1 min read

ବଲିଉଡ୍‌ର ବରିଷ୍ଠ ଅଭିନେତା ପ୍ରଦୀପ ରାୱତଙ୍କ ୭୪ ବର୍ଷ ବୟସରେ ପରଲୋକ ହୋଇଛି

ରକ୍ତ କର୍କଟ (ବ୍ଲଡ୍ କ୍ୟାନ୍ସର) ସହ ଦୀର୍ଘ ଦିନର ସଂଗ୍ରାମ ପରେ ବରିଷ୍ଠ ଅଭିନେତା ପ୍ରଦୀପ ରାୱତଙ୍କ ୭୪ ବର୍ଷ ବୟସରେ ପରଲୋକ ହୋଇଛି। ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତ୍ରୀ ବିପନା ଥାପା ତାଙ୍କ ଦେହାନ୍ତ ଖବର ନିଶ୍ଚିତ କରିଛନ୍ତି। ଏହି ଦୁଃଖଦ ଖବର ପ୍ରସାରିତ ହେବା ପରେ ଚଳଚ୍ଚିତ୍ର ଜଗତ ଓ ସାରା ଦେଶର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା […]

1 min read

ପାକିସ୍ତାନରେ ସାମରିକ ଓଲଟପାଲଟ ଆଶଙ୍କା: ଶେହବାଜ ସରକାରଙ୍କ ଉପରେ ସେନାର ଚାପ ଏବଂ ରାଜନୈତିକ ସଙ୍କଟ

ପାକିସ୍ତାନରେ ନାଗରିକ ସରକାରକୁ ଏଡ଼ାଇ ସେନାର ନିୟନ୍ତ୍ରଣ ବୃଦ୍ଧି ପାଇବା ନେଇ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ରାଜଧାନୀ ଇସଲାମାବାଦକୁ ସିଲ୍ କରାଯିବା ସହ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ଙ୍କ ଗାଦି ବିପଦରେ ଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି।

1 min read

ତପ୍ତପାଣିରେ ସ୍ୱର୍ଣ୍ଣିମ ଅଧ୍ୟାୟ ଗଞ୍ଜାମ-ଗଜପତି ସୀମାନ୍ତରେ ରାଷ୍ଟ୍ରପତିଙ୍କ ଐତିହାସିକ ଗସ୍ତ; ମା’ କନ୍ଧୁଣୀ ଦେବୀ ଓ ଶ୍ରୀ ନୀଳକଣ୍ଠେଶ୍ଵରଙ୍କ ଆଶୀର୍ବାଦ ଭିକ୍ଷା

ଦିଗପହଣ୍ଡି, ୪।୮: ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟଭରା ପୂର୍ବଘାଟ ପର୍ବତମାଳାର କୋଳରେ ଅବସ୍ଥିତ ତଥା ଗଞ୍ଜାମ-ଗଜପତି ଜିଲା ସୀମାନ୍ତର ପ୍ରସିଦ୍ଧ ଶୈବ ଓ ଶାକ୍ତ ପୀଠ ଏବଂ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ‘ତପ୍ତପାଣି’ ଆଜି ଏକ ନୂତନ ତଥା ସ୍ୱର୍ଣ୍ଣିମ ଇତିହାସର ସାକ୍ଷୀ ହୋଇଛି। ଦେଶର ପ୍ରଥମ ନାଗରିକ ତଥା ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଏହି ପବିତ୍ର ଉଷ୍ମ ପ୍ରସ୍ରବଣ ପୀଠ ଗସ୍ତ କରି ଏକ ଅବିସ୍ମରଣୀୟ ଅଧ୍ୟାୟର ସୂତ୍ରପାତ କରିଛନ୍ତି। ତପ୍ତପାଣିର ପ୍ରକୃତିଦତ୍ତ […]

1 min read

ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ

ନୟାଗଡ଼।, ୪/୮: ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ଆଜି ଓଡ଼ିଆ ସାମ୍ବାଦିକତା ଦିବସ ଗରିମାମୟ ପରିବେଶରେ ପାଳିତ ହୋଇଯାଇଛି। କ୍ଲବ୍ ସଭାପତି ରୋଟାରିଆନ ବାସୁଦେବ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀ ଜୋନାଲ ଚେୟାରମ୍ୟାନ ରୋଟାରିଆନ ସରୋଜ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୁଜାତା ସାହୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ନୟାଗଡ଼ ଜିଲ୍ଲାର ୬୦ରୁ ଅଧିକ […]

1 min read

ଜନନୀ ଗୌରବ ପରିଷଦର ସାମ୍ବାଦିକ ସମ୍ମିଳନୀ

ଧାମନଗର,୦୪/୦୮ : ଧାମନଗରରେ ଦେଖା ଦେଇଥିବା ଗମ୍ଭୀର ବନ୍ୟା ପରିସ୍ଥିତିକୁ ସଫଳତାର ସହିତ ପରିଚାଳନା କରିବା କ୍ଷେତ୍ରରେ ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କ ଦକ୍ଷତା ଦେଖାଇଛନ୍ତି। ସେ କହିଥିବା ବିପଦ ବେଳେ ଓଳି ତଳେ ଛିଡ଼ା ହେବି କଥାକୁ ସେ ବନ୍ୟା ଭଳି ବଡ଼ ବିପତ୍ତି ସମୟରେ ପ୍ରମାଣିତ କରିଛନ୍ତି ବୋଲି ମଙ୍ଗଳବାର ଧୂଷୁରୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଜନନୀ ଗୌରବ ପରିଷଦ ପକ୍ଷରୁ କୁହାଯାଇଛି।ଭଦ୍ରକ ଜିଲ୍ଲା ପରିଷଦର ପ୍ରାକ୍ତନ ଉପାଧ୍ୟକ୍ଷ ରଞ୍ଜିତା […]

1 min read

ଧୁଷୁରୀରେ ମହିଳାଙ୍କୁ ଅସଦାଚରଣ ଉଦ୍ୟମ ପରେ ମାରଣାନ୍ତକ ଆକ୍ରମଣ, କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ

ଅସୁରାଳି (ପିପିଏସ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ ରଇପୁର ପଞ୍ଚାୟତର ଘୋଡ଼ାସାହି ଗ୍ରାମରେ ଜଣେ ମହିଳାଙ୍କୁ ଅସଦାଚରଣ ଉଦ୍ୟମକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସୋମବାର ରାତି ପ୍ରାୟ ୮ଟା ସମୟରେ ମାନସୀ ଆରଣ ଔଷଧ ଆଣିବା ପାଇଁ ଯାଉଥିବା ବେଳେ ବିଚିତ୍ର ଆରଣ ତାଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ। ମାନସୀ ଚିତ୍କାର କରିବା ପରେ ପୂର୍ବରୁ ଲୁଚି ରହିଥିବା ବିରଞ୍ଚି ଆରଣ, ରବୀନ୍ଦ୍ର […]

1 min read

‘ସ୍ପାଇଡର-ମ୍ୟାନ୍: ବ୍ରାଣ୍ଡ୍ ନ୍ୟୁ ଡେ’ ଧୂଆଁଧାର ଆୟ; ପ୍ରଥମ ସପ୍ତାହରେ ହିଁ ୩୦୬ କୋଟି ଟଙ୍କା ପାର୍ଶ୍ୱ ଇଣ୍ଡିଆ କଲେକ୍ସନ୍!

ନୂଆଦିଲ୍ଲୀ: ହଲିଉଡ୍ ଅଭିନେତା ଟମ୍ ହଲ୍ୟାଣ୍ଡଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସ୍ପାଇଡର-ମ୍ୟାନ୍: ବ୍ରାଣ୍ଡ୍ ନ୍ୟୁ ଡେ’ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଛି। ଏହି ଫିଲ୍ମଟି ମୁକ୍ତିଲାଭର ମାତ୍ର ତିନି ଦିନ ମଧ୍ୟରେ ସମଗ୍ର ବିଶ୍ୱରେ ଆଶ୍ଚର୍ଯ୍ୟଜନକ ଆୟ କରିଛି। ଭାରତୀୟ ବଜାରରେ ମଧ୍ୟ ଫିଲ୍ମଟିର ପ୍ରଦର୍ଶନ ଅତ୍ୟନ୍ତ ଚମତ୍କାର ରହିଛି। ରିପୋର୍ଟ ଅନୁଯାୟୀ, ଭାରତରେ ଫିଲ୍ମଟି ପ୍ରଥମ ସପ୍ତାହରେ ହିଁ ୩୦୬ କୋଟି ୪୬ ଲକ୍ଷ ଟଙ୍କାର ଆୟ କରିଛି, ଯାହା ଅନେକ ବଡ […]

