1 min read

ଟଳିଲା ଯୁଦ୍ଧ ଆଶଙ୍କା: ଇରାନ ଉପରେ ହେବାକୁ ଥିବା ଭୟଙ୍କର ଆକ୍ରମଣକୁ ସ୍ଥଗିତ ରଖିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ୍/ତେହେରାନ: ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧର ଆଶଙ୍କା ଏବେ ହ୍ରାସ ପାଇବାରେ ଲାଗିଛି। ପରସ୍ପରର ଘୋର ବିରୋଧୀ ଥିବା ଏହି ଦୁଇ ଦେଶ ଏବେ ପୁଣି ଏକ ଶାନ୍ତି ଚୁକ୍ତି ଆଡ଼କୁ ଅଗ୍ରସର ହେଉଥିବା ଜଣାପଡ଼ିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଆମେରିକା ପକ୍ଷରୁ ଇରାନ ଉପରେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ ହୋଇସାରିଥିଲା। ଟ୍ରମ୍ପଙ୍କ ମତରେ […]

1 min read

ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରଦେଶରେ ଫିଦାୟିନ୍ ହମଲା: ଶାନ୍ତି ରାଲି ସମୟରେ ଆତ୍ମଘାତୀ ବିସ୍ଫୋରଣ

ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରଦେଶର ସ୍ବାତ ଜିଲ୍ଲାରେ ଏକ ମର୍ମନ୍ତୁଦ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ରବିବାର କାବାଲ ସହରରେ ଚାଲିଥିବା ଏକ ଶାନ୍ତି ରାଲି ସମୟରେ ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏଥିରେ ଅତି କମରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୫ ଜଣ ପୋଲିସ କର୍ମଚାରୀ ଓ ସାଧାରଣ ନାଗରିକ ରହିଛନ୍ତି। ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। […]

1 min read

ଚାର୍ଜ ଥିବା ମୋବାଇଲ ବ୍ଲାଷ୍ଟ ହୋଇ ଘର ଜଳିଗଲା; ଅଳ୍ପକେ ବର୍ତିଲେ ପରିବାର ସମସ୍ତ ସଦସ୍ୟ

ଭବାନୀପାଟଣା /ଜୁନାଗଡ: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କେନ୍ଦୁପାଟି ଗ୍ରାମପଞ୍ଚୟତର କନ୍ଧ ବ୍ରାହ୍ମଣୀଗୁଡ଼ା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ଏହି ଗ୍ରାମର ବିକ୍ରମ ଜାନୀ (୩୫)ଙ୍କ ଘରେ ରାତି ୧୨ ଘଣ୍ଟା ସମୟରେ ମୋବାଇଲ କୁ ଚାର୍ଜ ରେ ଲଗାଇ ପରିବାରର ସମସ୍ତେ ସୋଇଥିବା ବେଳେ ପ୍ରାୟ ରାତ୍ର ୩ ଘଣ୍ଟା ସମୟରେ ଉକ୍ତ ମୋବାଇଲ ବ୍ଲାଷ୍ଟ ହୋଇଯାଇଥିଲା l ଏବଂ ଘରର ଏକ ପାର୍ଶ୍ୱରେ ନିଆଁ ଲାଗି ଯାଇଥିଲା । କିଛି […]

