ପ୍ରମୁଖ ଖବର
୩ ବର୍ଷରେ ୨ ଲକ୍ଷରୁ ଅଧିକ ସିଟ୍ ଖାଲି; ବଢ଼ୁଛି ଡିଗ୍ରି ଓ ଯୁକ୍ତ୨ କଲେଜ
ଭୁବନେଶ୍ୱର: ରାଜ୍ୟରେ ପ୍ରତିବର୍ଷ ଡିଗ୍ରି କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ) ସଂଖ୍ୟା ବଢ଼ୁଥିବା ବେଳେ ନାମଲେଖା ହାର ଆଶାନୁରୂପ ବଢ଼ୁନାହିଁ। ଫଳରେ ଶହଶହ କଲେଜରେ ବିପୁଳ ସଂଖ୍ୟକ ସିଟ୍ ଖାଲି ପଡ଼ୁଛି। ଏହି ସମସ୍ୟା କେବଳ ୨୦୨୬-୨୭ ଶିକ୍ଷାବର୍ଷର ନୁହେଁ, ଲଗାତାର ୩ ବର୍ଷ ଧରି ଖାଲି ସିଟ୍ ସଂଖ୍ୟା ବଢ଼ିଚାଲିଛି। ୨୦୨୬-୨୭ ଶିକ୍ଷାବର୍ଷରେ ଯୁକ୍ତ୨ କଲେଜଗୁଡ଼ିକରେ ଏକାଧିକ ପର୍ଯ୍ୟାୟରେ ନାମଲେଖା ପରେ ମଧ୍ୟ ପ୍ରାୟ ୧ ଲକ୍ଷ ୯୩ ହଜାର ୧୩୯ଟି […]
ଅବହେଳିତ ଐତିହ୍ୟ: ଧ୍ୱଂସ ଅପେକ୍ଷାରେ ବୌଦ୍ଧଗଡ଼ଜାତର ଐତିହାସିକ ସ୍ମାରକ
ବୌଦ୍ଧ: ଯେଉଁ ଅଞ୍ଚଳର ଇତିହାସ ଯେତେ ସମୃଦ୍ଧ, ସେହି ଅଞ୍ଚଳର ବିକାଶ ଓ ପର୍ଯ୍ୟଟନ ସମ୍ଭାବନା ମଧ୍ୟ ସେତେ ଅଧିକ। ହେଲେ ବୌଦ୍ଧ ଜିଲ୍ଲାର ଅନେକ ଐତିହାସିକ କୀର୍ତ୍ତିରାଜି ଏବେ ଅବହେଳାର ଶିକାର। ରକ୍ଷଣାବେକ୍ଷଣ ଅଭାବରୁ ଐତିହାସିକ ସ୍ମାରକଗୁଡ଼ିକ ଧୀରେଧୀରେ ନଷ୍ଟ ହେବାକୁ ବସିଥିବା ବେଳେ ଏହାକୁ ନେଇ ଐତିହ୍ୟପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ବୌଦ୍ଧଗଡ଼ଜାତର ରାଜତ୍ୱ କାଳର ଅନେକ ଐତିହାସିକ ସ୍ଥାନ ଆଜି ବି ଅଞ୍ଚଳର ଗୌରବ ବହନ କରୁଛି। ବୌଦ୍ଧ ରାଜ୍ୟର ୪୪ତମ ରାଜା […]
୪୬ ବର୍ଷ ହେଲାଣି, ନିଜସ୍ୱ କୋଠା ନାହିଁ; ବାରଣ୍ଡାରେ ପାଠପଢ଼ା
ମାଲକାନଗିରି: ଦୁର୍ଗମ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ଏକ ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି। ୧୯୮୦ ମସିହାରୁ ସ୍ଥାପିତ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ନିଜସ୍ୱ କୋଠା, ରୋଷେଇଘର ଓ ଶୌଚାଳୟ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରିନାହିଁ। ଫଳରେ ଛାତ୍ରଛାତ୍ରୀମାନେ ଦୀର୍ଘବର୍ଷ ଧରି ଗାଁର ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି। ଚିତ୍ରକୋଣ୍ଡା ବ୍ଲକ୍ ରାଲେଗଡ଼ା ପଞ୍ଚାୟତର ସୁଆପାଲି ଗ୍ରାମରେ ଥିବା ଏହି ବିଦ୍ୟାଳୟର ଏଭଳି ଅବସ୍ଥା ନେଇ ଗ୍ରାମବାସୀ ଓ ଅଭିଭାବକମାନେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ […]
