ଆମ୍ବୁଲାନ୍ସରେ ବି ସୁରକ୍ଷିତ ନାହାନ୍ତି ମହିଳା
ଉତ୍ତରପ୍ରଦେଶ/ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ଯୌନ ନିର୍ଯାତନକୁ ବିରୋଧ କଲେ ମହିଳା । ଅକ୍ସିଜେନ ମାସ୍କ କାଢ଼ି ସ୍ବାମୀକୁ ମାରିଦେଲା ଅମ୍ବୁଲାନ୍ସ ଚାଳକ । ଉତ୍ତରପ୍ରଦେଶର ଗାଜିପୁରରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା। ଅର୍ଥାଭାବରୁ ମହିଳା ନିଜ ସ୍ବାମୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରି ଘରକୁ ନେବାକୁ ଚିନ୍ତା କଲେ। ଏଥିପାଇଁ ସେ ଏକ ଘରୋଇ ଆମ୍ବୁଲାନ୍ସକୁ ବୁକ୍ କରିିଥିଲେ। ହେଲେ ତାଙ୍କୁ ଜଣାନଥିଲା ବାଟରେ ତାଙ୍କ ସହ ଏଭଳି କିଛି ଘଟିଯିବ। ତେବେ ଏହି ଘଟଣା ପରେ ଏନେଇ […]
ଓଡ଼ିଶାରୁ ଦୁବାଇ ଗଲା ଡ୍ରାଗନ୍
ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ) : ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଗୋ ଟର୍ମିନାଲରୁ ପ୍ରଥମ ଥର ଲାଗି ଡ୍ରାଗନ ଫଳର ରପ୍ତାନୀ ହୋଇଛି। ବଲାଙ୍ଗିର ଜିଲାର ପାଟଣାଗଡ଼ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଫାର୍ମରେ ହୋଇଥିବା ଏହି ଡ୍ରାଗନ ଫଳ ଦୁବାଇ ରପ୍ତାନୀ ହେଇଛି। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ, ନିଜକୁ ଜଣେ ଗର୍ବିତ ଚାଷୀ ଭାବେ ପରିଚୟ ଦେଇ କହିଲେ ଯେ, କୋଭିଡ ସମୟରେ ନେଇଥିବା ନିଷ୍ପତ୍ତି ଫଳପ୍ରଦ ହୋଇଛି ଏବଂ ଇଣ୍ଡିଗୋ କାର୍ଗୋ ଯୋଗେ […]
ବିଲେଇ ମଳରୁ ତିଆରି ମାହାଙ୍ଗା କଫି
ନୂଆଦିଲ୍ଲୀ/ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ) : ସୀମିତ ମାତ୍ରାରେ କଫି ସେବନ କରିବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଦୁନିଆରେ ଅନେକ କଫି ପ୍ରେମୀ ରହିଛନ୍ତି । ବିଦେଶରେ ଲୋକମାନେ ବିଭିନ୍ନ ପ୍ରକାର କଫି ପିଇବାକୁ ପସନ୍ଦ କରନ୍ତି । ଦୁନିଆର ସବୁଠାରୁ ମହଙ୍ଗା କଫି କୁହାଯାଉଥିବା କୋପି ଲୁୱାକ୍ ଯାହାକୁ ଧନୀଙ୍କ ପ୍ରଥମ ପସନ୍ଦ ବୋଲି କୁହାଯାଏ । ଏହାକୁ ଏକ ଖାସ୍ ଉପାୟରେ ତିଆରି କରାଯାଏ । ଜାଣନ୍ତୁ ଏହା କେମିତି […]
ଦଶ ମାସର ଶିଶୁ କୁ ଛାଡି ମା ଫେରାର:ବାପା ଥାନାର ଦ୍ୱାରସ୍ତ..