1 min read

ସିନ୍ଧୁ ଚୁକ୍ତି ସ୍ଥଗିତ: ପାକିସ୍ତାନକୁ ଭାରତର କଡ଼ା ଜବାବ

ୱାଶିଂଟନ୍: ସିନ୍ଧୁ ନଦୀ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ପାଇଁ ଭାରତ ନେଇଥିବା ନିଷ୍ପତ୍ତିକୁ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିନୟ କ୍ୱାତ୍ରା ଦୃଢ଼ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ଏହି ଚୁକ୍ତି ସଦ୍ଭାବନା ଓ ବନ୍ଧୁତା ଉପରେ ଆଧାରିତ ଥିଲା, କିନ୍ତୁ ପାକିସ୍ତାନ ନିଜ କାର୍ଯ୍ୟକଳାପ ଦ୍ୱାରା ଦୀର୍ଘ  ଦଶନ୍ଧି ଧରି ଏହାକୁ ଉଲ୍ଲଂଘନ କରିସାରିଛି। ଭାରତର ସ୍ଥଗିତାଦେଶ କେବଳ ସେହି ସତ୍ୟକୁ ଆନୁଷ୍ଠାନିକ ଭାବେ ସ୍ୱୀକାର କରିଛି। ୧୯୬୦ ଚୁକ୍ତି ଅନୁଯାୟୀ ପାକିସ୍ତାନକୁ ୮୦ ପ୍ରତିଶତ ଜଳ ମିଳୁଥିବା ବେଳେ ଭାରତ ମାତ୍ର ୨୦ ପ୍ରତିଶତ ପାଉଥିଲା।  ଏହି ଅସମାନତା ସତ୍ତ୍ୱେ ଭାରତ ଚୁକ୍ତିକୁ ସମ୍ମାନ ଦେଇଆସିଥିଲା, ମାତ୍ର ପାକିସ୍ତାନ ଏହାର ନବୀକରଣ ଓ ଆଧୁନିକୀକରଣରେ କ୍ରମାଗତ ବାଧା ସୃଷ୍ଟି କରିଛି। ପାକିସ୍ତାନର ଜଳସଙ୍କଟ ପାଇଁ ଭାରତ ନୁହେଁ, ବରଂ ସେଠାକାର ଖରାପ ଆଭ୍ୟନ୍ତରୀଣ ଜଳ ପରିଚାଳନା ଦାୟୀ।  ପାକିସ୍ତାନ ପାଉଥିବା ଜଳରୁ ୩୦ ପ୍ରତିଶତରୁ ଅଧିକ ଜଳ ବାଟରେ ନଷ୍ଟ ହେଉଥିବା ବେଳେ ବହୁ ପରିମାଣର ଜଳ ଅବ୍ୟବହୃତ ହୋଇ ସମୁଦ୍ରକୁ ବହିଯାଉଛି। ଦ୍ୱିପାକ୍ଷିକ ଆଲୋଚନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରି ସେ କହିଛନ୍ତି ଯେ “ସନ୍ତ୍ରାସବାଦ ଓ ଆଲୋଚନା, ସନ୍ତ୍ରାସବାଦ ଓ ବାଣିଜ୍ୟ ଏବଂ ରକ୍ତ ଓ ପାଣି କେବେହେଲେ ଏକାଠି ବହିପାରିବ ନାହିଁ।” ସୂଚନାଯୋଗ୍ୟ, ୨୦୨୫ ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମଠାରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ଭାରତ ଏହି ଚୁକ୍ତିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା।

