1 min read

ଉତ୍କଳ ଆଲୁମିନାକୁ ନେଇ ବଢ଼ୁଛି ଅସନ୍ତୋଷ; ଜମି, ଘର, ପାଣି, ଚାକିରି ଓ ପୁନର୍ବାସକୁ ନେଇ ଗ୍ରାମବାସୀଙ୍କ ପ୍ରଶ୍ନ

କଳାହାଣ୍ଡି: ପାହାଡ଼ କଳାହାଣ୍ଡିର, ମାଟି କଳାହାଣ୍ଡିର, ପାହାଡ଼ ତଳେ ଥିବା ଖଣିଜ ସମ୍ପଦ ମଧ୍ୟ ଏହି ଅଞ୍ଚଳର। ହେଲେ ଏହି ସମ୍ପଦରୁ ସ୍ଥାନୀୟ ଲୋକ କେତେ ଲାଭ ପାଉଛନ୍ତି? ଖଣି ଓ ଶିଳ୍ପ ପ୍ରକଳ୍ପ ଆସିବା ପରେ ଅଞ୍ଚଳର ଲୋକଙ୍କ ଜୀବନ କେତେ ବଦଳିଛି? ନା ବିକାଶର ମୂଲ୍ୟ ଦେଉଛନ୍ତି ସେହି ଲୋକେ, ଯେଉଁମାନେ ପିଢ଼ି ପିଢ଼ି ଧରି ଏହି ମାଟି ଉପରେ ନିର୍ଭର କରିଆସିଛନ୍ତି? ବାଫଲିମାଳି ଅଞ୍ଚଳରେ ଏବେ ଏଭଳି ପ୍ରଶ୍ନ ଜୋର ଧରିଛି। ଉତ୍କଳ […]

1 min read

ଶିକ୍ଷାର ବିକଳ ଚିତ୍ର: ଶ୍ରେଣୀଗୃହ ନାହିଁ, ବାରଣ୍ଡାରେ ପାଠ ପଢୁଛନ୍ତି ୩୮ ଛାତ୍ରଛାତ୍ରୀ

ଦେବଗଡ଼: ସରକାର ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀଙ୍କୁ ସୁବିଧାଜନକ ପରିବେଶରେ ପାଠପଢ଼ାଇବା ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି। ହେଲେ ଦୁର୍ଗମ ଅଞ୍ଚଳରେ ଏବେ ବି ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସୁଛି। ଶ୍ରେଣୀଗୃହ ଅଭାବରୁ ବିଦ୍ୟାଳୟ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସରୁଆଳୀ ପଞ୍ଚାୟତର ପାଉଡ଼ିଭୂୟାଁ ଅଧ୍ୟୁଷିତ ଅଞ୍ଚଳର ଖୁଣ୍ଟାଡିହି ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି। ଗାଁ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ […]

1 min read

ନବରଙ୍ଗପୁରରେ ଶ୍ରମିକ ପଞ୍ଜୀକରଣରେ ଅବ୍ୟବସ୍ଥା; ୧୦ ବ୍ଲକ୍‌ରେ ମାତ୍ର ୪ ଶ୍ରମ ଅଧିକାରୀ

ନବରଙ୍ଗପୁର: ଜିଲ୍ଲାର ୧୦ଟି ବ୍ଲକ୍‌ରେ ଥିବା ଲକ୍ଷାଧିକ ଶ୍ରମିକଙ୍କ ପୁନଃନବୀକରଣ ଓ ପଞ୍ଜୀକରଣ କାର୍ଯ୍ୟ ଚାଲିଥିବା ବେଳେ ଶ୍ରମ ବିଭାଗରେ କର୍ମଚାରୀ ଅଭାବ ସମସ୍ୟାକୁ ଜଟିଳ କରିଛି। ଜଣେ ଜିଲ୍ଲା ଶ୍ରମ ଅଧିକାରୀ ଓ ୪ ଜଣ ସହକାରୀ ଶ୍ରମ ଅଧିକାରୀଙ୍କ ଭରସାରେ ବିଭାଗୀୟ କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି। ମାସକ ଛୁଟିରେ ଜିଲ୍ଲା ଶ୍ରମ ଅଧିକାରୀ ଥିବା ବେଳେ ରାଜ୍ୟ ସରକାର ଅଚାନକ ଭାବେ ଆଉଟସୋର୍ସିଂରେ କାର୍ଯ୍ୟରତ ଜଣେ କଲ୍ୟାଣ ସଂଯୋଜକ ଓ ଜଣେ ଡିଇଓଙ୍କୁ ବାହାର […]

