October 2026
ଶରୀର ପାଇଁ ଜରୁରୀ ଓମେଗା-୩ ଫ୍ୟାଟି ଏସିଡ୍, ଜାଣନ୍ତୁ ଏହାର ଉପକାରିତା
ଓମେଗା-୩ ଫ୍ୟାଟି ଏସିଡ୍ ହେଉଛି ଶରୀର ପାଇଁ ଆବଶ୍ୟକ ଏକ ପ୍ରକାର ଉପକାରୀ ଚର୍ବି। ଶରୀର ଏହାକୁ ଯଥେଷ୍ଟ ପରିମାଣରେ ନିଜେ ତିଆରି କରିପାରେ ନାହିଁ। ତେଣୁ ଖାଦ୍ୟ ମାଧ୍ୟମରେ ଏହା ପାଇବା ଜରୁରୀ। ହୃଦୟର ସ୍ୱାସ୍ଥ୍ୟ ରକ୍ଷା, ମସ୍ତିଷ୍କର ସାଧାରଣ କାର୍ଯ୍ୟ ଓ ବିକାଶ ସହ ଆଖିର ରେଟିନାକୁ ସୁସ୍ଥ ରଖିବାରେ ଓମେଗା-୩ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହା ରକ୍ତରେ ଟ୍ରାଇଗ୍ଲିସରାଇଡ୍ ସ୍ତର କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଏଥିସହ ଶରୀରରେ ପ୍ରଦାହ ନିୟନ୍ତ୍ରଣ […]
ସଜନାପତ୍ରର ସ୍ବାସ୍ଥ୍ୟ ଉପକାରୀତା
ଭାରତୀୟ ରୋଷେଇ ଗୃହରେ ସାଧାରଣତଃ ପନିପରିବା ଭାବେ ବ୍ୟବହୃତ ହେଉଥିବା ‘ସଜନା’ ନିଜର ପୋଷଣଗୁଣ ପାଇଁ ବିଶ୍ୱବ୍ୟାପୀ ‘ସୁପରଫୁଡ୍’ ଭାବେ ପରିଚିତ। ବିଶ୍ୱର ସବୁଠାରୁ ଅଧିକ ସଜନା ଉତ୍ପାଦନକାରୀ ଦେଶ ଭାରତରେ (ବାର୍ଷିକ ୧୦ରୁ ୧୩ ଲକ୍ଷ ଟନ୍) ଏହା ସହଜରେ ବୃଦ୍ଧି ପାଉଥିବା ବେଳେ, ଫିଲିପାଇନ୍ସ, ଶ୍ରୀଲଙ୍କା, ମାଲେସିଆ, ଇଣ୍ଡୋନେସିଆ ଓ ତାଇୱାନ୍ ଭଳି ଦେଶରେ ମଧ୍ୟ ଏହାର ବ୍ୟାପକ ଚାଷ କରାଯାଏ । ୨୦୨୪ରେ ବିଜ୍ଞାନ ପତ୍ରିକା ‘ହେଲିୟନ୍’ ରେ ପ୍ରକାଶିତ ଏକ ଗବେଷଣାତ୍ମକ […]
ମନ୍ତ୍ରୀ ପଦ ଓ ରାଜ୍ୟସଭାରୁ ଇସ୍ତଫା ଦେଲେ ଏଲ୍. ମୁରୁଗାନ
ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏଲ୍. ମୁରୁଗାନ ମଙ୍ଗଳବାର ମନ୍ତ୍ରୀ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି। ସୋସିଆଲ ମିଡିଆରେ ନିଜ ମନ୍ତବ୍ୟ ରଖି ମୁରୁଗାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ଦେଶ ଓ ତାମିଲନାଡୁର ସେବା କରିବା ତାଙ୍କ ଜୀବନର ଏକ ମୂଲ୍ୟବାନ ଅନୁଭୂତି। ଜଣେ […]
ୟୁନିସେଫ୍ ଇଣ୍ଡିଆର ସେଲିବ୍ରିଟି ଆଡ୍ଭୋକେଟ୍ ହେଲେ ସ୍ମୃତି ମନ୍ଧାନା
