1 min read

RML ହସ୍ପିଟାଲରେ ଆହତଙ୍କୁ ଭେଟିଲେ ଜେପି ନଡ୍ଡା

ନୂଆଦିଲ୍ଲୀ,୨୧/୭: ରାଜଧାନୀ ଦିଲ୍ଲୀରେ ସିଜେପି (କକ୍ରୋଚ୍ ଜନତା ପାର୍ଟି)ର ସଂସଦ ଘେରାଉ ଆନ୍ଦୋଳନ ସମୟରେ ଘଟିଥିବା ହିଂସାକାଣ୍ଡ ପରେ ସ୍ଥିତି ସମ୍ବେଦନଶୀଳ ହୋଇପଡ଼ିଛି। ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଅନେକ ଲୋକ ଆହତ ହୋଇଥିବା ବେଳେ, ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ରାମ ମନୋହର ଲୋହିଆ (RML) ହସ୍ପିଟାଲ ପରିଦର୍ଶନ କରି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଛନ୍ତି।ହସ୍ପିଟାଲରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଓ ବିରୋଧୀ ନେତା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା RML ହସ୍ପିଟାଲରେ […]

1 min read

ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଙ୍କୁ ଉଥାଇନେଲା ପୋଲିସ୍।

ନୂଆଦିଲ୍ଲୀ, ୨୧/୭: ଛାତ୍ରଛାତ୍ରୀଙ୍କ ସମସ୍ୟା ଓ ନ୍ୟାୟ ଦାବିରେ ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି ପ୍ରବଳ ରାଜନୈତିକ ଉତ୍ତେଜନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରୀ ବାସଭବନ ‘୭ ଲୋକ କଲ୍ୟାଣ ମାର୍ଗ’ ବାହାରେ ଧାରଣା ଦେଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କ ସମେତ ବହୁ ବିରୋଧୀ ନେତାଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି। ସମସ୍ତ ନେତାଙ୍କୁ ପୋଲିସ ବସ୍‌ରେ ବସାଇ ପ୍ରଦର୍ଶନ ସ୍ଥଳରୁ ଅନ୍ୟତ୍ର […]

1 min read

ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ କାର୍ଯ୍ୟ ପ୍ରଭାବିତ

ନୂଆଦିଲ୍ଲୀ, ଜୁଲାଇ ୨୦(PPS): ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନ ସୋମବାର ବିରୋଧୀଙ୍କ ହଙ୍ଗାମା ଯୋଗୁ ପ୍ରଭାବିତ ହୋଇଥିଲା । ରାମ ମନ୍ଦିରରେ ଦାନ ଚୋରି, ନିଟ୍ ଏବଂ ଅନ୍ୟାନ୍ୟ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଏବଂ ଜନ୍ତର ମନ୍ତରରେ ଛାତ୍ରଙ୍କ ବିରୋଧ ପ୍ରସଙ୍ଗ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଦାବି କରି ବିରୋଧୀଙ୍କ କ୍ରମାଗତ ବିରୋଧ ଯୋଗୁଁ ଲୋକସଭା ଏବଂ ରାଜ୍ୟସଭାରେ କାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା । ଶେଷରେ ଉଭୟ ଗୃହକୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ […]

1 min read

CJP ପ୍ରତିନିଧି ଦଳଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା

ନୂଆଦିଲ୍ଲୀ, ୨୦।୦୭: ‘କକରୋଚ ଜନତା ପାର୍ଟି’ (CJP) ର ଚାଲିଥିବା ପ୍ରଦର୍ଶନ ମଧ୍ୟରେ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆସିଛି। ସିଜେପିର ଏକ ପ୍ରତିନିଧି ଦଳ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ସାକ୍ଷାତ କରି ଦୀର୍ଘ ଆଲୋଚନା କରିଛନ୍ତି। ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି ବୈଠକ ବେଶ୍ ଆଶାଜନକ ରହିଥିଲା ଏବଂ କେନ୍ଦ୍ରମନ୍ତ୍ରୀ ସେମାନଙ୍କର ସମସ୍ତ ବିଷୟକୁ ଗୁରୁତ୍ୱର ସହ ଶୁଣିଥିବା ପ୍ରତିନିଧି ଦଳ ପ୍ରକାଶ କରିଛନ୍ତି। ସରକାରଙ୍କ ଆଗରେ ରଖାଗଲା ୩ଟି […]

1 min read

ଭୁଶୁଡ଼ି ପଡ଼ିଲା ୩୦୦ ବର୍ଷର ପୁରୁଣା ମନ୍ଦିର

ଉତ୍ତର ପ୍ରଦେଶ, ୧୯।୭: ଉତ୍ତର ପ୍ରଦେଶରେ ଗତ ଦୁଇ ଦିନ ହେଉଥିବା ବର୍ଷା କିଛି ଜିଲ୍ଲାରେ ବିପର୍ଯ୍ୟୟ ପାଲଟିଛି। ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜଳାର୍ଣ୍ଣବ ସ୍ଥିତି ଉପୁଜିଛି। ବର୍ଷା ଯୋଗୁଁ ନଦୀଗୁଡ଼ିକରେ ଜଳ ଉଛୁଳିଛି।, ଯାହା ଫଳରେ ନଦୀଗୁଡ଼ିକ ସେମାନଙ୍କର ଭୟଙ୍କର ରୂପ ଦେଖାଇଛନ୍ତି।  କିଛି ଜିଲ୍ଲାରେ ନଦୀ ବନ୍ଧ କ୍ଷୟ ହେବା ଆରମ୍ଭ ହୋଇଛି। ଏହି ମଧ୍ୟରେ ସନ୍ତକବିରନଗର ଜିଲ୍ଲାରୁ ଏକ ଦୁର୍ଘଟଣା ଘଟିବାର ସୂଚନା ଆସିଛି। ଧନଘଟା ତହସିଲ ଅଞ୍ଚଳର ବସୱାରୀ ଗାଁରେ ବର୍ଷା ଯୋଗୁଁ ୩୦୦ ବର୍ଷର ପୁରୁଣା ପ୍ରସିଦ୍ଧ ବାବା ବୈଜୁନାଥ ମନ୍ଦିର , ରବିବାର ଦ୍ୱିପ୍ରହର ସମୟରେ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ସୌଭାଗ୍ୟ ଯେ, ଦୁର୍ଘଟଣାରେ କେହି ହତାହତ ହୋଇ ନାହାନ୍ତି। ଗତ ଦିନ ସିଏମ୍ ଯୋଗୀ ଏଠାକୁ ଆସି ଥିଲେ। ସେ ଶ୍ରାବଣ ମାସକୁ ଦେଖି ମନ୍ଦିରର ସୌନ୍ଦର୍ଯ୍ୟକରଣର ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।  ବର୍ତ୍ତମାନ ମନ୍ଦିରରେ ପୂଜା ଜାରି ରଖିବା ପାଇଁ ଭଗ୍ନାବଶେଷ ହଟାଇବା କାମ ଆରମ୍ଭ କରି ଦିଆ ଯାଇଛି। ଅଧିକାରୀମାନେ ଭବ୍ୟ ମନ୍ଦିରର ନିର୍ମାଣର ଆଶ୍ୱାସନା ଦେଇଛନ୍ତି। ଉଲ୍ଲେଖନୀୟ ଯେ, ପ୍ରସିଦ୍ଧ ବାବା ବୈଜୁନାଥ ମନ୍ଦିରରେ ସୋମବାର ସହ ଶ୍ରାବଣ ମାସ ଓ ଶିବରାତ୍ରୀରେ ଶ୍ରଦ୍ଧାଳୁଙ୍କ ଖୁବ୍‌ ଭିଡ଼ ଲାଗି ଥାଏ। ବର୍ଷା ସାରା ଏଠାରେ ଧାର୍ମିକ ଆୟୋଜନ ଅନୁଷ୍ଠିତ ହୁଏ। ଗତ ୨୫ ଜୁନରେ ରାଜ୍ୟର ମୁଖମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ମନ୍ଦିର ପରିସରକୁ ଆସି ଥିଲେ ଏବଂ ବାବା ବୈଜୁନାଥଙ୍କ ପୂଜା ଅର୍ଚ୍ଚନା କରି ଥିଲେ। ରବିବାର ସକାଳୁ ମଧ୍ୟମ ଧରଣର ହାଲକା ବର୍ଷା ହେଉଥିଲା।  ବର୍ଷା ବନ୍ଦ ହେବା ପରେ ଦ୍ୱିପ୍ରହରରେ ମନ୍ଦିରର ଟ୍ରଷ୍ଟିଙ୍କୁ ସୂଚନା ମିଳିଲା ଯେ, ମନ୍ଦିରର ଫାଟ ସୃଷ୍ଟି ହୋଇଛି। କିଛି ଲୋକ ଅନୁଧ୍ୟାନ କରିବାକୁ ମନ୍ଦିର ପରିସରକୁ ଯାଇ ଦେଖିଲେ , ମନ୍ଦିରର ଗର୍ଭଗୃହ ଠାରୁ ଦୂରରେ ଥିବା ପରିସରରେ ବହୁତ ଭକ୍ତ ଓ ଅନ୍ୟ ଲୋକେ କାର୍ଯ୍ୟକ୍ରମ ପାଇଁ ଏକାଠି ହୋଇ ଥିଲେ।

1 min read

ଅଭିଷେକ ବାନାର୍ଜୀଙ୍କୁ କୋଲକାତା ହାଇକୋର୍ଟରୁ ଆଶ୍ୱସ୍ତି

କୋଲକାତା,୧୯।୭: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଅଭିଷେକ ବାନାର୍ଜୀଙ୍କୁ କଲିକତା ହାଇକୋର୍ଟରୁ ଏକ ବଡ଼ ଧରଣର ଆଶ୍ୱସ୍ତି ମିଳିଛି। ରବିବାର କଲିକତା ହାଇକୋର୍ଟ ଦକ୍ଷିଣ ୨୪ ପ୍ରଗଣାର ଅମତାଲାରେ ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟ ଭାଙ୍ଗିବା ଉପରେ ରୋକ ଲଗାଇଥିଲେ। କୋର୍ଟ କହିଛନ୍ତି ଯେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ନୁହେଁ। ଶନିବାର ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟ ଉପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା।  ପଶ୍ଚିମବଙ୍ଗ ମନ୍ତ୍ରୀ ଅଗ୍ନିମିତ୍ର ପଲ୍ ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ଯଥାର୍ଥ ଦର୍ଶାଇ କହିଛନ୍ତି ଯେ ତାଙ୍କ ପାଖରେ ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟ ବେଆଇନ ବୋଲି ପ୍ରମାଣିତ କରୁଥିବା କାଗଜପତ୍ର ଅଛି। ତଥାପି, ବର୍ତ୍ତମାନ ଅଭିଷେକ ବାନାର୍ଜୀଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। କଲିକତା ହାଇକୋର୍ଟ ରବିବାର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ,୨୪ ପ୍ରଗଣାର ଅମତାଲାରେ ଥିବା ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟରେ ସମସ୍ତ ଭଙ୍ଗା କାର୍ଯ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ କହିଛନ୍ତି।  ଏହି ନିର୍ଦ୍ଦେଶ ସେତେବେଳେ ଆସିଥିଲା, ଯେତେବେଳେ କଡ଼ା ସୁରକ୍ଷା ମଧ୍ୟରେ ବନ୍ଦ ଅଫିସ ପରିସରରେ ଜବରଦଖଲ ବିରୋଧୀ ଅଭିଯାନ ଆରମ୍ଭ କରାଯାଇଥିଲା। ଅଧିକାରୀମାନେ ଏହି ଅଞ୍ଚଳରେ ଜବରଦଖଲ ବିରୋଧୀ ଅଭିଯାନ ଅନୁସାରେ, ଭଙ୍ଗା କାର୍ଯ୍ୟ ଆରମ୍ଭ କରିଥିଲେ। ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ, ଭଙ୍ଗା କାର୍ଯ୍ୟ ବନ୍ଦ କରାଯାଇଛି ଏବଂ କୋର୍ଟ ନୂତନ ନିର୍ଦ୍ଦେଶ ଜାରି ନ କରିବା ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି କହିଛନ୍ତି। ତୃଣମୂଳ କଂଗ୍ରେସ (ଟିଏମସି)ମହାସଚିବ ଓ ଲୋକସଭା ସାଂସଦ ଅଭିଷେକ ବାନାର୍ଜୀ କୋଲକତା ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି। ସେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଅମତଲାରେ ନିଜ ପାର୍ଟି ଅଫିସ ଭଙ୍ଗା ଯିବା ବିରୋଧରେ ଆବେଦନ ଦାଖଲ କରିଛନ୍ତି। ଏହି ମାମଲାରେ ଶୁଣାଣି ରବିବାର ଜଷ୍ଟିସ୍ ରାଜା ବସୁ ଚୌଧୁରୀଙ୍କ ସ୍ବତନ୍ତ୍ର ଖଣ୍ଡପୀଠରେ ହେବ।  ଅଭିଷେକ ବାନାର୍ଜୀ କହିଛନ୍ତି, ସେ ହାଇକୋର୍ଟରେ ଆକ୍ଟିଂ ଚିଫ୍ ଜଷ୍ଟିସ୍ ଓଏସଡିଙ୍କୁ ଇ-ମେଲ୍ ପଠାଇ କାର୍ଯ୍ୟାନୁଷ୍ଠାନର ଭିଡିଓ ପ୍ରଦାନ କରିବା ସହ ତୁରନ୍ତ ଶୁଣାଣି ଦାବି କରିଛନ୍ତି। ସେ ଆବଶ୍ୟକ ପଡିଲେ ସୁପ୍ରିମକୋର୍ଟ ଯିବାର କଥା ମଧ୍ୟ କହିଛନ୍ତି।  ଟିଏମସି ମହାସଚିବ ଅଭିଷେକ ବାନାର୍ଜୀ ଦାବି କରିଛନ୍ତି ଯେ ସମସ୍ତ ଆବଶ୍ୟକୀୟ ଅନୁମୋଦନ ପାଇବା ପରେ ଦଳ ଦ୍ୱାରା କ୍ରୟ କରାଯାଇଥିବା ଜମିରେ ଆଇନଗତ ଭାବରେ ଏହି କୋଠା ନିର୍ମାଣ କରାଯାଇଥିଲା।  ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ପ୍ରଶାସନ ଶନିବାର ଆମତାଲାରେ ଟିଏମସି ସାଂସଦଙ୍କ ଦଳୀୟ କାର୍ଯ୍ୟାଳୟକୁ ଭାଙ୍ଗି ଦେଇଥିଲା। ସେ ଦାବି କରିଛନ୍ତି ଏହି ବିଲ୍ଡିଂ ବିନା ମଞ୍ଜୁରୀ ବିଲ୍ଡିଂ ପ୍ଲାନ୍ ଓ ଲାଗୁ ନିୟମର ଉଲଂଘନ କରି ତିଆରି କରାଯାଇଛି। ଯେତେବେଳେ ବୁଲଡୋଜର କାର୍ଯ୍ୟ ଆରମ୍ଭ ହୋଇଥିଲା, ଅଭିଷେକ ବାନାର୍ଜୀ କହିଥିଲେ ଯେ ସେ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ ଦେବେ।

