ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ସୁଭଦ୍ରା ଯୋଜନା ନାଁରେ ଆଧାର ତାତି। 

ଆଧାର କାର୍ଡ ସଂଶୋଧନ ଲାଗି ଦଳାଚକଟାରେ ୫ ମହିଳା ଓ ଶିଶୁ ଗୁରୁତର

ସୋର/ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ସୁଭଦ୍ରା ଯୋଜନା ନାଁରେ ଆଧାର ତାତି। ସୋର ହେଡ ପୋଷ୍ଟ ଅଫିସରେ ଆଧାର କାର୍ଡ ସଂଶୋଧନ ପାଇଁ ବିଭିନ୍ନ ଅଞ୍ଚଳରୁ ଶହଶହ ଲୋକ ଭୋର ଚାରିଟାରୁ ଲାଇନ ଲଗାଇଥିବା ଦେଖିବାକୁ ମିଳିଛି। ପୋଷ୍ଟ ଅଫିସ ଖୋଲିବା ମାତ୍ରେ ଦଳାଚକଟା ହୋଇ ୫ ଜଣ ମହିଳା ଓ ଶିଶୁ ଗୁରୁତର ଆହତ ହୋଇଥିଲେ। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶୃଙ୍ଖଳିତ ଭାବେ ଲାଇନ କରାଇବା ପାଇଁ ପୁଲିସ ପକ୍ଷରୁ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି। ତେବେ ଏପରି ଅବ୍ୟବସ୍ଥାକୁ ସରକାର ଦୃଷ୍ଟି ଦେବା ସହିତ ଏହାର ଶୀଘ୍ର ସମାଧାନ ପାଇଁ ଦାବି ହୋଇଛି।

ସୁଭଦ୍ରା ଯୋଜନା ନାଁରେ ଆଧାର ତାତି

ସୋର ହେଡ ପୋଷ୍ଟ ଅଫିସରେ ଆଧାର କାର୍ଡ ସଂଶୋଧନ ପାଇଁ ବିଭିନ୍ନ ଅଞ୍ଚଳରୁ ଶହଶହ ଲୋକ ଭୋର ଚାରିଟାରୁ ଲାଇନ ଲଗାଇଥିବା ଦେଖିବାକୁ ମିଳିଛି

ପୋଷ୍ଟ ଅଫିସ ଖୋଲିବା ମାତ୍ରେ ଦଳାଚକଟା ହୋଇ ୫ ଜଣ ମହିଳା ଓ ଶିଶୁ ଗୁରୁତର ଆହତ ହୋଇଥିଲେ

ସୁଭଦ୍ରା ଯୋଜନା ପାଇଁ ଜନସେବା କେନ୍ଦ୍ରରେ ଭୋର ଚାରିଟାରୁ ରାତି ୯ ଟା ପର୍ଯ୍ୟନ୍ତ ଲୋକେ  ଲାଇନ ଲଗାଇଥିବା ଦେଖାଯାଇଛି। ଏପରିକି ଅନେକ ମହିଳା ନିଜ ଛୋଟଛୋଟ ପିଲାଙ୍କୁ ନେଇ ଦିନ ସାରା ଭୋକ ଉପବାସରେ ଲାଇନ ଲଗାଇଥିବା କହିଛନ୍ତି। ସୋର ବ୍ଲକ କେଶରୀପୁର ପଂଚାୟତ କେଶରୀପୁର ଗ୍ରାମର ବିକାଶିନୀ ଜେନା ନିଜର ୫ ବର୍ଷର ଝିଅକୁ ସାଙ୍ଗରେ ନେଇ ସକାଳ ୬ ଟାରୁ ସୋର କୋର୍ଟ ଛକ ନିକଟରେ ଥିବା ଜନସେବା କେନ୍ଦ୍ର ଆଗରେ ଲାଇନ ଲଗାଇଥିଲେ। ମାତ୍ର ତାଙ୍କ କାମ ନହେବାରୁ ସେ ନିରାଶ ହୋଇ ଫେରିବା ସହିତ ଅସନ୍ତୋଷ ପ୍ରକାଶ କରିଥିଲେ। ସେହିପରି ସାଜନପୁର ପଞ୍ଚାୟତ ବ୍ରହ୍ମପୁର ଗ୍ରାମର ରିନାରାଣୀ ଜେନା ନିଜର ୨ ଛୁଆଙ୍କ ସ୍କୁଲ ବନ୍ଦ କରି ସାଙ୍ଗରେ ନେଇ ସକାଳ ୭ଟାରୁ ଲାଇନ ଲଗାଇଛନ୍ତି। ସୁଭଦ୍ରା ଯୋଜନା ପାଇଁ ଲୋକେ ଭୋର ଚାରିଟାରୁ ଲମ୍ବା ଲାଇନ ଲଗାଇଥିବା ବେଳେ ଆମର ବାଇମେଟ୍ରିକ କରିବାକୁ ଆସି ରାତି ୯ ଟା ପର୍ଯ୍ୟନ୍ତ ନହେବାରୁ ନିରାଶ ହୋଇ ଫେରିଥିବା କହିଛନ୍ତି। ଏହିଭଳି ଭାବେ ବିଭିନ୍ନ ଅଞ୍ଚଳରୁ ଲୋକେ ଗାଡ଼ି ଭଡ଼ା କରି ଆସିଥିବା ବେଳେ ରାତିରେ ଯାତାୟତର ସୁବିଧା ନଥିବାରୁ ଅନେକ ଅସୁବିଧାକୁ ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି। ଏକାଧିକ ମହିଳା ସାଙ୍ଗରେ ଦିବ୍ୟାଙ୍ଗ ପିଲାଙ୍କୁ ସଂଗରେ ଆଣିବା ସହିତ ଲାଇନରେ ଥିବା ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ସରକାର ଏହି ଅସୁବିଧାକୁ ହୃଦବୋଧ କରି ଗ୍ରାମାଞ୍ଚଳରେ ସୁଭଦ୍ରା ଯୋଜନା ଆବେଦନ ପାଇଁ ଓ ଆଧାର କାର୍ଡ ସଂଶୋଧନ କରାଇବାକୁ ଲୋକେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *