୩୪ତମ ଏକଲବ୍ୟ ପୁରସ୍କାର: ସୁନେଲିତା ଟପ୍ପୋ ବିଜେତା
1 min read

୩୪ତମ ଏକଲବ୍ୟ ପୁରସ୍କାର: ସୁନେଲିତା ଟପ୍ପୋ ବିଜେତା

ଓଡ଼ିଶାର ଉଦୀୟମାନ ହକି ଖେଳାଳି ସୁନେଲିତା ଟପ୍ପୋଙ୍କୁ ପ୍ରତିଷ୍ଠିତ ୩୪ତମ ‘ଏକଲବ୍ୟ ପୁରସ୍କାର-୨୦୨୬’ ପାଇଁ ମନୋନୀତ କରାଯାଇଛି। ତାଙ୍କୁ ୭ ଲକ୍ଷ ଟଙ୍କାର ନଗଦ ଆର୍ଥିକ ରାଶି ସହ ଟ୍ରଫି ପ୍ରଦାନ କରାଯିବ।

ହକି ଖେଳାଳି ଅମନଦୀପ ଲାକ୍ରା ଏବଂ ବ୍ୟାଡମିଣ୍ଟନ ଖେଳାଳି ତନଭୀ ପାତ୍ରୀଙ୍କୁ ସେମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଉପ-ବିଜେତା ସମ୍ମାନ ପାଇଁ ବଛାଯାଇଛି। ପ୍ରତ୍ୟେକଙ୍କୁ ୧.୫ ଲକ୍ଷ ଟଙ୍କାର ନଗଦ ଆର୍ଥିକ ରାଶି ସହ ପ୍ରଶସ୍ତିପତ୍ର ମିଳିବ।ଏହି ପୁରସ୍କାର ଇମ୍ଫା (IMFA) ର ଚାରିଟେବୁଲ୍ ଟ୍ରଷ୍ଟ ‘ଇମ୍ପାକ୍ଟ’ (IMPaCT) ଦ୍ୱାରା ପ୍ରଦତ୍ତ। ‘ଇମ୍ପାକ୍ଟ’ର ଟ୍ରଷ୍ଟି ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚୟନ କମିଟି ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି, ଯାହାକୁ କମିଟିର ଆବାହକ ଅଶ୍ୱିନୀ ପ୍ରସାଦ ମହାନ୍ତି ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *