Popular News
ଯାଜପୁରରେ ଡିଏମଏଫ୍ ପାଣ୍ଠି ଖର୍ଚ୍ଚରେ ଅନିୟମିତତା ଅଭିଯୋଗ
୧୧୩ କୋଟିର ପ୍ରକଳ୍ପ ଅଚଳ, ୨୦ ମାସ ଧରି ଏନ୍ବିସିସିକୁ ଦିଆଯାଇନି କାର୍ଯ୍ୟାଦେଶ ଯାଜପୁର: ଯାଜପୁର ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ୍) ପାଣ୍ଠିକୁ ନେଇ ଜିଲ୍ଲା ପ୍ରଶାସନର ଭୂମିକା ଉପରେ ପ୍ରଶ୍ନ ଉଠିଛି। ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଉଦ୍ଦିଷ୍ଟ ପାଣ୍ଠିରୁ ବଡ଼ ବଡ଼ ପ୍ରକଳ୍ପ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ସେଗୁଡ଼ିକର କାର୍ଯ୍ୟାନ୍ୱୟନରେ ଦୀର୍ଘସୂତ୍ରତା ଦେଖାଦେଇଛି। ପ୍ରକଳ୍ପ ନିର୍ମାଣ ପରେ ଠିକାଦାରଙ୍କ ବିଲ୍ ପଇଠ କରିବା ନେଇ ଅଭିଯୋଗ ଉଠୁଥିବା ବେଳେ, […]
🌟 ଆଜିର ରାଶିଫଳ
ମେଷ: ନିଜ ପରିଶ୍ରମରେ ଧନ ଅର୍ଜନର ସୁଯୋଗ ମିଳିବ। ଚାକିରି କ୍ଷେତ୍ରରେ ସରକାରୀ ସମର୍ଥନ ପାଇପାରନ୍ତି। ସମାଜରେ ସମ୍ମାନ ବଢ଼ିବ। ବୃଷ: ଗୋ-ମହିଷାଦି ପଶୁପାଳନ କିମ୍ବା କୃଷିକାର୍ଯ୍ୟରୁ ଲାଭ ମିଳିପାରେ। ଘରେ ସୁଖଶାନ୍ତି ବଢ଼ିବ। ଜୀବନସାଥୀଙ୍କ ସହଯୋଗରେ ଆର୍ଥିକ ସ୍ଥିତି ମଜବୁତ ହେବ। ମିଥୁନ: ନୂଆ କାର୍ଯ୍ୟରେ ସଫଳତା ମିଳିବ। ନିଜ ଦକ୍ଷତା ପାଇଁ ପ୍ରଶଂସା ପାଇପାରନ୍ତି। ଲେଖାଲେଖି ଓ ବ୍ୟବସାୟରୁ ଆୟର ସୁଯୋଗ ରହିଛି। କର୍କଟ: ନିଜ କାର୍ଯ୍ୟଦକ୍ଷତାରେ ଧନଲାଭ କରିବେ। ବୁଦ୍ଧି ଓ ଜ୍ଞାନର […]
🎵 ସଙ୍ଗୀତ ଶୁଣିବାର ଅଭ୍ୟାସ ମନକୁ ରଖେ ସତେଜ, ଜାଣନ୍ତୁ ଏହାର ଫାଇଦା
ଭୁବନେଶ୍ୱର: ଦୈନନ୍ଦିନ ବ୍ୟସ୍ତତା ଓ ପଢ଼ାପଢ଼ି ମଧ୍ୟରେ ନିଜକୁ ରିଲାକ୍ସ ରଖିବା ପାଇଁ ଅନେକେ ସଙ୍ଗୀତ ଶୁଣିବାକୁ ପସନ୍ଦ କରନ୍ତି। ପସନ୍ଦର ଗୀତ କିମ୍ବା ସୁମଧୁର ସଙ୍ଗୀତ ଶୁଣିବା ମନୋଭାବକୁ ହାଲୁକା କରିବା ସହ ଦୈନନ୍ଦିନ ଚାପରୁ କିଛି ସମୟ ପାଇଁ ଦୂରେଇବାରେ ସହାୟକ ହୋଇପାରେ। ସଙ୍ଗୀତ ଶୁଣିବା ସମୟରେ ମନୋଯୋଗ ଅନ୍ୟତ୍ର ଯିବାରୁ ମନକୁ ବିଶ୍ରାମ ମିଳିପାରେ। ବିଶେଷକରି ଶାନ୍ତ ସଙ୍ଗୀତ ଶୁଣିବା ଅନେକଙ୍କ ପାଇଁ ଆରାମଦାୟକ ଅନୁଭବ ଦେଇଥାଏ। 🎧 ପଢ଼ା ସମୟରେ ସଙ୍ଗୀତ […]
ନେପାଳରେ ବିପର୍ଯ୍ୟୟର ତାଣ୍ଡବ: ମୃତ୍ୟୁସଂଖ୍ୟା ୧ ହଜାର ପାର୍, ୩୯୧୬ ନିଖୋଜ
