ବିଲେଇ ମଳରୁ ତିଆରି ମାହାଙ୍ଗା କଫି

ନୂଆଦିଲ୍ଲୀ/ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ) : ସୀମିତ ମାତ୍ରାରେ କଫି ସେବନ କରିବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଦୁନିଆରେ ଅନେକ କଫି ପ୍ରେମୀ ରହିଛନ୍ତି । ବିଦେଶରେ ଲୋକମାନେ ବିଭିନ୍ନ ପ୍ରକାର କଫି ପିଇବାକୁ ପସନ୍ଦ କରନ୍ତି । ଦୁନିଆର ସବୁଠାରୁ ମହଙ୍ଗା କଫି କୁହାଯାଉଥିବା କୋପି ଲୁୱାକ୍‌ ଯାହାକୁ ଧନୀଙ୍କ ପ୍ରଥମ ପସନ୍ଦ ବୋଲି କୁହାଯାଏ । ଏହାକୁ ଏକ ଖାସ୍‌ ଉପାୟରେ ତିଆରି କରାଯାଏ । ଜାଣନ୍ତୁ ଏହା କେମିତି ତିଆରି ହୁଏ । କୋପି ଲୁୱାକର ନାମ ‘ଲୁୱାକ’ରୁ ଆସିଛି । ଏହା ଏକ ପ୍ରକାର ସିଭେଟ୍‌ ବିଲେଇ । ଏହି ବିଲେଇ ଇଣ୍ଡୋନେସିଆରେ ଦେଖାଯାଏ । ମାଙ୍କଡଙ୍କ ଲାଞ୍ଜ ଭଳି ଏମାନଙ୍କ ଲାଞ୍ଜ ଖୁବ୍‌ ଲମ୍ବା ହୋଇଥାଏ । ଲୁୱାକ କଫି ବିଲେଇର ମଳରୁ ତିଆରି ହୁଏ । ପ୍ରଥମେ ବିଲେଇକୁ କଫିର କଞ୍ଚା ଫଳ ଖାଇବାକୁ ଦିଆଯାଏ । ଏହାପରେ ବିଲେଇ ମଳ ସହ କଫିର ଯେଉଁ ଅଂଶ ବାହାରକୁ ଆସିଥାଏ, ସେଥିରୁ କଫି ପ୍ରସ୍ତୁତ କରାଯାଏ। ବିଲେଇ ମଳକୁ ଆଣି ଏହାକୁ ସ୍ୱଚ୍ଛ କରିବା ସହ ସ୍ୱତନ୍ତ୍ର ପଦ୍ଧତିରେ କଫି ପ୍ରସ୍ତୁତ କରାଯାଏ । ଏକ କେଜି ଲୁୱାକ କଫିର ଦାମ୍‌ ୫୦ ହଜାରଟଙ୍କା। ଏହାସହ ପ୍ରସ୍ତୁତ ହୋଇଥିବା ଏକ କପ କଫିର ଦାମ୍‌ ୨-୬ ହଜାର ଟଙ୍କା ।

Leave A Reply

Your email address will not be published.