1 min read

ହନିଟ୍ରାପ୍‌ରେ ଫସିଲେ ଭାରତୀୟ ବାୟୁସେନା ଅଧିକାରୀ

ନୂଆଦିଲ୍ଲୀ, (ପିପିଏସ୍): ପାକିସ୍ତାନକୁ ଭାରତର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ୱିଙ୍ଗ  କମାଣ୍ଡରଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଅଧିକାରୀ ଜଣଙ୍କ ବିରୋଧରେ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ଏବଂ ସେ ବର୍ତ୍ତମାନ ଜେଲ୍‌ରେ ଅଛନ୍ତି।ଦିଲ୍ଲୀ ପୁଲିସର ସୂଚନାନୁଯାୟୀ ୱିଙ୍ଗ କମାଣ୍ଡରଙ୍କୁ ଏକ ଫିଲ୍ଡ ୟୁନିଟରେ ନିଯୁକ୍ତ କରାଯାଇଥିଲା। ଏହି ସମୟରେ ହନି ଟ୍ରାପ୍ ମାଧ୍ୟମରେ ତାଙ୍କୁ ଟାର୍ଗେଟ କରାଯାଇଥିଲା। ପାକିସ୍ତାନ ଗୁଇନ୍ଦା ସଂସ୍ଥା ସହ ଜଡ଼ିତ ଜଣେ ମହିଳା ସାମାଜିକ ଗଣମାଧ୍ୟମ ଜରିଆରେ ତାଙ୍କ ସହିତ ଯୋଗାଯୋଗ ଏବଂ କଥାବାର୍ତ୍ତା ଆରମ୍ଭ କରିଥିଲେ। ମହିଳା ଜଣକ ଧୀରେ ଧୀରେ ବାୟୁସେନା ଅଧିକାରୀଙ୍କ ବିଶ୍ୱାସ ହାସଲ କରି ଭିଡିଓ କଲ୍ ଏବଂ ଚାଟ୍ ମାଧ୍ୟମରେ ସାମରିକ କାର୍ଯ୍ୟକଳାପ ଏବଂ ସୈନ୍ୟ ମୁତୟନ ସମ୍ପର୍କରେ ସୂଚନା ମାଗିବା ଆରମ୍ଭ କରିଥିଲେ। ବାୟୁସେନା ଅଧିକାରୀଜଣକ ଡିଜିଟାଲ୍ ମାଧ୍ୟମରେ ମହିଳାଙ୍କୁ ବିଭିନ୍ନ ଫଟୋଗ୍ରାଫ୍, ଭିଡିଓ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଡକ୍ୟୁମେଣ୍ଟ ଏବଂ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ହୋଇଛି।ତଦନ୍ତ ସମୟରେ ପୁଲିସ ଏହା ମଧ୍ୟ ଜାଣିବାକୁ ପାଇଛି ଯେ ଅଧିକାରୀ ଜଣକ ନିଜର ଜଣେ ସହଯୋଗୀ ଅଧିକାରୀଙ୍କ ମୋବାଇଲ୍ ଫୋନରେ ଏକ ସନ୍ଦିଗ୍ଧ ଆପ୍ ଇନଷ୍ଟଲ୍ କରିଥିଲେ। ଏହି ଆପ୍ ସ୍ପାଏୱେର୍ କିମ୍ବା ରିମୋଟ୍-ଆକ୍ସେସ୍ ମାଲୱେର୍ ଭାବରେ କାର୍ଯ୍ୟ କରିପାରେ, ଯାହା ଡିଭାଇସ୍ ଡାଟା ହାସଲ କରିବା, ଲୋକେସନ ଟ୍ରାକ୍ କରିବା କିମ୍ବା କଥାବାର୍ତ୍ତା ଅଟକାଇବା ପାଇଁ ବ୍ୟବହାର କରାଯାଇପାରିବ। ପୁଲିସ ଏବେ କେତେ ଡାଟା ଲିକ୍ ହୋଇଛି ଏବଂ ଏହାକୁ କିପରି ବ୍ୟବହାର କରାଯାଇଛି ତାହାର ତଦନ୍ତ କରୁଛି।ପୁଲିସ କହିଛି ଯେ, ସାମାଜିକ ଗଣମାଧ୍ୟମ ମାଧ୍ୟମରେ ସଂପୃକ୍ତ ବାୟୁସେନା ଅଧିକାରୀଙ୍କୁ ଯୋଗାଯୋଗ କରିଥିବା ମହିଳା ପାକିସ୍ତାନର ହ୍ୟାଣ୍ଡଲରଙ୍କ ନିର୍ଦେଶରେ କାର୍ଯ୍ୟ କରୁଥିଲେ। ପୁଲିସ ଅଭିଯୁକ୍ତ ଅଧିକାରୀ ଏବଂ ମହିଳାଙ୍କ ମଧ୍ୟରେ ହୋଇଥିବା ଚାଟ୍, ଭିଡିଓ କଲ୍ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ଯୋଗାଯୋଗର ରେକର୍ଡ ଯାଞ୍ଚ୍ କରୁଛି। ଅଧିକାରୀ କେତେ ପରିମାଣର ସମ୍ବେଦନଶୀଳ ସାମରିକ ସୂଚନା ସେୟାର କରିଥିଲେ ଏବଂ ଏହି ନେଟୱାର୍କରେ ଅନ୍ୟ ବ୍ୟକ୍ତିମାନେ ସାମିଲ ଅଛନ୍ତି ତାହାର ତଦନ୍ତ ମଧ୍ୟ କରାଯାଉଛି। ଭାରତୀୟ ବାୟୁସେନାର ଗୁଇନ୍ଦା ବିଭାଗ ଏହି ମାମଲା ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଲ୍ଲୀ ପୁଲିସକୁ ପ୍ରଦାନ କରିଥିଲା। ଏହାପରେ ୱିଙ୍ଗ କମାଣ୍ଡରଙ୍କୁ ମେ’ ୩୧ ରାତିରେ ଗିରଫ କରାଯାଇଥିଲା। ସଂପୃକ୍ତ ବାୟୁସେନା, ଅଧିକାରୀଙ୍କ ଉପରେ ପୂର୍ବରୁ ନଜର ରଖାଯାଇଥିଲା।

1 min read

ଭଦ୍ରକରେ ବଢୁଛି ଚୋରା ମଦ କାରବାର ଅଭିଯୋଗ, ଅବକାରୀ ବିଭାଗର ଭୂମିକା ନେଇ ପ୍ରଶ୍ନ

ଭଦ୍ରକ, (ପିପିଏସ୍): ସରକାରଙ୍କ ପକ୍ଷରୁ ‘ନିଶାମୁକ୍ତ ଓଡ଼ିଶା’ ପାଇଁ ସଚେତନତା ଅଭିଯାନ ଜାରି ରହିଥିବାବେଳେ ଭଦ୍ରକ ସହରର ବିଭିନ୍ନ ଅଞ୍ଚଳରେ ଚୋରା ମଦ କାରବାର ବଢୁଥିବା ନେଇ ଅଭିଯୋଗ ଉଠିଛି। ବିଶେଷକରି ପୁରୁଣାବଜାର, ମିର୍ଜାପୁର ଓ ନାଥସାହି ଅଞ୍ଚଳରେ ଦେଶୀ ମଦର ବେଆଇନ କାରବାର ଚାଲିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଅଭିଯୋଗ ଅନୁଯାୟୀ, ଭଦ୍ରକ ପୁରୁଣାବଜାର ଥାନା ଓ ଅବକାରୀ ଥାନା ଅଧୀନର କିଛି ଅଞ୍ଚଳରେ ଘରେ ଘରେ ଚୋରା ଦେଶୀ ମଦ […]