1 min read

ରାଜ୍ୟସଭାରେ ‘ବନ୍ଦେ ମାତରମ୍’ ବିଲ୍ ଆଗତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ,୧୯।୭: ସଂସଦର ମୌସୁମୀ ଅଧିବେଶନରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନର ଆରମ୍ଭରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ‘ବନ୍ଦେ ମାତରମ୍’ ବିଲ୍ ଆଗତ କରିବେ। ପ୍ରସ୍ତାବିତ ଆଇନର ଲକ୍ଷ୍ୟ ହେଉଛି ଜାତୀୟ ସଙ୍ଗୀତ,‘ବନ୍ଦେ ମାତରମ୍’ କୁ ଜାତୀୟ ସଙ୍ଗୀତ, ‘ଜନ ଗଣ ମନ’ ଦ୍ୱାରା ବର୍ତ୍ତମାନ ମିଳୁଥିବା ସମାନ ଆଇନଗତ ଏବଂ ନ୍ୟାୟିକ ସୁରକ୍ଷା ପ୍ରଦାନ କରିବା।  ଯଦି ଏହା ପ୍ରଣୟନ କରାଯାଏ, ତେବେ ଏହି ବିଲ୍ ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନରେ ସଂଶୋଧନ ଆଣିବ ଯାହା ଦ୍ୱାରା ‘ବନ୍ଦେ ମାତରମ୍’ର ଅପମାନକୁ ଏକ ଦଣ୍ଡନୀୟ ଅପରାଧ ପାଲଟିବ, ଯାହା ଆଇନଗତ ସୁରକ୍ଷା ଦୃଷ୍ଟିରୁ ଜାତୀୟ ସଙ୍ଗୀତ ସହିତ ସମାନ ହେବ। ପ୍ରସ୍ତାବିତ ଆଇନ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଉଦ୍ଦେଶ୍ୟମୂଳକ ଭାବରେ ଜାତୀୟ ସଙ୍ଗୀତର ଆବେଦନକୁ ଅପମାନ କରନ୍ତି କିମ୍ବା ବାଧା ଦିଅନ୍ତି, ତେବେ ସେମାନଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ, ଜରିମାନା କିମ୍ବା ଉଭୟ ହୋଇପାରେ।   ରାଷ୍ଟ୍ରୀୟ ସମ୍ମାନର ଅପମାନ ନିବାରଣ ଆଇନ ଜାତୀୟ ସଙ୍ଗୀତକୁ ସମ୍ମାନ ଦେବ, ଯାହା ଦ୍ୱାରା ଲୋକମାନେ ଏହାକୁ ଗାଇବା ସମୟରେ ଠିଆ ହେବା ଏବଂ ଅସମ୍ମାନ କିମ୍ବା ବାଧା ସୃଷ୍ଟି କରୁଥିବା କାର୍ଯ୍ୟକୁ ଉପରେ ରୋକ ଲଗାଇବ। ପ୍ରସ୍ତାବିତ ସଂଶୋଧନର ଲକ୍ଷ୍ୟ ହେଉଛି ‘ବନ୍ଦେ ମାତରମ୍’ କୁ ସମାନ ଆଇନଗତ ସୁରକ୍ଷା ପ୍ରଦାନ କରିବା, ଯାହାକୁ ଜାତୀୟ ସଙ୍ଗୀତ ଭାବରେ ମାନ୍ୟତା ମିଳିବା ସତ୍ତ୍ୱେ ଏପର୍ଯ୍ୟନ୍ତ ଏପରି ଆଇନଗତ ସୁରକ୍ଷା ମିଳିନାହିଁ।  ପ୍ରସ୍ତାବିତ ଆଇନ ଅନୁଯାୟୀ, ଯଦି ଏହି ବିଲ୍ ସଂସଦର ଉଭୟ ଗୃହ ଦ୍ୱାରା ଗୃହୀତ ହୁଏ, ତେବେ ‘ବନ୍ଦେ ମାତରମ୍’କୁ ଅପମାନ କରିବା ଏକ ଫୌଜଦାରୀ ଅପରାଧ ହୋଇଯିବ। ଯାହାକି ଅନ୍ୟ ରାଷ୍ଟ୍ରୀୟ ପ୍ରତୀକ ଯେପରିକି ଜାତୀୟ ସଙ୍ଗୀନ, ଜାତୀୟ ପତାକା ଓ ସମ୍ବିଧାନର ସୁରକ୍ଷା କରାଯାଏ।  ଏହି ବଇନଗତ ପଦକ୍ଷେପ ଗୃହମନ୍ତ୍ରଣାଳୟ ୯ ଜୁଲାଇରେ ସବୁ ରାଜ୍ୟକୁ ଦିଆଯାଇଥିବା ନିର୍ଦେଶ ପରେ ଆଣିଛି। ଏଥିରେ କୁହାଯାଇଛି ସରକାରୀ କାମ ବେଳେ ଯେତେବେଳେ ବି ଜନଗଣମନ ଗାନ କରାଯାଏ ତେବେ ତା ପୂର୍ବରୁ ବନ୍ଦେ ମାତରମ ବଜା ଯିବ। ଏହି ପ୍ରସ୍ତାବିତ ପରିବର୍ତ୍ତନ ଉପରେ ସଂସଦରେ ଚାଲୁଥିବା ମୌସୁମୀ ଅଧିବେଶନରେ ଚର୍ଚ୍ଚା ହେବ।