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳର ନବନିଯୁକ୍ତ ଅଧିନାୟିକା ସ୍ମୃତି ମନ୍ଧାନାଙ୍କୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। ତାଙ୍କୁ ୟୁନିସେଫ୍ ଇଣ୍ଡିଆର ସେଲିବ୍ରିଟି ଆଡ୍ଭୋକେଟ୍ ଭାବେ ନିଯୁକ୍ତ କରାଯାଇଛି। କିଶୋରୀମାନଙ୍କ ସଶକ୍ତୀକରଣ, ସମାନ ଅଧିକାର, ସ୍ୱାସ୍ଥ୍ୟ ଓ କଲ୍ୟାଣ ସହ ସେମାନଙ୍କ ପାଇଁ ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି କରିବା ଦିଗରେ ସେ ଏହି ସଂସ୍ଥାକୁ ସହଯୋଗ କରିବେ। ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ରବିବାର ଏହି ଘୋଷଣା କରାଯାଇଛି। ବାଳିକାମାନଙ୍କ […]
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ
ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ପଦରେ ପରିବର୍ତ୍ତନ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୨ ଅକ୍ଟୋବରରେ ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ସେ ବର୍ତ୍ତମାନର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତିଙ୍କ ସ୍ଥାନ ନେବେ। ନୂଆ ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ। ବ୍ରଜ ମୋହନ ରାମଙ୍କ ସମ୍ପର୍କରେ
ରାଶିଫଳ
ମେଷ: ନିଜ ବୁଦ୍ଧି ଓ କୌଶଳ ପ୍ରୟୋଗ କରି କାର୍ଯ୍ୟରେ ସଫଳତା ପାଇବେ। ନୂତନ ସ୍ଥାନ ଭ୍ରମଣର ସୁଯୋଗ ମିଳିପାରେ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ। ପ୍ରତିକାର: ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ। ବୃଷ: ଶତ୍ରୁମାନେ ପରାଜୟ ସ୍ୱୀକାର କରି ମିତ୍ରତାର ହାତ ବଢ଼ାଇବେ। ସ୍ୱାସ୍ଥ୍ୟ ଭଲ ରହିବା ସହ ଯାତ୍ରା ସଫଳ ହେବ। ରାଜନୈତିକ କ୍ଷେତ୍ରରେ ମାନସମ୍ମାନ ବଢ଼ିବ। ପ୍ରତିକାର: ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ। ମିଥୁନ: ବନ୍ଧୁମାନଙ୍କ […]
ଶୀତଳଭଣ୍ଡାର ଅଭାବ: ଅଭାବୀ ବିକ୍ରିର ଶିକାର ପରିବା ଚାଷୀ
ବଡ଼ବିଲ: ବୈତରଣୀ ନଦୀର ବାମପାର୍ଶ୍ୱ ଓ କୋଚିଳା ନଦୀର ଉଭୟ ପାର୍ଶ୍ୱରେ ଥିବା ଗ୍ରାମଗୁଡ଼ିକରେ ବ୍ୟାପକ ପରିମାଣରେ ପରିବା ଚାଷ ହେଉଛି। ଅର୍ଜୁନପୁର ପଞ୍ଚାୟତର ବାଲିପାଟଣା, ଶୈଳ, ମଦାଦୁଲା, ନଦୀଗାଁ, ହସନାବାଦ ପଞ୍ଚାୟତର ପଙ୍କଟା, ପଣ୍ଡାସାହି, ନୂଆସାହି, ମଠସାହି, ଘାଟକୁଳ, ପାଳସାହି, ସାହୁସାହି, ଗଡ଼ଗଡ଼ି, କୁଳସାହି ଓ ଗାନ୍ଧୀଘାଟ ଆଦି ଗ୍ରାମର ଲୋକେ ଚାଷକୁ ଜୀବିକା ଭାବେ ଆପଣାଇଛନ୍ତି। ଏହି ଅଞ୍ଚଳରେ ୧୦ ହଜାରରୁ ଅଧିକ ଲୋକ ବସବାସ କରୁଥିବାବେଳେ ପ୍ରାୟ ୮୦ ପ୍ରତିଶତ ଲୋକ କୃଷି […]