1 min read

ଶିବମୋଗାରେ ଭୂସ୍ଖଳନ

ବେଙ୍ଗାଲୁରୁ:କର୍ଣ୍ଣାଟକର ଶିବମୋଗା ଜିଲ୍ଲାର ଥିର୍ଥହାଲ୍ଲି ତାଲୁକରେ ଲଗାତାର ପ୍ରବଳ ବର୍ଷା  ଯୋଗୁଁ ରବିବାର ପ୍ରତ୍ୟୁଷରେ ହୋଇଥିବା ଭୂସ୍ଖଳନରେ ଏକ କୁଡ଼ିଆ ମାଟି ତଳେ ଚାପି ହୋଇଯାଇଛି।  ଫଳରେ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କରେ ଜଣେ ତିନି ବର୍ଷର ଶିଶୁ ମଧ୍ୟ ଅଛନ୍ତି। ରିପୋର୍ଟ ଅନୁସାରେ, ଘଟଣା ରବିବାର ରାତି ପ୍ରାୟ ସାଢ଼େ ୨ଟା ସମୟରେ ତୀର୍ଥହଲ୍ଲୀର ଇନ୍ଦିରା ନଗରରେ ଘଟିଥିଲା। ମାଲନାଡ ଅଞ୍ଚଳରେ ନିରନ୍ତର ପ୍ରବଳ ବର୍ଷା ଯୋଗୁଁ ପାହାଡର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା।  ବହୁ ପରିମାଣର କାଦୁଅ ଏବଂ ମାଟି ପଥର, କାମରୁ ଫେରି କୁଡ଼ିଆରେ ଶୋଇଥିବା ଶ୍ରମିକ ପରିବାରର ସଦସ୍ୟଙ୍କ ଉପରେ ପଡ଼ିଥିଲା।ମୃତକମାନେ ହେଲେ ମଲ୍ଲିକାର୍ଜୁନ (୩୦), ନାଗାବେଣୀ (୨୭) ଏବଂ ସେମାନଙ୍କର ତିନି ବର୍ଷର ପୁଅ ସନ୍ତୋଷ।  ପରିବାର କୋପ୍ପାଲ ଜିଲ୍ଲାର ଗଙ୍ଗାବତୀ ତାଲୁକର କକ୍କାରଗୋଲ ଗାଁରୁ ଶ୍ରମିକ ଭାବରେ କାମ କରିବାକୁ ଆସିଥିଲେ। ଘଟଣା ପରେ ପୁଲିସ, ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ଦଳ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କିଛି ଘଣ୍ଟାର ପ୍ରୟାସ ପରେ,ଭଗ୍ନାବଶେଷ ତଳେ ଚାପି ହୋଇଥିବା ତିନି ଜଣଙ୍କ ମୃତଦେହ ବାହାର କରାଯାଇଥିଲା।

1 min read

ରାଜଧାନୀରେ  ଭୂକମ୍ପ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ରବିବାର (୨ ଅଗଷ୍ଟ) ଭୋର ପ୍ରାୟ ୪ଟା୧୪ ସମୟରେ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ୨.୯ ତୀବ୍ରତାର ଭୂମିକମ୍ପର ପ୍ରଭାବ ଅନୁଭବ ହୋଇଥିବା ସୂଚନା ମିଳିଛି।  ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ୨ ଅଗଷ୍ଟ, ୨୦୨୬ ରବିବାର ସକାଳ ୪:୧୪:୦୧ (IST) ସମୟରେ ଉତ୍ତର ଦିଲ୍ଲୀରେ ୨.୯ ତୀବ୍ରତା ବିଶିଷ୍ଟ ଏହି ଭୂମିକମ୍ପ ଘଟିଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ୨୮.୭୨୧ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୬.୯୫୭ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା, ଯାହାର ଗଭୀରତା ୮ କିଲୋମିଟର ରେକର୍ଡ କରାଯାଇଥିଲା।  ଅଗଭୀର ଗଭୀରତା ଯୋଗୁ, ଆଖପାଖ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥାଇପାରେ; କିନ୍ତୁ, ୨.୯ ତୀବ୍ରତାର ଭୂମିକମ୍ପକୁ ସାଧାରଣତଃ ମୃଦୁ ବୋଲି ବିବେଚନା କରାଯାଏ ଏବଂ ବଡ଼ କ୍ଷତି ହେବାର ସମ୍ଭାବନା କମ। ଭୂମିକମ୍ପ ହେବା ସମୟରେ, ରାଜଧାନୀର ବାସିନ୍ଦା ପ୍ରାୟ ନିଦରେ ଶୋଇଥିଲେ। କେତେକ ଲୋକ ଭୂମିକମ୍ପ ଅନୁଭବ କରିଥିଲେ, ଅନ୍ୟମାନେ ଘଟଣା ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ। କାରଣ ତୀବ୍ରତା କମ ଥିଲା, ଅନେକ ଏହାକୁ ଆଦୌ ଜାଣିପାରି ନଥିଲେ। ଭୂମିକମ୍ପ ପରେ ରାଜଧାନୀରୁ କୌଣସି ବଡ଼ କ୍ଷୟକ୍ଷତିର ରିପୋର୍ଟ ଆସିନାହିଁ।

