ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ଗଣେଶ ପୂଜା ଚାନ୍ଦା ପାଇଁ ଲଙ୍କାକାଣ୍ଡ

ଘରେ ସମସ୍ତେ ଶୋଇଥିବା ସମୟରେ  ଦୁର୍ବୃତ୍ତମାନେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି ।

ଫଳରେ ଦୁଇଟି ବାଇକ ସହ ବହୁ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି ।

ସମ୍ବଲପୁର/ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ଗଣେଶ ପୂଜା ଚାନ୍ଦା ନ ଦେବାକୁ ନେଇ ସମ୍ବଲପୁର ସହରରେ କିଛି ଦୁବୃର୍ତ୍ତ ଉନ୍ମତକାଣ୍ଡ ଭିଆଇଛନ୍ତି। ଗତକାଲି ବିଳମ୍ବିତ ରାତିରେ  ଦୁର୍ବୃତ୍ତ ଅଭାବନୀୟ ଘଟଣା ଘଟାଇଛନ୍ତି । ଅଭିଯୋଗ ଅନୁସାରେ ଦୁର୍ଗାପାଲି ଅଞ୍ଚଳର ଜୟନ୍ତ ମେହେର ଗତକାଲି ପୂଜା ଚାନ୍ଦା ଦେବାକୁ ମନା କରିଦେଇଥିଲେ । ଏଥିରେ ଉତ୍ତ୍ଯକ୍ତ ହୋଇ କିଛି ଯୁବକ ଗୁରୁବାର ଭୋର ସମୟରେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।ଏନେଇ କ୍ଷେତରାଜପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତଙ୍କୁ ଖୋଜା ଯାଉଛି।

Leave a Reply

Your email address will not be published. Required fields are marked *