ରାଜ୍ୟ
ବନ୍ତିଲୋରେ କୋଟି କୋଟି ଟଙ୍କାର ‘ଭୂତ କୋଠା’! ରୋଗୀ ନୁହେଁ, ଗଡୁଛି ମଦ ବୋତଲ।
ଅସ୍ତରଙ୍ଗ, ୨୩/୦୮: ଦୂରରୁ ଦେଖିଲେ ଲାଗିବ ଯେପରି ଏକ ପରିତ୍ୟକ୍ତ କୋଠା। ଚାରିଆଡ଼େ ଅନ୍ଧାର, ପରିସରରେ ମଦ ବୋତଲ, ସିଗାରେଟ୍ ପ୍ୟାକେଟ୍ ଓ ଅଳିଆ ଆବର୍ଜନା। ରୋଗୀଙ୍କ ଚଳପ୍ରଚଳ ବଦଳରେ ଏଠାରେ ନିଶାଡ଼ିଙ୍କ ଆଡ଼ା ଜମୁଥିବା ଅଭିଯୋଗ ହେଉଛି। ଏହା କୌଣସି ଭୂତକୋଠା ନୁହେଁ, ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ନିର୍ମିତ ବନ୍ତିଲୋ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରର ଚିତ୍ର। ୨୦୨୩ ନଭେମ୍ବର ୩୦ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି […]
ବର୍ଷାଦିନେ ପାନୀୟ ଜଳ ପାଇଁ ହନ୍ତସନ୍ତ କେନ୍ଦୁପଲ୍ଲୀ ମାଣିବନ୍ଧ ଗ୍ରାମବାସୀ
ଭାପୁର, ୨୩/୦୮: ରାଜ୍ୟ ସରକାର ଲୋକମାନଙ୍କୁ ପାଇପ ଯୋଗେ ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାପାଇଁ ଗୁରୁତ୍ୱ ଦେଉଥିବା ବେଳେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଶାଳପଡ଼ା ପଞ୍ଚାୟତ କେନ୍ଦୁପଲ୍ଲୀ ମାଣିବନ୍ଧ ଗ୍ରାମରେ. ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ (ପମ୍ପ ହାଉସ)ମାଧ୍ୟମରେ ପାଇପ ଯୋଗେ ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି. ପମ୍ପ ହାଉସରେ ପାଣି ଚଲାଇବା ପାଇଁ କର୍ମଚାରୀ ନିଯୁକ୍ତି କରାଯାଇଛି. କିନ୍ତୁ […]
ପୁଣି ନଗଡ଼ାରେ ଅପପୁଷ୍ଟିର ଛାୟା; ୨ ଶିଶୁ ସାମ୍ ଶ୍ରେଣୀଭୁକ୍ତ
କାଳିଆପାଣି: ନଗଡ଼ାରୁ ଅପପୁଷ୍ଟିର ଚିନ୍ତାଜନକ ଚିତ୍ର ପୁଣି ସାମ୍ନାକୁ ଆସିଛି। ସରକାର ଓ ଜିଲ୍ଲା ପ୍ରଶାସନ ଦୀର୍ଘ ବର୍ଷ ଧରି ନଗଡ଼ାର ବିକାଶ ପାଇଁ ପ୍ରୟାସ କରୁଥିଲେ ମଧ୍ୟ ଶିଶୁଙ୍କ ପୁଷ୍ଟି ସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି। ତଳ ନଗଡ଼ାରେ ଦୁଇ ଜୁଆଙ୍ଗ ଶିଶୁ ସାମ୍ (Severe Acute Malnutrition) ଶ୍ରେଣୀରେ ଥିବା ଜଣାପଡ଼ିଛି। କାନ୍ତ ଓ ମିଟୁ ପ୍ରଧାନଙ୍କ ୩୩ ମାସର ଝିଅ ଜ୍ୟୋତ୍ସ୍ନାରାଣୀ ଏବଂ ଗାଲେ ଓ ମଙ୍ଗୁଳୁ ପ୍ରଧାନଙ୍କ ୧୯ ମାସର ପୁଅ […]
ଅନୁଗୋଳରେ ସରକାରୀ ଜମି ଉପରେ ମାଫିଆଙ୍କ ନଜର! ୪୦ ଏକର ଗୋଚର ଜମିରେ ଛିଡ଼ା ହେଲାଣି ଶହ ଶହ ଘର
