1 min read

ମହାକାଶରେ ମଣିଷର ସାଥୀ ହେବ AI ରୋବଟ୍

NASAର ହ୍ୟୁମାନ୍ ରିସର୍ଚ୍ଚ ପ୍ରୋଗ୍ରାମ୍, ଜନସନ୍ ସ୍ପେସ୍ ସେଣ୍ଟରର ରୋବୋଟିକ୍ସ ଟିମ୍ ଏବଂ ଜେଟ୍ ପ୍ରପଲସନ୍ ଲାବୋରେଟୋରୀ ଏହି ପ୍ରକଳ୍ପରେ Google ସହ କାମ କରୁଛନ୍ତି । ପ୍ରାରମ୍ଭିକ ପରୀକ୍ଷଣରେ ରୋବଟ୍‌ଟି ମେଡିକାଲ୍ ବ୍ୟାଗ୍ ଖୋଜି ବାହାର କରିବା ଓ ସ୍ଥାନାନ୍ତର କରିବାରେ ୮୫ ପ୍ରତିଶତ ସଫଳତା ହାସଲ କରିଥିବା ଦାବି କରାଯାଇଛି ।

ଆଗକୁ ସାଧାରଣ ଭଏସ୍ କମାଣ୍ଡ୍ ମାଧ୍ୟମରେ ରୋବଟ୍‌କୁ ନିର୍ଦ୍ଦେଶ ଦେବାର ଯୋଜନା ରହିଛି । ଏବେ ଏହା ପରୀକ୍ଷାମୂଳକ ପର୍ଯ୍ୟାୟରେ ଥିବାବେଳେ ଭବିଷ୍ୟତରେ ଚନ୍ଦ୍ରରେ ଦୀର୍ଘକାଳୀନ ମାନବ ଉପସ୍ଥିତି ଏବଂ ମଙ୍ଗଳ ଅଭିଯାନରେ ଏହା ଗୁରୁତ୍ୱପୂର୍ଣ୍ଣ ସହାୟକ ହୋଇପାରେ । ଅର୍ଥାତ୍, ମହାକାଶରେ ମଣିଷର ସାଥୀ ହେବ AI ରୋବଟ୍ 

ମହାକାଶରେ ଏଣିକି ମଣିଷର ସହଯୋଗୀ ହେବ କୃତ୍ରିମ ବୁଦ୍ଧିମତ୍ତା ଚାଳିତ ରୋବଟ୍ । ମହାକାଶଚାରୀଙ୍କ କାମକୁ ସହଜ କରିବା ସହ ଜରୁରୀ ସମୟରେ ଚିକିତ୍ସା ସହାୟତା ଯୋଗାଇବ ଏହି ଅତ୍ୟାଧୁନିକ ରୋବଟ୍ । ଏଥିପାଇଁ ହାତ ମିଳାଇଛନ୍ତି ଟେକ୍ ଜାଏଣ୍ଟ୍ Google ଓ ମହାକାଶ ଗବେଷଣା ସଂସ୍ଥା NASA । ଚନ୍ଦ୍ର ଓ ମଙ୍ଗଳ ଅଭିଯାନକୁ ଆହୁରି ସହଜ ଓ ସୁରକ୍ଷିତ କରିବା ଲକ୍ଷ୍ୟରେ ଏହି AI ରୋବୋଟିକ୍ ସିଷ୍ଟମ୍ ବିକଶିତ କରାଯାଉଛି । ତେବେ କେମିତି କାମ କରିବ ଏହି ରୋବଟ୍? ମହାକାଶଯାନ ଭିତରେ ସାମଗ୍ରୀ ପରିଚାଳନା, ଉପକରଣ ଖୋଜିବା, ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଜିନିଷ ନେବା ଏବଂ ନିୟମିତ ରକ୍ଷଣାବେକ୍ଷଣ ଭଳି କାମ କରିବ । କେବଳ ସେତିକି ନୁହେଁ, ମହାକାଶଚାରୀ ଅସୁସ୍ଥ ହେଲେ ଚିକିତ୍ସା ସମ୍ବନ୍ଧୀୟ ଉପକରଣ ଆଣିବାରେ ମଧ୍ୟ ସହାୟତା କରିବ ।

ଧରନ୍ତୁ, ମହାକାଶରେ ଜଣେ ମହାକାଶଚାରୀଙ୍କ ପିଠିରେ ଯନ୍ତ୍ରଣା ହେଲା । ଏଭଳି ସ୍ଥିତିରେ ରୋବଟ୍ ଅଲଟ୍ରାସାଉଣ୍ଡ୍ ମେସିନ୍ ଖୋଜି ଆଣିବା ସହ ତାହାକୁ ପ୍ରସ୍ତୁତ କରିପାରିବ । ଫଳରେ ଅନ୍ୟ ମହାକାଶଚାରୀ ରୋଗୀଙ୍କ ଯତ୍ନ ନେବା ଉପରେ ଅଧିକ ଧ୍ୟାନ ଦେଇପାରିବେ । ତେବେ ଏହା ଡାକ୍ତରଙ୍କ ବିକଳ୍ପ ନୁହେଁ, ବରଂ ଚିକିତ୍ସା କାର୍ଯ୍ୟରେ ସହାୟକ ଭାବେ କାମ କରିବ ।

Leave a Reply

Your email address will not be published. Required fields are marked *