କଙ୍ଗୋରେ ଇବୋଲାର କରାଳ ରୂପ: ମୃତ୍ୟୁସଂଖ୍ୟା ୩ ହଜାର ପାର୍, ୬୧୮୬ ଆକ୍ରାନ୍ତ
ଦେଶର ଇତିହାସରେ ସବୁଠାରୁ ଘାତକ ପ୍ରକୋପ; ୬ଟି ପ୍ରଦେଶକୁ ବ୍ୟାପିଲା ସଂକ୍ରମଣ ବ୍ରାଜାଭିଲ୍ଲେ: କଙ୍ଗୋ ଗଣରାଜ୍ୟରେ ଇବୋଲା ସଂକ୍ରମଣ ଭୟଙ୍କର ରୂପ ନେଇଛି। ସରକାରୀ ତଥ୍ୟ ଅନୁସାରେ, ଇବୋଲାରେ ମୃତ୍ୟୁସଂଖ୍ୟା ୩ ହଜାର ଟପିଥିବା ବେଳେ ନିଶ୍ଚିତ ଆକ୍ରାନ୍ତଙ୍କ ସଂଖ୍ୟା ୬,୧୮୬ରେ ପହଞ୍ଚିଛି। ଦ୍ରୁତଗତିରେ ସଂକ୍ରମଣ ବଢ଼ୁଥିବାରୁ ଏହା କଙ୍ଗୋର ଇତିହାସରେ ସବୁଠାରୁ ବଡ଼ ଓ ଘାତକ ଇବୋଲା ପ୍ରକୋପରେ ପରିଣତ ହୋଇଛି। କଙ୍ଗୋ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ନୂଆ ତଥ୍ୟ ଅନୁଯାୟୀ, ମୃତ୍ୟୁସଂଖ୍ୟା ୩,୦୦୭ ଓ ନିଶ୍ଚିତ […]
ପଶ୍ଚିମ ଏସିଆ ଯୁଦ୍ଧ ଝଟକା: ଖୋଲୁ ଖୋଲୁ ଧସିଲା ସେୟାର ବଜାର
ସେନ୍ସେକ୍ସ ୭୦୦ ପଏଣ୍ଟ ତଳକୁ, ନିଫ୍ଟିରେ ୨୦୩ ପଏଣ୍ଟ ହ୍ରାସ; କ୍ରୁଡ୍ ଅଏଲ୍ ଦର ୨% ବଢ଼ିଲା ମୁମ୍ବାଇ: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତିର ପ୍ରଭାବ ସିଧାସଳଖ ଭାବେ ବିଶ୍ୱ ଆର୍ଥିକ ବଜାରରେ ପଡ଼ିଛି। ଏହାର ଝଟକାରୁ ଭାରତୀୟ ସେୟାର ବଜାରରେ ମଧ୍ୟ ବଡ଼ ଧରଣର ବିକ୍ରି ଚାପ ଦେଖାଦେଇଛି। ବଜାର ଖୋଲିବା ମାତ୍ରେ ସେନ୍ସେକ୍ସ ପ୍ରାୟ ୭୦୦ ପଏଣ୍ଟ ଖସିଥିବା ବେଳେ ନିଫ୍ଟି ୨୦୩ ପଏଣ୍ଟ ହ୍ରାସ ପାଇଛି। ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଯୁଦ୍ଧ ଉତ୍ତେଜନା ଯୋଗୁଁ […]
୫୨ ମନ୍ଦିରରେ ସ୍ମାର୍ଟଫୋନ୍ ବ୍ୟାନ୍; ଦର୍ଶନ ପୂର୍ବରୁ ଜମା ଦେବାକୁ ପଡ଼ିବ ମୋବାଇଲ୍
ଫଟୋ, ଭିଡିଓ ଓ ରିଲ୍ସ ଉପରେ ରୋକ; ଫୋନ୍ ପିଛା ୫ ଟଙ୍କା ଦେଇ ମିଳିବ ଟୋକନ୍ ଚେନ୍ନାଇ: ମନ୍ଦିର ପରିସରରେ ଫଟୋ, ଭିଡିଓ ଓ ରିଲ୍ସ ତିଆରି ଉପରେ ରୋକ ଲଗାଇବାକୁ ତାମିଲନାଡୁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ପ୍ରମୁଖ ୫୨ଟି ମନ୍ଦିରରେ ମଙ୍ଗଳବାରଠାରୁ ସ୍ମାର୍ଟଫୋନ୍ ବ୍ୟବହାର ନିଷିଦ୍ଧ କରାଯାଇଛି। ମନ୍ଦିର ଭିତରକୁ ସ୍ମାର୍ଟଫୋନ୍ ନେଇ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଦର୍ଶନ ପୂର୍ବରୁ ପ୍ରବେଶପଥ ନିକଟରେ ଥିବା ନିର୍ଦ୍ଧାରିତ କାଉଣ୍ଟରରେ ଫୋନ୍ ଜମା କରିବାକୁ ପଡ଼ିବ। […]