1 min read

ଡକ୍ଟର ମହତାବଙ୍କ ସ୍ୱପ୍ନର ‘ପ୍ରଜାତନ୍ତ୍ର’ ଓଡ଼ିଆ ଅସ୍ମିତାର କେନ୍ଦ୍ର।

‘ପ୍ରଜାତନ୍ତ୍ର’ ଜନମତର ସ୍ୱର, ଓଡ଼ିଆ ଅସ୍ମିତାର କେନ୍ଦ୍ର କଟକ, (ପିପିଏସ୍): ସାହିତ୍ୟ, ସଂସ୍କୃତି, ସାମ୍ବାଦିକତା ଓ ରାଜନୀତି—ପ୍ରତିଟି କ୍ଷେତ୍ରରେ ‘ପ୍ରଜାତନ୍ତ୍ର’ ନେତୃତ୍ୱ ନେଇ ଜନମତର ସ୍ୱର ପାଲଟିଛି। ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ପ୍ରେରଣାର ଉତ୍ସ ଏବଂ ଗର୍ବ ଓ ଗୌରବର କେନ୍ଦ୍ର। ଅଗଣିତ ବ୍ୟକ୍ତିଙ୍କୁ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱର କଳା ଓ କୌଶଳ ଶିଖାଇଛି ‘ପ୍ରଜାତନ୍ତ୍ର’। ଏହାର ୭୯ତମ ଜନ୍ମବାର୍ଷିକୀ ଉତ୍ସବରେ ବିଶିଷ୍ଟ ଅତିଥିମାନେ ଏଭଳି ମତ ପ୍ରକାଶ କରିଛନ୍ତି। ବିଷୁବ ମଣ୍ଡପରେ ଆୟୋଜିତ ସମାରୋହରେ […]

1 min read

ପ୍ରଜାତନ୍ତ୍ରର ୭୯ତମ ପ୍ରତିଷ୍ଠା ଉତ୍ସବ

କଟକ(ପିପିଏସ୍): ୧୯୪୭ ଅଗଷ୍ଟ ୮ ତାରିଖକୁ ହିସାବ କଲେ ଏହା ୭୯ ବର୍ଷରେ ପଦାର୍ପଣ କରିଛି । ୧୯୨୩ ମସିହା ଅଗଷ୍ଟ ୨୩ ତାରିଖରେ ଏହା ପ୍ରଥମକରି ପ୍ରକାଶ ପାଇଥିଲା । ଯାହାର ୧୦୦ ବର୍ଷ ପାଳନ କରାଯାଇଥିଲା । ପ୍ରତ୍ୟେକ ବର୍ଷ ପ୍ରଜାତନ୍ତ୍ର ପ୍ରକାଶନରେ ବହୁ ଆହ୍ୱାର ସମ୍ମୁଖୀନ ହେଉଛି । ତେବେ ‘ଗାଁ ମଜଲିସ୍’ ୧୯୮୩ ମସିହାର ୫୦ତମ ସଂସ୍କରଣ ସମ୍ପ୍ରତି ପ୍ରକାଶିତ ହୋଇଛି । ଏହାର ପ୍ରତିଷ୍ଠାତା ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ […]

1 min read

ଦିଲ୍ଲୀରେ ଶିଳ୍ପପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ;ଓଡ଼ିଶାରେ ନିବେଶ ନେଇ ପ୍ରତ୍ୟକ୍ଷ ଆଲୋଚନା

ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ଓ ନିବେଶ ବୃଦ୍ଧି ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ବିଭିନ୍ନ ଶିଳ୍ପପତିଙ୍କୁ ଭେଟି ଆଲୋଚନା କରିଛନ୍ତି। ‘ଓଡ଼ିଶା ଫୁଡ୍‌ ପ୍ରୋ ୨୦୨୬’ ନିବେଶକ ସମ୍ମିଳନୀ ଓ ରୋଡ୍‌ସୋ ପରିପ୍ରେକ୍ଷୀରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ଚିରିପାଲ୍‌ ପଲିଫିଲ୍ମସର ସିଇଓ ସୁମନ୍ତ ସିଂଘଲ, ହିନ୍ଦୁସ୍ତାନ କୋକାକୋଲା ବେଭରେଜେସ୍‌ର ସିଇଓ ତଥା ନିର୍ଦ୍ଦେଶକ ହେମନ୍ତ ରୁପାନି, ବାଲାଜୀ ୱାଫର୍ସର ନିର୍ଦ୍ଦେଶକ ଶ୍ୟାମ ଭିରାନି ଓ କେୟୁର ଭିରାନି, ଲେଟ୍‌ସ ଟ୍ରାଏର ସିଇଓ […]

