1 min read

ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତିରେ ଶେଖ ହାସିନାଙ୍କ ବଡ଼ ବୟାନ: ‘ବାଂଲାଦେଶ ଆଉ ସେହି ଦେଶ ନୁହେଁ’

ଢାକା, ୫/୮: ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତି ଅବସରରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଦେଶର ବର୍ତ୍ତମାନ ସ୍ଥିତିକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ନିର୍ବାସନ ପରେ ପ୍ରଥମ ଥର ପାଇଁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଉଦ୍‌ବୋଧନ ଦେଇ ହାସିନା କହିଛନ୍ତି ଯେ, ବର୍ତ୍ତମାନର ବାଂଲାଦେଶ ସେହି ଦେଶ ନୁହେଁ, ଯାହା ପାଇଁ ୧୯୭୧ରେ ୩୦ ଲକ୍ଷ ଲୋକ ବଳିଦାନ ଦେଇଥିଲେ। ଭାଷଣ ସମୟରେ ଭାବବିହ୍ୱଳ ହୋଇ ଶେଖ ହାସିନା ଗତ ଦୁଇ ବର୍ଷ ଧରି […]

1 min read

ଭାରତ-ମିଆଁମାର ସୀମାରେ ବଡ଼ ଖବର! ଜମି ଅଦଳବଦଳ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, ୫।୮: ଭାରତ-ମିଆଁମାର ସୀମା ବିବାଦର ସମାଧାନ ପାଇଁ ଜମି ଅଦଳବଦଳ ପ୍ରସ୍ତାବକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହା ଚୂଡ଼ାନ୍ତ ନିଷ୍ପତ୍ତି ନୁହେଁ, ବରଂ ଏକ ପ୍ରସ୍ତାବ ଉପରେ ବିଚାର ଚାଲିଥିବା ରିପୋର୍ଟ ରହିଛି। ଭାରତ ଓ ମିଆଁମାର ମଧ୍ୟରେ ପ୍ରାୟ ୧,୬୪୩ କିଲୋମିଟର ଲମ୍ବା ଅନ୍ତର୍ଜାତୀୟ ସୀମା ରହିଛି। ଏହା ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର ଓ ମିଜୋରାମ ଦେଇ ଯାଇଛି। ଘଞ୍ଚ ଜଙ୍ଗଲ, ପାହାଡ଼ ଓ ନଦୀ ଯୋଗୁଁ ଏହି ସୀମାରେ […]

1 min read

ଆମେରିକାରେ ବଢୁଛି ‘କ୍ୟାଣ୍ଡିଡା ଅରିସ୍’ ଆତଙ୍କ!

ୱାଶିଂଟନ, ୫।୮: ଆମେରିକାରେ ଚିନ୍ତା ବଢ଼ାଇଛି ଏକ ଘାତକ ଫଙ୍ଗସ୍‌ ସଂକ୍ରମଣ ‘କ୍ୟାଣ୍ଡିଡା ଅରିସ୍’ (Candida auris)। ୨୦୨୬ରେ ଦେଶର ୨୩ଟି ରାଜ୍ୟରେ ଏହି ଫଙ୍ଗସ୍‌ ସଂକ୍ରମଣର ମାମଲା ଚିହ୍ନଟ ହୋଇଥିବା ରିପୋର୍ଟ ଆସିଛି। ଜୁଲାଇ ୧୮ ପର୍ଯ୍ୟନ୍ତ ଆମେରିକାରେ ୩,୦୦୦ରୁ ଅଧିକ କ୍ଲିନିକାଲ୍ ମାମଲା ରେକର୍ଡ ହୋଇଥିବା କୁହାଯାଇଛି। ରିପୋର୍ଟ ଅନୁସାରେ, ଟେକ୍ସାସରେ ୭୦୬ଟି ମାମଲା ଥିବା ବେଳେ ମିଚିଗାନରେ ୫୦୩ ଏବଂ ଇଲିନୋଇସରେ ୩୬୬ଟି ମାମଲା ଚିହ୍ନଟ ହୋଇଛି। ତେବେ ମାମଲା ବଢ଼ିବାର ଅର୍ଥ […]

