ପ୍ରମୁଖ ଖବର
ମହିଳା ଟି–୨୦ ବିଶ୍ୱକପ୍–୨୦୨୬ : ଇଂଲଣ୍ଡକୁ ୭ ୱିକେଟ୍ରେ ପରାସ୍ତ କରି ସପ୍ତମ ଥର ପାଇଁ ଅଷ୍ଟ୍ରେଲିଆ ଚାମ୍ପିଅନ
ଲଣ୍ଡନ, ୬।୭ ବ୍ୟୁରୋ: ମହିଳା ଟି–୨୦ କ୍ରିକେଟ୍ରେ ଅଷ୍ଟ୍ରେଲିଆ ପୁଣିଥରେ ନିଜର ଅପ୍ରତିଦ୍ୱନ୍ଦ୍ୱୀ ପ୍ରାଧାନ୍ୟ ପ୍ରତିଷ୍ଠା କରିଛି। ରବିବାର ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ମହିଳା ଟି–୨୦ ବିଶ୍ୱକପ୍–୨୦୨୬ର ଫାଇନାଲ୍ରେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ୭ ୱିକେଟ୍ରେ ପରାସ୍ତ କରି ସପ୍ତମ ଥର ପାଇଁ ବିଶ୍ୱବିଜେତା ହେବାର ଗୌରବ ଅର୍ଜନ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୫୦ ରନ୍ ସଂଗ୍ରହ କରିଥିଲା। ଦଳର ବ୍ୟାଟରମାନେ ଭଲ […]
ଆସନ୍ତାକାଲି ଛୁଟି ଘୋଷଣା
କଟକ, ୫|୭: ରାଜ୍ୟରେ ସକ୍ରିୟ ଥିବା ଲଘୁଚାପର ପ୍ରଭାବ କ୍ରମଶଃ ତୀବ୍ର ହେଉଥିବା ବେଳେ କଟକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ପ୍ରକାଶ ପାଇଛି। ପାଣିପାଗ ବିଭାଗର ପୂର୍ବାନୁମାନକୁ ଗୁରୁତ୍ୱର ସହ ବିଚାର କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତାକାଲି ପାଇଁ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ଛାତ୍ରଛାତ୍ରୀଙ୍କ […]
କେନ୍ଦ୍ରାପଡା ସଦର ମହକୁମାରେ ମିଳିତ ଅଭିଯୋଗ ଶୁଣାଣି ଶିବିର|
କେନ୍ଦ୍ରାପଡା,(ପିପିଏସ):କେନ୍ଦ୍ରାପଡ଼ା ସଦର ମହକୁମାରେ ଆଜି ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ଣ ୭ ଘଟିକା ଠାରୁ ୧୦ ଘଟିକା ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ମୁନିସିପାଲିଟି ଟାଉନ୍ହଲ୍ଠାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଉପ-ଜିଲ୍ଲାପାଳ ଅରୁଣ କୁମାର ନାୟକ, କେନ୍ଦ୍ରାପଡା ବିଡିଓ ଅଭିଷେକ ସ୍ୱାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ପ୍ରମୋଦ କୁମାର ପ୍ରହରାଜ, ଏସଡିପିଓ, କେନ୍ଦ୍ରାପଡା, […]
ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ପୁରୀରେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର |
ପୁରୀ ଠାରେ କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ପୁରୀ ମନ୍ଦିର ପଣ୍ଡାଙ୍କ ଦ୍ଵାରା ଦୁର୍ବ୍ୟବହାର ଘଟଣାକୁ ନେଇ ଉତ୍କଳ ସାମ୍ବାଦିକ ସଙ୍ଘର ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ରାଜ୍ଯରେ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ କଡାକଡି ଆଇନ ବ୍ୟବସ୍ତା ଲାଗୁ କରାଯାଇ ନଥିବାରୁ ଅନେକ ସମୟରେ ଖବର ପରିବେଷଣ ସମୟରେ ସାମ୍ବାଦିକ ମାନେ ଆକ୍ରୋଶର ଶିକାର ହେଉଛନ୍ତି। ତେଣୁ ପୁରୀରେ ଗତକାଲି ଘଟିଥିବା ଘଟଣା ରାଜ୍ୟରେ ବାରମ୍ବାର […]
ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ରେ ମିଡ଼ିଆ କ୍ରିକେଟ ଟିମ ର ବିଜୟ|
ପାରାଦୀପ – ଶ୍ରୀ ରାମ ନବମୀ ପବିତ୍ର ଦିବସ ଅବସରରେ ପାରାଦୀପ ସବଷ୍ଟେସନ ଛକ ପଡିଆ ଠାରେ ମିଡ଼ିଆ କ୍ରିକେଟ ଟିମ ଏବଂ କେଆଇସିଟିପିଏଲ କମ୍ପାନୀ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧o ଓଭର ରେ ପ୍ରଥମେ ବ୍ୟାଟିଙ୍ଗ କରି କେଆଇସିଟିପିଏଲ ଦଳ ୬ ଉଇକେଟ ହରାଇ ୧୧୧ ରନ ସଂଗ୍ରହ କରିଥିଲେ l ଏହାର ଜବାବ ରେ ମିଡ଼ିଆ କ୍ରିକେଟ ଟିମ […]
ଭାରତୀୟ ଇଞ୍ଜିନିୟରିଂ ଶକ୍ତିର ପ୍ରତୀକ ପମ୍ବନ : ପ୍ରଧାନମନ୍ତ୍ରୀ|
ଚେନ୍ନାଇ : ଭାରତୀୟ ରେଳ ଇତିହାସରେ ଯୋଡ଼ି ହେଲା ସ୍ବର୍ଣ୍ଣିମ ଅଧ୍ୟାୟ । ତାଲିଲନାଡୁର ବହୁପ୍ରତୀକ୍ଷିତ ନୂତନ ପମ୍ବନ ବ୍ରିଜ ଉଦଘାଟିତ ହୋଇଛି । ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ସି ବ୍ରିଜ୍ ପ୍ରାୟ ୫୩୫ କୋଟି ଟଙ୍କାରେ ନିର୍ମିତ ହୋଇଛି । ପବିତ୍ର ରାମନବମୀରେ ଦେଶବାସୀଙ୍କୁ ସାମୁଦ୍ରିକ ସେତୁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ । ରାମେଶ୍ବରମରୁ ଭାରତର ମୁଖ୍ୟ ଭୂଖଣ୍ଡକୁ ଯୋଡୁଥିବା ଏହି ବ୍ରିଜର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୧୯ରେ ଏହାର ଶିଳାନ୍ୟାସ ହୋଇଥିଲା । ଏହା କେବଳ ଏକ ବ୍ରିଜ ନୁହେଁ ଭାରତୀୟ ଇଞ୍ଜିନିୟରିଂ ଶକ୍ତିର ପ୍ରତୀକ । ୧୯୧୪ରେ ତିଆରି ହୋଇଥିବା ବ୍ରିଜର ଜାଗା ନେଇଛି ନୂଆ ପମ୍ବନ ବ୍ରିଜ । ପୁରୁଣା ତୁଳନାରେ ଏହା ୩ ମିଟର ଅଧିକ ଲମ୍ବା । ୨.୦୮ କିମି ଦୀର୍ଘ ବ୍ରିଜ ଦ୍ୱାରା ରାମନାଥସ୍ବାମୀ ମନ୍ଦିରକୁ ବର୍ଷକୁ ଆସୁଥିବା ୨୫ ଲକ୍ଷ ତୀର୍ଥଯାତ୍ରୀ ଉପକୃତ ହେବେ । ୭୨.