ବାଗୁଡ଼ି ପାହାଡ଼ରୁ ମାସକୁ ୬ କୋଟିର ପଥର ଲୁଟ୍
ବାଗୁଡ଼ି: ବାଲେଶ୍ୱର ଜିଲ୍ଲାର ବାଗୁଡ଼ି ପାହାଡ଼ରୁ ଖୁଲମଖୁଲା ପଥର ଲୁଟ୍ ଚାଲିଛି। ପଥର ମାଫିଆ ସକ୍ରିୟ ଥିବାବେଳେ ଖଣି ବିଭାଗ ନିଷ୍କ୍ରିୟ ଥିବା ଅଭିଯୋଗ ହେଉଛି। ପାହାଡ଼କୁ ଯାଇଥିବା ରାସ୍ତାରେ ପୁଲିସ କ୍ୟାମ୍ପ ଥିଲେ ମଧ୍ୟ ଏହା ପ୍ରହସନ ପାଲଟିଛି। ଫଳରେ ଏଠାରୁ ମାସକୁ ପ୍ରାୟ ୬ କୋଟି ଟଙ୍କାର ପଥର ଚୋରା ଚାଲାଣ ହେଉଥିବା ଅଭିଯୋଗ ରହିଛି। ସୂଚନା ଅନୁଯାୟୀ, ବାଗୁଡ଼ି ପାହାଡ଼ରେ ୬୨ଟି ପଥର ଖାଦାନ ରହିଛି। ପରିବେଶ ସୁରକ୍ଷା ଓ ଅନ୍ୟାନ୍ୟ ଆଇନଗତ […]
ପାନାମାରେ ଶକ୍ତିଶାଳୀ ଭୂକମ୍ପ
ନୂଆଦିଲ୍ଲୀ : ପାନାମାରେ ପୁଣି ଶକ୍ତିଶାଳୀ ଭୂକମ୍ପ। ଥରିଲା ଦକ୍ଷିଣ ଉପକୂଳ । ଭୂକମ୍ପର ରିକ୍ଟର ସ୍କେଲରତୀବ୍ରତା ୬ ରେକର୍ଡ ହୋଇଛି । ଏହାର ପ୍ରଭାବରେ ୯୦୦ରୁ ଅଧିକ ଘର ଭାଙ୍ଗିଥିବା ବେଳେ ୨୭ ଜଣଆହତ ହୋଇଛନ୍ତି । ପାନାମାର ଦକ୍ଷିଣ ଉପକୂଳରୁ ପ୍ରାୟ ୩୫ କିଲୋମିଟର ଗଭୀରରେ ଭୂକମ୍ପର କେନ୍ଦ୍ରସ୍ଥଳଥିବା ସୂଚନା ମିଳିଛି । ୨ ଦିନ ତଳେ ପାନାମାରେ ୭.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏହାପରଠାରୁ ପାନାମାରେ ୩୦୦ ରୁ ଅଧିକ […]
କୋଚିଂ ସେଣ୍ଟର ପାଇଁ ନୂଆ ଆଇନ ଆଣୁଛନ୍ତି ଯୋଗୀ ସରକାର
ଲକ୍ଷ୍ନୌ : ଲକ୍ଷ୍ନୌର ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ଆକ୍ସନ ମୁଡରେଯୋଗୀ ସରକାର । ଉତ୍ତରପ୍ରଦେଶର ଯୋଗୀ ସରକାର କୋଚିଂ ସେଣ୍ଟରଗୁଡ଼ିକ ପାଇଁ କଡ଼ା ଆଇନଆଣିବାକୁ ଯାଉଛନ୍ତି । ୫୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିବା କୋଚିଂ ସେଣ୍ଟରଗୁଡ଼ିକ ପଞ୍ଜୀକରଣ କରିବାବାଧ୍ୟତାମୂଳକ କରାଯିବ । ସେମାନଙ୍କୁ ନିଆଁରୁ ରକ୍ଷା ପାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣକରିବାକୁ ପଡ଼ିବ । ପଢୁଥିବା ଛାତ୍ରଛାତ୍ରୀଙ୍କୁ ଆବଶ୍ୟକୀୟ ସୁବିଧା ଦେବାକୁ ହେବ ଏବଂ ମଝିରେ ପାଠପଢ଼ାଛାଡ଼ିଲେ ଫି’ ଫେରସ୍ତର […]
