prajatantra news
ଆଣ୍ଡାମାନ-ନିକୋବରର ନବନିଯୁକ୍ତ ଉପରାଜ୍ୟପାଳ ଡ. ଦିନେଶ ଶର୍ମାଙ୍କୁ ସାଂସଦ ଭର୍ତ୍ତୃହରି ମହତାବଙ୍କ ଶୁଭେଚ୍ଛା
ନୂଆଦିଲ୍ଲୀ: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଲେଫ୍ଟନାଣ୍ଟ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ବିଜେପିର ରାଜ୍ୟସଭା ସଦସ୍ୟ ତଥା ଅର୍ଥ ସଂସଦୀୟ ସ୍ଥାୟୀ କମିଟିର ସଦସ୍ୟ ଡ. ଦିନେଶ ଶର୍ମାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ଅର୍ଥ ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ତଥା ସାଂସଦ ଭର୍ତ୍ତୃହରି ମହତାବ। ଶ୍ରୀ ମହତାବ ତାଙ୍କ ବୟାନରେ କହିଛନ୍ତି, “ଡ. ଦିନେଶ ଶର୍ମାଜୀଙ୍କୁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଲେଫ୍ଟନାଣ୍ଟ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଏହି […]
ଦୁଇ ବର୍ଷରେ ହେବ ଶ୍ରୀଜଗନ୍ନାଥଙ୍କ ଜମି ସେଟଲମେଣ୍ଟ, ଆସିବ ସ୍ୱତନ୍ତ୍ର ପୋର୍ଟାଲ
ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ଜମି ସେଟଲମେଣ୍ଟ ପ୍ରକ୍ରିୟାକୁ ସରଳ ଓ ସ୍ୱଚ୍ଛ କରିବା ପାଇଁ ରାଜ୍ୟ ସରକାର ନୂଆ ନିୟମ ଆଣିଛନ୍ତି। ସରକାରୀ ସୂଚନା ଅନୁଯାୟୀ, ଦୁଇ ବର୍ଷ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ଜମିର ସେଟଲମେଣ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ଅନୁଯାୟୀ, ୨୦୦୩ ମସିହାରେ ଶ୍ରୀଜଗନ୍ନାଥଙ୍କ ଜମି ସମ୍ପର୍କିତ ନୀତି ଆସିଥିଲା। ପରେ ୨୦୧୯ରେ ଏହାର ସଂଶୋଧନ ହୋଇଥିଲେ ମଧ୍ୟ ନିୟମ ଅଭାବରୁ ପ୍ରକ୍ରିୟା ଆଗକୁ ବଢ଼ିପାରିନଥିଲା। ଏବେ ଏଥିପାଇଁ ଆବଶ୍ୟକ ନିୟମ ପ୍ରସ୍ତୁତ […]
ବିଚିତ୍ରପୁର ଜଙ୍ଗଲରେ ୫ ଓରାଙ୍ଗଉଟାଙ୍ଗଙ୍କୁ ନେଇ ଚର୍ଚ୍ଚା
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ର ବିଚିତ୍ରପୁର ଜଙ୍ଗଲରେ ୫ଟି ଅଜଣା ଜୀବ ଠାବ ହେବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଜୀବଗୁଡ଼ିକ ଓରାଙ୍ଗଉଟାଙ୍ଗ ହୋଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ, ସେମାନେ ପ୍ରକୃତରେ କେଉଁ ପ୍ରଜାତିର ତାହା ନେଇ ଏବେ ବି ରହିଛି ରହସ୍ୟ। ଖବର ପାଇ ବନବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଜୀବଗୁଡ଼ିକୁ ଉଦ୍ଧାର କରିଥିଲା। ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଉଦୟପୁର ବନପାଳ କାର୍ଯ୍ୟାଳୟକୁ ନିଆଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା […]
ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି ଲୋକେ
ଗଜପତି: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଭାଲିଆସାହି ଗ୍ରାମର ଭୀମ ମଣ୍ଡଳ ନାମକ ଜଣେ ଯୁବକ ନଦୀ ପାର ହେବା ସମୟରୁ ନିଖୋଜ ହୋଇଛନ୍ତି। ଘଟଣା ପରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଥିବା ବେଳେ ପୁଲିସ ଓ ଓଡ୍ରାଫ୍ ଟିମ୍ ପକ୍ଷରୁ ଖୋଜାଖୋଜି ଜାରି ରହିଛି। ସୂଚନା ଅନୁସାରେ, ଭୀମ ସନ୍ଧ୍ୟାରେ ଆଶ୍ରୟସ୍ଥଳୀରୁ ଘରକୁ ଫେରିଥିଲେ। ଘରେ ରୋଷେଇ ପାଇଁ ଆବଶ୍ୟକ ସାମଗ୍ରୀ ନଥିବାରୁ ସେ ପୁଣି ନଦୀ ପାର ହୋଇ ନିକଟସ୍ଥ ଦୋକାନକୁ […]
ବାଲେଶ୍ୱରରେ ୫୦ ଲକ୍ଷ ଟଙ୍କାର ମତ୍ସ୍ୟ ଲ୍ୟାବ୍ ଅବ୍ୟବହୃତ, ଗୋରୁ ଚରୁଛନ୍ତି ପରିସରରେ
ବାଲେଶ୍ୱର: ବାଲେଶ୍ୱର ପୌରାଞ୍ଚଳର ୩ ନମ୍ବର ୱାର୍ଡ ଦିଗିରହଣିଆଠାରେ ମତ୍ସ୍ୟ ବିଭାଗ ପକ୍ଷରୁ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମତ୍ସ୍ୟ ଲ୍ୟାବ୍ ଓ ଟ୍ରେନିଂ ସେଣ୍ଟର ଏବେ ପରିତ୍ୟକ୍ତ ହୋଇପଡ଼ିଛି। କର୍ମଚାରୀ ଅଭାବରୁ ଦୀର୍ଘଦିନ ଧରି ବନ୍ଦ ଥିବା ଏହି କେନ୍ଦ୍ର ଏବେ ଘାସବଣରେ ପରିଣତ ହୋଇଥିବା ବେଳେ ରାତି ହେଲେ ଅସାମାଜିକଙ୍କ ଆଡ଼ା ଜମୁଥିବା ଅଭିଯୋଗ ହେଉଛି। ପ୍ରାୟ ୫ ବର୍ଷ ପୂର୍ବେ ୧ ଏକର ଜମିରେ ୨ ମହଲା ବିଶିଷ୍ଟ ଲ୍ୟାବ୍ […]
ବାତ୍ୟା ଓ ବନ୍ୟାରେ ବାଲେଶ୍ୱରର ୪ ବ୍ଲକ୍ର ୧୦୦୮ ଗାଁ, ମାତ୍ର ୫୪ଟି ଆଶ୍ରୟସ୍ଥଳ
ବାଲେଶ୍ୱର: ସାମୁଦ୍ରିକ ଝଡ଼, ବାତ୍ୟା ସହ ସୁବର୍ଣ୍ଣରେଖା ଓ ଜଳକା ନଦୀର ବନ୍ୟା ଯୋଗୁଁ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ ବସ୍ତା ବ୍ଲକ୍ ପ୍ରତିବର୍ଷ କ୍ଷତିଗ୍ରସ୍ତ ହେଉଛି। ଏଭଳି ବିପର୍ଯ୍ୟୟ ସମୟରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ (ଏମ୍ସିଏସ୍) ଓ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ (ଏମ୍ଏଫ୍ଏସ୍)ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହେଲେ ଏହି ୪ ବ୍ଲକ୍ର ୧୦୦୮ଟି ଗାଁ ପାଇଁ ରହିଛି ମାତ୍ର ୫୪ଟି ଆଶ୍ରୟସ୍ଥଳ। ୨୦୧୧ ଜନଗଣନା ଅନୁସାରେ, ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ […]
ଭାରତ ଗସ୍ତରେ ଆସୁଛନ୍ତି ରୁଷ୍ ରାଷ୍ଟ୍ରପତି ପୁଟିନ୍, ମୋଦୀଙ୍କ ସହ ହେବ ଦ୍ୱିପାକ୍ଷିକ ବୈଠକ
