1 min read

ପ୍ରଫୁଲ୍ଲ ସାମଲଙ୍କ ଆଶୁ ଆରୋଗ୍ୟ କାମନାରେ ଖାନକା ସରିଫ୍‌ରେ ସାମୂହିକ ପ୍ରାର୍ଥନା

ଭଦ୍ରକ, ୧୯/୦୭: ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲଙ୍କ ଆଶୁ ଆରୋଗ୍ୟ କାମନା କରି ରବିବାର ଭଦ୍ରକ ପୌରାଞ୍ଚଳର ସରକାର ନଗରସ୍ଥିତ ଖାନକା ସରିଫ୍‌ରେ ଅବସ୍ଥିତ ଛୋଟେ ସରକାର ଜୀ ଓ ବଡେ ସରକାର ଜୀଙ୍କ ପବିତ୍ର ମଜାରରେ ସାମୂହିକ ପୂଜା-ଅର୍ଚ୍ଚନା ଓ ପ୍ରାର୍ଥନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଜେଡ଼ି ଭଦ୍ରକ ଟାଉନ୍ ସଭାପତି ଏମ୍‌.ଡି. ଜକାଉଲ୍ଲାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ […]

1 min read

ପିଇବା ପାଣି ପାଇଁ ରାସ୍ତା ରୋକ କଲେ ମହିଳା

​ଗୋପ (ପିପିଏସ ): ରାଜ୍ୟ ସରକାର ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ପାଇଁ ବଡ଼ ବଡ଼ ଦାବି କରୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ କିଛି ଅଲଗା ବୟାନ କରୁଛି। ପିଇବା ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଛନ୍ତି ଲୋକେ। ଶେଷରେ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ। ପୁରୀ ଜିଲ୍ଲା ନିମାପଡ଼ାରୁ ଆସିଛି ଏଭଳି ଏକ ଚିନ୍ତାଜନକ ଖବର। ପିଇବା ପାଣି ସମସ୍ୟାକୁ ନେଇ ରଣକ୍ଷେତ୍ର ପାଲଟିଲା ମୁଖ୍ୟ ରାସ୍ତା। ପ୍ରାୟ ଦୁଇ […]

1 min read

ଆଡ଼ପ ମଣ୍ଡପରେ ବିଜେ କଲେ ମହାପ୍ରଭୁ; ଶ୍ରୀଗୁଣ୍ଡିଚା ମନ୍ଦିରରେ ସାତ ଦିନ ବିରାଜିବେ ଚତୁର୍ଦ୍ଧା ମୂର୍ତ୍ତି

ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାର ଅନ୍ୟତମ ପବିତ୍ର ନୀତି ‘ଆଡ଼ପ ମଣ୍ଡପ ବିଜେ’ ସଫଳତାର ସହ ଶେଷ ହୋଇଛି। ପାରମ୍ପରିକ ପହଣ୍ଡି ବିଜେ ନୀତିରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ରଥରୁ ଓହ୍ଲାଇ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି। ବେଦ ମନ୍ତ୍ର, ଘଣ୍ଟ-ଘଣ୍ଟା, ହରିବୋଲ ଧ୍ୱନି ଏବଂ ଭକ୍ତଙ୍କ ଜୟଜଗନ୍ନାଥ ଧ୍ୱନି ମଧ୍ୟରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର […]

1 min read

ଅବସର ନେବେ କି ରୋହିତ ଶର୍ମା ?

ନୂଆଦିଲ୍ଲୀ, ଜୁଲାଇ ୧୮: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଅବସରକୁ ନେଇ ସୋସିଆଲ ମିଡିଆ ଏବଂ କିଛି ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ, ଏହି ପ୍ରସଙ୍ଗରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ବୋର୍ଡ ସଚିବ ଦେବଜିତ ସାଇକିଆ କହିଛନ୍ତି ଯେ, ଲର୍ଡସରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ ରୋହିତଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ ହେବ ବୋଲି କୌଣସି ଆଧିକାରିକ ଆଲୋଚନା କିମ୍ବା ନିଷ୍ପତ୍ତି ହୋଇନାହିଁ। ତେବେ ଅବସର ସମ୍ପର୍କିତ […]