1 min read

ୱାସିଂଟନରେ ଜଳୁଛି ଜଙ୍ଗଲ: ୨୫୦,୦୦୦ ଏକର ଜଳି ପାଉଁଶ

ୱାସିଂଟନ: ଆମେରିକାର ୱାସିଂଟନ ରାଜ୍ୟରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ଭୟର ବାତାବରଣ ସୃଷ୍ଟି ହୋଇଛି। ରାଜ୍ୟ ସାରା ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ୪ ହଜାରରୁ ଅଧିକ ଅଗ୍ନିଶମ କର୍ମଚାରୀ ଏବଂ ନ୍ୟାସନାଲ୍ ଗାର୍ଡ ଦଳ ଦିନରାତି  କାମ କରୁଛନ୍ତି। ପ୍ରବଳ ପବନ ଏବଂ ଅତ୍ୟଧିକ ଗରମ ଯୋଗୁଁ ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବହୁ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି।  ପରିସ୍ଥିତିର ଗମ୍ଭୀରତାକୁ ଦେଖି ୱାସିଂଟନ ରାଜ୍ୟପାଳ ବବ୍ ଫର୍ଗୁସନ୍ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।  ରାଜ୍ୟପାଳ ବବ୍ ଫର୍ଗୁସନ୍ ଚେତାବନୀ ଦେଇଛନ୍ତି ଯେ, ୱାସିଂଟନ ରାଜ୍ୟ ବର୍ତ୍ତମାନ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ବିପଜ୍ଜନକ ପରିସ୍ଥିତିର ସମ୍ମୁଖୀନ ହେଉଛି। ସାରା ରାଜ୍ୟରେ ୨ ଲକ୍ଷ ୫୦ ହଜାର ଏକରରୁ ଅଧିକ ଜମିରେ ନିଆଁ ଲାଗିବା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଚଳିତ ଗ୍ରୀଷ୍ମ ଋତୁରେ ଏପର୍ଯ୍ୟନ୍ତ ରାଜ୍ୟ ସାରା ପ୍ରାୟ ୪ ଲକ୍ଷ ୫୦ ହଜାର ଏକର ଜମି ଜଳି ଯାଇଛି।  ଉଚ୍ଚ ତାପମାତ୍ରା ଏବଂ ପବନର ବେଗ ଉଦ୍ଧାର ଏବଂ ରିଲିଫ୍ ପ୍ରୟାସରେ ଯଥେଷ୍ଟ ବାଧା ସୃଷ୍ଟି କରୁଛି।

