ପରିବାରର ୬୦% ଆୟ
ନୂଆଦିଲ୍ଲୀ: ଋଣ ନେଇ ନିଜ ଜୀବନର ଗୁରୁତ୍ବପୂର୍ଣ୍ଣ ଅଭିଳାଷ ପୂରଣ କରିବାକୁ ଆଗେଇ ଆସିଥିବା ପରିବାରଗୁଡ଼ିକ ପାଇଁ ମାସିକ କିସ୍ତି ବା ଇଏମ୍ଆଇ ମୁଣ୍ଡବ୍ୟଥାର କାରଣ ପାଲଟିିଛି। ଘର କିମ୍ବା ଗାଡ଼ି କିଣିବା ଲାଗି ମୋଟା ଅଙ୍କର ଋଣ ନେଇଥିବା ଗ୍ରାହକମାନଙ୍କ ପରିବାରର ୬୦ ପ୍ରତିଶତ ରୋଜଗାର ଇଏମ୍ଆଇ ଗଣିବାରେ ଯାଉଛି ବୋଲି ‘ଏକ୍ସପର୍ଟ ପ୍ୟାନେଲ’ର ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ଏଥିରେ ଭାଗ ନେଇଥିବା ୬୦ ପ୍ରତିଶତ ଗ୍ରାହକ କହିଛନ୍ତି ଯେ ସେମାନଙ୍କ ମାସିକ ଆୟ ପୁରା ଇଏମ୍ଆଇ ଦେବାରେ ଚାଲିଯାଉଛି। ଅନ୍ୟ ୪୦ ପ୍ରତିଶତ ଗ୍ରାହକ କହିଛନ୍ତି ଯେ ପୁରୁଣା ଋଣ ଶୁଝିବାକୁ ସେମାନେ ଆହୁରି ଋଣ କରିଛନ୍ତି ଓ ଚଳିବା ପାଇଁ ସେମାନଙ୍କୁ କ୍ରେଡିଟ୍ କାର୍ଡ ଉପରେ ନିର୍ଭର କରିବାକୁ ପଡ଼ୁଛି।ଋଣ ନେଇ ଗ୍ରାହକମାନେ ଏଭଳି ଏକ ଗୋଲକଧନ୍ଦାରେ ଫସିଯାଇଛନ୍ତି, ଯେଉଁଥିରୁ ବାହାରିବାକୁ ସେମାନେ ବାଟ ପାଉନାହାନ୍ତି। ଜୀବନର ବଡ଼ ସଉକ ପୂରଣ କରିବାକୁ ଲୋକମାନେ ଋଣ କରିଥାନ୍ତି ବୋଲି ସାଧାରଣରେ ଯେଉଁ ଭାବନା ରହିଛି ତାହା ସମ୍ପୂର୍ଣ୍ଣ ସତ ନୁହେଁ। ଏହି ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଅଧିକାଂଶ ଗ୍ରାହକ ନିଜର ଅତ୍ୟାବଶ୍ୟକ କାମ କିମ୍ବା ଏଡ଼ାଇ ହେଉନଥିବା ଖର୍ଚ୍ଚ କରିବାକୁ ଋଣ ନେଇଥିଲେ। ଡାକ୍ତରଖାନା ଖର୍ଚ୍ଚ ବହନ କରିବାକୁ ୨୬ ପ୍ରତିଶତ ଗ୍ରାହକ ଋଣ କରିଥିଲେ। ଅନ୍ୟ ୨୨ ପ୍ରତିଶତ ଗ୍ରାହକ ପରିବାର ସଦସ୍ୟଙ୍କ ବିବାହ ଖର୍ଚ୍ଚ ପାଇଁ ଋଣ ନେଇଥିଲେ। ସେହିପରି ୧୮ ପ୍ରତିଶତ ଗ୍ରାହକ ଚାକିରି ଚାଲିଯିବା କିମ୍ବା ବ୍ୟବସାୟରେ ବିଫଳ ହେବାରୁ ଋଣ କରିବାକୁ ବାଧ୍ୟ ହୋଇଥିଲେ। ଅବଶିଷ୍ଟ ୧୫ ପ୍ରତିଶତ ଗ୍ରାହକ ଘର ଚଳାଇବାକୁ ଋଣ ନେଇଥିବା କହିଥିଲେ।
ଓଡ଼ିଶାରେ ୪,୫୭୪ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ସବୁଜ ସଙ୍କେତ: ସୃଷ୍ଟି ହେବ ୨୨,୮୦୦ରୁ ଅଧିକ ପଦବୀ
ଭୁବନେଶ୍ୱର, ୨୨/୭: ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ ଆହୁରି ବେଗବାନ୍ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗାର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି’ (SLSWCA) ବୈଠକରେ ୧୧ଟି ଜିଲ୍ଲାରେ ମୋଟ ୪,୫୭୩.୮୭ କୋଟି ଟଙ୍କାର ୨୩ଟି ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୨୨,୮୭୩ ଜଣଙ୍କ ପାଇଁ ନୂତନ ରୋଜଗାର ସୁଯୋଗ ସୃଷ୍ଟି ହେବ। […]
