ଚାର୍ଜ ଥିବା ମୋବାଇଲ ବ୍ଲାଷ୍ଟ ହୋଇ ଘର ଜଳିଗଲା; ଅଳ୍ପକେ ବର୍ତିଲେ ପରିବାର ସମସ୍ତ ସଦସ୍ୟ
1 min read

ଚାର୍ଜ ଥିବା ମୋବାଇଲ ବ୍ଲାଷ୍ଟ ହୋଇ ଘର ଜଳିଗଲା; ଅଳ୍ପକେ ବର୍ତିଲେ ପରିବାର ସମସ୍ତ ସଦସ୍ୟ

ଭବାନୀପାଟଣା /ଜୁନାଗଡ: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କେନ୍ଦୁପାଟି ଗ୍ରାମପଞ୍ଚୟତର କନ୍ଧ ବ୍ରାହ୍ମଣୀଗୁଡ଼ା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ଏହି ଗ୍ରାମର ବିକ୍ରମ ଜାନୀ (୩୫)ଙ୍କ ଘରେ ରାତି ୧୨ ଘଣ୍ଟା ସମୟରେ ମୋବାଇଲ କୁ ଚାର୍ଜ ରେ ଲଗାଇ ପରିବାରର ସମସ୍ତେ ସୋଇଥିବା ବେଳେ ପ୍ରାୟ ରାତ୍ର ୩ ଘଣ୍ଟା ସମୟରେ ଉକ୍ତ ମୋବାଇଲ ବ୍ଲାଷ୍ଟ ହୋଇଯାଇଥିଲା l ଏବଂ ଘରର ଏକ ପାର୍ଶ୍ୱରେ ନିଆଁ ଲାଗି ଯାଇଥିଲା । କିଛି ସମୟପରେ ପରିବାର ସଦସ୍ୟ ଙ୍କ ନିଦ ଭାଙ୍ଗିବାରୁ ଯେଣତେଣ ପ୍ରକାରେ ସମସ୍ତେ ଘରୁ ବାହାରକୁ ବାହାରିଥିଲେ l

ପରିବାର ଲୋକଙ୍କ ହୋହାଲ୍ଲା ଶୁଣି ପାଖ ପଡିଶା ଲୋକେ ଧାଇଁ ଆସିଥିଲେ l ହୁତୁ ହୂତୁ ହୋଇ ଜଳୁଥିବା ନିଆଁ କୁ ପାଣି ମୋଟର ର ସାହାଯ୍ୟରେ ନିଆଁ କୁ ଆୟତ୍ତ କରିଥିଲେ।ଘରୋଇ ବ୍ୟବହାର ସାମଗ୍ରୀ ଚାଉଳ , କପଡା, ବୈଦ୍ୟୁତିକ ସାମଗ୍ରୀ ଏବଂ ନାନା ପ୍ରକାର ସାମଗ୍ରୀ କ୍ଷୟ କ୍ଷତି ହୋଇଥିବା ଖବର ସ୍ଥାନୟ ରାଜସ୍ବ ନିରୀକ୍ଷକ ଉତ୍ତମ କୁମାର ମାଝୀ ଜାଣିବାକୁ ମିଳିଥିଲା ଏବଂ ବର୍ଷା ଦିନରେ ଅସୁବିଧା ନହେବା ପାଇଁ ରାଜସ୍ବ ନିରୀକ୍ଷକ ଅଫିସ କୁ ଆସି ଦରି ପାଳ ଆଦି ନେବା ପାଇଁ କହିଥିଲେ l ଉକ୍ତ ଘଟଣା ଉପରେ ସ୍ଥାନୀୟ ସରପଞ୍ଚ ଚିନ୍ମୟୀ ସେଠୀଙ୍କୁ ଫୋନ ମାଧ୍ୟମରେ ତାଙ୍କ ମତାମତ ନେଇଥିଲୁ l ସେ କହିଥିଲେ ଯେ ଯଦି ଆବାସ ଗୃହ ଯୋଜନାରେ ତାଙ୍କ ନାମ ଅଛି ତାହେଲେ ଆଗୁଆ କରିଦେବା ବୋଲି ଆଶ୍ୱାସନା ଦେଇଥିଲେ l ।ତେବେ ଦେଖିବାକୁ ବାକି ରହିଲା ନିରୀହ ପରିବାର କୁ କେବେ ସରକାରୀ ସହାୟତା ମିଳୁଛି ।

Leave a Reply

Your email address will not be published. Required fields are marked *