ପ୍ରମୁଖ ଖବର
ବଙ୍ଗୋପସାଗରରେ ଦୁର୍ବଳ ହେଲା ଲଘୁଚାପ, ତଥାପି ୧୪ ଯାଏଁ ବର୍ଷିବ
ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ଏହାର ପ୍ରଭାବରେ ରାଜ୍ୟରେ ପୂର୍ବାପେକ୍ଷା ବର୍ଷାର ପରିମାଣ କମିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପାଗ ଶୁଖିଲା ହୋଇନାହିଁ। ଅନେକ ସ୍ଥାନରେ ଏବେ ବି ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଭଳି ବର୍ଷା ଅବ୍ୟାହତ ରହିବାର ସମ୍ଭାବନା […]
ଶ୍ରୀମନ୍ଦିର ଉପରେ ପୁଣି ଡ୍ରୋନ୍ ଉଡ଼ାଣ, ଜଣେ ଯୁବକ ଅଟକ
ପୁରୀ, ୧୦୲୭(ରୁଦ୍ର): ରଥଯାତ୍ରାକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ସୋମବାର ଭୋର ସମୟରେ ଶ୍ରୀମନ୍ଦିରର ନୀଳଚକ୍ର ନିକଟରେ ଏକ ଡ୍ରୋନ୍ ଉଡୁଥିବା ଦେଖାଯିବା ପରେ ସୁରକ୍ଷା ଏଜେନ୍ସିମାନେ ତୁରନ୍ତ ସକ୍ରିୟ ହୋଇଥିଲେ। ସୂଚନା ପାଇବା ପରେ ପୁଲିସ ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମାଟିମଣ୍ଡପ ସାହି ଅଞ୍ଚଳରୁ ଡ୍ରୋନ୍ ଉଡ଼ାଉଥିବା ଜଣେ ଯୁବକଙ୍କୁ ଅଟକ ରଖିଛି। ତାଙ୍କଠାରୁ ବ୍ୟବହୃତ ଡ୍ରୋନ୍କୁ ମଧ୍ୟ […]
ମେଲବୋର୍ଣ୍ଣରେ ମୋଦୀଙ୍କ ନିବେଶ ଆହ୍ୱାନ
୨୦୪୭ ସୁଦ୍ଧା ୧୦୦ ଗିଗାୱାଟ ପରମାଣୁ ଶକ୍ତି ଉତ୍ପାଦନ କ୍ଷମତା ସୃଷ୍ଟି କରିବା ଭାରତର ଲକ୍ଷ୍ୟ…. ମେଲବୋର୍ଣ୍ଣ, ୯୲୭(ଉଦୟ): ତିନି ଦେଶ ଗସ୍ତର ଅଂଶ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ପହଞ୍ଚି ସେଠାରେ ଆୟୋଜିତ ଭାରତ–ଅଷ୍ଟ୍ରେଲିଆ ସିଇଓ ଫୋରମରେ ଯୋଗ ଦେଇ ଉଭୟ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ, ଦ୍ରୁତ ଅଭିବୃଦ୍ଧିଶୀଳ ଭାରତୀୟ ଅର୍ଥନୀତି ବିଶ୍ୱ ନିବେଶକଙ୍କ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି […]
ପ୍ରକାଶ ପାଇଲା +2 ପ୍ରଥମ ମେରିଟ୍ ଲିଷ୍ଟ
ଭୁବନେଶ୍ୱର, ୮|୭ : ଓଡ଼ିଶାର +2 (Higher Secondary) ନାମଲେଖା ପାଇଁ SAMS Odisha ପକ୍ଷରୁ ପ୍ରଥମ ମେରିଟ୍ ଲିଷ୍ଟ ଆଜି ଅଧିକାରିକ ଭାବେ ପ୍ରକାଶ କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ Class 11 ଆଡମିଶନ ପାଇଁ ଅନଲାଇନ୍ ଆବେଦନ କରିଥିଲେ, ସେମାନେ ବର୍ତ୍ତମାନ ନିଜର ଆଲଟମେଣ୍ଟ (Selection Status) ଯାଞ୍ଚ କରିବା ସହିତ Intimation Letter ଡାଉନଲୋଡ୍ କରିପାରିବେ। ଏଥିସହ କଲେଜ୍ଭିତ୍ତିକ Cut-off Marks ମଧ୍ୟ ଦେଖିପାରିବେ। କିପରି ଯାଞ୍ଚ କରିବେ Selection Status? ଆଡମିଶନ ସମୟରେ […]
