ଶିଳ୍ପ ଓ ବାଣିଜ୍ୟ
ବୃହତ୍ ଶିଳ୍ପ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା: ଜମି ଅଧିଗ୍ରହଣଠାରୁ ଭିତ୍ତିଭୂମି ବିକାଶ ଯାଏଁ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱ
ଭୁବନେଶ୍ୱର: ଓଡ଼ିଶାରେ ବୃହତ୍ ଶିଳ୍ପ ନିବେଶ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ଏବଂ ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ରହୁଥିବା ବିଭିନ୍ନ ସମସ୍ୟାର ସମାଧାନ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ନାଲକୋ ଏବଂ ଆଦାନୀ ଗ୍ରୁପ୍ ପକ୍ଷରୁ ଓଡ଼ିଶାରେ ଚାଲୁଥିବା ଓ ପ୍ରସ୍ତାବିତ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜମି ଅଧିଗ୍ରହଣ ଓ ହସ୍ତାନ୍ତର, ପୁନର୍ବାସ ଓ ଥଇଥାନ, ଜନଶୁଣାଣି, ଗ୍ରାମସଭା ଏବଂ ପ୍ରକଳ୍ପ ସହ […]
ରେକର୍ଡ ସ୍ତରରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର, ଟପିଲା ୭୨୯ ବିଲିଅନ ଡଲାର
ମୁମ୍ବାଇ: ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ପୁଣିଥରେ ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି। ଅଗଷ୍ଟ ୨୧ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୧୨.୪୨୨ ବିଲିଅନ ଡଲାର ବୃଦ୍ଧି ପାଇ ୭୨୯.୩୨୮ ବିଲିଅନ ଡଲାରରେ ପହଞ୍ଚିଛି। ଚଳିତବର୍ଷ ଫେବ୍ରୁଆରି ୨୭ ତାରିଖରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୭୨୮.୪୯୪ ବିଲିଅନ ଡଲାରର ରେକର୍ଡ ସ୍ତରରେ ଥିଲା। ଏବେ ସେହି ରେକର୍ଡକୁ ଟପି ନୂଆ ସର୍ବକାଳୀନ ଉଚ୍ଚତାରେ ପହଞ୍ଚିଛି। ବିଶେଷ ଉଲ୍ଲେଖନୀୟ ଯେ, ଗତ […]
ପ୍ୟାକେଟ୍ରେ ଲାଲ୍ ଚିହ୍ନ ଦେଖିଲେ ସାବଧାନ! ଜାଣନ୍ତୁ କେଉଁ ଖାଦ୍ୟରେ କେତେ ଲୁଣ, ଚିନି ଓ ଚର୍ବି
ନୂଆଦିଲ୍ଲୀ: ପ୍ୟାକେଟ୍ ଖାଦ୍ୟ କିଣିବା ସମୟରେ ଏଣିକି ଗ୍ରାହକଙ୍କୁ ଆହୁରି ସଚେତନ ହେବାକୁ ପଡ଼ିପାରେ। ପ୍ୟାକେଟ୍ରେ ଥିବା ଜଟିଳ ପୋଷଣ ତାଲିକାକୁ ନପଢ଼ି ମଧ୍ୟ ଖାଦ୍ୟରେ ଅଧିକ ଲୁଣ, ଚିନି ଓ ଚର୍ବି ରହିଛି କି ନାହିଁ, ତାହା ଜାଣିବାର ସୁବିଧା ମିଳିବ। ଏଥିପାଇଁ ଖାଦ୍ୟ ପ୍ୟାକେଟ୍ର ସାମ୍ନା ପଟେ ଲାଲ୍ ରଙ୍ଗର ଚିହ୍ନ ଲଗାଇବା ପ୍ରସ୍ତାବ ରହିଛି। ଏହା ଦ୍ୱାରା ଅଧିକ ଲୁଣ, ଚିନି କିମ୍ବା ଚର୍ବି ଥିବା ଖାଦ୍ୟକୁ ଗ୍ରାହକ ସହଜରେ ଚିହ୍ନଟ କରିପାରିବେ। […]
ବାଲ୍ମୀକିକୁ ଜଳ ସମ୍ପଦ ପରିଚାଳନାର ଆଧୁନିକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ବିକଶିତ କରାଯିବ