1 min read

ଜମ୍ମୁ-କଶ୍ମୀରରେଭୟଙ୍କରଭୂସ୍ଖଳନ: ୧୬ମୃତ

ନୂଆଦିଲ୍ଲୀ, ୧୯।୭: ଉତ୍ତର ଏବଂ ପୂର୍ବ ଭାରତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ରହିବା ଯୋଗୁ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏପରିକି ଅନେକ ନିଖୋଜ ଥିବା ସୂଚନା ମିଳିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୬ରୁ ୭ ଦିନ ଉତ୍ତର, ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତରେ ମୌସୁମୀ ସକ୍ରିୟ ରହିବା ସାଙ୍ଗକୁ ବର୍ଷା ହେବାନେଇ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷେ ଜମ୍ମୁ ଏବଂ କଶ୍ମୀରରେ ପ୍ରବଳ ବର୍ଷା ହୋଇ ଅଧିକ କ୍ଷତିଗ୍ରସ୍ତ ହୋଇଛି। ପୁଞ୍ଚ ଏବଂ ରାଜୌରୀର ଯୋଡ଼ା ସୀମାବର୍ତ୍ତୀ ଜିଲାଗୁଡ଼ିକରେ ବାଦଲ ଫଟା ବର୍ଷା ଯୋଗୁ ଭୂସ୍ଖଳନ ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଅତିକମରେ ୧୧ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ନିଖୋଜ ଅଛନ୍ତି। ପୁଞ୍ଚ ଜିଲାର ସୁରନକୋଟ ତହସିଲ ଅଞ୍ଚଳରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି। ଏପରିକି ସମ୍ପୃକ୍ତ ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ହୋଇଛି। ଅଧିକାରୀଙ୍କ କହିବା ମୁତାବକ, ନିରନ୍ତର ବର୍ଷା ଏବଂ କ୍ଷତିଗ୍ରସ୍ତ ରାସ୍ତା ମଧ୍ୟରେ ନିଖୋଜଙ୍କୁ ଖୋଜିବା କଷ୍ଟକର ହେଉଥିବା କହିଛନ୍ତି।

1 min read

ଅବସର ନେବେ କି ରୋହିତ ଶର୍ମା ?

ନୂଆଦିଲ୍ଲୀ, ଜୁଲାଇ ୧୮: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଅବସରକୁ ନେଇ ସୋସିଆଲ ମିଡିଆ ଏବଂ କିଛି ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ, ଏହି ପ୍ରସଙ୍ଗରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ବୋର୍ଡ ସଚିବ ଦେବଜିତ ସାଇକିଆ କହିଛନ୍ତି ଯେ, ଲର୍ଡସରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ ରୋହିତଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ ହେବ ବୋଲି କୌଣସି ଆଧିକାରିକ ଆଲୋଚନା କିମ୍ବା ନିଷ୍ପତ୍ତି ହୋଇନାହିଁ। ତେବେ ଅବସର ସମ୍ପର୍କିତ […]

1 min read

‘ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍ ଫିଲ୍ମ ମାମଲା: ଓଡ଼ିଶା ହାଇକୋର୍ଟଙ୍କ ରୋକ ପରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ନିର୍ମାତା

ନୂଆଦିଲ୍ଲୀ/ପୁରୀ, ଜୁଲାଇ ୧୬ (ଉଦୟ): ଭଗବାନ ଶ୍ରୀଜଗନ୍ନାଥଙ୍କ ଜୀବନ ଉପରେ ଆଧାରିତ ଆନିମେଟେଡ୍ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ‘ ର ମୁକ୍ତିକୁ ନେଇ ଆଇନଗତ ବିବାଦ ଜୋର ଧରିଛି। ଜୁଲାଇ ୧୭ରେ ସାରା ଦେଶରେ ମୁକ୍ତିଲାଭ କରିବାକୁ ଥିବା ଏହି ଚଳଚ୍ଚିତ୍ରର ପ୍ରଦର୍ଶନ ଉପରେ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ରୋକ ଲଗାଇବା ପରେ ନିର୍ମାତା ପକ୍ଷ ସୁପ୍ରିମକୋର୍ଟର ଶରଣାପନ୍ନ ହୋଇଛନ୍ତି। ନିର୍ମାତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦେବଦତ୍ତ କାମତ ଭାରତର ମୁଖ୍ୟ ବିଚାରପତିଙ୍କ ନିକଟରେ ମାମଲାର ଜରୁରୀ ଶୁଣାଣି […]