୫ ମିଟର ଲିପ୍ଟ ସ୍ପାନ୍ ଯାହାକି ୧୭ ମିଟର ଉଚ୍ଚ କ୍ଲିୟରାନ୍ସ ପ୍ରଦାନ କରିବ ଯାହା ଦ୍ବାରା ବଡ଼ ବୋଟ୍ ଚଳାଚଳ କରିବା ସହିତ ସାମୁଦ୍ରିକ ସଂଯୋଗୀକରଣରେ ଉନ୍ନତି ହେବ । ପୋଲ ଉପରେ ଟ୍ରେନ୍ ଗଡ଼ିବ ତଳେ ଜାହଜ ଚାଲିବ । ୨୨ ମିଟର ଉପରକୁ ଉଠି ପାରିବ ବ୍ରିଜ୍ । ୫ ମିନିଟରେ ଖୋଲିବ ୩ ମିନିଟରେ ବନ୍ଦ ହୋଇଯିବ ବ୍ରିଜ୍ । ସମୁଦ୍ରରେ ୬, ୭୯୦ ଫୁଟ୍ ଲମ୍ବା ବ୍ରିଜ ତଳେ ବଡ଼ ବଡ଼ ଜାହଜ ଯାଇପାରିବ । ପମ୍ବନ ପୋଲ୍ ସହିତ ୮୩୦୦ କୋଟିର ବିଭିନ୍ନ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ଥିଲେ । ସେତୁର ଉଦଘାଟନ କରିବା ସହିତ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ” ଆଜି ରାମନବମୀ । ଭଗବାନ ରାମଙ୍କ ପ୍ରେରଣା ରାଷ୍ଟ୍ର ନିର୍ମାଣର ଆଧାର । ଆଜି ଅଯୋଧ୍ୟାରେ ସୂର୍ଯ୍ୟକିରଣ ରାମଲାଲାଙ୍କ ଭବ୍ୟ ତିଲକ କରିଛି । ତାମିଲନୁଡୁ ସାହିତ୍ୟରେ ଭଗବାନ ରାମଙ୍କ ବିଷୟରେ କୁହାଯାଇଛି । ରାମେଶ୍ବରମର ଏହି ପବିତ୍ର ମାଟିରୁ ସମସ୍ତ ଦେଶବାସୀଙ୍କୁ ରାମନବମୀର ଶୁଭାକାମନା ଦେଉଛି । ଏହା ଭାରତରତ୍ନ ଅବଦୁଲ କଲାମଙ୍କ ମାଟି । ଏହି ପମ୍ବନ ବ୍ରିଜ୍ ଏକ ବଡ଼ ଉଦାହରଣ । ୨୧ ଦଶନ୍ଧୀର ଇଞ୍ଜିନିୟରିଂର ଏହା ଏକ ବଡ଼ ଉଦାହାରଣ । ଏହି ବ୍ରିଜ ଯାତ୍ରାକୁ ସୁଗମ କରିବ । ଏହା ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ”
ୱାକଫ୍ ସଂଶୋଧନକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ଆଇନରେ ପରିଣତ ହେଲା ବିଲ୍|
ନୂଆଦିଲ୍ଲୀ : ଆଇନରେ ପରିଣତ ହେଲା ୱାକଫ୍ ସଂଶୋଧନ ବିଲ୍ । ସଂସଦରେ ପାରିତ ହେବା ପରେ ବିଲ୍କୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି । ସାରା ଦେଶରେ ଲାଗୁ ହେବ ନୂଆ ଆଇନ୍ । ଗତ ଶୁକ୍ରବାର ସଂସଦର ଉଭୟ ଗୃହରେ ବିଲ୍ ପାରିତ ହୋଇଥିଲା । ବିରୋଧୀଙ୍କ ହଙ୍ଗାମା ଓ ଜୋରଦାର ବିରୋଧ ଭିତରେ ୱାକଫ୍ ସଂଶୋଧନ ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା । ଶନିବାର ବିଲ୍କୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି । ଫଳରେ ଏହା ଏବେ ଆଇନରେ ପରିଣତ ହୋଇଛି । କେନ୍ଦ୍ର ସରକାର ଏହାକୁ ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ଆଇନ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ ।