1 min read

ରେଳ ଫାଟକ ଯୋଗୁଁ ଯାତାୟାତ ସମସ୍ୟା; ୬ ଗାଁବାସୀଙ୍କ ଦୁର୍ଦ୍ଦଶା ଦୂର ପାଇଁ ଦାବି

ବୌଦ୍ଧ: ରେଳ ଫାଟକ ଯୋଗୁଁ ଯାତାୟାତରେ ସମସ୍ୟା ଭୋଗୁଥିବା ୬ଟି ଗାଁର ଲୋକଙ୍କ ଦୁର୍ଦ୍ଦଶା ଦୂର କରିବା ପାଇଁ ଆଗେଇ ଆସିଛି ଆମଗଡ଼ିଆ ବିକାଶ ପରିଷଦ। ଆମଗଡ଼ିଆ ପଞ୍ଚାୟତ ଅଧୀନ ଭଗବାନପୁର ଗାଁ ନିକଟ ରେଳ ଲାଇନ୍‌ଠାରେ ଗଳାପୋଲ ନିର୍ମାଣ କିମ୍ବା ଭଗବାନପୁର ଗାଁଠାରୁ ଉତ୍ତର ପାର୍ଶ୍ୱରେ ଥିବା ବାମଡ଼ା ରେଳ ଗେଟ୍‌ ପର୍ଯ୍ୟନ୍ତ ଆପ୍ରୋଚ୍‌ ରୋଡ୍‌ ନିର୍ମାଣ ପାଇଁ ଦାବି ହୋଇଛି। ଏନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ବଡ଼ସାହି […]

1 min read

ପାଣିକୋଇଲି ଛକ ପାଲଟିଛି ମୃତ୍ୟୁର ଛକ; ଟ୍ରାଫିକ୍ ବ୍ୟବସ୍ଥା ନଥିବାରୁ ବଢୁଛି ଦୁର୍ଘଟଣା

ଯାଜପୁର: ଦିନରାତି ଗାଡ଼ିର ଘୁଁ…ଘାଁ… ଶବ୍ଦ। ପ୍ରତିଦିନ ହଜାର ହଜାର ଯାନବାହନ ଚଳାଚଳ କରୁଥିବା ଯାଜପୁର ଜିଲ୍ଲାର ପାଣିକୋଇଲି ଛକ ଏବେ ମରଣଯନ୍ତା ପାଲଟିଥିବା ଅଭିଯୋଗ ହୋଇଛି। ୧୬ ନମ୍ବର ଓ ୨୦ ନମ୍ବର ଜାତୀୟ ରାଜପଥର ସଂଗମସ୍ଥଳ ହୋଇଥିବାରୁ ଏହି ଛକ ଦେଇ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ରାଜ୍ୟ ବାହାରରୁ ମଧ୍ୟ ବହୁ ସଂଖ୍ୟାରେ ଗାଡ଼ି ଯାତାୟାତ କରୁଛି। ପାଣିକୋଇଲି ଛକ ଦେଇ କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, କଟକ ଓ ଭୁବନେଶ୍ୱର ଆଦି ସହରକୁ […]

1 min read

ଭାରତରେ ମୁସଲମାନଙ୍କୁ ଚାହୁଁ ନଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତି ନାହିଁ : ଭାଗବତ

ନ୍ୟୁୟର୍କ: ଭାରତର ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯେଉଁମାନେ ଭାବନ୍ତି, ସେମାନେ ହିନ୍ଦୁତ୍ୱର ମୂଳ ଧାରଣାକୁ ବୁଝିନାହାନ୍ତି ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ କହିଛନ୍ତି। ନ୍ୟୁୟର୍କର ମାଡିଶନ୍‌ ସ୍କୋୟାର ଗାର୍ଡେନ୍‌ରେ ଆୟୋଜିତ ‘ଏକ ବିଶ୍ୱ, ଏକ ମାନବତା’ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଭାଗବତ କହିଥିଲେ, ବିଭିନ୍ନ ଧର୍ମ ଏକ ଭଗବାନଙ୍କ ନିକଟକୁ ପହଞ୍ଚିବାର ଭିନ୍ନ ପଥ। ତେଣୁ ଜଣେ ପ୍ରକୃତ ହିନ୍ଦୁ ମୁସଲମାନଙ୍କୁ ବାଦ୍‌ […]

1 min read

କଳାହାଣ୍ଡିରେ କୁଷ୍ଠରୋଗ ଚିନ୍ତାଜନକ; ୨୦୨୩-୨୪ରେ ସର୍ବାଧିକ ୬୮୬ ନୂଆ ରୋଗୀ ଚିହ୍ନଟ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ କୁଷ୍ଠରୋଗ ନିରାକରଣ କାର୍ଯ୍ୟକ୍ରମ ଚାଲିଥିବା ସତ୍ତ୍ୱେ ନୂଆ ରୋଗୀ ଚିହ୍ନଟ ସଂଖ୍ୟାରେ ଉତ୍‌ଥାନ-ପତନ ଦେଖିବାକୁ ମିଳୁଛି। ଜାତୀୟ କୁଷ୍ଠରୋଗ ନିରାକରଣ କାର୍ଯ୍ୟକ୍ରମ (NLEP) ସମ୍ପର୍କିତ ରିପୋର୍ଟରେ ୨୦୨୦-୨୧ରୁ ୨୦୨୫-୨୬ ମାର୍ଚ୍ଚ ପର୍ଯ୍ୟନ୍ତର ତଥ୍ୟ ଏହି ଚିତ୍ରକୁ ସାମ୍ନାକୁ ଆଣିଛି। ରିପୋର୍ଟ ଅନୁଯାୟୀ, ୨୦୨୦-୨୧ରେ ୨୯୧ ଜଣ ନୂଆ କୁଷ୍ଠରୋଗୀ ଚିହ୍ନଟ ହୋଇଥିବାବେଳେ ୨୦୨୧-୨୨ରେ ଏହି ସଂଖ୍ୟା ୨୫୧ ରହିଥିଲା। ୨୦୨୨-୨୩ରେ ଏହା ବଢ଼ି ୪୧୫ରେ ପହଞ୍ଚିଥିଲା। ୨୦୨୩-୨୪ରେ ସର୍ବାଧିକ ୬୮୬ ଜଣ ନୂଆ […]