1 min read

ମାଗଣାରେ ମିଳିଲେ ବି ଏହି ଜିନିଷ ନିଅନ୍ତୁ ନାହିଁ! ବାସ୍ତୁ ମତରେ ବଢ଼ିପାରେ ଆର୍ଥିକ ସମସ୍ୟା

କଟକ, ଜୁଲାଇ ୧୮ (ପିପିଏସ): ମାଗଣାରେ କୌଣସି ଜିନିଷ ମିଳିଲେ ଅନେକେ ତାହାକୁ ସହଜରେ ଗ୍ରହଣ କରିନେଇଥାନ୍ତି। ତେବେ ବାସ୍ତୁ ଓ ପାରମ୍ପରିକ ବିଶ୍ୱାସ ଅନୁଯାୟୀ, କିଛି ବସ୍ତୁ ଏପରି ଅଛି ଯାହାକୁ ବିନା ମୂଲ୍ୟରେ ନେବା ଶୁଭ ବୋଲି ଧରାଯାଏ ନାହିଁ। ଏଭଳି କଲେ ଘରର ସୁଖ-ଶାନ୍ତି ଏବଂ ଆର୍ଥିକ ସ୍ଥିତି ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଲୁଣ ବାସ୍ତୁ ମତରେ ଲୁଣର ସମ୍ପର୍କ ଶନି ଦେବଙ୍କ ସହ ରହିଛି। […]

1 min read

ବିଶ୍ୱ ଜନସଂଖ୍ୟା ପକ୍ଷ-୨୦୨୬

ସୁସ୍ଥ ମା’ ଓ ସୁରକ୍ଷିତ ଶିଶୁ ପାଇଁ ବ୍ରହ୍ମପୁରରେ ଆଇଇସି ସଚେତନତା ରଥ ଶୁଭାରମ୍ଭ ବ୍ରହ୍ମପୁର(ପିପିଏସ୍): ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ସୁରକ୍ଷା, ଅନିଚ୍ଛିତ ଗର୍ଭଧାରଣର ପ୍ରତିରୋଧ, ଗର୍ଭଧାରଣ ମଧ୍ୟରେ ସୁସ୍ଥ ସମୟ ଓ ବ୍ୟବଧାନ ସମ୍ପର୍କରେ ସାଧାରଣ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦେ୍ଦଶ୍ୟରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧୧ଜୁଲାଇରୁ ୨୪ ଜୁଲାଇ ପର୍ଯ୍ୟନ୍ତ […]

1 min read

କୃଷି ଓ ଆନୁଷଙ୍ଗିକ ସରକାରୀ ଯୋଜନା ସମ୍ପର୍କରେ ଯୁଗ୍ମ ଅଭିଯୋଗ ଶୁଣାଣିରେ ସ୍ଥାପନ ହେବ ସହାୟତା କେନ୍ଦ୍ର

କେନ୍ଦ୍ରାପଡ଼ା, ୧୮/୭(ପିପିଏସ): କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ କାର୍ଯ୍ୟକାରୀ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଜନସାଧାରଣ, ବିଶେଷକରି କୃଷକମାନଙ୍କୁ ସଚେତନ କରିବା ଏବଂ ଅଧିକରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାଗୁଡ଼ିକର ସୁଫଳ ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରତି ସୋମବାର ଆୟୋଜିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ସ୍ୱତନ୍ତ୍ର ସହାୟତା କେନ୍ଦ୍ର (ହେଲ୍ପ ଡେସ୍କ) ସ୍ଥାପନ କରାଯିବ। ଏ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍. ଆୟର ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଜିଲ୍ଲାରେ କୃଷି ଓ ଆନୁଷଙ୍ଗିକ […]

1 min read

ତୁଳସୀ କ୍ଷେତ୍ରରେ ଶ୍ରୀଗୁଣ୍ଡିଚାଯାତ୍ରା ସେବାୟତଙ୍କ ଭାର ହେଲା ବାଧକଦଶହାତ ଗଡିଲା ବ୍ରହ୍ମ ତାଳଧ୍ୱଜ

