1 min read
ରାତି ୯ଟା ପରେ ବାଣ ଫୁଟାଇବା ସମ୍ପୂର୍ଣ୍ଣ ବ୍ୟାନ
ବାଣ ଫୁଟାଇବା ସମୟ: କଟକ ଡିସିପି ଋଷିକେଶ ଖିଲାରୀଙ୍କ ସୂଚନା ଅନୁଯାୟୀ, କେବଳ ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଅଛି। ରାତି ୯ଟା ପରେ ବାଣ ଫୁଟାଇବା ସମ୍ପୂର୍ଣ୍ଣ ମନା।
ରକେଟ୍ ବାଣ ଉପରେ କଟକଣା: ସହରର ଗଳିକନ୍ଦି ଓ ଘନ ଜନବସତି ଅଞ୍ଚଳରେ ଅଗ୍ନିକାଣ୍ଡ ଏଡ଼ାଇବା ପାଇଁ ରକେଟ୍ ବାଣ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି।

ନିର୍ଦ୍ଦିଷ୍ଟ ବାଣ ବଜାର: ସୁରକ୍ଷା ଦୃଷ୍ଟିରୁ ସହରର ୭ଟି ଖୋଲା ସ୍ଥାନରେ ବାଣ ଦୋକାନ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି।
ବେଆଇନ ବାଣ ଉପରେ କାର୍ଯ୍ୟାନୁଷ୍ଠାନ:
- ବେଆଇନ ବାଣ କାରବାର, ଗଚ୍ଛିତ ଓ ପରିବହନ ଅଭିଯୋଗରେ ୮ଟି ମାମଲା ରୁଜୁ ହୋଇଛି।
- ୩ ଜଣଙ୍କୁ ଗିରଫ କରାଯିବା ସହ ୪୦ ଲକ୍ଷ ଟଙ୍କାର ବାଣ ଓ ୨ଟି କାର୍ ଜବତ ହୋଇଛି।
- ବିଡ଼ାନାସୀ, ବାରଙ୍ଗ ଓ ୪୨ ମୌଜା ଅଞ୍ଚଳରେ ଚଢ଼ାଉ ଜାରି ରହିଛି।