ଅନୁଗୋଳ: ସହରକୁ ଲାଗିଥିବା ସରକାରୀ ଜମିର ଆକାଶଛୁଆଁ ମୂଲ୍ୟ। ଏହାକୁ ନେଇ ଏବେ ଜବରଦଖଲକାରୀଙ୍କ ଉପରେ ଅଭିଯୋଗ ଉଠିଛି। ଅନୁଗୋଳ ସହର ଉପକଣ୍ଠ ରାଣୀଗୋଡ଼ା ଅଞ୍ଚଳରେ ପ୍ରାୟ ୪୦ ଏକରରୁ ଅଧିକ ଗୋଚର ଜମି ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି। ବଅଁରପାଳ ବ୍ଲକ୍ ରାଣୀଗୋଡ଼ା ପଞ୍ଚାୟତ ଅଧୀନ ରାଣୀଗୋଡ଼ା ଜଙ୍ଗଲ ମୌଜାର ଖତିଆନ ନମ୍ବର ୫୪୭ରେ ପ୍ରାୟ ୪୧ ଏକର ୧୨ ଡେସିମିଲ ଜମି ରହିଛି। ସରକାରୀ ରେକର୍ଡରେ ଏହି ଜମି ଗୋଚର ଭାବେ ଦର୍ଶାଯାଇଛି। ସହର […]
ଚାରବାଟିଆରେ ସିଭିଲିଆନ୍ ବିମାନବନ୍ଦର ପ୍ରସ୍ତାବ, ମହତାବଙ୍କ ଉଦ୍ୟମ
କଟକ: କଟକବାସୀଙ୍କ ଦୀର୍ଘଦିନର ବିମାନବନ୍ଦର ଦାବିକୁ ନେଇ ଆଶା ସଞ୍ଚାର ହୋଇଛି। କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଚୌଦ୍ୱାରସ୍ଥିତ ଚାରବାଟିଆର ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ପୁରୁଣା ଏୟାରଷ୍ଟ୍ରିପ୍କୁ ଆଧୁନିକ ବେସାମରିକ ବିମାନବନ୍ଦରରେ ପରିଣତ କରିବା ଦାବିକୁ ଜୋରଦାର କରିଛନ୍ତି। ସାଂସଦ ମହତାବଙ୍କ କହିବା ଅନୁସାରେ, ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ଆଲୋଚନା ହୋଇଛି। ପ୍ରକଳ୍ପଟି ଆଗକୁ ବଢ଼ିଲେ କଟକ ସମେତ ସମଗ୍ର ରାଜଧାନୀ ଅଞ୍ଚଳର ବିମାନ ଯୋଗାଯୋଗ […]
କେନ୍ଦ୍ରାପଡ଼ାରେ ବନ୍ୟା ବିପର୍ଯ୍ୟୟ, ବଢ଼ୁଛି ଦୁର୍ଦ୍ଦଶା
କେନ୍ଦ୍ରାପଡ଼ା: ତାଜା ପ୍ରବଳ ବର୍ଷା ଯୋଗୁଁ କେନ୍ଦ୍ରାପଡ଼ାର ବିଭିନ୍ନ ନଦୀରେ ବନ୍ୟାଜଳ ଆହୁରି ବଢ଼ିଛି। ଗତ ଦୁଇ ସପ୍ତାହ ଧରି ବନ୍ୟାରେ ଜୁଝୁଥିବା ଲୋକଙ୍କ ଦୁର୍ଦ୍ଦଶାକୁ ନୂଆ ବର୍ଷା ଆହୁରି ବଢ଼ାଇ ଦେଇଛି। ପଟ୍ଟାମୁଣ୍ଡାଇ, ରାଜକନିକା, ଆଳି, ଡେରାବିଶ ଓ ରାଜନଗର ବ୍ଲକର ଅନେକ ନଦୀକୂଳିଆ ଗାଁରେ ଶତାଧିକ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି। ଅନେକ ସ୍ଥାନରେ ଲୋକେ ଖାଦ୍ୟ, ପାନୀୟ ଜଳ ଓ ଔଷଧ ପାଇଁ ଅପେକ୍ଷା କରୁଥିବା ବେଳେ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ […]
ରାଖି କେବେ ବାନ୍ଧିବେ? ୨୭ ନା ୨୮ ଅଗଷ୍ଟ, ଜାଣନ୍ତୁ ଶୁଭ ମୁହୂର୍ତ୍ତ