1 min read

କାବେରୀ ବିବାଦ: କର୍ଣ୍ଣାଟକ ୧୨,୦୦୦ କ୍ୟୁସେକ୍ ପାଣି ଛାଡିଲା

ଚେନ୍ନାଇ: କାବେରୀ ଜଳ ବିବାଦ ମଧ୍ୟରେ କର୍ଣ୍ଣାଟକ କାବିନି ଜଳଭଣ୍ଡାରରୁ ପ୍ରାୟ ୧୨,୦୦୦ କ୍ୟୁସେକ ଜଳ ଛାଡିଛି। ଜଳଭଣ୍ଡାରରୁ ଛଡାଯାଇଥିବା ପାଣି ସୋମବାର ସୁଦ୍ଧା ତାମିଲନାଡୁ ସୀମାରେ ଥିବା ବିଲିଗୁଣ୍ଡଲୁ ଗଜିଂ ଷ୍ଟେସନରେ ପହଞ୍ଚିବ  ବୋଲି ଆଶା କରାଯାଉଛି। ଜଳଭଣ୍ଡାରର କ୍ୟାଚମେଣ୍ଟ ଏରିଆରେ ପ୍ରବଳ ବର୍ଷା ପରେ ଏହି ପଦକ୍ଷେପ ନିଆଯାଇଛି।  ଦୁଇ ରାଜ୍ୟ ମଧ୍ୟରେ କାବେରୀ ଜଳ ବଣ୍ଟନ ବିବାଦ ଏବେ ବି ଜାରି ରହିଛି। ଅଧିକାରୀଙ୍କ ଅନୁଯାୟୀ, ସୋମବାର ସୁଦ୍ଧା କର୍ଣ୍ଣାଟକ-ତାମିଲନାଡୁ ସୀମାରେ ଏବଂ ମଙ୍ଗଳବାର କିମ୍ବା ବୁଧବାର ସୁଦ୍ଧା ମେଟୁର ଜଳଭଣ୍ଡାରରେ ପାଣି ପହଞ୍ଚିବ ବୋଲି ଆଶା କରାଯାଉଛି। ଜଳ ସମ୍ପଦ ବିଭାଗର ଅଧିକାରୀମାନେ କହିଛନ୍ତି, ଛଡାଯାଇଥିବା ଜଳ ସୋମବାର ସୁଦ୍ଧା କର୍ଣ୍ଣାଟକ-ତାମିଲନାଡୁ ସୀମାରେ ଥିବା ବିଲିଗୁଣ୍ଡଲୁ ଗଜିଂ ଷ୍ଟେସନରେ ପହଞ୍ଚିବ ବୋଲି ଆଶା କରାଯାଉଛି।  ପାଣି ତା’ପରେ ମେଟୁର ଜଳଭଣ୍ଡାର ଆଡକୁ ଗତି କରିବ। ସେଠାରେ ଏହା ମଙ୍ଗଳବାର କିମ୍ବା ବୁଧବାର ସୁଦ୍ଧା ପହଞ୍ଚିପାରେ। ଅଧିକାରୀମାନେ ସତର୍କ କରାଇ ଦେଇଛନ୍ତି ଯେ ଜଳ ଆସିବାର ସଠିକ୍ ସମୟ ନଦୀର ପରିସ୍ଥିତି ଉପରେ ନିର୍ଭର କରିବ।  ଅଧିକାରୀ କହିଛନ୍ତି ଯେ, ନଦୀର ଗତିପଥରେ ବାଷ୍ପୀଭବନ ଏବଂ ଜଳ ଶୋଷଣ ଯୋଗୁ ହେଉଥିବା ଜଳ ଅପଚୟକୁ ବିଚାରକୁ  ନିଆଯିବା ଆବଶ୍ୟକ, କାରଣ ଏହା ମେଟୁର ଜଳଭଣ୍ଡାରରେ ପାଣି ପହଞ୍ଚିବା ସମୟକୁ ପ୍ରଭାବିତ କରିବ।  ତେଣୁ,ପାଣି ଜଳଭଣ୍ଡାରରେ କେବେ ପହଞ୍ଚିବ ତାହା ସଠିକ୍ ଭାବରେ ଆକଳନ କରିବା କଷ୍ଟକର ହେଉଛି।

