ଚାଷୀଙ୍କ ପାଇଁ ବଡ଼ ଖବର! ଧାନ ବିକ୍ରି ପାଇଁ ‘ଏଗ୍ରିଷ୍ଟାକ୍’ ବାଧ୍ୟତାମୂଳକ ନୁହେଁ

ଭୁବନେଶ୍ୱର, ୧୦ ଅଗଷ୍ଟ: ଚାଷୀଙ୍କ ପାଇଁ ଏଗ୍ରିଷ୍ଟାକ୍ କାର୍ଡକୁ ନେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ସେ ସ୍ପଷ୍ଟ କରିଛନ୍ତି ଯେ, ଏଗ୍ରିଷ୍ଟାକ୍ କାର୍ଡ କରିବା ଚାଷୀଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ।

ମନ୍ତ୍ରୀଙ୍କ କହିବା ଅନୁସାରେ, ଚାଷୀଙ୍କୁ ବିଭିନ୍ନ ସରକାରୀ ସୁବିଧା ସହଜରେ ଯୋଗାଇଦେବା ଉଦ୍ଦେଶ୍ୟରେ ଏଗ୍ରିଷ୍ଟାକ୍ କାର୍ଡ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ଅତିକମରେ ୧୦ ଲକ୍ଷ ଚାଷୀଙ୍କୁ ଏହି କାର୍ଡ ସହ ଯୋଡ଼ିବା ପାଇଁ ପ୍ରୟାସ ଚାଲିଥିବା ସେ କହିଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଗ୍ରିଷ୍ଟାକ୍ କାର୍ଡ ନଥିଲେ ମଧ୍ୟ ଚାଷୀ ଧାନ ବିକ୍ରି କରିପାରିବେ। କାର୍ଡ ମାଧ୍ୟମରେ ଭବିଷ୍ୟତରେ ଧାନ ବିକ୍ରି ସମେତ ସାର ଓ ଅନ୍ୟାନ୍ୟ କୃଷି ସମ୍ବନ୍ଧୀୟ ସୁବିଧା ପାଇବା ପ୍ରକ୍ରିୟା ଅଧିକ ସହଜ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.