ରାମମନ୍ଦିର ଦାନ ପ୍ରସଙ୍ଗକୁ ନେଇ ରାଜନୀତି, ବିରୋଧୀଙ୍କୁ ଜବାବ ଦେଲେ ଯୋଗୀ
ଅଯୋଧ୍ୟା,୭|୭(ଉଦୟ): ରାମମନ୍ଦିରକୁ ମିଳୁଥିବା ଦାନକୁ ନେଇ ରାଜନୈତିକ ମହଳରେ ଆରମ୍ଭ ହୋଇଥିବା ଚର୍ଚ୍ଚା ମଧ୍ୟରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧୀ ଦଳଗୁଡ଼ିକ ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଭକ୍ତମାନଙ୍କ ଆସ୍ଥା ସହ ଜଡ଼ିତ ବିଷୟକୁ ନେଇ ଭ୍ରମ ସୃଷ୍ଟି କରିବା ଉଚିତ ନୁହେଁ।ଅଯୋଧ୍ୟାର ରାମମନ୍ଦିରରେ ଭକ୍ତମାନଙ୍କ ଦାନକୁ ନେଇ ଉଠିଥିବା ଅଭିଯୋଗ ଉତ୍ତର ପ୍ରଦେଶର ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳମାନେ ସରକାର ଓ […]
ଜିମ୍ବାୱେ ଟି-ଟ୍ୱେଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା
ରିଙ୍କୁ-ମୟଙ୍କଙ୍କ ପ୍ରତ୍ୟାବର୍ତ୍ତନ, ୪ ନୂଆ ମୁହଁଙ୍କୁ ସୁଯୋଗ ନୂଆଦିଲ୍ଲୀ ୭ⵏ୭(ଉଦୟ): ଜିମ୍ବାୱେ ବିପକ୍ଷରେ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯାଇଛି। ଚୟନକର୍ତ୍ତାମାନେ ଯୁବ ପ୍ରତିଭା ଓ ଅଭିଜ୍ଞ ଖେଳାଳିଙ୍କ ମିଶ୍ରଣରେ ୧୫ ଜଣିଆ ଦଳ ଗଠନ କରିଛନ୍ତି। ଶ୍ରେୟାସ ଆୟରଙ୍କୁ ଦଳର ଅଧିନାୟକତ୍ୱ ଦାୟିତ୍ୱ ଦିଆଯାଇଛି। ଏଥର ଦଳର ସବୁଠାରୁ ଚର୍ଚ୍ଚିତ ଦିଗ ହେଉଛି ୱିକେଟ୍କିପର ବ୍ୟାଟର ସଞ୍ଜୁ ସାମସନଙ୍କ ଅନୁପସ୍ଥିତି। ନିକଟରେ କ୍ରମାଗତ କ୍ରିକେଟ୍ […]
ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ବ, ମୁତୟନ ହେବେ ୧୨ ହଜାର ପୁଲିସ
ପୁରୀ, ୭ⵏ୭(ଉଦୟ): ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା–୨୦୨୬କୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ପ୍ରସ୍ତୁତିକୁ ନେଇ ପ୍ରଶାସନ ପକ୍ଷରୁ ଜୋରଦାର କାର୍ଯ୍ୟକ୍ରମ ଚାଲିଛି। ଏହି ପରିପ୍ରେକ୍ଷୀରେ ଅନ୍ତିମ ସମନ୍ୱୟ କମିଟି ବୈଠକ ଶେଷ ହୋଇଛି। ବୈଠକରେ ବିଭିନ୍ନ ବିଭାଗ ନିଜ ନିଜ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବା ସହ ପର୍ବକୁ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଆଲୋଚନା କରିଛନ୍ତି। ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି ଯେ, ରଥଯାତ୍ରା […]