ଭୁବନେଶ୍ୱର: ଓଡ଼ିଶାରେ ଜଳ ସମ୍ପଦ ପରିଚାଳନାକୁ ଅଧିକ ବୈଜ୍ଞାନିକ, ପ୍ରଯୁକ୍ତିଭିତ୍ତିକ ଓ ଦକ୍ଷ କରିବା ସହ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (ୱାଲ୍ମୀ)କୁ ଏକ ଆଧୁନିକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ବିକଶିତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏହି ଉଦ୍ଦେଶ୍ୟରେ ୱାଲ୍ମୀ ପକ୍ଷରୁ ଜାତୀୟ ଜଳ ଏକାଡେମୀ (ଏନ୍ଡବ୍ଲ୍ୟୁଏ), ପୁଣେ, ଆଇସିଏଆର୍-ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ (ଆଇସିଏଆର୍-ଆଇଆଇଡବ୍ଲ୍ୟୁଏମ୍), ଭୁବନେଶ୍ୱର ଏବଂ ଓଡ଼ିଶା କନଷ୍ଟ୍ରକ୍ସନ୍ କର୍ପୋରେସନ୍ ଲିମିଟେଡ୍ (ଓସିସିଏଲ୍) ସହ ୩ଟି ବୁଝାମଣାପତ୍ର (ଏମ୍ଓୟୁ) […]
ଅସ୍ତରଙ୍ଗରେ କେମିକାଲ କ୍ଷୀରର ମାୟାଜାଲ: ପାଉଡର ଗୋଳି ବିକ୍ରି ହେଉଛି ‘ଧଳା ବିଷ’
ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ପ୍ରସ୍ତୁତ ନକଲି ଓ ମିଶ୍ରିତ କ୍ଷୀର କାରବାର ବୃଦ୍ଧି ପାଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ କ୍ଷୀର ପାଉଡରକୁ ପାଣି ଓ ବିଭିନ୍ନ ରାସାୟନିକ ଦ୍ରବ୍ୟ ସହ ମିଶାଇ ‘ଖାଣ୍ଟି ଗାଈ କ୍ଷୀର’ ନାମରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ତରାସାହି ପରେ ଏବେ ଆଳସାହି କାରବାରର କେନ୍ଦ୍ରବିନ୍ଦୁ ସୂଚନା ଅନୁସାରେ, କିଛି ମାସ ତଳେ ତରାସାହି ଅଞ୍ଚଳରେ ଜଣେ […]
ଚିନି ପାଇକାରୀ ଦର ୧୫% ହ୍ରାସ; ଖାଉଟିଙ୍କ ପାଇଁ ଆସିଛି କିଛିଟା ଆଶ୍ୱସ୍ତିର ଖବର
ନୂଆଦିଲ୍ଲୀ: ଚିନି ଦରକୁ ନେଇ ଖାଉଟିଙ୍କ ପାଇଁ ଆସିଛି କିଛିଟା ଆଶ୍ୱସ୍ତିର ଖବର। କେନ୍ଦ୍ର ସରକାର ୧୦ ଲକ୍ଷ ଟନ୍ ଅଶୋଧିତ ଚିନିର ଶୁଳ୍କମୁକ୍ତ ଆମଦାନିକୁ ଅନୁମତି ଦେବା ସହ ମହଜୁଦକାରୀଙ୍କ ଉପରେ କଡ଼ା ନଜର ରଖିବା ପରେ ପାଇକାରୀ ବଜାରରେ ଚିନି ଦର ପ୍ରାୟ ୧୫% ହ୍ରାସ ପାଇଛି। ତେବେ ପାଇକାରୀ ଦର କମିଥିଲେ ମଧ୍ୟ ଏହାର ପ୍ରଭାବ ଏପର୍ଯ୍ୟନ୍ତ ଖୁଚୁରା ବଜାରରେ ଦେଖିବାକୁ ମିଳିନାହିଁ। ଗତ ତିନି ଦିନ ମଧ୍ୟରେ କାରଖାନା ଦ୍ୱାର ଦର କ୍ୱିଣ୍ଟାଲ ପିଛା ପ୍ରାୟ ୮୦୦ ଟଙ୍କା କମିଛି। ବର୍ତ୍ତମାନ […]
ଚାରବାଟିଆରେ ସିଭିଲିଆନ୍ ବିମାନବନ୍ଦର ପ୍ରସ୍ତାବ, ମହତାବଙ୍କ ଉଦ୍ୟମ
କଟକ: କଟକବାସୀଙ୍କ ଦୀର୍ଘଦିନର ବିମାନବନ୍ଦର ଦାବିକୁ ନେଇ ଆଶା ସଞ୍ଚାର ହୋଇଛି। କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଚୌଦ୍ୱାରସ୍ଥିତ ଚାରବାଟିଆର ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ପୁରୁଣା ଏୟାରଷ୍ଟ୍ରିପ୍କୁ ଆଧୁନିକ ବେସାମରିକ ବିମାନବନ୍ଦରରେ ପରିଣତ କରିବା ଦାବିକୁ ଜୋରଦାର କରିଛନ୍ତି। ସାଂସଦ ମହତାବଙ୍କ କହିବା ଅନୁସାରେ, ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ଆଲୋଚନା ହୋଇଛି। ପ୍ରକଳ୍ପଟି ଆଗକୁ ବଢ଼ିଲେ କଟକ ସମେତ ସମଗ୍ର ରାଜଧାନୀ ଅଞ୍ଚଳର ବିମାନ ଯୋଗାଯୋଗ […]
ଦିନେ କାଶ ଔଷଧ ଭାବେ ବିକ୍ରି ହେଉଥିଲା ହେରୋଇନ୍!