କେନ୍ଦ୍ରାପଡ଼ା,୧୬ା୭: ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମରେ ଫାଟି ପଡୁଥିଲା ତୁଳସୀକ୍ଷେତ୍ର ରଥଦାଣ୍ଡ । ବ୍ରହ୍ମ ତାଳଧ୍ୱଜ ରଥକୁ ଛୁଇଁବା ପାଇଁ ଭକ୍ତମାନଙ୍କ ମଧ୍ୟରେ ବେଶ ଆବେଗ ବଢି ଯାଇଥିଲା । ରଥାରୂଢ ଠାକୁରମାନଙ୍କୁ ଦର୍ଶନ କରିବା ପାଇଁ ରଥଦାଣ୍ଡ ପ୍ରସ୍ତୁତ ଥିଲା । ରଥାରୂଢ ଶ୍ରୀଜୀଉମାନଙ୍କୁ ଦେଖିବାକୁ ବ୍ୟାକୁଳ ହୋଇ ଉଠିଥିଲେ ଭକ୍ତମାନେ । ରଥ ଟାଣିବାର ଅପୂର୍ବ ଅନୁଭୂତିକୁ କେହି ହାତଛଡା କରିବାକୁ ଚାହୁଁନଥିଲେ । ବ୍ରହ୍ମ ତାଳଧ୍ୱଜ ରଥ ଉପରେ ମହାପ୍ରଭୁ ବଳଭଦ୍ର, […]

1 min read

କାକଟପୁର-ଅସ୍ତରଙ୍ଗରେ ଖୁଲମଖୁଲା ରାଜ୍: ଅବକାରୀ ନିୟମକୁ ବୁଢା ଆଙ୍ଗୁଳି ଦେଖାଉଛନ୍ତି ମଦ ବ୍ୟବସାୟୀ !

ଅସ୍ତରଙ୍ଗ, ୧୬|୦୭:  ସରକାରୀ ନିୟମ କେବଳ ଫାଇଲରେ। ବାସ୍ତବରେ ଚାଲିଛି ମଦ ବ୍ୟବସାୟୀ ଙ୍କ ରାଜ୍।ପୁରୀ ଜିଲ୍ଲା ନିମାପଡା ଅବକାରୀ କାର୍ଯ୍ୟାଳୟ ଅଧୀନରେ ଥିବା ପୁରୀ ଜିଲ୍ଲାର କାକଟପୁର ଓ ଅସ୍ତରଙ୍ଗ ବ୍ଲକର ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନଗୁଡିକ ଏବେ ଆଇନକୁ ଖୋଲା ଚ୍ୟାଲେଞ୍ଜ ଦେଇ ବ୍ୟବସାୟ କରୁଛନ୍ତି। ଫଳରେ ଗ୍ରାହକଙ୍କୁ ଲୁଟୁଛନ୍ତି ଆଉ ସରକାରୀ ଖଜଣା ଖାଲି ହେଉଛି।  ଅବକାରୀ ଆଇନ ଅନୁଯାୟୀ କୌଣସି ଦୋକାନୀ ଏମ୍ ଆର ପି ଠାରୁ ଅଧିକ ଟଙ୍କା […]

1 min read

ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା: ରଥାରୂଢ଼ ହେଲେ ଶ୍ରୀବିଗ୍ରହ, ଅପରାହ୍ନରେ ଗଡ଼ିବ ରଥ

ପୁରୀ, ୧୬ ଜୁଲାଇ(PPS): ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଆଷାଢ଼ ଶୁକ୍ଳ ଦ୍ୱିତୀୟା ପବିତ୍ର ତିଥିରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ରତ୍ନସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି କାଳିଆ ସାଆନ୍ତ। ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରୁଛନ୍ତି। ରୀତିନୀତି ଅନୁଯାୟୀ, ଗୁରୁବାର ସକାଳୁ ଶ୍ରୀଜୀଉମାନଙ୍କ ଶୃଙ୍ଖଳିତ ‘ଧାଡ଼ି ପହଣ୍ଡି’ ଅନୁଷ୍ଠିତ ହୋଇଛି। ପ୍ରଥମେ […]