ଟିଟିଲାଗଡ଼//ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ଦଶ ମାସର ଶିଶୁ, ଦେଖିବାକୁ ଯେତେ ସୁନ୍ଦର, ସେମିତି ଡଉଳ ଡାଉଲ ବି.. ମାର କ୍ଷୀର ବି ଛାଡ଼ିନାହିଁ.. ହେଲେ ମା ଯେ ନିଷ୍ଠୁର ହେବ, ତାହା ଏ କୁନି ଶିଶୁ ଟି କେମିତି ଜାଣିବ..ନିଜ ପିଲା ପାଇଁ ମା ଟିଏ କେତେ କଣ ସହି ଯାଉଛି.. ନିଜ ଜୀବନ କୁ ବି ସମୟ ସମୟ ରେ ପୁଅ ପାଇଁ ବାଜି ଲଗାଇ ଦେଉଛି l ହେଲେ ଏଠାରେ ସତେ ଯେମିତି ମା ର ମମତା କୁଆଡେ ହଜି ଯାଇଛି.. ନିଷ୍ଠୁର ସାଜିଛି ମା… ସତେ ଯେମିତି ମା ର ହୃଦୟରେ ନା ଅଛି ମମତା ଆଉ ନା ଅଛି ସ୍ନେହ କାରଣ ନିଜ 10 ମାସର କୁନି ଶିଶୁ କୁଛାଡ଼ି କୁଆଡେ ଚାଲି ଯାଇଛି… ଆଉ ଏବେ ଶିଶୁ କୁ ଧରି ପିତା ଟିଟିଲାଗଡ଼ ଥାନା ର ଦ୍ୱାରସ୍ତ ହୋଇଛି l ସିରକେଲା ଗାଁ ର ଉଗ୍ରସେନ ସିକା ର ଅଭିଯୋଗ ଅନୁଯାୟୀ ଗତ 2022 ମସିହାରେ ଟିକ୍ରାପଡା ଗାଁ ର ପ୍ରିୟା ବିଭାର କୁ ପ୍ରେମ ବିବାହ କରିଥିଲେ l ହେଲେ ବିବାହ ବେଶୀ ସମୟ ଧରି ଉଭୟ ସ୍ୱାମୀ ସ୍ତ୍ରୀ ଭାବରେ ବାନ୍ଧି ରଖି ପାରିଲା ନାହିଁ l ସ୍ତ୍ରୀ ଏବେ ଅନ୍ୟ କାହା ସହ ଗତ 15ଦିନ ହେବ ଚମ୍ପଟ ମାରିଥିବା ବେଳେ ନିଜ 10 ମାସର କୋମଳମତି ଶିଶୁ କୁ ନେଇ ବାପା ଟିଟିଲାଗଡ଼ ଥାନାର ଦ୍ୱାରସ୍ତ ହୋଇଛି l ଏବେ କେମିତି କରିବେ ଶିଶୁ ପାଳନ, କେମିତି ନେବେ ତାର ଯତ୍ନ.. ତାହାକୁ ନେଇ ଟିଟିଲାଗଡ଼ ଥାନା ର ଦ୍ୱାରସ୍ତ ହୋଇଛି ପିତା l