୨ ଅଗଷ୍ଟରେ ଆକାଶରେ ବିରଳ ଦୃଶ୍ୟ! ଏକାଠି ଦେଖାଯିବ ୬ ଗ୍ରହ, ସୂର୍ଯ୍ୟୋପରାଗ ଓ ଉଲ୍‌କାପାତ
1 min read

୨ ଅଗଷ୍ଟରେ ଆକାଶରେ ବିରଳ ଦୃଶ୍ୟ! ଏକାଠି ଦେଖାଯିବ ୬ ଗ୍ରହ, ସୂର୍ଯ୍ୟୋପରାଗ ଓ ଉଲ୍‌କାପାତ

ୱାଶିଂଟନ, ୧୦ ଅଗଷ୍ଟ: ଆସନ୍ତା ୧୨ ଅଗଷ୍ଟରେ ମହାକାଶ ପ୍ରେମୀଙ୍କ ପାଇଁ ରହିଛି ଏକ ବିଶେଷ ଦିନ। ୨୪ ଘଣ୍ଟା ମଧ୍ୟରେ ଆକାଶରେ ଏକାଧିକ ଉଲ୍ଲେଖନୀୟ ମହାକାଶୀୟ ଘଟଣା ଦେଖିବାକୁ ମିଳିବ।

ସୂର୍ଯ୍ୟୋଦୟ ପୂର୍ବରୁ ଆକାଶରେ ବୃହଷ୍ପତି, ବୁଧ, ମଙ୍ଗଳ, ଶନି, ୟୁରାନସ୍‌ ଓ ନେପ୍‌ଚୁନ—ଏହି ୬ଟି ଗ୍ରହ ଏକ ଧାଡ଼ିରେ ଥିବା ଭଳି ଦେଖାଯିବ। ମଙ୍ଗଳ ଓ ଶନିଙ୍କୁ ଖାଲି ଆଖିରେ ଦେଖିହେବା ସମ୍ଭବ ହୋଇଥିବା ବେଳେ ଅନ୍ୟ ଗ୍ରହ ପାଇଁ ବାଇନୋକୁଲାର କିମ୍ବା ଟେଲିସ୍କୋପ୍‌ ଆବଶ୍ୟକ ହୋଇପାରେ।

ଏହି ଦିନର ଆଉ ଏକ ବଡ଼ ଘଟଣା ହେଉଛି ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ। ଗ୍ରୀନ୍‌ଲାଣ୍ଡ, ଆଇସ୍‌ଲାଣ୍ଡ ଓ ସ୍ପେନ୍‌ର କିଛି ଅଞ୍ଚଳରୁ ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ ଦେଖାଯିବ। ୟୁରୋପ, ଆଫ୍ରିକା ଓ ଉତ୍ତର ଆମେରିକାର କିଛି ଅଞ୍ଚଳରେ ଏହାର ଆଂଶିକ ଦୃଶ୍ୟ ମିଳିବ। ଭାରତରୁ ଏହି ସୂର୍ଯ୍ୟୋପରାଗ ଦେଖାଯିବ ନାହିଁ।

ସେହିପରି ଅମାବାସ୍ୟା ଥିବାରୁ ରାତିର ଆକାଶ ଅଧିକ ଅନ୍ଧକାରମୟ ରହିବ। ଏହା ଉଲ୍‌କାପାତ ଦେଖିବା ପାଇଁ ମଧ୍ୟ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବ। ପର୍ସେଇଡ୍‌ ଉଲ୍‌କାପାତ ସମୟରେ ଘଣ୍ଟାପ୍ରତି ପ୍ରାୟ ୧୦୦ଟି ପର୍ଯ୍ୟନ୍ତ ଉଲ୍‌କା ଦେଖିବାର ସୁଯୋଗ ମିଳିପାରେ।

ଅର୍ଥାତ୍‌, ଗ୍ରହମାନଙ୍କ ଶାରୀବଦ୍ଧ ଅବସ୍ଥାନ, ସୂର୍ଯ୍ୟୋପରାଗ, ଅମାବାସ୍ୟାର ଅନ୍ଧକାର ଆକାଶ ଏବଂ ପର୍ସେଇଡ୍‌ ଉଲ୍‌କାପାତ—ଗୋଟିଏ ଦିନରେ ଏପରି ଅନେକ ମହାକାଶୀୟ ଘଟଣାର ସମାଗମ ଏକ ବିରଳ ସଂଯୋଗ ଭାବେ ଚର୍ଚ୍ଚାରେ ରହିଛି।

Leave a Reply

Your email address will not be published. Required fields are marked *