1 min read

୨୨୦ ନମ୍ବର ଜାତୀୟ ରାଜପଥ ଶୋଚନୀୟ, ରାସ୍ତାରେ ବଡ଼ ବଡ଼ ଖାଲ

ପାଟଣା: ପାଟଣା-ସାହାରପଡ଼ା ଦେଇ ରାଞ୍ଚି ଯାଉଥିବା ୨୨୦ ନମ୍ବର ଜାତୀୟ ରାଜପଥର ଅବସ୍ଥା ବିଭିନ୍ନ ସ୍ଥାନରେ ଶୋଚନୀୟ ହୋଇପଡ଼ିଛି। ବର୍ଷକ ତଳେ ଦେଓ ଜଳସେଚନ ବିଭାଗ ପକ୍ଷରୁ ଗୋରାଣ୍ଡିଯୋଡ଼ିଠାରୁ ବଳଭଦ୍ରପୁର ମଧ୍ୟରେ ୬ଟି କେନାଲ ଉପରେ ଜାତୀୟ ରାଜପଥ କଟାଯାଇ ମରାମତି କରାଯାଇଥିଲା। କାମ ଦେଓ ଜଳସେଚନ ବିଭାଗର ହୋଇଥିଲେ ମଧ୍ୟ ରାସ୍ତା ମରାମତିର ଦାୟିତ୍ୱ ଜାତୀୟ ରାଜପଥ ବିଭାଗକୁ ଦିଆଯାଇଥିଲା। ଠିକାଦାର ନିଯୁକ୍ତ କରି କାମ କରାଯାଇଥିଲେ ମଧ୍ୟ ଏହାର ମାନକୁ ନେଇ ପ୍ରଶ୍ନ ଉଠିଛି। […]

1 min read

ପାହାଡ଼ ଛାଡ଼ିଲେ, ତଥାପି ସମସ୍ୟା ଛାଡ଼ିଲାନି; ବିକାଶରୁ ବଞ୍ଚିତ ତମାଙ୍ଗ ଗ୍ରାମବାସୀ

ତେଲକୋଇ: ପାହାଡ଼ ଶିଖରରେ ଗଢ଼ିଉଠିଥିଲା ଜନବସତି। ବର୍ଷ ବର୍ଷ ଧରି ଏଠାରେ ବାସ କରୁଥିଲେ ପାଉଡ଼ିଭୂୟାଁ ଓ ଗୋପାଳ ସମ୍ପ୍ରଦାୟର ଲୋକେ। ମୌଳିକ ସୁବିଧା ଓ ଆଧୁନିକ ଜୀବନଶୈଳୀର ଆଶାରେ ଗ୍ରାମବାସୀ ପାହାଡ଼ ଛାଡ଼ି ତଳକୁ ଆସିଲେ। ପାହାଡ଼ ତଳେ ନୂଆ ଜନବସତି ଗଢ଼ିଉଠିଲା। ହେଲେ ଦୁର୍ଭାଗ୍ୟର ବିଷୟ, ସ୍ଥାନ ବଦଳିଲା ସିନା ସମସ୍ୟା ଦୂର ହେଲା ନାହିଁ। ଆଜି ବି ମୌଳିକ ସୁବିଧା ଓ ସରକାରୀ ଜନକଲ୍ୟାଣ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଜୀବନ ବିତାଉଛନ୍ତି […]

1 min read

ବର୍ଷାରେ ଶୋଚନୀୟ ଭୂତମୁଣ୍ଡା-ଇଟାପୁର ରାସ୍ତା, ଯାତାୟାତରେ ହନ୍ତସନ୍ତ ଲୋକେ

ବାଇକମାଳ: ବାଇକମାଳ ବ୍ଲକ କାଂସଡ଼ା ପଞ୍ଚାୟତ ଭୂତମୁଣ୍ଡା-ଇଟାପୁର (ଢେଙ୍କିମୁଣ୍ଡା) କଚ୍ଚା ରାସ୍ତା ବର୍ଷା ହେତୁ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଭୂତମୁଣ୍ଡା ଗାଁଠାରୁ ପ୍ରାୟ ୧ କିମି ଦୂରରେ ଏହି ରାସ୍ତା ଅବସ୍ଥିତ। ଗାଁରେ ଦୀର୍ଘଦିନ ଧରି ୬୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିବାବେଳେ ପ୍ରାୟ ୪୦୦ ଜଣ ଲୋକ ରହୁଛନ୍ତି। ହେଲେ ଗାଁକୁ ଯିବା ପାଇଁ ଥିବା କଚ୍ଚା ରାସ୍ତାଟି ଦୀର୍ଘଦିନ ଧରି ଅବ୍ୟବସ୍ଥିତ ଅବସ୍ଥାରେ ପଡ଼ିରହିଛି। ବର୍ଷାଋତୁରେ ଏହି ରାସ୍ତାର ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ୁଥିବା […]

1 min read

ଅସ୍ତରଙ୍ଗ ବଜାରରେ ବଡ଼ ଧରପକଡ଼, ମେଡିକାଲ ଷ୍ଟୋରରେ ଡ୍ରଗ୍ସ ବିଭାଗର ରେଡ୍

ଅସ୍ତରଙ୍ଗ: ‘ପ୍ରଜାତନ୍ତ୍ର’ରେ ଖବର ପ୍ରକାଶ ପରେ ଅସ୍ତରଙ୍ଗ ବଜାରରେ ହଠାତ୍‌ ଡ୍ରଗ୍ସ ବିଭାଗର ଫ୍ଲାଇଂ ସ୍କ୍ୱାଡ୍‌ର ଚଢ଼ାଉ। ବୁଧବାର ଅପରାହ୍ନରେ ଆଳସାହିରୁ ଅସ୍ତରଙ୍ଗ ମୁଖ୍ୟ ବଜାର ପର୍ଯ୍ୟନ୍ତ ପ୍ରାୟ ଦୁଇ ଘଣ୍ଟା ଧରି ବିଭିନ୍ନ ମେଡିକାଲ ଷ୍ଟୋରରେ ହୋଇଥିଲା ତନାଘନା ଯାଞ୍ଚ। ନକଲି କିମ୍ବା ନିମ୍ନମାନର ଔଷଧ ବିକ୍ରି ସନ୍ଦେହରେ କିଛି ଔଷଧର ନମୁନା ସଂଗ୍ରହ କରିଛି ତିନି ଜଣିଆ ଟିମ୍‌। ଚଢ଼ାଉର ନେତୃତ୍ୱ ନେଇଥିଲେ ଖୋର୍ଦ୍ଧା ଜୋନ୍‌ର ସହକାରୀ ଔଷଧ ନିୟନ୍ତ୍ରକ ଡ. ସୁଦର୍ଶନ ବିଶ୍ୱାଳ। […]

1 min read

ଅସ୍ତରଙ୍ଗ ଥାଳିରେ ‘ବିଷ’! ନକଲି ପନିରଠୁ ନିମ୍ନମାନର ଖାଦ୍ୟ, ଚଢ଼ାଉକୁ ଅପେକ୍ଷା

ଅସ୍ତରଙ୍ଗ: ଅସ୍ତରଙ୍ଗ ବ୍ଲକ୍‌ରେ ଖାଦ୍ୟ ସୁରକ୍ଷାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ବଜାରରେ ନକଲି ପନିର, ମାନବିହୀନ ବୋତଲ ପାଣି ଓ ନିମ୍ନମାନର ଖାଦ୍ୟ ବିକ୍ରି ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିବାବେଳେ, ଦୀର୍ଘଦିନ ହେଲା ଖାଦ୍ୟ ସୁରକ୍ଷା ବିଭାଗର ବଡ଼ଧରଣର ଯାଞ୍ଚ କିମ୍ବା ଚଢ଼ାଉ ହୋଇନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଅଭିଯୋଗ ଅନୁଯାୟୀ, ଅସ୍ତରଙ୍ଗ ମୁଖ୍ୟ ବଜାର ସମେତ ବିଭିନ୍ନ ଛକ ଓ ଗାଁ ଅଞ୍ଚଳରେ ନିମ୍ନମାନର ଖାଦ୍ୟ ସାମଗ୍ରୀ ବିକ୍ରି ହେଉଛି। ବଜାରରେ କିଲୋ […]