ଆନ୍ଧ୍ରରେ ୫ ହଜାର ମନ୍ଦିର ନିର୍ମାଣକୁ ଗତି; ତ୍ୱରାନ୍ୱିତ କରିବାକୁ ନାଇଡୁଙ୍କ ନିର୍ଦ୍ଦେଶ
ଅମରାବତୀ: ଆନ୍ଧ୍ରପ୍ରଦେଶରେ ଧାର୍ମିକ ଭିତ୍ତିଭୂମି ବିକାଶକୁ ନେଇ ବଡ଼ ପଦକ୍ଷେପ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରସ୍ତାବିତ ୫ ହଜାର ମନ୍ଦିର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ଦିର ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ ଓ ଚୂଡ଼ାନ୍ତ ପ୍ରକ୍ରିୟା ଶୀଘ୍ର ସାରିବା ସହ ସ୍ଥାନ ନିର୍ଦ୍ଧାରଣ ପରେ ତୁରନ୍ତ ନିର୍ମାଣ ଆରମ୍ଭ କରିବାକୁ ଟିଟିଡି ଓ ଏଣ୍ଡାଓମେଣ୍ଟସ ବିଭାଗକୁ କୁହାଯାଇଛି। ସରକାରଙ୍କ ସମୀକ୍ଷା ବୈଠକରେ ତିରୁମାଲା ତିରୁପତି ଦେବସ୍ଥାନମ୍ସ (ଟିଟିଡି) […]
ନେପାଳରେ ଅଚିହ୍ନା ଶବକୁ ମିଳୁନି ନ୍ୟାୟ
ନୂଆଦିଲ୍ଲୀ: ନେପାଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଏତେ ଲୋକ ଭାସିଗଲେ ଯେ, ଏବେ କୁଢ କୁଢ ଶବଙ୍କୁ ଅନ୍ତିମ ସଂସ୍କାର କରିବା କଷ୍ଟ ହୋଇପଡିଛି।ଏପରିକି ଗୋଟିଏ ଜିଲ୍ଲାର କର୍ତ୍ତୃପକ୍ଷ ମୃତଦେହକୁ ଚିହ୍ନଟ କରିବା ପୂର୍ବରୁ ଅସ୍ଥାୟୀ କବରରେ ପୋତିବା ଆରମ୍ଭ କରିଛନ୍ତି।ଏହା ହିନ୍ଦୁ ଶବ ସଂସ୍କାର ପରମ୍ପରାକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଦକ୍ଷିଣମଧ୍ୟ ନେପାଳର ଚିତୱାନ୍ ଜିଲ୍ଲାରେ ଏହି କ୍ଷୟକ୍ଷତି ସ୍ପଷ୍ଟ ହୋଇଥିଲା । ପ୍ରାୟ ୨୫୦ ମୃତଦେହ ଚିହ୍ନଟ ଅପେକ୍ଷାରେ ସେଠାରେ ପଡ଼ି ରହିଥିଲା ଏବଂ ସେମାନଙ୍କୁ ଅସ୍ଥାୟୀ ଭାବରେ ପୋତିବା ପାଇଁ ଶୀଘ୍ର ଗାତ ଖୋଳାଯାଇଥିଲା।ବୁଧବାରର ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ ଏପର୍ଯ୍ୟନ୍ତ ନେପାଳ ଏବଂ ତିବ୍ଦତରେ ୧୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ କରିଛି ଏବଂ ୪୦୦୦ ରୁ ଅଧିକ ଲୋକ ଏର୍ଯ୍ୟନ୍ତ ନିଖୋଜ ଅଛନ୍ତି। ବନ୍ଯାର କେନ୍ଦ୍ର ଭୋଟେକୋଶୀ ନଦୀ ଏହି ଶବ ଗୁଡିକୁ ଶହ ଶହ କିଲୋମିଟର ଭସାଇ ନେଇ ଆସିଥିଲା, ୟାହା ପରେ ଚିତୱାନ୍ ରେ ଏହା ଉଦ୍ଧାର ହୋଇଛି।