କାଠମାଣ୍ଡୁ: ନେପାଳରେ ଭୟାବହ ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ମୃତ୍ୟୁସଂଖ୍ୟା ୧ ହଜାର ପାର୍ କରିଛି। ନେପାଳରେ ୯୮୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପଡ଼ୋଶୀ ଚୀନ୍ରେ ମଧ୍ୟ ୧୬ ଜଣଙ୍କ ମୃତ୍ୟୁ ଖବର ମିଳିଛି। ଫଳରେ ଦୁଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୧,୦୦୩ରେ ପହଞ୍ଚିଛି। ନେପାଳ ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନା ଅନୁଯାୟୀ, ଏହି ବିପର୍ଯ୍ୟୟରେ ଏବେ ବି ୩,୯୧୬ ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ୫୮୩ ଜଣ ବିଦେଶୀ ନାଗରିକ ଥିବା […]
ପାକିସ୍ତାନରେ ପୁଣି ହିନ୍ଦୁ ମନ୍ଦିର ଭଙ୍ଗା ଅଭିଯୋଗ; ଧାର୍ମିକ ସ୍ଥଳର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ
ଇସଲାମାବାଦ: ପାକିସ୍ତାନରେ ହିନ୍ଦୁ ସଂଖ୍ୟାଲଘୁ ଓ ସେମାନଙ୍କ ଧାର୍ମିକ ସ୍ଥଳକୁ ନେଇ ପୁଣି ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ପଞ୍ଜାବ ପ୍ରଦେଶର ନାରୋୱାଲ ଜିଲ୍ଲାରେ ପ୍ରାୟ ୧୦୦ରୁ ୧୨୫ ବର୍ଷ ପୁରୁଣା ଏକ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକ ଓ ସଂଖ୍ୟାଲଘୁ ସଂଗଠନଗୁଡ଼ିକର ଅଭିଯୋଗ ଅନୁସାରେ, ମନ୍ଦିର ଥିବା ଜମିକୁ ନିକଟସ୍ଥ ଏକ ମଦ୍ରାସାର ଜମି ସହ ମିଶାଇବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ତେବେ ପାକିସ୍ତାନ ସରକାରଙ୍କ ପକ୍ଷରୁ […]
ମୋଦୀଙ୍କ ଗ୍ରୁପ୍ ଫଟୋ କାଟି ପୋଷ୍ଟ କଲେ ପାକ୍ ପ୍ରଧାନମନ୍ତ୍ରୀ ଶରିଫ
ନୂଆଦିଲ୍ଲୀ: ପୁଣିଥରେ ନିଜର ଛୋଟ ଚିନ୍ତାଧାରାକୁ ବିଶ୍ୱ ସାମ୍ନାରେ ଦେଖାଇଛି ପାକିସ୍ତାନ। ବ୍ରିକ୍ସ ଶିଖର ସମ୍ମିଳନୀକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଗ୍ରୁପ୍ ଫଟୋକୁ କାଟି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ। ଏହାକୁ ନେଇ ଏବେ କୂଟନୈତିକ ଓ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା। ଫଟୋଟି ବ୍ରିକ୍ସ ଶିଖର ସମ୍ମିଳନୀ ସମୟର ବୋଲି […]
ଏଆଇକୁ ନେଇ ଏଲନ୍ ମସ୍କଙ୍କ ଚେତାବନୀ; ମଣିଷର ଚିନ୍ତାଧାରାକୁ ପଛରେ ପକାଇଦେବ କୃତ୍ରିମ ବୁଦ୍ଧି
ନୂଆଦିଲ୍ଲୀ: ବିଶ୍ୱର ଶୀର୍ଷ ଧନୀ ବ୍ୟବସାୟୀ ଏଲନ୍ ମସ୍କ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦ୍ରୁତ ବିକାଶକୁ ନେଇ ପୁଣିଥରେ ଚେତାବନୀ ଦେଇଛନ୍ତି। ଆଗାମୀ ଦିନରେ ଏଆଇ ମଣିଷ ଭଳି ଚିନ୍ତା କରିବାର କ୍ଷମତା ହାସଲ କରିପାରେ ବୋଲି ସେ ମତ ଦେଇଛନ୍ତି। ଏଲନ୍ ମସ୍କଙ୍କ ମତାନୁସାରେ, ଆସନ୍ତା ବର୍ଷ ଶେଷ ସୁଦ୍ଧା ଏଆଇ କମ୍ପ୍ୟୁଟର ଓ ଇଣ୍ଟରନେଟ୍ ସମ୍ବନ୍ଧୀୟ କାର୍ଯ୍ୟରେ ମଣିଷଙ୍କୁ ପଛରେ ପକାଇପାରେ। ଏଆଇର କ୍ଷମତା ଯେଉଁ ଗତିରେ ବଢ଼ୁଛି, ତାହା ଭବିଷ୍ୟତରେ ମଣିଷର ଚିନ୍ତା […]