ନୂଆଦିଲ୍ଲୀ: ଆଜି ହେରୋଇନ୍କୁ ଏକ ଅତ୍ୟନ୍ତ ନିଶାଦ୍ରବ୍ୟ ଭାବେ ଜଣାଯାଏ। କିନ୍ତୁ ଚିକିତ୍ସା ଇତିହାସର ଏକ ସମୟରେ ଏହାକୁ କାଶର ଔଷଧ ଭାବେ ବ୍ୟବହାର କରାଯାଉଥିଲା। ବିଶେଷକରି ଯକ୍ଷ୍ମା (TB) ଓ ନିମୋନିଆରେ ହେଉଥିବା ତୀବ୍ର କାଶକୁ ନିୟନ୍ତ୍ରଣ କରିବା ପାଇଁ ଡାକ୍ତରମାନେ ଏହା ଦେଉଥିଲେ। ୧୯ଶ ଶତାବ୍ଦୀର ଶେଷ ଭାଗରେ TB ଓ ନିମୋନିଆ ଭଳି ରୋଗ ଅତ୍ୟନ୍ତ ମାରାତ୍ମକ ଥିଲା। ସେତେବେଳେ ଆଜିର ଭଳି ଆଣ୍ଟିବାୟୋଟିକ୍ ଓ ପ୍ରଭାବଶାଳୀ ଚିକିତ୍ସା ଉପଲବ୍ଧ ନଥିଲା। ଲଗାତାର […]
ବିଶ୍ୱ ନଡ଼ିଆ ଉତ୍ପାଦନରେ ଭାରତ ନମ୍ବର-୧, ତାମିଲନାଡୁ ଆଗରେ
ନୂଆଦିଲ୍ଲୀ: ବିଶ୍ୱ ନଡ଼ିଆ ଉତ୍ପାଦନରେ ଭାରତ ଶୀର୍ଷ ସ୍ଥାନରେ ରହିଛି। ବିଶ୍ୱ ଉତ୍ପାଦନରେ ଭାରତର ଅଂଶ ୩୧.୨୪ ପ୍ରତିଶତ ଥିବା ବେଳେ, ନଡ଼ିଆ ଚାଷ ହେଉଥିବା ଅଞ୍ଚଳ ଦୃଷ୍ଟିରୁ ଭାରତ ୧୭.୯୦ ପ୍ରତିଶତ ଅଂଶୀଦାରିତା ସହ ତୃତୀୟ ସ୍ଥାନରେ ରହିଛି। ମଙ୍ଗଳବାର ଜାରି ହୋଇଥିବା ଏକ ସରକାରୀ ଫ୍ୟାକ୍ଟସିଟ୍ରେ ଏହି ସୂଚନା ଦିଆଯାଇଛି। ୨୦୨୪-୨୫ରେ ଭାରତ ୨.୧୯ ନିୟୁତ ହେକ୍ଟର ଜମିରୁ ୨୦,୩୦୧ ନିୟୁତରୁ ଅଧିକ ନଡ଼ିଆ ଉତ୍ପାଦନ କରିଛି। ଏହି ସମୟରେ ହାରାହାରି ଉତ୍ପାଦକତା ହେକ୍ଟର […]
ପୋଷ୍ଟ ଅଫିସରୁ ବ୍ୟାଙ୍କକୁ PPF, ସୁକନ୍ୟା ଓ SCSS ଖାତା ଟ୍ରାନ୍ସଫର୍; ଜାଣନ୍ତୁ ପୂରା ପ୍ରକ୍ରିୟା
ନୂଆଦିଲ୍ଲୀ: ପୋଷ୍ଟ ଅଫିସର ଛୋଟ ସଞ୍ଚୟ ଯୋଜନାରେ ଟଙ୍କା ନିବେଶ କରିଥିବା ଲୋକଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର। ରିପୋର୍ଟ ଅନୁସାରେ, ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ୍ (PPF), ସୁକନ୍ୟା ସମୃଦ୍ଧି ଯୋଜନା (SSY) ଏବଂ ସିନିୟର ସିଟିଜେନ୍ ସେଭିଂସ୍ ସ୍କିମ୍ (SCSS) ଭଳି ଯୋଜନାର ଖାତାକୁ ପୋଷ୍ଟ ଅଫିସରୁ ମନପସନ୍ଦ ବ୍ୟାଙ୍କକୁ ଟ୍ରାନ୍ସଫର୍ କରାଯାଇପାରିବ। ଏହି ଟ୍ରାନ୍ସଫର୍ ପାଇଁ ପୁରୁଣା ଖାତା ବନ୍ଦ କରିବାର ଆବଶ୍ୟକତା ନଥିବା ବେଳେ ଖାତାର କଣ୍ଟିନ୍ୟୁଇଟି ମଧ୍ୟ ଜାରି ରହିବ […]
