ଭୁବନେଶ୍ୱର, ୧୦ ଅଗଷ୍ଟ: ଜାତୀୟ କୃମିନାଶକ ଦିବସ ଅବସରରେ ଭୁବନେଶ୍ୱରର ୟୁନିଟ୍-୧ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ରାଜ୍ୟସ୍ତରୀୟ ଅଭିଯାନ ଆରମ୍ଭ କରାଯାଇଛି | ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ କୃମିନାଶକ ଔଷଧ ପ୍ରଦାନ କରିବା ସହ ସେମାନଙ୍କୁ କୃମି ସଂକ୍ରମଣରୁ ରକ୍ଷା କରିବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା | କାର୍ଯ୍ୟକ୍ରମରେ ବ୍ୟକ୍ତିଗତ ସ୍ୱଚ୍ଛତା, ପୋଷଣ ଏବଂ କୃମି ସଂକ୍ରମଣ ପ୍ରତିରୋଧ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦିଆଯାଇଥିଲା |
ଏହି ଅଭିଯାନରେ ସ୍ୱାସ୍ଥ୍ୟ ବିଭାଗ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଏନସିଡିସିର ବିଶେଷଜ୍ଞ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ | ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିଶୁ ଏବଂ କିଶୋରମାନଙ୍କ ମଧ୍ୟରେ କୃମି ସଂକ୍ରମଣକୁ ରୋକିବା ଏବଂ ସ୍ୱାସ୍ଥ୍ୟକର ଜୀବନଶୈଳୀ ବିଷୟରେ ସଚେତନତା ବୃଦ୍ଧି କରିବା |