ପିଇବା ପାଣି ପାଇଁ ରାସ୍ତାରେ ଧାରଣା; ୮୦ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ସୀତାପୁର ଗ୍ରାମବାସୀ
କଳ୍ୟାଣସିଂହପୁର: ସ୍ୱାଧୀନତାର ପ୍ରାୟ ୮୦ ବର୍ଷ ପରେ ବି ପିଇବା ପାଣି ଭଳି ମୌଳିକ ସୁବିଧା ପାଇଁ ରାସ୍ତାକୁ ଓହ୍ଲାଇବାକୁ ପଡ଼ୁଛି ଗ୍ରାମବାସୀଙ୍କୁ। ଗାଁକୁ ପାନୀୟ ଜଳ ଯୋଗାଣ ଦାବିରେ ଆଜି ରାସ୍ତାରେ ଧାରଣା ଦେଇଛନ୍ତି ଲୋକେ। ପ୍ରଶାସନିକ ବ୍ୟବସ୍ଥାର ଅପାରଗତାର ଏହା ଏକ ସ୍ପଷ୍ଟ ଚିତ୍ର ବୋଲି ଅଭିଯୋଗ ହୋଇଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅଧୀନ ନାରାୟଣପୁର ପଞ୍ଚାୟତର ସୀତାପୁର ଗ୍ରାମର ଲୋକେ ଆଜି ରାସ୍ତା ଉପରେ ଧାରଣା ଦେଇଥିଲେ। ସୂଚନା ଅନୁଯାୟୀ, ଗ୍ରାମରେ […]
ଉତ୍କଳ ଆଲୁମିନାକୁ ନେଇ ବଢ଼ୁଛି ଅସନ୍ତୋଷ; ଜମି, ଘର, ପାଣି, ଚାକିରି ଓ ପୁନର୍ବାସକୁ ନେଇ ଗ୍ରାମବାସୀଙ୍କ ପ୍ରଶ୍ନ
କଳାହାଣ୍ଡି: ପାହାଡ଼ କଳାହାଣ୍ଡିର, ମାଟି କଳାହାଣ୍ଡିର, ପାହାଡ଼ ତଳେ ଥିବା ଖଣିଜ ସମ୍ପଦ ମଧ୍ୟ ଏହି ଅଞ୍ଚଳର। ହେଲେ ଏହି ସମ୍ପଦରୁ ସ୍ଥାନୀୟ ଲୋକ କେତେ ଲାଭ ପାଉଛନ୍ତି? ଖଣି ଓ ଶିଳ୍ପ ପ୍ରକଳ୍ପ ଆସିବା ପରେ ଅଞ୍ଚଳର ଲୋକଙ୍କ ଜୀବନ କେତେ ବଦଳିଛି? ନା ବିକାଶର ମୂଲ୍ୟ ଦେଉଛନ୍ତି ସେହି ଲୋକେ, ଯେଉଁମାନେ ପିଢ଼ି ପିଢ଼ି ଧରି ଏହି ମାଟି ଉପରେ ନିର୍ଭର କରିଆସିଛନ୍ତି? ବାଫଲିମାଳି ଅଞ୍ଚଳରେ ଏବେ ଏଭଳି ପ୍ରଶ୍ନ ଜୋର ଧରିଛି। ଉତ୍କଳ […]
ଶିକ୍ଷାର ବିକଳ ଚିତ୍ର: ଶ୍ରେଣୀଗୃହ ନାହିଁ, ବାରଣ୍ଡାରେ ପାଠ ପଢୁଛନ୍ତି ୩୮ ଛାତ୍ରଛାତ୍ରୀ
ଦେବଗଡ଼: ସରକାର ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀଙ୍କୁ ସୁବିଧାଜନକ ପରିବେଶରେ ପାଠପଢ଼ାଇବା ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି। ହେଲେ ଦୁର୍ଗମ ଅଞ୍ଚଳରେ ଏବେ ବି ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସୁଛି। ଶ୍ରେଣୀଗୃହ ଅଭାବରୁ ବିଦ୍ୟାଳୟ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସରୁଆଳୀ ପଞ୍ଚାୟତର ପାଉଡ଼ିଭୂୟାଁ ଅଧ୍ୟୁଷିତ ଅଞ୍ଚଳର ଖୁଣ୍ଟାଡିହି ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି। ଗାଁ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ […]