1 min read

କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ମିଳୁନି ଖାଦ୍ୟ, ତୃତୀୟ ମହଲାକୁ ଚଢ଼ିବାକୁ ପଡୁଛି

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ମିଳୁନି ସରକାରୀ ଖାଦ୍ୟ। ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଖକୁ ଖାଦ୍ୟ ଯୋଗାଣ ନହୋଇ ସେମାନଙ୍କ ସମ୍ପର୍କୀୟଙ୍କୁ ଖାଦ୍ୟ ଆଣିବାକୁ ପଡୁଥିବା ଅଭିଯୋଗ ହୋଇଛି। ଫଳରେ ରୋଗୀ ଓ ସେମାନଙ୍କ ଆଟେଣ୍ଡାଣ୍ଟମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ଅଭିଯୋଗ ଆସିଛି। ନିୟମ ଅନୁଯାୟୀ, ହସ୍ପିଟାଲରେ ରୋଗୀଙ୍କ ପାଖକୁ ଖାଦ୍ୟ ପହଞ୍ଚାଇ ଦିଆଯିବା କଥା। କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲରେ ଖାଦ୍ୟ ଯୋଗାଣ ଦାୟିତ୍ୱ ନେଇଥିବା ସଂସ୍ଥା ଏହି ନିୟମ […]

1 min read

ରାଜସ୍ୱ ଆୟ ବୃଦ୍ଧି ଓ ପରିଚାଳନାରେ ଶ୍ରେଷ୍ଠ: ଓଡ଼ଗାଁ ଏନ୍‌ଏସିକୁ ୨ କୋଟି ଟଙ୍କା ପୁରସ୍କାର

ଓଡ଼ଗାଁ: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ରାଜସ୍ୱ ଆୟ ବୃଦ୍ଧି ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ରାଜସ୍ୱ ଆୟ ବୃଦ୍ଧିରେ ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ଏବଂ ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବାରୁ ଓଡ଼ଗାଁ ଏନ୍‌ଏସିକୁ ରାଜ୍ୟର ଶ୍ରେଷ୍ଠ ଏନ୍‌ଏସି ଭାବେ ଚୟନ କରାଯାଇଛି। ଏହି ସଫଳତା ପାଇଁ ଓଡ଼ଗାଁ ଏନ୍‌ଏସିକୁ ୨ କୋଟି ଟଙ୍କାର ଅର୍ଥ ପୁରସ୍କାର ପ୍ରଦାନ କରାଯିବ ବୋଲି ଓଡ଼ିଶା ସରକାରଙ୍କ ଗୃହ […]

1 min read

କଲ୍ୟାଣମୁଣ୍ଡା ଡାକ୍ତରଖାନାରେ ଡାକ୍ତର ଅଭାବ: ୨ ମାସ ହେଲା ଛୁଟିରେ ଡାକ୍ତର, ରୋଗୀସେବା ବ୍ୟାହତ

କଲ୍ୟାଣମୁଣ୍ଡା: କଲ୍ୟାଣମୁଣ୍ଡା ବ୍ଲକ୍‌ ରିସିଡାସ୍ଥିତ ସରକାରୀ ଡାକ୍ତରଖାନାରେ ଡାକ୍ତର ଅଭାବ ଯୋଗୁଁ ରୋଗୀସେବା ବ୍ୟାହତ ହେଉଥିବା ଅଭିଯୋଗ ହୋଇଛି। ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ଡାକ୍ତର ପ୍ରାୟ ଦୁଇ ମାସ ହେଲା ଛୁଟିରେ ଥିବାରୁ ଏହାର ପ୍ରଭାବ ସିଧାସଳଖ ଭାବେ ରୋଗୀସେବା ଉପରେ ପଡ଼ିଛି। ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବାରୁ ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ହଇରାଣ ହେଉଛନ୍ତି। ଅନେକ ରୋଗୀ ଚିକିତ୍ସା ନପାଇ ଘରୋଇ ନର୍ସିଂହୋମ୍‌ କିମ୍ବା ଅନ୍ୟ ଡାକ୍ତରଖାନାର ଦ୍ୱାରସ୍ଥ ହେଉଥିବା ଦେଖାଯାଉଛି। […]