ଡ଼ିଏଲଆର ସଙ୍ଘ ରନିର୍ବାଚନ ପରେ ପୋଲିସ ର ତଦନ୍ତ ପ୍ରକ୍ରିୟା ଜୋରଦାର |
ପାରାଦୀପ = ପାରାଦୀପ ପୋର୍ଟ ଡ଼ିଏଲଆର ଆଣ୍ଡ କଣ୍ଟ୍ରାକ୍ଟ ୱାର୍କମେନ ଆସୋସିଏସନ ର ଗତ ୪/୯/୨୪ ତାରିଖରେ ପାରାଦୀପ ବନ୍ଦର ନୂତନ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସାଧାରଣ ସଭା ବୈଠକ ରେ ୭oo ରୁ ଉର୍ଦ୍ଧ ଡିଏଲଆର ସଦସ୍ୟ ମାନେ ସର୍ବସମ୍ମତି କ୍ରମେ ପ୍ରକାଶ ତ୍ରିପାଠୀ ଙ୍କୁ ସଭାପତି ଓ ଅଭିମନ୍ୟୁ ବେହରା ଙ୍କୁ ସାଧାରଣ ସମ୍ପାଦକ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କୁ ନିର୍ବାଚିତ କରି ସମସ୍ତ ସରକାରୀ ଅଧିକାରୀ ଙ୍କୁ ଅବଗତ କରାଇଥିଲେ l […]
ଗ୍ରୀଷ୍ମପ୍ରବାହ ବଢିବା ସାଙ୍ଗକୁ ବଢୁଛି ଜଳକଷ୍ଟ ,
ଅଭିଯୋଗ ପରେବି ଶୁଣୁନି ପ୍ରଶାସନ ଫିରିଙ୍ଗିଆ,୪l୪:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ କାଶିନିପଦର ପଞ୍ଚାୟତ ଅନ୍ତର୍ଗତ ଶାଶିପଦର ରାଜେନିପ୍ଡିଆ ଗ୍ରାମରେ ଦେଖିବାକୁ ମିଳିଛି ,ପାଣି ର ସମସ୍ୟା ଲୋକେ ଯେପରି ପିଇବା ପାଣି ପାଇପାରିବେ ସେଥିପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ପାଣି ଯୋଗାଇ ଦେବାର ବ୍ୟବସ୍ଥା କରିଥିବାବେଳେ ଫିରିଙ୍ଗିଆ ବ୍ଲକ୍ କାଶିନିପଦର ପଞ୍ଚାୟତ ଅନ୍ତର୍ଗତ ଶାଶିପଦର ରାଜେନିପ୍ଡିଆ ଗ୍ରାମର ଲୋକମାନେ ପ୍ରତିଦିନ ଏହି ଗାଁ ର ଲୋକେ ପାଣି ପାଇଁ ଅନେକ ଦୂରକୁ ୧ କିଲୋମିଟର୍ […]
କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।
ପୁରୀ ଜିଲ୍ଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ନିମାପଡା ନିକଟସ୍ଥ ଦିଘାଳ ଠାରେ ଥିବା ବିଦ୍ୟୁତ ବଣ୍ଟନ କାରି କମ୍ପାନୀ ଟିପିକଲ ଡିଭିଜନ କାର୍ଯ୍ୟାଳୟ ଆଗରେ ୧୦ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀପତ୍ର ଟିପିକଲ ନିମାପଡା ଡିଭିଜନ ପରିଚାଳକ ବିଶ୍ୱଜିତ ବେହେରା ଙ୍କୁ ପ୍ରଦାନ କରା ଯାଇ ଥିଲା। କମ୍ୟୁନିଷ୍ଟ ପାର୍ଟି ର ଶତାଧିକ କର୍ମୀ ଏହି ଶୋଭାଯାତ୍ରା ରେ ଯାଇ ସ୍ମାର୍ଟ ମିଟର […]