ଟିଟିଲାଗଡ଼//ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ଦଶ ମାସର ଶିଶୁ, ଦେଖିବାକୁ ଯେତେ ସୁନ୍ଦର, ସେମିତି ଡଉଳ ଡାଉଲ ବି.. ମାର କ୍ଷୀର ବି ଛାଡ଼ିନାହିଁ.. ହେଲେ ମା ଯେ ନିଷ୍ଠୁର ହେବ, ତାହା ଏ କୁନି ଶିଶୁ ଟି କେମିତି ଜାଣିବ..ନିଜ ପିଲା ପାଇଁ ମା ଟିଏ କେତେ କଣ ସହି ଯାଉଛି.. ନିଜ ଜୀବନ କୁ ବି ସମୟ ସମୟ ରେ ପୁଅ ପାଇଁ ବାଜି ଲଗାଇ ଦେଉଛି l ହେଲେ ଏଠାରେ ସତେ ଯେମିତି ମା […]
ବେଆଇନ ମଦ, ଗଞ୍ଜେଇ ବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ଶତାଧିକ ମହିଳା
କଳାହାଣ୍ଡି /ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ଦେଶୀ ବିଦେଶୀ ମଦ ପ୍ରଭାବରେ ପରିବାର ମଧ୍ୟରେ ଗଣ୍ଡଗୋଳ। ଗାଁ ଗାଁରେ ଅଶାନ୍ତି। ଦିନକୁ ଦିନ ବଢ଼ୁଛି ଦୁର୍ଘଟଣା। ଅବକାରୀ ବିଭାଗର ହାତ ଖାଲି। ଯେତେବେଳେ କୌଣସି ଅଭିଯୋଗ ହୁଏ କାଁ ଭାଁ କିଛି ମଦ କୋଠି ଉପରେ ଚଢାଉ କରି ନିଜର କାର୍ଯ୍ୟ ସମ୍ପାଦିତ କରୁଛନ୍ତି। କଲମପୁର ବ୍ଲକ ଅଞ୍ଚଳରେ ଅନେକ ଦୋକାନରେ ବିଦେଶୀ ମଦ ବିକ୍ରି ହେଉଥିବାବେଳେ ପ୍ରତ୍ୟେକ ଗାଁରେ ଏକାଧିକ ଦେଶୀ ମଦ କୋଠି ରହିଛି। ଏହାସହ […]
ନବମ-ଏକାଦଶ ଛାତ୍ରଛାତ୍ରୀଙ୍କୁ ୫ ହଜାର ହାତଖର୍ଚ୍ଚ: ସ୍ବାସ୍ଥ୍ୟମନ୍ତ୍ରୀ
ଏହା ଦ୍ବାରା ରାଜ୍ୟର ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି ବିଧାନସଭାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ପ୍ରଦାନ କରିଛନ୍ତି। ଭୁବନେଶ୍ବର/୦୫-୦୯-୨୦୨୪(ପିପିଏସ ): ଅଧାରୁ ପାଠ ଛାଡୁଥିବା ଜନଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ପୁଣି ସ୍କୁଲକୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଆର୍ଥିକ ସ୍ବଚ୍ଛଳ ନ ଥିବା କାରଣରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷା ଜାରି ରଖିବା ପାଇଁ […]
ସୁଭଦ୍ରା ଯୋଜନା ନାଁରେ ଆଧାର ତାତି।
ଆଧାର କାର୍ଡ ସଂଶୋଧନ ଲାଗି ଦଳାଚକଟାରେ ୫ ମହିଳା ଓ ଶିଶୁ ଗୁରୁତର ସୋର/ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ସୁଭଦ୍ରା ଯୋଜନା ନାଁରେ ଆଧାର ତାତି। ସୋର ହେଡ ପୋଷ୍ଟ ଅଫିସରେ ଆଧାର କାର୍ଡ ସଂଶୋଧନ ପାଇଁ ବିଭିନ୍ନ ଅଞ୍ଚଳରୁ ଶହଶହ ଲୋକ ଭୋର ଚାରିଟାରୁ ଲାଇନ ଲଗାଇଥିବା ଦେଖିବାକୁ ମିଳିଛି। ପୋଷ୍ଟ ଅଫିସ ଖୋଲିବା ମାତ୍ରେ ଦଳାଚକଟା ହୋଇ ୫ ଜଣ ମହିଳା ଓ ଶିଶୁ ଗୁରୁତର ଆହତ ହୋଇଥିଲେ। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ […]