ଅଧିକାରୀ ମାନେ କହିଛନ୍ତି ଯେ, ଫରେନସିକ୍ ଦଳ ଗୁଡ଼ିକର ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଶନିବାର ପ୍ରାୟ ୧୦୦ ମତଦେହକୁ ଅସ୍ଥାୟୀ ଭାବରେ ପୋତି ଦିଆଯଇଥିଲା ମୃତଦେହ ଗୁଡ଼ିକୁ ନେଇ ଯାଉଥିବା ଯାନବାହାନର ଏକ କାଫିଲା ଏକ ଘନ ଜଙ୍ଗଲ ଅଞ୍ଚଳରେ ପହଞ୍ଚିଲା, ଯେଉଁଠାରେ ଏକ ଖୋଳାକାରୀ ଦଳ ଲାଲରେ ଏକ ବିସ୍ତୃତ ଗାତ ଖୋଳି ସେମାନଙ୍କୁ ପୋତି ଦେଇଥିଲା ମୃତଦେହ ଗୁଡ଼ିକର ପରିଚାଳନା ତଦାରଖ କରୁଥିବା ପୋଲିସ ଇନ୍ସପେକ୍ଟର ଅନିଲ ଥାପା କହିନ୍ତି ଯେ, ରବିବାର ଦିନ ଆଶାକରାଯାଇଥିବା ଶବଦାହ ପୂର୍ବରୁ ଆହୁରି ୫୦ ଟି ମୃତଦେହରୁ ଡିଏନଏ ନମୁନା ନିଆଯାଉଛି ଥାପା କହିଛନ୍ତି ଯେ ଅଧିକାରୀ ମାନେ ଡିଏନଏ ନମୁନା ସଂରକ୍ଷଣ କରନ୍ତି, ମୁହଁର ଫଟୋଗ୍ରାଫ୍ ନିଅନ୍ତି ଏବଂ ଅନ୍ୟାନ୍ୟ ଚିହ୍ନଟ ସୂଚନା ରେକର୍ଡ କରନ୍ତି ମୃତଦେହ ଗୁଡ଼ିକୁ ଏକ ରେଫରେନ୍ସ ନମ୍ବର ଦିଆଯାଏ ଯାହା ଦ୍ୱାରା ପରିବାର ଲୋକେ ପରେ ସେଗୁଡ଼ିକୁ ପୁନରୁଦ୍ଧାର କରିପାରିବେ।
ହିନ୍ଦୀ ପରାମର୍ଶଦାତା ସମିତି ବୈଠକରେ ଯୋଗଦେଲେ ସାଂସଦ ଭର୍ତ୍ତୃହରି ମହତାବ
ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପୁନର୍ଗଠିତ ହିନ୍ଦୀ ପରାମର୍ଶଦାତା ସମିତିର ଦ୍ୱିତୀୟ ବୈଠକରେ କଟକର ସାଂସଦ ଭର୍ତ୍ତୃହରି ମହତାବ ସଦସ୍ୟ ଭାବେ ଯୋଗଦେଇଛନ୍ତି। ରାଜଭାଷା ହିନ୍ଦୀର ବ୍ୟବହାରକୁ ସରକାରୀ କାର୍ଯ୍ୟଧାରାରେ ଅଧିକ ବ୍ୟାପକ ଓ ସୁଦୃଢ଼ କରିବା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଦବ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ […]
ବ୍ୟାଙ୍କ ଅଫ୍ ବରୋଦାରେ ୨୪୮୨ ପଦବୀ, ଓଡ଼ିଶା ପାଇଁ ୧୦୦
ଲୋକାଲ୍ ବ୍ୟାଙ୍କ ଅଫିସର ପଦରେ ନିଯୁକ୍ତି; ସେପ୍ଟେମ୍ବର ୭ ଯାଏଁ ଆବେଦନ ଭୁବନେଶ୍ୱର: ଚାକିରି ଆଶାୟୀଙ୍କ ପାଇଁ ଆସିଛି ଭଲ ଖବର। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଲୋକାଲ୍ ବ୍ୟାଙ୍କ ଅଫିସର ପଦରେ ବଡ଼ ଧରଣର ନିଯୁକ୍ତି ଦିଆଯିବ। ଦେଶର ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମୋଟ ୨୪୮୨ଟି ପଦ ରହିଥିବାବେଳେ ଓଡ଼ିଶା ପାଇଁ ୧୦୦ଟି ପଦ ସଂରକ୍ଷିତ ରହିଛି। ବ୍ୟାଙ୍କିଂ ସେବାକୁ ଆହୁରି ସୁଦୃଢ଼ କରିବା ସହ ସ୍ଥାନୀୟ ଯୁବକ-ଯୁବତୀଙ୍କ ପାଇଁ […]