1 min read

ଭଙ୍ଗା ଛାତ ତଳେ ପାଠପଢ଼ା; ବାଜିରେ ଲାଗିଛି ଛାତ୍ରଛାତ୍ରୀଙ୍କ ଜୀବନ

ପାଠ ପଢ଼ିବାକୁ ବାଜି ଲାଗିଛି ଜୀବନ। ମାସେ କି ଦୁଇ ମାସ ନୁହେଁ, ଦୁଇ ବର୍ଷ ଧରି ପିଲାମାନେ ଭଙ୍ଗାଦଦରା କୋଠାରେ ପାଠ ପଢ଼ୁଛନ୍ତି। ଗୋଟିଏ ଶ୍ରେଣୀରେ ଗୋଟିଏ ଘରେ ତିନୋଟି ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଯାଉଛି। ଫଳରେ ଶିକ୍ଷକମାନଙ୍କୁ ପାଠ ପଢ଼ାଇବାକୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ପ୍ରଥମ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଉଥିଲେ, ଅନ୍ୟ ଶ୍ରେଣୀର ପିଲାମାନେ ଚୁପ୍ ହୋଇ ବସି ରହୁଛନ୍ତି। କେତେବେଳେ ଛାତର ସ୍ଲାବ୍ ଖସୁଛି ତ ଆଉ କେତେବେଳେ […]

1 min read

କୋଟି କୋଟି ଖର୍ଚ୍ଚ, ୮ କିମି ପାଇଁ ଜୀବନ ଦୁର୍ବିଷହ: ବଣ୍ଡାଘାଟିରେ ବିକାଶ ଅପହଞ୍ଚ

ମାଲକାନଗିରି: ଆଦିମ ଜନଜାତି ବଣ୍ଡା ସମ୍ପ୍ରଦାୟର ବିକାଶ ପାଇଁ ଯୋଜନା ଓ ଅନୁଦାନର ଅଭାବ ନାହିଁ। ସରକାରୀ ଯୋଜନାକୁ ଛାଡ଼ିଲେ ସ୍ୱତନ୍ତ୍ର ଭାବେ କାମ କରୁଛି ବଣ୍ଡା ଉନ୍ନୟନ ସଂସ୍ଥା। ବାର୍ଷିକ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ତଥାପି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅଭାବୀ ଜୀବନ ବିତାଉଛନ୍ତି ବଣ୍ଡାଘାଟିର ବରଗୁଡ଼ା ଗ୍ରାମବାସୀ। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡ଼ା ପଞ୍ଚାୟତଠାରୁ ୮ କିମି ଦୂରରେ […]