ବିଶ୍ୱର ସର୍ବଶ୍ରେଷ୍ଠ ଫେସନ ସୋ ଲଣ୍ଡନରେ ପ୍ରଦର୍ଶିତ ହେବ ହାବସପୁରୀ ପାଟ ଓ ସମ୍ବଲପୁରୀ ବସ୍ତ୍ର
ଭବାନୀପାଟଣା/ଜୁନାଗଡ଼, ୨୨/୭: ବିଶ୍ୱର ସର୍ବଶ୍ରେଷ୍ଠ ଫ୍ୟାସନ ସୋ “ଲଣ୍ଡନ ଫ୍ୟାଶନ ୱିକ୍” ପାଇଁ ଡିଜାଇନ ଚୟନ ପ୍ରକିୟା ଆରମ୍ଭ ହୋଇଛି। ଏଥିରେ ବିଭିନ୍ନ ଦେଶର ବଡ଼ ବଡ଼ ଡିଜାଇନର ମାନଙ୍କ ପ୍ରସ୍ତୁତ ଡିଜାଇନମାନ ଭାଗ ନେଇଥିଲା। ସେଥିମଧ୍ୟରୁ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡା ଗ୍ରାମର ଆନ୍ତର୍ଜାତୀୟ ଫ୍ୟାସନ ଡିଜାଇନର୍ ସୁଜିତ୍ ମେହେରଙ୍କ ହାବସପୁରୀ ପାଟ ଶାଢ଼ୀ ପ୍ରଦର୍ଶିତ ପାଇଁ ଚୟନ ହୋଇଛି। ଆସନ୍ତା ନଭେମ୍ବର ୨୧/୨୨ ତାରିଖରେ ନୋଭୋଟେଲ ଲଣ୍ଡନ ହାମର୍ସ୍ମିଥ୍ ଠାରେ ଏହି ଫ୍ୟାଶନ […]
ବୌଦ୍ଧ ଗସ୍ତରେ OSSAAT ନିର୍ଦ୍ଦେଶକ : ମନରେଗା କାର୍ଯ୍ୟକ୍ରମର ସାମାଜିକ ସମୀକ୍ଷା ଓ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ l
ବୌଦ୍ଧ, ୨୧/୦୭: ଓଡ଼ିଶା ସୋସାଇଟି ଫର୍ ସୋସିଆଲ୍ ଅଡିଟ୍, ଆକାଉଣ୍ଟେବିଲିଟି ଆଣ୍ଡ ଟ୍ରାନ୍ସପାରେନ୍ସି (OSSAST)ର ନିର୍ଦ୍ଦେଶକ ନିହାରରଞ୍ଜନ ସ୍ୱାଇଁ ଏବଂ ସୋସିଆଲ୍ ଅଡିଟ୍ ବିଶେଷଜ୍ଞ ଶ୍ରୀମତୀ ପୁଷ୍ପାଞ୍ଜଳି ସାୱତ ଆଜି ବୌଦ୍ଧ ଜିଲ୍ଲା ଗସ୍ତ କରି ମନରେଗା ଓ ଭି ବି ଜି ରାମ୍ ଜି ଯୋଜନାର ବିଭିନ୍ନ କାର୍ଯ୍ୟର ସାମାଜିକ ସମୀକ୍ଷା କରିବା ସହ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ପ୍ରଥମେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଉଭୟଙ୍କୁ […]
ଔଷଧ ଦରରେ ମନମାନି ଶେଷ; ଏଣିକି ପ୍ରତି ଦୋକାନରେ ଲାଗିବ ଦର ତାଲିକା
ଭୁବନେଶ୍ୱର,15 July(PPS): ରାଜ୍ୟରେ ଔଷଧ ବିକ୍ରି ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏଣିକି ପ୍ରତ୍ୟେକ ଔଷଧ ଦୋକାନ ସମ୍ମୁଖରେ ଔଷଧର ନିର୍ଦ୍ଧାରିତ ଦର ତାଲିକା ପ୍ରଦର୍ଶନ କରିବା ବାଧ୍ୟତାମୂଳକ ହେବ। କେନ୍ଦ୍ର ସରକାର ୩୯ଟି ଜରୁରୀ ଔଷଧର ଦର ନିର୍ଦ୍ଧାରଣ କରିବା ପରେ ରାଜ୍ୟ ସରକାର ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେଇଛନ୍ତି। ଏହା ଫଳରେ ଔଷଧ ଦୋକାନୀମାନେ ଆଉ ଇଚ୍ଛାମତେ ଦର ନେଇପାରିବେ ନାହିଁ […]
Truecaller ଭଳି ଆପ୍ସ ଉପରେ କଡ଼ା ଆକ୍ସନ
