1 min read

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଜେଲ୍‌ ଗଲେ ବିଦ୍ୟାଭାରତୀ

ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ବେଗୁନିଆ ଗ୍ରାମର ଅଭିରାମ ମହାପାତ୍ରଙ୍କ ସାନପୁଅ ସୌମ୍ୟରଞ୍ଜନ ମହାପାତ୍ର ପାରଳାଖେମୁଣ୍ଡିରେ ACF ଭାବେ କାର୍ଯ୍ୟରତ ଥିଲେ। ଚାକିରି କରୁଥିବା ସମୟରେ ତାଙ୍କର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା। ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲାବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଜେଲ୍‌ ଗଲେ ତାଙ୍କ ପତ୍ନୀ ବିଦ୍ୟାଭାରତୀ। ଆଗୁଆ ଜାମିନ୍‌ ଆବେଦନ ଖାରଜ ହେବା ପରେ ସେ ଆତ୍ମସମର୍ପଣ କରିଥିଲେ। ଏହାପରେ ତାଙ୍କୁ ପାରଳାଖେମୁଣ୍ଡି ସବ୍‌ଜେଲ୍‌କୁ ପଠାଯାଇଛି।

ଏହି ମାମଲାର ଅନ୍ୟ ଅଭିଯୁକ୍ତ ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ମଧ୍ୟ ପୂର୍ବରୁ ଆତ୍ମସମର୍ପଣ କରି ଜେଲ୍‌ରେ ଅଛନ୍ତି। ସେହିପରି ରୋଷେୟା ମନ୍ମଥ କୁମ୍ଭଙ୍କୁ ପୁଲିସ ଗିରଫ କରିଥିଲା। ଉଭୟ ସଂଗ୍ରାମ ବେହେରା ଓ ମନ୍ମଥ କୁମ୍ଭ ବର୍ତ୍ତମାନ ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ରହିଛନ୍ତି। ଏବେ ବିଦ୍ୟାଭାରତୀ ମଧ୍ୟ ଜେଲ୍‌ ଯିବା ପରେ ଏହି ମାମଲାର ତିନି ଅଭିଯୁକ୍ତ ଜେଲ୍‌ରେ ଅଛନ୍ତି।

Leave a Reply

Your email address will not be published. Required fields are marked *