1 min read

ଭାରତରୁ ବାଂଲାଦେଶ ଗଲା ୫ ହଜାର ମେଟ୍ରିକ ଟନ୍‌ ଡିଜେଲ

ନୂଆଦିଲ୍ଲୀ, ୭/୮: ବାଂଲାଦେଶରେ ଦେଖାଦେଇଥିବା ଇନ୍ଧନ ସଙ୍କଟ ମଧ୍ୟରେ ଭାରତ ପକ୍ଷରୁ ପ୍ରାୟ ୫,୦୦୦ ମେଟ୍ରିକ ଟନ୍‌ ଡିଜେଲ ପଠାଯାଉଛି। ବାଂଲାଦେଶ-ଭାରତ ଫ୍ରେଣ୍ଡଶିପ ପାଇପଲାଇନ ମାଧ୍ୟମରେ ଏହି ଡିଜେଲ ଯୋଗାଣ କରାଯାଉଛି। ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଯୋଗୁ ବିଶ୍ୱବ୍ୟାପୀ ଇନ୍ଧନ ଯୋଗାଣ ପ୍ରଭାବିତ ହୋଇଥିବାବେଳେ ବାଂଲାଦେଶରେ ମଧ୍ୟ ଇନ୍ଧନ ଅଭାବ ଦେଖାଦେଇଛି। ବାଂଲାଦେଶ ପେଟ୍ରୋଲିୟମ କର୍ପୋରେସନ୍‌ (BPC)ର ଅଧିକାରୀଙ୍କ ସୂଚନା ଅନୁସାରେ, ଗୁରୁବାର ଅପରାହ୍ନ ୩ଟା ୨୦ ମିନିଟରୁ ଆସାମସ୍ଥିତ ନୁମାଲିଗଡ଼ ରିଫାଇନେରୀ ଲିମିଟେଡ୍‌ରୁ ଡିଜେଲ […]

1 min read

ଭାରି ବର୍ଷା ଆଶଙ୍କା: ମୟୂରଭଞ୍ଜରେ ଆସନ୍ତାକାଲି ସମସ୍ତ ସ୍କୁଲ୍ ବନ୍ଦ

ବାରିପଦା, ୭/୮: ଭାରିରୁ ଅତିଭାରି ବର୍ଷା ଆଶଙ୍କା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ଆସନ୍ତାକାଲି, ଅଗଷ୍ଟ ୮ ତାରିଖରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷାଧିକାରୀ (DEO) ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ମୟୂରଭଞ୍ଜ ଜିଲ୍ଲା ପାଇଁ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି। ବର୍ଷାଜନିତ ସମ୍ଭାବ୍ୟ ସମସ୍ୟା ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରାଯାଇଛି। ଅନ୍ୟପକ୍ଷରେ, ଓଡ଼ିଶାର ବାଲେଶ୍ୱର, […]

1 min read

ମିଥୁନ ଚକ୍ରବର୍ତ୍ତୀଙ୍କ ସଫଳ ଅସ୍ତ୍ରୋପଚାର, ହସ୍ପିଟାଲରେ ପହଞ୍ଚିଲେ ସିଏମ୍ ସୁବେନ୍ଦୁ ଅଧିକାରୀ

କୋଲକାତା, ୭/୮: ବରିଷ୍ଠ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କର କୋଲକାତାର ଏକ ଘରୋଇ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର ହୋଇଛି। ପୂର୍ବରୁ ହୋଇଥିବା ଏକ ଆଘାତ ପରେ ଲଗାଯାଇଥିବା ଧାତୁର ପ୍ଲେଟ୍‌କୁ ଅପସାରଣ କରିବା ପାଇଁ ଏହି ପ୍ରକ୍ରିୟା କରାଯାଇଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ଅସ୍ତ୍ରୋପଚାର ପରେ ମିଥୁନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସହ ସେ ସୁସ୍ଥ ହେଉଥିବା ଜଣାପଡ଼ିଛି। ଅସ୍ତ୍ରୋପଚାର ପରେ ମିଥୁନ ଚକ୍ରବର୍ତ୍ତୀ ଡାକ୍ତରଙ୍କ ନିରୀକ୍ଷଣରେ ରହିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଜଟିଳତା […]

1 min read

‘ଅମିତ ଶାହଙ୍କ ନାଁ ଶୁଣିଲେ ଭୁଲ୍‌ କରୁଥିବା ଲୋକେ ଥରିଯାଆନ୍ତି’: କିରଣ ରିଜିଜୁ

ନୂଆଦିଲ୍ଲୀ: ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ ଓ ସ୍ଲୋଗାନବାଜିକୁ ନେଇ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ବିରୋଧୀଙ୍କ ସ୍ଲୋଗାନବାଜି ଏବେ ଏକ ଅଭ୍ୟାସରେ ପରିଣତ ହୋଇଥିବା ସେ କହିଛନ୍ତି। ରିଜିଜୁ କହିଛନ୍ତି ଯେ, ଗୃହମନ୍ତ୍ରୀ ଅମିତ ଶାହଙ୍କ ନାମ ଶୁଣିଲେ ହିଁ ଆତଙ୍କବାଦୀ ଓ ଉଗ୍ରବାଦୀମାନେ ଭୟଭୀତ ହୋଇପଡ଼ନ୍ତି। ସଂସଦରେ ଯେଉଁ ଦିନ ଗୃହମନ୍ତ୍ରୀ ନିଜର ବୟାନ ରଖିବେ, ସେଦିନ ବିରୋଧୀଙ୍କ ପାଇଁ ପରିସ୍ଥିତି କଠିନ ହେବ ବୋଲି ସେ ଦାବି କରିଛନ୍ତି। କିରଣ ରିଜିଜୁଙ୍କ […]

1 min read

କୃଷ୍ଣସାଗରରେ ଡ୍ରୋନ୍‌ ଆକ୍ରମଣ: ନିଖୋଜ ୨ ଭାରତୀୟ ନାବିକଙ୍କ ପତ୍ତା ମିଳୁନି

ନୂଆଦିଲ୍ଲୀ, ୭/୮: ୟୁକ୍ରେନ୍‌ ନିକଟ କୃଷ୍ଣସାଗରରେ ଡ୍ରୋନ୍‌ ଆକ୍ରମଣର ଶିକାର ହୋଇଥିବା ମାଲବାହୀ ଜାହାଜ ‘ଏମ୍‌ଭି ଏଜିଏନ୍‌ ରାଗ୍ନାର’ରୁ ନିଖୋଜ ହୋଇଥିବା ଦୁଇ ଭାରତୀୟ ନାବିକଙ୍କ ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ। ଶୁକ୍ରବାର କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି। କେନ୍ଦ୍ର ପକ୍ଷରୁ କୋର୍ଟରେ ଦାଖଲ ସତ୍ୟପାଠ ଅନୁସାରେ, ୟୁକ୍ରେନ୍‌ ଓ ରୋମାନିଆ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରଖି ସ୍ଥଳ, ଜଳ ଓ ଆକାଶପଥରେ ବ୍ୟାପକ ସନ୍ଧାନ ଓ ଉଦ୍ଧାର ଅଭିଯାନ ଚଳାଯାଇଥିଲା। ଭାରତୀୟ […]