ଭୁବନେଶ୍ୱର: ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରକ୍ଷାବନ୍ଧନ। ଭଉଣୀ ଭାଇଙ୍କ ହାତରେ ରାଖୀ ବାନ୍ଧି ତାଙ୍କ ସୁଖ, ସମୃଦ୍ଧି ଓ ଦୀର୍ଘାୟୁ କାମନା କରୁଥିବା ବେଳେ ଭାଇ ମଧ୍ୟ ଭଉଣୀଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ୨୦୨୬ରେ ପୂର୍ଣ୍ଣିମା ତିଥି ଦୁଇ ଦିନ ରହୁଥିବାରୁ ରକ୍ଷାବନ୍ଧନ କେଉଁ ଦିନ ପାଳନ ହେବ, ତାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ଚଳିତବର୍ଷ ଶ୍ରାବଣ ପୂର୍ଣ୍ଣିମା ଅଗଷ୍ଟ ୨୭ ତାରିଖ ସକାଳ ୯ଟା ୭ ମିନିଟରୁ […]
ଆସୁଛି ଆଉ ଏକ ଲଘୁଚାପ, ୨୨ରୁ ପୁଣି ପ୍ରବଳ ବର୍ଷା
ଭୁବନେଶ୍ୱର, ୧୯/୮: ଲଗାତାର ଲଘୁଚାପ ଯୋଗୁଁ ରାଜ୍ୟରେ ବର୍ଷା ଓ ବନ୍ୟା ସ୍ଥିତି ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୨୨ରୁ ୨୩ ତାରିଖ ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୨ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ପୁଣି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଉତ୍ତର […]
୫ ଦିନ ପରେ ମିଳିଲେ ନିଖୋଜ ବ୍ୟକ୍ତି, ତାଳଗଛକୁ ଆଶ୍ରୟ କରି ବଞ୍ଚିଥିଲେ
ଧାମନଗର, ୧୯/୮: ଲଗାଣ ବର୍ଷା ଓ ବନ୍ୟା ମଧ୍ୟରେ ୫ ଦିନ ଧରି ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କୁ ଶେଷରେ ଉଦ୍ଧାର କରାଯାଇଛି। ବନ୍ୟାପାଣି ମଧ୍ୟରେ ଏକ ତାଳଗଛକୁ ଆଶ୍ରୟ କରି ସେ ଦୀର୍ଘ ୫ ଦିନ ଧରି ରହିଥିଲେ। ଉଦ୍ଧାର ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଚିକିତ୍ସା ଚାଲିଛି। ଧାମନଗର ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଯୋଗୁଁ ବୈତରଣୀ ସମେତ କୋଚିଳା, ଗେଙ୍ଗୁଟି, କଣ୍ଡିଆ, ରେବ ଓ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। […]
ଶାରଳା ପୁରସ୍କାର ପାଇବେ କବି ଆଶୁତୋଷ ପରିଡ଼ା
ଭୁବନେଶ୍ୱର, ୧୯/୮: ଓଡ଼ିଆ ସାହିତ୍ୟ ଜଗତରେ ଖୁସିର ଖବର। ବିଶିଷ୍ଟ କବି ଓ ସାହିତ୍ୟିକ ଆଶୁତୋଷ ପରିଡ଼ାଙ୍କୁ ଚଳିତ ବର୍ଷର ପ୍ରତିଷ୍ଠିତ ଶାରଳା ପୁରସ୍କାର ପ୍ରଦାନ କରାଯିବ। ତାଙ୍କ କବିତା ସଂକଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ଏହି ସମ୍ମାନ ପାଇଁ ତାଙ୍କୁ ଚୟନ କରାଯାଇଛି। ୧୯୪୬ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମିତ ଆଶୁତୋଷ ପରିଡ଼ା ଓଡ଼ିଆ କବିତା କ୍ଷେତ୍ରରେ ନିଜସ୍ୱ ସ୍ୱର ଓ ଚିନ୍ତନଶୀଳ ରଚନା ପାଇଁ ପରିଚିତ। ସାହିତ୍ୟ ସହିତ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ତାଙ୍କର […]