1 min read

ଭୂତକୋଠି ପାଲଟିଛି ରାଜ୍ୟର ଦ୍ୱିତୀୟ ଶୀତଳଭଣ୍ଡାର: ଝାଳବୁହା ଚାଷର ମିଳୁନି ଉଚିତ ମୂଲ୍ୟ

ରାଉରକେଲା: ଚାଷୀଙ୍କ ଉତ୍ପାଦିତ ପନିପରିବାର ଅଭାବୀ ବିକ୍ରି ରୋକିବା ପାଇଁ ସୁନ୍ଦରଗଡ଼ର କୁଆରମୁଣ୍ଡା ବ୍ଲକରେ ସ୍ଥାପିତ ହୋଇଥିଲା ରାଜ୍ୟର ଦ୍ୱିତୀୟ ଶୀତଳଭଣ୍ଡାର। ହେଲେ ଏବେ ଏହାର ଅବସ୍ଥା ଶୋଚନୀୟ। ଡାଏରି ଫାର୍ମ ନିକଟ ପ୍ରାୟ ୨ ଏକର ଜମିରେ ଉଦ୍ୟାନକୃଷି ବିଭାଗ ପକ୍ଷରୁ ନିର୍ମିତ ଶୀତଳଭଣ୍ଡାରର ଭୂତକୋଠି ପାଲଟିଛି। ଏଠାରେ ଥିବା ବିଭିନ୍ନ ଯନ୍ତ୍ରପାତିକୁ ଖଣ୍ଡଖଣ୍ଡ କରି କେତେକ ଦୁର୍ବୃତ୍ତ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଗୋଦାମ ଗୃହର ଝରକା, କବାଟ ଏପରିକି ଟାଇଲ୍‌ ଚଟାଣକୁ ମଧ୍ୟ […]

1 min read

ନୂଆଁଖାଇ: ପଶ୍ଚିମ ଓଡ଼ିଶାର ଏକତା ଓ ଭାଇଚାରାର ମହାପର୍ବ

ପୁରୁଣା ସମୟରେ ଦେବଦେବୀଙ୍କ ଉପାସନା ଓ ଆନନ୍ଦ ପ୍ରକାଶର ପରମ୍ପରା ଆଦିମ ସଭ୍ୟତାରୁ ରହିଆସିଛି। ସମୟ ବଦଳିବା ସହ ଏହାର ରୂପ ମଧ୍ୟ ବଦଳିଛି। ଏହି ପରମ୍ପରାର ଏକ ଅନନ୍ୟ ରୂପ ହେଉଛି ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ପର୍ବ ନୂଆଁଖାଇ। ଏହାକୁ ନବାନ୍ନ ଭକ୍ଷଣର ପର୍ବ ମଧ୍ୟ କୁହାଯାଏ। ଭାଦ୍ରବ ମାସ ଶୁକ୍ଳ ପଞ୍ଚମୀ ଦିନ ମହାସମାରୋହରେ ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ପାଳନ କରାଯାଏ। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ପରିବାର ଏହି […]

1 min read

ଗୋପାଳନ ଯୋଜନାରେ ଋଣ ମିଳୁନି: ସେବା ସମବାୟ ସମିତିର ଟାଳଟୁଳ ନୀତିକୁ ନେଇ ଗୋପାଳକଙ୍କ ଅସନ୍ତୋଷ

ଖୋର୍ଦ୍ଧା: ନିମ୍ନସ୍ତରରେ ବସବାସ କରୁଥିବା ବ୍ୟକ୍ତିବିଶେଷଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଲକ୍ଷ୍ୟରେ ଗୋପାଳନ ଯୋଜନାରେ ସୋସାଇଟି ସହାୟତାରେ ଋଣ ଯୋଗାଇ ଦିଆଯାଉଛି। ହେଲେ ସୋସାଇଟିର ଟାଳଟୁଳ ନୀତି ଯୋଗୁଁ ହିତାଧିକାରୀମାନେ ଏହି ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଦେଖିବାକୁ ମିଳିଛି ଟାଙ୍ଗୀ ବ୍ଲକ୍‌ ଛଣଗିରି ପଞ୍ଚାୟତ ଅଧୀନ ନିମେଇପୁରର ୪ ନମ୍ବର ୱାର୍ଡରେ ବସବାସ କରୁଥିବା ଗୋପାଳକ ପରିବାରଙ୍କ କ୍ଷେତ୍ରରେ। ଗୋପାଳକ ଶ୍ରୀକାନ୍ତ ଜେନାଙ୍କ ଅଭିଯୋଗ ଅନୁଯାୟୀ, ଚଳିତବର୍ଷ ମାର୍ଚ୍ଚ ୧୭ […]