ରାଜ୍ୟ
ଜୁନାଗଡ଼ରେ ଫେକ୍ UPI ଆପ୍ ଜରିଆରେ ଠକେଇ: ବଣିକ ସଂଘ ହାତରେ ଅଭିଯୁକ୍ତ, ପୋଲିସର କାର୍ଯ୍ୟାନୁଷ୍ଠାନ
ଜୁନାଗଡ଼, ୧୯ା୮ : ଜୁନାଗଡ଼ ସହରରେ ନକଲି UPI ଆପ୍ ବ୍ୟବହାର କରି ଦୋକାନୀଙ୍କୁ ଠକେଇ କରୁଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ବଣିକ ସଂଘର ସଦସ୍ୟମାନେ କାବୁ କରି ପୋଲିସ ଜିମା ଦେଇଛନ୍ତି। ଅଭିଯୁକ୍ତ ଜଣକ ୨୦ରୁ ଅଧିକ ଦୋକାନୀଙ୍କୁ ଏଭଳି ଉପାୟରେ ଠକିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଅଭିଯୁକ୍ତ ବିଭିନ୍ନ ଦୋକାନରୁ ସାମଗ୍ରୀ କିଣିବା ପରେ ନକଲି UPI ଆପ୍ ଜରିଆରେ ଟଙ୍କା ପୈଠ ହୋଇଥିବା ଭଳି ଦୋକାନୀଙ୍କୁ ଦେଖାଉଥିଲେ। ତେବେ ପ୍ରକୃତରେ ଟଙ୍କା […]
ଦିନେ କାଶ ଔଷଧ ଭାବେ ବିକ୍ରି ହେଉଥିଲା ହେରୋଇନ୍!
ନୂଆଦିଲ୍ଲୀ: ଆଜି ହେରୋଇନ୍କୁ ଏକ ଅତ୍ୟନ୍ତ ନିଶାଦ୍ରବ୍ୟ ଭାବେ ଜଣାଯାଏ। କିନ୍ତୁ ଚିକିତ୍ସା ଇତିହାସର ଏକ ସମୟରେ ଏହାକୁ କାଶର ଔଷଧ ଭାବେ ବ୍ୟବହାର କରାଯାଉଥିଲା। ବିଶେଷକରି ଯକ୍ଷ୍ମା (TB) ଓ ନିମୋନିଆରେ ହେଉଥିବା ତୀବ୍ର କାଶକୁ ନିୟନ୍ତ୍ରଣ କରିବା ପାଇଁ ଡାକ୍ତରମାନେ ଏହା ଦେଉଥିଲେ। ୧୯ଶ ଶତାବ୍ଦୀର ଶେଷ ଭାଗରେ TB ଓ ନିମୋନିଆ ଭଳି ରୋଗ ଅତ୍ୟନ୍ତ ମାରାତ୍ମକ ଥିଲା। ସେତେବେଳେ ଆଜିର ଭଳି ଆଣ୍ଟିବାୟୋଟିକ୍ ଓ ପ୍ରଭାବଶାଳୀ ଚିକିତ୍ସା ଉପଲବ୍ଧ ନଥିଲା। ଲଗାତାର […]
ଉତ୍ତର ଓଡ଼ିଶାରେ ବଢ଼ିଲା ବନ୍ୟା ବିପଦ, ୯.୪୦ ଲକ୍ଷ ଲୋକ ପ୍ରଭାବିତ
ଭୁବନେଶ୍ୱର: ଲଘୁଚାପଜନିତ ଲଗାଣ ବର୍ଷାରେ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଆହୁରି ସଙ୍ଗିନ ହୋଇଛି। ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢ଼ୁଥିବା ବେଳେ ଯାଜପୁର, ଭଦ୍ରକ ସମେତ ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଚିନ୍ତା ବଢ଼ାଇଛି। ବନ୍ୟାରେ ପ୍ରାୟ ୯.୪୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୩.୩୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଯାଜପୁର ଓ ଭଦ୍ରକ ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ […]
ମୁଖ୍ୟମନ୍ତ୍ରୀ ଙ୍କ ଯାଜପୁର ବନ୍ୟାଅଞ୍ଚଳ ପରିଦର୍ଶନ; ରିଲିଫ୍ ଓ ସ୍ୱାସ୍ଥ୍ୟସେବା କୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ
ଯାଜପୁର, ୧୭।୮(ପିପିଏସ): ସୋମବାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲା ଗସ୍ତରେ ଆସି ଦଶରଥପୁର ବ୍ଲକ୍ର କସପା ଓ ତରପଦା ପଞ୍ଚାୟତ ଅନ୍ତର୍ଗତ ବନ୍ୟା ପ୍ରଭାବିତ ଅଞ୍ଛଳ ପରିଦର୍ଶନ କରିବା ସହ ବନ୍ୟା ପରିସ୍ଥିତି ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଗସ୍ତ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ରାମଚନ୍ଦ୍ରପୁର, ବାଲଦା ଓ ଡୋଭାବିଲ୍ ଗ୍ରାମର ବନ୍ୟା ପ୍ରଭାବିତ ଲୋକଙ୍କୁ ସାକ୍ଷାତ କରି ସେମାନଙ୍କ ସମସ୍ୟା, ଆବଶ୍ୟକତା ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ […]
ଓଡ଼ିଶାର ଯୁବପିଢ଼ି ପାଇଁ ବଡ଼ ଘୋଷଣା; OPSC ପରୀକ୍ଷାରେ ବଢ଼ିଲା ସୁଯୋଗ
ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱରରେ ଜାତୀୟ ପତାକା ଉତ୍ତୋଳନ ପରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୁବପିଢ଼ି ଓ ଶିକ୍ଷା କ୍ଷେତ୍ରକୁ ନେଇ ଏକାଧିକ ବଡ଼ ଘୋଷଣା କରିଛନ୍ତି। ବିଶେଷକରି ସିଭିଲ୍ ସର୍ଭିସ୍ ପରୀକ୍ଷାର୍ଥୀଙ୍କ ପାଇଁ ଆଟେମ୍ପ୍ଟ ସୀମା ବଢ଼ାଇବା ନେଇ ସେ ଘୋଷଣା କରିଛନ୍ତି। ସିଭିଲ୍ ସର୍ଭିସ୍ ପରୀକ୍ଷାରେ ବଢ଼ିଲା ଆଟେମ୍ପ୍ଟ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାଧାରଣ ବର୍ଗର ପରୀକ୍ଷାର୍ଥୀଙ୍କ ପାଇଁ ପୂର୍ବରୁ ସର୍ବାଧିକ ୬ଟି ଆଟେମ୍ପ୍ଟର ବ୍ୟବସ୍ଥା ଥିଲା। […]
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭଦ୍ରକ ଓ ଯାଜପୁର ବନ୍ୟାଞ୍ଚଳ ଗସ୍ତ: ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ଭଦ୍ରକ ଏବଂ ଯାଜପୁର ଜିଲ୍ଲାର ବନ୍ୟାପ୍ରଭାବିତ ଅଞ୍ଚଳଗୁଡ଼ିକର ସ୍ଥାନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବେ। ବଙ୍ଗୋପସାଗରର ବାୟୁମଣ୍ଡଳରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ କ୍ରମାଗତ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଏହି ଗସ୍ତ अत्यंत ଗୁରୁତ୍ୱପୂର୍ଣ୍ଣ ସମୟରେ ହେଉଛି। ଭଦ୍ରକ ଏବଂ ଯାଜପୁର ଉଭୟ ଜିଲ୍ଲା ଭାରତୀୟ ପାଣିପାଗ ବିଭାଗ (IMD) ର ରେଡ୍ ଚେତାବନୀ (Red Warning) ଅଧୀନରେ […]
ଓଡ଼ିଶାରେ ଭାରି ବର୍ଷା ଆଶଙ୍କା; ମୟୂରଭଞ୍ଜ-ବାଲେଶ୍ୱରକୁ ରେଡ୍ ୱାର୍ଣ୍ଣିଂ
ଭୁବନେଶ୍ୱର, ୧୬/୮: ବଙ୍ଗୋପସାଗରରେ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଓଡ଼ିଶାର ପାଗରେ ବଡ଼ ପରିବର୍ତ୍ତନ ଦେଖାଦେଇଛି। ରାଜ୍ୟର ଅନେକ ଅଞ୍ଚଳରେ ଭାରିରୁ ଅତିଭାରି ବର୍ଷା ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ଆଜିଠାରୁ ଏହି ପାଣିପାଗ ପ୍ରଣାଳୀର ପ୍ରଭାବରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି। ମୟୂରଭଞ୍ଜ ଓ ବାଲେଶ୍ୱରକୁ ରେଡ୍ ୱାର୍ଣ୍ଣିଂ ଅତିଭାରି ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକର […]
ସ୍ତ୍ରୀକୁ ହତ୍ୟାକାରୀ ପୋଖରୀରେ ଫିଙ୍ଗିଦେଲା ସ୍ୱାମୀ
