କଂଗ୍ରେସକୁ ରାଜନାଥଙ୍କ ଟାର୍ଗେଟ୍

ନୂଆଦିଲ୍ଲୀ, ; ଏସଆଇଆର ଏବଂ ମୁଖ୍ୟ ନିର୍ବାଚନ କମିଶନଙ୍କ ଇସ୍ତଫା ଦାବି ନେଇ ଆନ୍ଦୋଳନ ଦିନକୁ ଦିନ ତେଜୁଛି । ଦିଲ୍ଲୀରେ ସିଜେପି ଏବଂ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି,ଏହି ଲୋକମାନେ ବାଂଲାଦେଶ ଭଳି ଭାରତରେ ସରକାର ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ଧ୍ୱଂସ କରିବା ଏବଂ ଦେଶରେ ନିଆଁ ଲଗାଇବା ହେଉଛି ସେମାନଙ୍କର ଏକମାତ୍ର ଏଜେଣ୍ଡା । ରାଜନାଥ ସିଂହଙ୍କ ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଦିଲ୍ଲୀରେ କଂଗ୍ରେସ ଏବଂ କକ୍ରୋଚ୍ ଜନତା ପାର୍ଟି ଲଗାତାର ବିରୋଧ ପ୍ରଦର୍ଶନ କରୁଛନ୍ତି । ଆଜି ସିଜେପି ତ୍ରିରଙ୍ଗା ମାର୍ଚ୍ଚ କରିବ । ଏ ନେଇ ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଲକ୍ଷ୍ନୌରେ ଆୟୋଜିତ ଏକ ସମ୍ମିଳନୀରେ କଂଗ୍ରେସକୁ କଡ଼ା ଟାର୍ଗେଟ୍ କରି ରାଜନାଥ କହିଛନ୍ତି,” ଦେଶର ଯୁବକମାନଙ୍କୁ ଅରାଜକତା ରାଜନୀତି କରିବାକୁ ଉସକାଯାଉଛି । ଏମାନେ ବାଂଲାଦେଶ ଭଳି ଦେଶର ସରକାର ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ନୁହେଁ ଏମାନେ କ୍ଷମତା ଦଖଲ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ଶାସନ ପରିବର୍ତ୍ତନ ଭଳି ଶବ୍ଦ ବ୍ୟବହାର କରୁଛନ୍ତି । ଏଥିରୁ ସ୍ପଷ୍ଟ ଯେ ଲଢେଇ ନିର୍ବାଚନ ସଂସ୍କାର ପାଇଁ ନୁହେଁ କି ଏସଆଇଆର ପାଇଁ ନୁହେଁ କି ଜ୍ଞାନେଶ କୁମାରଙ୍କ ଇସ୍ତଫା ନୁହେଁ । ଦେଶର ଯୁବକମାନଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ବରଂ ସେମାନଙ୍କ ଲଢେଇ ଦେଶରେ ଅରାଜକତା ସୃଷ୍ଟି କରି କ୍ଷମତା ହାସଲ କରିବାକୁ ଷଡ଼ଯନ୍ତ୍ର ।”
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ରାଜନାଥ ସିଂହ କହିଛନ୍ତି, ” ଯେତେବେଳେ ରାଜନୈତିକ ସ୍ୱାର୍ଥକୁ ସତ୍ୟ ଏବଂ ଜାତୀୟ ସ୍ୱାର୍ଥ ଉପରେ ରଖାଯାଏ, ଗଣତାନ୍ତ୍ରିକ ତଥ୍ୟ ଏବଂ ଯୁକ୍ତି ପରିବର୍ତ୍ତେ କୁସଂସ୍କାର ଏବଂ ପ୍ରଚାରର ଶିକାର ହୁଏ । ରାହୁଲ ଗାନ୍ଧୀ ଏବଂ ତାଙ୍କ ସରକର୍ମୀମାନେ ବୁଝିବାକୁ ପଡିବ ଯେ ଗଣତନ୍ତ୍ର, ଅରାଜକତା ସୃଷ୍ଟି କରିବା, ସାମ୍ବିଧାନିକ ଅନୁଷ୍ଠାନ ଉପରେ ଆକ୍ରମଣ କରିବା କିମ୍ବା ଭାରତର ବିକାଶ ଯାତ୍ରାରେ ବାଧା ସୃଷ୍ଟି କରିବା ଲାଇସେନ୍ସ ନୁହେଁ ଏବଂ ସୁପ୍ରିମକୋର୍ଟଙ୍କ ଗତକାଲିର ନିରୀକ୍ଷଣ ମଧ୍ୟ ଏହାର ସଙ୍କେତ ହେଉଛି । ୧୯୯୩ରେ କଂଗ୍ରେସ ସରକାର ହଠାତ୍ ନିର୍ବାଚନ କମିଶନରେ ପରିବର୍ତ୍ତନ କରିଥିଲେ । ରାତାରାତି କମିଶନର ୨ ଜଣ ନୂଆ ନିର୍ବାଚନ କମିଶନର ନିଯୁକ୍ତ ହୋଇଥିଲେ । ମୁଖ୍ୟ ନିର୍ବାଚନ କମିଶନର ଏନ ଗୋପାଳସ୍ୱାମୀ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ନିର୍ବାଚନ କମିଶନର ନବୀନ ଚାୱାଲାଙ୍କୁ ପଦରୁ ହଟାଇବା ପାଇଁ ସୁପାରିଶ କରିଥିଲେ । କଂଗ୍ରେସ କେବଳ ନବୀନ ଚାୱାଲାଙ୍କୁ ବଞ୍ଚାଇବାକୁ କାମ କରିନଥିଲା ବରଂ ତାଙ୍କୁ ମୁଖ୍ୟ ନିର୍ବାଚନ କମିଶନର ମଧ୍ୟ କରିଥିଲା । କାରଣ ସେ ନେହେରୁ ଏବଂ ଗାନ୍ଧୀ ପରିବାରର ନିକଟତର ଥିଲା । ”
