ପାନାମାରେ ଶକ୍ତିଶାଳୀ ଭୂକମ୍ପ
ନୂଆଦିଲ୍ଲୀ : ପାନାମାରେ ପୁଣି ଶକ୍ତିଶାଳୀ ଭୂକମ୍ପ। ଥରିଲା ଦକ୍ଷିଣ ଉପକୂଳ । ଭୂକମ୍ପର ରିକ୍ଟର ସ୍କେଲର
ତୀବ୍ରତା ୬ ରେକର୍ଡ ହୋଇଛି । ଏହାର ପ୍ରଭାବରେ ୯୦୦ରୁ ଅଧିକ ଘର ଭାଙ୍ଗିଥିବା ବେଳେ ୨୭ ଜଣ
ଆହତ ହୋଇଛନ୍ତି । ପାନାମାର ଦକ୍ଷିଣ ଉପକୂଳରୁ ପ୍ରାୟ ୩୫ କିଲୋମିଟର ଗଭୀରରେ ଭୂକମ୍ପର କେନ୍ଦ୍ରସ୍ଥଳ
ଥିବା ସୂଚନା ମିଳିଛି । ୨ ଦିନ ତଳେ ପାନାମାରେ ୭.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏହା
ପରଠାରୁ ପାନାମାରେ ୩୦୦ ରୁ ଅଧିକ ଆଫ୍ଟରଶକ୍ ରେକର୍ଡ କରାଯାଇଥିଲା ଯେଉଁଥିରେ ୬.୧ ଏବଂ ୬.୬
ତୀବ୍ରତାର ଭୂମିକମ୍ପ ମଧ୍ୟ ରହିଛି ।ଲସ୍ ସାଣ୍ଟୋସ୍, କୋକଲେ, ଭେରାଗୁଆସ୍ ଓ ହେରେରା ଅଞ୍ଚଳ ଭୂକମ୍ପରେ
ଅଧିକ ପ୍ରଭାବିତ ହୋଇଛି । ଭୂକମ୍ପ ଯୋଗୁଁ ଅନେକ ଘର କ୍ଷତିଗ୍ରସ୍ତ ହୋଇଥିବାରୁ ପ୍ରଭାବିତ ଅଞ୍ଚଳରେ
କ୍ଷୟକ୍ଷତିର ଆକଳନ ଜାରି ରହିଛି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଭୂକମ୍ପ ଝଟକାରେ ୯୦୦ ଘର
କ୍ଷତିଗ୍ରସ୍ତ ହୋଇଛି । ସେଥିରେ ସ୍କୁଲ, ହସ୍ପିଟାଲ, ରାସ୍ତା ଏବଂ ପବ୍ଲିକ୍ ବିଲ୍ଡିଂ ରହିଛି । ୨୭ ଜଣ ଆହତ
ହୋଇଛନ୍ତି । ମୃତାହତ ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।