ନୂଆଦିଲ୍ଲୀ, ଜୁଲାଇ ୧୨(ଉଦୟ): ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ (TRAI) ଏବେ Truecaller ଭଳି କଲ୍ ମ୍ୟାନେଜମେଣ୍ଟ ଆପ୍ସଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ TRAI ଆଇଟି (IT) ମନ୍ତ୍ରଣାଳୟଠାରୁ ଅନୁମତି ମାଗିଛି। ନିକଟରେ ଉପଭୋକ୍ତାମାନଙ୍କୁ ହଇରାଣ କରୁଥିବା ଫ୍ରଡ୍ ଏବଂ ସ୍ପାମ୍ କଲ୍ ଉପରେ ରୋକ୍ ଲଗାଇବା ପାଇଁ ରେଗୁଲେଟର ଏକ ଡ୍ରାଫ୍ଟ ନିୟମାବଳୀ ଜାରି କରିଥିଲେ, ଯେଉଁଥିରେ ଏହି କଲ୍ ମ୍ୟାନେଜମେଣ୍ଟ ଆପ୍ସଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ […]
ରୁଷ୍ଠାରୁ ତେଲ କିଣିଲେ ବଢ଼ିବ ଅଡ଼ୁଆ
ନୂଆଦିଲ୍ଲୀ/ୱାସିଂଟନ, ୧୨ ଜୁଲାଇ(ଉଦୟ): ରୁଷଠାରୁ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ୍ ଆମଦାନୀ କରୁଥିବା ଦେଶଗୁଡ଼ିକ ଉପରେ ଚାପ ପ୍ରୟୋଗ କରିବା ପାଇଁ ଆମେରିକା ଏକ ବଡ଼ ଏବଂ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ସହମତି କ୍ରମେ ଆମେରିକା ସିନେଟ୍ର ଚାରି ଜଣ ପ୍ରଭାବଶାଳୀ ସଦସ୍ୟ ରୁଷ ବିରୋଧୀ କଟକଣାକୁ ନେଇ ଏକ ନୂତନ ବିଲ୍ ଆଗକୁ ବଢ଼ାଇବାକୁ ଘୋଷଣା କରିଛନ୍ତି। ଏହି ପ୍ରସ୍ତାବିତ ଆଇନ ଚୀନ୍ ସହିତ ଭାରତକୁ ମଧ୍ୟ […]
BSNL ଆଣିଲା ନୂଆ ସାଟେଲାଇଟ୍ ଫୋନ୍, ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍
ନୂଆଦିଲ୍ଲୀ : ସରକାରୀ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL) ଭାରତୀୟ ବଜାରରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍ଟି ବିଶେଷ କରି ବ୍ୟବସାୟିକ ତଥା ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରିବା ପାଇଁ ପ୍ରସ୍ତୁତ କରାଯାଇଛି। ତେବେ ଦୂରସଞ୍ଚାର ବିଭାଗ (DoT) ର ନିୟମ ଅନୁଯାୟୀ, କୌଣସି ବି ବ୍ୟକ୍ତି ବା ସଂସ୍ଥା ବିନା ଅନୁମତିରେ ଏହି ସାଟେଲାଇଟ୍ ଫୋନ୍ ବ୍ୟବହାର କରିପାରିବେ ନାହିଁ। ଆବଶ୍ୟକୀୟ ସରକାରୀ ଅନୁମତି ମିଳିବା […]
ଓଡ଼ିଶାରେ ଆଦିତ୍ୟ ବିର୍ଲା ଗ୍ରୁପର ବଡ଼ ପୁଞ୍ଜିନିବେଶ: ୨୦ ହଜାର କୋଟିକୁ ବୃଦ୍ଧି ପାଇବ ରାୟଗଡ଼ା ଆଲୁମିନା ରିଫାଇନାରୀ ପ୍ରକଳ୍ପ
ଭୁବନେଶ୍ୱର, ୧୧ ଜୁଲାଇ (ଉଦୟ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲାଙ୍କୁ ଭେଟିଛନ୍ତି। ଏହି ବୈଠକରେ ରାଜ୍ୟରେ ଗ୍ରୁପ୍ ପକ୍ଷରୁ ଚାଲିଥିବା ଏବଂ ପ୍ରସ୍ତାବିତ ବିଭିନ୍ନ ପୁଞ୍ଜିନିବେଶ ପ୍ରକଳ୍ପର ସମୀକ୍ଷା କରାଯାଇଛି। ଏହି ଅବସରରେ ରାୟଗଡ଼ା ଜିଲ୍ଲାର କାଂସାରିଗୁଡ଼ା ଆଲୁମିନା ରିଫାଇନାରୀର ସମ୍ପ୍ରସାରଣକୁ ନେଇ ଏକ ବଡ଼ ଘୋଷଣା କରାଯାଇଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ ପାଇଛି। ପ୍ରକଳ୍ପ କ୍ଷମତା ଓ ପୁଞ୍ଜିନିବେଶ ବୃଦ୍ଧି ହିନ୍ଦାଲକୋ […]