ନୂଆଦିଲ୍ଲୀ: ଦୁଇ ଦିନ ପରେ ଭାରତ ଆସୁଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ଦିଲ୍ଲୀରେ ବ୍ରିକ୍ସ ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ପୁଟିନ୍ଙ୍କ ଦ୍ୱିପାକ୍ଷିକ ବୈଠକ ହେବ। କ୍ରେମ୍ଲିନ୍ ଏହି ବୈଠକକୁ ନିଶ୍ଚିତ କରିବା ସହ ଭାରତକୁ ରୁଷ୍ର ଜଣେ ‘ରଣନୈତିକ ସହଯୋଗୀ’ ବୋଲି କହିଛି। ବୈଠକରେ ଭାରତ-ରୁଷ୍ ସମ୍ପର୍କ, ପ୍ରତିରକ୍ଷା, ଶକ୍ତି, ପରମାଣୁ ପ୍ରକଳ୍ପ ଓ ବାଣିଜ୍ୟ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇପାରେ। ଏଥିସହ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଓ […]
୭୦ତମ ଜନ୍ମଦିନରେ ଡ. ଭର୍ତ୍ତୃହରି ମହତାବଙ୍କ ଦୀର୍ଘାୟୁ କାମନା
କଟକ: ଡ. ଭର୍ତ୍ତୃହରି ମହତାବଙ୍କ ୭୦ତମ ଜନ୍ମଦିନ ଅବସରରେ ୪୨ ମୌଜା ଦେଉଳିଢେଉରାସ୍ଥିତ ଅନ୍ଧେଇବା ଶ୍ରୀଶ୍ରୀ ବାଲେଶ୍ୱର ମହାଦେବ, ହନୁମାନ ମନ୍ଦିର ସମେତ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ଓ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଏଥିସହ ଗୋପବନ୍ଧୁ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ଖାଦ୍ୟ ବଣ୍ଟନ କରାଯିବା ସହ ବନଦୁର୍ଗା ମନ୍ଦିର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା। ୪୨ ମୌଜା ବୁଦ୍ଧିଜୀବୀ ନାଗରିକ ମଞ୍ଚ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ କଟକେଶ୍ୱର ମହାଦେବ, ଆଇଟଳଙ୍ଗ ସ୍ୱପ୍ନେଶ୍ୱର ମନ୍ଦିର, […]
ଆଜିର ରାଶିଫଳ
ମେଷ: ଅଫିସ କାମ ସହଜରେ ଶେଷ ହେବ। ହଠାତ୍ ଧନଲାଭର ଯୋଗ ରହିଛି। ପରିବାରରେ ନୂଆ ସଦସ୍ୟଙ୍କ ଆଗମନ ହୋଇପାରେ। ଛାତ୍ରଛାତ୍ରୀଙ୍କ ମନ ପାଠପଢ଼ାରେ ଲାଗିବ। ବୃଷ: ପରିବାରର ଦାୟିତ୍ୱ ଆପଣଙ୍କ ଉପରେ ଆସିପାରେ। ନୂଆ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବାର ଯୋଗ ରହିଛି। ବିରୋଧୀଙ୍କ ସହ ବିବାଦର ସମାଧାନ ହେବ। ଦିନଟି ଭଲ ରହିବ। ମିଥୁନ: ପରିବାରରେ ଆନନ୍ଦ ଓ ଉତ୍ସାହ ରହିବ। ଅଫିସରେ ସହକର୍ମୀଙ୍କ ସହ ଭଲ ତାଳମେଳ ରହିବ। ଅଜଣା ବ୍ୟକ୍ତିଙ୍କ ଉପରେ ଅଧିକ […]
ଆବର୍ଜନାରେ ପୋତି ହେଉଛି ପୁରୁଣାପଡ଼ା ପୋଖରୀ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ପୁରୁଣାପଡ଼ାସ୍ଥିତ ପୋଖରୀ ଏବେ ଜଳାଶୟ ନୁହେଁ, ଆବର୍ଜନାର ଭଣ୍ଡାର ପାଲଟିଛି। ବର୍ଷ ବର୍ଷ ଧରି ପୋଖରୀରେ ଅଳିଆ ଆବର୍ଜନା ପଡ଼ି ଏହା ପୋତି ହେବାକୁ ବସିଛି। ୨୦୨୩ରେ ପୋଖରୀ ପଙ୍କୋଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ ପାଇଁ ୬୬ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇ କାମ ଆରମ୍ଭ ହୋଇଥିଲେ ମଧ୍ୟ ଦୁଇ ବର୍ଷ ପରେ ମଧ୍ୟ ଏହା ଅଧାପନ୍ତରିଆ ହୋଇପଡ଼ିଛି। ସହରରେ ୧୦ରୁ ଅଧିକ ପୋଖରୀ ଥିବାବେଳେ ଅନେକ ପୋଖରୀ ଆବର୍ଜନାରେ ପୋତି […]