1 min read

ମେଟା ପାଇଁ ବଢ଼ିଲା ଅଡୁଆ! ‘ସେଫ୍ ହାର୍ବର’ ନେଇ ବଡ଼ ପ୍ରଶ୍ନ

ନୂଆଦିଲ୍ଲୀ, ୫।୮: ମେଟାର ପ୍ଲାଟଫର୍ମରେ ଆପତ୍ତିଜନକ କଣ୍ଟେଣ୍ଟ, ଡିପ୍‌ଫେକ୍ ଏବଂ ଶିଶୁ ସୁରକ୍ଷା ସମ୍ପର୍କିତ ବିଷୟକୁ ନେଇ ବିବାଦ ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ପକ୍ଷରୁ ତ୍ରୁଟି ପାଇଁ କ୍ଷମା ପ୍ରାର୍ଥନା କରାଯାଇଥିବା ଦାବି ହୋଇଛି। ସେପଟେ ମେଟାକୁ ‘ଇଣ୍ଟରମିଡିଆରି’ର ସଂଜ୍ଞା ଅଧୀନରେ ନ ରଖିବା ଏବଂ ‘ସେଫ୍ ହାର୍ବର’ ସୁବିଧା ଉପରେ ପ୍ରଶ୍ନ ଉଠିଛି। ଯଦି ପ୍ଲାଟଫର୍ମ କେଉଁ କଣ୍ଟେଣ୍ଟ କେଉଁ ୟୁଜରଙ୍କ ପାଖକୁ ପହଞ୍ଚିବ, ତାହା ନିଜେ ନିର୍ଦ୍ଧାରଣ […]

1 min read

ଆମେରିକାରେ ଭାରତକୁ ସମ୍ମାନ: ଅଗଷ୍ଟ ୧୫କୁ ‘ଭାରତ ଦିବସ’ ଘୋଷଣା କଲେ ମାସାଚୁସେଟ୍ସ ରାଜ୍ୟପାଳ

ୱାଶିଂଟନ: ଭାରତର ସ୍ୱାଧୀନତା ଦିବସକୁ ସମ୍ମାନ ଜଣାଇ ଆମେରିକାର ମାସାଚୁସେଟ୍ସ ରାଜ୍ୟରେ ଅଗଷ୍ଟ ୧୫କୁ ‘ଭାରତ ଦିବସ’ ଭାବେ ଘୋଷଣା କରାଯାଇଛି। ରାଜ୍ୟପାଳ ମୌରା ହେଲି ଏନେଇ ଏକ ଘୋଷଣାପତ୍ର ଜାରି କରିଛନ୍ତି। ମାସାଚୁସେଟ୍ସର ବିକାଶରେ ଭାରତୀୟ-ଆମେରିକୀୟ ସମୁଦାୟର ଅବଦାନକୁ ସ୍ୱୀକୃତି ଦେବା ସହ ସ୍ୱାଧୀନତା ଦିବସ ପାଳନରେ ରାଜ୍ୟବାସୀଙ୍କୁ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି। ଅଗଷ୍ଟ ୧ ତାରିଖରେ ଜାରି ଘୋଷଣାପତ୍ରରେ ଭାରତୀୟ-ଆମେରିକୀୟ ସମୁଦାୟର ସାମାଜିକ ସେବା, ସାଂସ୍କୃତିକ ଆଦାନପ୍ରଦାନ ଓ ନାଗରିକ ସମ୍ପର୍କ […]

1 min read

ପାକିସ୍ତାନରେ ସାମରିକ ଓଲଟପାଲଟ ଆଶଙ୍କା: ଶେହବାଜ ସରକାରଙ୍କ ଉପରେ ସେନାର ଚାପ ଏବଂ ରାଜନୈତିକ ସଙ୍କଟ

ପାକିସ୍ତାନରେ ନାଗରିକ ସରକାରକୁ ଏଡ଼ାଇ ସେନାର ନିୟନ୍ତ୍ରଣ ବୃଦ୍ଧି ପାଇବା ନେଇ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ରାଜଧାନୀ ଇସଲାମାବାଦକୁ ସିଲ୍ କରାଯିବା ସହ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ଙ୍କ ଗାଦି ବିପଦରେ ଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି।

1 min read

‘ସ୍ପାଇଡର-ମ୍ୟାନ୍: ବ୍ରାଣ୍ଡ୍ ନ୍ୟୁ ଡେ’ ଧୂଆଁଧାର ଆୟ; ପ୍ରଥମ ସପ୍ତାହରେ ହିଁ ୩୦୬ କୋଟି ଟଙ୍କା ପାର୍ଶ୍ୱ ଇଣ୍ଡିଆ କଲେକ୍ସନ୍!