ଓଡଗାଁ,, ୧୪୦୮: ଓଡଗାଁ ଆଦର୍ଶ ଥାନା ଅଞ୍ଚଳରେ ଗତ ରାତିରେ ଘଟିଯାଇଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ l ସ୍ତ୍ରୀକୁ ନିଜେ ସ୍ୱାମୀ ହତ୍ୟାକରୀ ପୋଖରୀରେ ଫିଙ୍ଗିଦେଇଥିବା ଅଭିଯୋଗ ଆଣିଲେ ଝିଅର ବାପଘର ଲୋକ l ଅଭିଯୋଗ ଅନୁଯାଇ ଓଡଗାଁ ବ୍ଲକ୍ ଅନ୍ତର୍ଗତ ହରିହରପୁର ଗ୍ରାମର ଶ୍ୟାମଘନ ସାହୁଙ୍କ ଝିଅ ତପସ୍ୱିନୀ ୨୦୨୦ମସିହାରେ ନୟାଗଡ ସଦର ଥାନା ଅଧିନ ଢେଙ୍କେଣା ଗ୍ରାମର ବିନୋଦ ପ୍ରଧାନଙ୍କ ପୁତ୍ର ବକ୍ସିଙ୍କ ସହ ବୈଦିକ ରୀତିନୀତି ଅନୁସାରେ ବିବାହ ସମ୍ପର୍ଣ୍ଣ ହୋଇଥିଲା l […]
ଡିଜିପି ଭାବେ ନିଯୁକ୍ତ ହେଲେ ୧୯୯୩ ବ୍ୟାଚ୍ IPS ବିନୟତୋଷ
ଭୁବନେଶ୍ବର : ରାଜ୍ୟ ପୁଲିସରେ ବଡ଼ ପରିବର୍ତ୍ତନ୧୯୯୩ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ଓଡ଼ିଶାର ଅନ୍ତରୀଣ ପୁଲିସ ଡିଜିପି ଭାବେ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ ସେ କ୍ରାଇମ୍ ବ୍ରାଞ୍ଚ ଡିଜି ଭାବେ କାର୍ଯ୍ୟରତ ଅଛନ୍ତି। ବର୍ତ୍ତମାନର ପୁଲିସ ଡିଜି ୱାଇ. ବି. ଖୁରାନିଆ ଅଗଷ୍ଟ ୧୬ ତାରିଖରେ ଅବସର ଗ୍ରହଣ କରିବେ। ତାଙ୍କ ଅବସର ପରେ ବିନୟତୋଷ ମିଶ୍ର ଅତିରିକ୍ତ ଡିଜିପି ଭାବେ ଦାୟିତ୍ୱ ନେବେ। ଅନ୍ୟପଟେ ରାଜ୍ୟର ନୂଆ ଡିଜିପି ନିଯୁକ୍ତି ପାଇଁ ୟୁପିଏସ୍ସିରେ ଚାଲିଥିବା ଚୟନ ପ୍ରକ୍ରିୟା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଛି। ଅଗଷ୍ଟ ୧୮ରେ ସୁପ୍ରିମକୋର୍ଟଙ୍କ ଆଗାମୀ ନିର୍ଦ୍ଦେଶ ଉପରେ ନୂଆ ଡିଜିପି ନିଯୁକ୍ତିର ପରବର୍ତ୍ତୀ ପଦକ୍ଷେପ ନିର୍ଭର କରିବ। ସେପର୍ଯ୍ୟନ୍ତ ବିନୟତୋଷ ମିଶ୍ର ରାଜ୍ୟ ପୁଲିସର କାମଚଳା ଡିଜିପି ଭାବେ ଦାୟିତ୍ୱ ତୁଲାଇବେ। ନୂଆ ଡିଜିପି ଚୟନ ଓ ନିଯୁକ୍ତ ହେବା ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇବେ ବିନୟତୋଷ ମିଶ୍ର।
GSTର ମୂଳ ଉଦ୍ଦେଶ୍ୟକୁ ନେଇ ରାଜସ୍ୱ ବିଭାଗକୁ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅର୍ଥ କମିଟିର ତାଗିଦ
ନୂଆଦିଲ୍ଲୀ, ୧୧ ଅଗଷ୍ଟ: ଦେଶରେ ସାମଗ୍ରୀ ପରିବହନକୁ ଅଧିକ ସୁଗମ ଓ ବାଧାମୁକ୍ତ କରିବା ଲକ୍ଷ୍ୟରେ ଜିଏସ୍ଟି ବ୍ୟବସ୍ଥା ଲାଗୁ ହୋଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଚାଲୁଥିବା ଅନଧିକୃତ ଭୌତିକ ଚେକ୍ପୋଷ୍ଟକୁ ନେଇ ଚିନ୍ତା ପ୍ରକାଶ କରିଛି ସଂସଦର ଅର୍ଥ ସମ୍ପର୍କିତ ସ୍ଥାୟୀ କମିଟି। ରାଜ୍ୟ ପୁଲିସ, ବାଣିଜ୍ୟିକ କର ବିଭାଗ ଓ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ୱାରା ଚାଲୁଥିବା ଏଭଳି ଚେକ୍ପୋଷ୍ଟ ଯୋଗୁଁ ମାଲ ପରିବହନରେ ଅଯଥା ବିଳମ୍ବ ଓ ପରିବହନକାରୀଙ୍କୁ ଅସୁବିଧା ହେଉଥିବା କମିଟି ଦର୍ଶାଇଛି। […]