ଗଣେଶ ପୂଜା ଚାନ୍ଦା ପାଇଁ ଲଙ୍କାକାଣ୍ଡ
ଘରେ ସମସ୍ତେ ଶୋଇଥିବା ସମୟରେ ଦୁର୍ବୃତ୍ତମାନେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି । ଫଳରେ ଦୁଇଟି ବାଇକ ସହ ବହୁ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ସମ୍ବଲପୁର/ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ଗଣେଶ ପୂଜା ଚାନ୍ଦା ନ ଦେବାକୁ ନେଇ ସମ୍ବଲପୁର ସହରରେ କିଛି ଦୁବୃର୍ତ୍ତ ଉନ୍ମତକାଣ୍ଡ ଭିଆଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ଅଭାବନୀୟ ଘଟଣା ଘଟାଇଛନ୍ତି । ଅଭିଯୋଗ ଅନୁସାରେ ଦୁର୍ଗାପାଲି ଅଞ୍ଚଳର ଜୟନ୍ତ ମେହେର ଗତକାଲି ପୂଜା ଚାନ୍ଦା ଦେବାକୁ ମନା […]
ବିଧାନସଭାରେ ରେଭେନ୍ସା ଝଡ଼
ଶୂନ୍ୟକାଳରେ ଶାସକ ଏବଂ ବିରୋଧୀ ଏହି ପ୍ରସଙ୍ଗରେ ମୁହାଁମୁହିଁ ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିର୍ତ୍ତନକୁ ନେଇ ଗୁରୁବାର ବିଧାନସଭାରେ ହଟ୍ଟଗୋଳ ସୃଷ୍ଟି ହୋଇଛି। ଶୂନ୍ୟକାଳରେ ଶାସକ ଏବଂ ବିରୋଧୀ ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ଏବଂ ବିଜେଡ଼ି ବିଧାୟକ ଏହି ପ୍ରସଙ୍ଗରେ ଶାସକ ବିଜେପିକୁ ଘେରିଛନ୍ତି। ୧୫୬ ବର୍ଷର ପୁରୁଣା ଶିକ୍ଷାନୁଷ୍ଠାନକୁ ନ’ଅଙ୍କ ଦୁର୍ଭିକ୍ଷ ସହିତ ଯୋଡ଼ି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ନେଇ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟୀକରଣ […]
ସୁଭଦ୍ରା ଯୋଜନା: ଦିନ-ରାତି ଜନସେବା କେନ୍ଦ୍ରରେ ଲାଇନରେ ଲୋକେ
ସୁଭଦ୍ରା ଯୋଜନା ପାଇଁ ଜନସେବା କେନ୍ଦ୍ରରେ ଭୋର ଚାରିଟାରୁ ରାତି ୯ ଟା ପର୍ଯ୍ୟନ୍ତ ଲୋକେ ଲାଇନ ଲଗାଇଥିବା ଦେଖାଯାଇଛି ଏପରିକି ଅନେକ ମହିଳା ନିଜ ଛୋଟଛୋଟ ପିଲାଙ୍କୁ ନେଇ ଭୋକ ଉପାସରେ ଲାଇନ ଲଗାଇଥିବା ଦେଖିବାକୁ ମିଳୁଛି.. ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ସୁଭଦ୍ରା ଯୋଜନା ପାଇଁ ଜନସେବା କେନ୍ଦ୍ରରେ ଭୋର ଚାରିଟାରୁ ରାତି ୯ ଟା ପର୍ଯ୍ୟନ୍ତ ଲୋକେ ଲାଇନ ଲଗାଇଥିବା ଦେଖାଯାଇଛି। ଏପରିକି ଅନେକ ମହିଳା ନିଜ ଛୋଟଛୋଟ ପିଲାଙ୍କୁ ନେଇ ଭୋକ ଉପାସରେ […]