ନୂଆଦିଲ୍ଲୀ: ହଲିଉଡ୍ ଅଭିନେତା ଟମ୍ ହଲ୍ୟାଣ୍ଡଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସ୍ପାଇଡର-ମ୍ୟାନ୍: ବ୍ରାଣ୍ଡ୍ ନ୍ୟୁ ଡେ’ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଛି। ଏହି ଫିଲ୍ମଟି ମୁକ୍ତିଲାଭର ମାତ୍ର ତିନି ଦିନ ମଧ୍ୟରେ ସମଗ୍ର ବିଶ୍ୱରେ ଆଶ୍ଚର୍ଯ୍ୟଜନକ ଆୟ କରିଛି। ଭାରତୀୟ ବଜାରରେ ମଧ୍ୟ ଫିଲ୍ମଟିର ପ୍ରଦର୍ଶନ ଅତ୍ୟନ୍ତ ଚମତ୍କାର ରହିଛି। ରିପୋର୍ଟ ଅନୁଯାୟୀ, ଭାରତରେ ଫିଲ୍ମଟି ପ୍ରଥମ ସପ୍ତାହରେ ହିଁ ୩୦୬ କୋଟି ୪୬ ଲକ୍ଷ ଟଙ୍କାର ଆୟ କରିଛି, ଯାହା ଅନେକ ବଡ […]

1 min read

୨୦୨୬ କମନ୍‌ୱେଲ୍ଥ ଗେମ୍‌ସ୍ ସମାପ୍ତ; ୨୦୩୦ରେ ଅହମ୍ମଦାବାଦରେ ହେବ ପରବର୍ତ୍ତୀ ମହାକୁମ୍ଭ

ୱାଶିଂଟନ୍/ଗ୍ଲାସଗୋ: ଆନନ୍ଦ ଓ ଉତ୍ସାହର ମଧ୍ୟରେ ୨୦୨୬ କମନ୍‌ୱେଲ୍ଥ ଗେମ୍‌ସ୍ ର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡ଼ା ମହାକୁମ୍ଭରେ ଭାରତ ସମୁଦାୟ ୩୯ଟି ପଦକ (୧୩ଟି ସ୍ୱର୍ଣ୍ଣ, ୧୭ଟି ରୌପ୍ୟ ଏବଂ ୯ଟି କାଂସ୍ୟ) ଜିତି ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହି କାର୍ଯ୍ୟ ସମାପ୍ତ କରିଛି। ଉଦ୍‌ଯାପନୀ ଦିବସରେ ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ କୌଣସି ନୂତନ ପଦକ ଜିତିବାରେ ସଫଳ ହୋଇନଥିଲେ। ଉଦ୍‌ଯାପନୀ ଦିବସର ମୁଖ୍ୟ ଆକର୍ଷଣ: ଭାରତକୁ […]

1 min read

ଟଳିଲା ଯୁଦ୍ଧ ଆଶଙ୍କା: ଇରାନ ଉପରେ ହେବାକୁ ଥିବା ଭୟଙ୍କର ଆକ୍ରମଣକୁ ସ୍ଥଗିତ ରଖିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ୍/ତେହେରାନ: ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧର ଆଶଙ୍କା ଏବେ ହ୍ରାସ ପାଇବାରେ ଲାଗିଛି। ପରସ୍ପରର ଘୋର ବିରୋଧୀ ଥିବା ଏହି ଦୁଇ ଦେଶ ଏବେ ପୁଣି ଏକ ଶାନ୍ତି ଚୁକ୍ତି ଆଡ଼କୁ ଅଗ୍ରସର ହେଉଥିବା ଜଣାପଡ଼ିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଆମେରିକା ପକ୍ଷରୁ ଇରାନ ଉପରେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ ହୋଇସାରିଥିଲା। ଟ୍ରମ୍ପଙ୍କ ମତରେ […]

1 min read

ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରଦେଶରେ ଫିଦାୟିନ୍ ହମଲା: ଶାନ୍ତି ରାଲି ସମୟରେ ଆତ୍ମଘାତୀ ବିସ୍ଫୋରଣ

ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରଦେଶର ସ୍ବାତ ଜିଲ୍ଲାରେ ଏକ ମର୍ମନ୍ତୁଦ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ରବିବାର କାବାଲ ସହରରେ ଚାଲିଥିବା ଏକ ଶାନ୍ତି ରାଲି ସମୟରେ ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏଥିରେ ଅତି କମରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୫ ଜଣ ପୋଲିସ କର୍ମଚାରୀ ଓ ସାଧାରଣ ନାଗରିକ ରହିଛନ୍ତି। ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। […]