1 min read

ପୁଲିସ ପୋଷାକରେ ଜନ୍ତରମନ୍ତର ଆନ୍ଦୋଳନରେ ପଶିଥାନ୍ତା ସନ୍ଦିଗ୍ଧ ଆତଙ୍କବାଦୀ

କୋଲକାତା: ଦିଲ୍ଲୀର ଜନ୍ତରମନ୍ତରଠାରେ ହୋଇଥିବା କକ୍ରୋଚ୍‌ ଜନତା ପାର୍ଟି (ସିଜେପି)ର ଛାତ୍ର ଆନ୍ଦୋଳନରେ ପୁଲିସ ପୋଷାକରେ ପ୍ରବେଶ କରି ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ପାକିସ୍ତାନରୁ ଷଡ଼୍‌ଯନ୍ତ୍ର କରାଯାଇଥିଲା। ପଶ୍ଚିମବଙ୍ଗରୁ ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀ ହମିମ୍‌ ମଣ୍ଡଳକୁ ତା’ର ପାକିସ୍ତାନୀ ପରିଚାଳକମାନେ ଏହି କାମ ଦେଇଥିଲେ ବୋଲି ପଶ୍ଚିମବଙ୍ଗ ସ୍ବତନ୍ତ୍ର ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ରବିବାର କହିଛି।ପାକିସ୍ତାନଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈସ୍‌-ଏ-ମହମ୍ମଦ ସହ ସମ୍ପର୍କ ଥିବା ସନ୍ଦେହରେ ହମିମ୍‌କୁ ଶୁକ୍ରବାର ପୂର୍ବ ବର୍ଦ୍ଧମାନ ଜିଲ୍ଲାରୁ ଗିରଫ କରାଯାଇଥିଲା। ଏସ୍‌ଟିଏଫ୍‌ ମହାନିରୀକ୍ଷକ ଗୌରବ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ହମିମ୍‌କୁ ପୁଲିସ ପୋଷାକ କିଣି ଦିଲ୍ଲୀର ଜନ୍ତରମନ୍ତରଠାରେ ଚାଲିଥିବା ଛାତ୍ର ଆନ୍ଦୋଳନରେ ଅନୁପ୍ରବେଶ କରିବାକୁ କୁହାଯାଇଥିଲା। ସେଠାରେ ବିଶୃଙ୍ଖଳା ଓ ଅଶାନ୍ତି ସୃଷ୍ଟି କରିବା ତା’ର ଉଦ୍ଦେଶ୍ୟ ଥିଲା ବୋଲି ଏସ୍‌ଟିଏଫ୍‌ ଦାବି କରିଛି। ଏହାଛଡ଼ା ହମିମ୍‌କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ସେ କେଉଁ ସ୍ଥାନରେ ସୁରକ୍ଷା ବିନା ରହୁଛନ୍ତି, ସେ ସମ୍ପର୍କରେ ସୂଚନା ସଂଗ୍ରହ କରିବାକୁ କୁହାଯାଇଥିଲା। ମୁଖ୍ୟମନ୍ତ୍ରୀ ତାଙ୍କର ଅନ୍ୟତମ ନିଶାଣ ଥିଲେ ବୋଲି ଗୌରବ କହିଛନ୍ତି। ଜେରା ବେଳେ ପଶ୍ଚିମବଙ୍ଗରେ ଜୈସ୍‌-ଏ-ମହମ୍ମଦର ଅନେକ ପରିଚାଳକଙ୍କ ସହ ହମିମ୍‌ର ସମ୍ପର୍କ ଥିବା ଜଣାପଡ଼ିଛି। ଅଦାଲତ ତାକୁ ୧୪ ଦିନ ପାଇଁ ଏସ୍‌ଟିଏଫ୍‌ ହେପାଜତକୁ ପଠାଇଛନ୍ତି।ହମିମ୍‌ର ବାନ୍ଧବୀ ଅର୍ପିତା ସରକାରକୁ ମଧ୍ୟ ଶୁକ୍ରବାର ଝାଡ଼ଖଣ୍ଡର ସାହିବଗଞ୍ଜରୁ ଗିରଫ କରାଯାଇଛି। ଉଭୟେ ରାଜ୍ୟମନ୍ତ୍ରୀ ଉମେଶ ରାୟଙ୍କ ପୁଅଙ୍କୁ ପ୍ରେମଜାଲରେ ଫସାଇ ଅପହରଣ କରିବା ଏବଂ ତାଙ୍କ ପରିବାରଠାରୁ ଅର୍ଥ ଆଦାୟ ପାଇଁ ଷଡ଼୍‌ଯନ୍ତ୍ର କରୁଥିଲେ ବୋଲି ପୁଲିସ ଅଭିଯୋଗ କରିଛି। 

1 min read

ଅସ୍ତରଙ୍ଗ ବନ୍ୟା ରେ ବ୍ଲକ ପ୍ରଶାସନ ନିଖୋଜ, ବିଧାୟକ ଙ୍କ କଡା କଟାକ୍ଷ

ଅସ୍ତରଙ୍ଗ,୦୧/୦୮: ମହାନଦୀ ରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ଶାଖା ଦେବୀ ନଦୀ ରେ ମଧ୍ୟ ଜଳସ୍ତର ବଢି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ତଳିଆ ଅଞ୍ଚଳ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶୁକ୍ରବାର ଅପେକ୍ଷା ଶନିବାର ଦେବୀ ର ଜଳସ୍ତର କିଛି ମାତ୍ରାରେ ହ୍ରାସ ପାଇଥିଲେ ମଧ୍ୟ ବ୍ଲକ ର ୯ ଟି ଗ୍ରାମରେ ପାଣି ଜମି ରହିଥିବା ବେଳେ ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଏହି ସ୍ଥିତି ର […]