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱର ପ୍ରଶଂସା କଲେ ଇଣ୍ଡୋନେସିଆର ରାଷ୍ଟ୍ରପତି
ଜାକାର୍ତ୍ତା,୭I୭(ଉଦୟ): ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଦୀର୍ଘଦିନର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆ ଗସ୍ତ କରିଛନ୍ତି। ଜାକର୍ତ୍ତାରେ ପହଞ୍ଚିବା ପରେ ସେଠାକାର ରାଷ୍ଟ୍ରପତି ପ୍ରବୋୱୋ ସୁବିଆନ୍ତୋ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଭବନରେ ଆନୁଷ୍ଠାନିକ ଭାବେ ସ୍ୱାଗତ ଜଣାଇଥିଲେ। ଉଭୟ ନେତାଙ୍କ ମଧ୍ୟରେ ସୌହାର୍ଦ୍ଦପୂର୍ଣ୍ଣ ପରିବେଶରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦୁଇ ଦେଶର ଭବିଷ୍ୟତ ସହଯୋଗକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା। ବିଶେଷକରି ବାଣିଜ୍ୟ, ବିନିଯୋଗ, ପ୍ରତିରକ୍ଷା, ସାମୁଦ୍ରିକ […]
ଚାଉଳିଆଗଞ୍ଜ ଥାନା IIC ବିଉଟି ମହାନ୍ତିଙ୍କ ମୃତ୍ୟୁ ମାମଲା
ଆସିଲା ଶବବ୍ୟବଚ୍ଛେଦ ରିପୋର୍ଟ, ସନ୍ଦେହଘେରରେ ଭୁବନେଶ୍ୱରର ଏଏସ୍ଆଇ କଟକ, ୭|୭ (ବ୍ୟୁରୋ ): କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି (IIC) ବିଉଟି ମହାନ୍ତିଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ବିଉଟିଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିଛି ଯେ, ଶ୍ବାସରୁଦ୍ଧ ହେବା କାରଣରୁ ହିଁ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଘଟଣାର ତଦନ୍ତ କରୁଥିବା କଟକ କମିସନରେଟ୍ ପୁଲିସ ମୃତ ଅଧିକାରୀଙ୍କ ମୋବାଇଲ୍ ଫୋନ୍ରୁ କେତେକ ଗୁରୁତ୍ୱପୂର୍ଣ୍ଣ ସୁରାଗ ହାସଲ କରିଛି, ଯାହା […]
ରଥଯାତ୍ରା ପାଇଁ ଗଡ଼ିବ ସ୍ଵତନ୍ତ୍ର ରେଳ: ରେଳ ମନ୍ତ୍ରୀ
ଭୁବନେଶ୍ୱର, ୬।୭(ଉଦୟ): ରଥଯାତ୍ରାକୁ ଆଉ ଅଧିକ ସୁବିଧାଜନକ ଓ ସୁରକ୍ଷିତ କରିବା ପାଇଁ ଭାରତୀୟ ରେଳପଥ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଚଳିତ ବର୍ଷ ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ମୋଟ ପ୍ରାୟ ୧୧୦୦ଟି ଟ୍ରେନ୍ ଚଳାଚଳ କରିବାର ଯୋଜନା ରହିଛି। ଏଥିମଧ୍ୟରୁ ପ୍ରାୟ ୩୦୦ଟି ସ୍ୱତନ୍ତ୍ର ସ୍ପେଶାଲ୍ ଟ୍ରେନ୍ ଥିବାବେଳେ, ପ୍ରାୟ ୮୦୦ଟି ରଥଯାତ୍ରାକୁ କେନ୍ଦ୍ର କରି ବିଶେଷ ବ୍ୟବସ୍ଥାରେ ଚଳାଚଳ କରିବ। ଏହି ପଦକ୍ଷେପ ଯୋଗୁଁ ଭକ୍ତମାନେ ଯାତାୟାତରେ ଅନେକ […]