1 min read

ନିଦ ଆସୁନାହିଁ କି? ଆରାମ ପାଇଁ ଜାଣନ୍ତୁ କିଛି ସହଜ ଉପାୟ

ଶରୀର ଓ ମନକୁ ସୁସ୍ଥ ରଖିବାରେ ପର୍ଯ୍ୟାପ୍ତ ନିଦ୍ରାର ଗୁରୁତ୍ୱ ରହିଛି। ନିଦ୍ରା ସମୟରେ ଶରୀର ନିଜକୁ ପୁନର୍ଗଠିତ କରିବା ସହ ଦିନସାରା ହୋଇଥିବା ଶାରୀରିକ ଓ ମାନସିକ କ୍ଲାନ୍ତିରୁ ଆରାମ ପାଇଥାଏ। କିନ୍ତୁ ଅନେକଙ୍କ କ୍ଷେତ୍ରରେ ରାତିରେ ବିଛଣାକୁ ଯିବା ପରେ ମଧ୍ୟ ସହଜରେ ନିଦ ଆସିନଥାଏ। ଏପରି ସ୍ଥିତିରେ କେତେକ ଲୋକ ଆକ୍ୟୁପ୍ରେସର୍ ପଦ୍ଧତିକୁ ଏକ ସହାୟକ ବିକଳ୍ପ ଭାବେ ଗ୍ରହଣ କରନ୍ତି। କେତେକ ଅଧ୍ୟୟନ ଓ ରିପୋର୍ଟ ଅନୁସାରେ, ଶରୀରର କିଛି ନିର୍ଦ୍ଦିଷ୍ଟ […]

1 min read

୨୦୨୬ କମନ୍‌ୱେଲ୍ଥ ଗେମ୍‌ସ୍ ସମାପ୍ତ; ୨୦୩୦ରେ ଅହମ୍ମଦାବାଦରେ ହେବ ପରବର୍ତ୍ତୀ ମହାକୁମ୍ଭ

ୱାଶିଂଟନ୍/ଗ୍ଲାସଗୋ: ଆନନ୍ଦ ଓ ଉତ୍ସାହର ମଧ୍ୟରେ ୨୦୨୬ କମନ୍‌ୱେଲ୍ଥ ଗେମ୍‌ସ୍ ର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡ଼ା ମହାକୁମ୍ଭରେ ଭାରତ ସମୁଦାୟ ୩୯ଟି ପଦକ (୧୩ଟି ସ୍ୱର୍ଣ୍ଣ, ୧୭ଟି ରୌପ୍ୟ ଏବଂ ୯ଟି କାଂସ୍ୟ) ଜିତି ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହି କାର୍ଯ୍ୟ ସମାପ୍ତ କରିଛି। ଉଦ୍‌ଯାପନୀ ଦିବସରେ ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ କୌଣସି ନୂତନ ପଦକ ଜିତିବାରେ ସଫଳ ହୋଇନଥିଲେ। ଉଦ୍‌ଯାପନୀ ଦିବସର ମୁଖ୍ୟ ଆକର୍ଷଣ: ଭାରତକୁ […]

1 min read

ଟଳିଲା ଯୁଦ୍ଧ ଆଶଙ୍କା: ଇରାନ ଉପରେ ହେବାକୁ ଥିବା ଭୟଙ୍କର ଆକ୍ରମଣକୁ ସ୍ଥଗିତ ରଖିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ୍/ତେହେରାନ: ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧର ଆଶଙ୍କା ଏବେ ହ୍ରାସ ପାଇବାରେ ଲାଗିଛି। ପରସ୍ପରର ଘୋର ବିରୋଧୀ ଥିବା ଏହି ଦୁଇ ଦେଶ ଏବେ ପୁଣି ଏକ ଶାନ୍ତି ଚୁକ୍ତି ଆଡ଼କୁ ଅଗ୍ରସର ହେଉଥିବା ଜଣାପଡ଼ିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଆମେରିକା ପକ୍ଷରୁ ଇରାନ ଉପରେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ ହୋଇସାରିଥିଲା। ଟ୍ରମ୍ପଙ୍କ ମତରେ […]