ସୁଭଦ୍ରା ଯୋଜନା: ଦିନ-ରାତି ଜନସେବା କେନ୍ଦ୍ରରେ ଲାଇନରେ ଲୋକେ
1 min read

ସୁଭଦ୍ରା ଯୋଜନା: ଦିନ-ରାତି ଜନସେବା କେନ୍ଦ୍ରରେ ଲାଇନରେ ଲୋକେ

ସୁଭଦ୍ରା ଯୋଜନା ପାଇଁ ଜନସେବା କେନ୍ଦ୍ରରେ ଭୋର ଚାରିଟାରୁ ରାତି ୯ ଟା ପର୍ଯ୍ୟନ୍ତ ଲୋକେ  ଲାଇନ ଲଗାଇଥିବା ଦେଖାଯାଇଛି ଏପରିକି ଅନେକ ମହିଳା ନିଜ ଛୋଟଛୋଟ ପିଲାଙ୍କୁ ନେଇ  ଭୋକ ଉପାସରେ ଲାଇନ ଲଗାଇଥିବା ଦେଖିବାକୁ ମିଳୁଛି..

ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ସୁଭଦ୍ରା ଯୋଜନା ପାଇଁ ଜନସେବା କେନ୍ଦ୍ରରେ ଭୋର ଚାରିଟାରୁ ରାତି ୯ ଟା ପର୍ଯ୍ୟନ୍ତ ଲୋକେ  ଲାଇନ ଲଗାଇଥିବା ଦେଖାଯାଇଛି। ଏପରିକି ଅନେକ ମହିଳା ନିଜ ଛୋଟଛୋଟ ପିଲାଙ୍କୁ ନେଇ  ଭୋକ ଉପାସରେ ଲାଇନ ଲଗାଇଥିବା ଦେଖିବାକୁ ମିଳୁଛି।ସୋର ବ୍ଲକ କେଶରୀପୁର ପଂଚାୟତ କେଶରୀପୁର ଗ୍ରାମର ବିକାଶିନୀ ଜେନା ନିଜର ୫ ବର୍ଷର ଝିଅକୁ ସାଙ୍ଗରେ ନେଇ ସକାଳ ୬ ଟାରୁ ସୋର କୋର୍ଟ ଛକ ନିକଟରେ ଥିବା ଜନସେବା କେନ୍ଦ୍ର ଆଗରେ ଲାଇନ ଲଗାଇଥିବା କହିଛନ୍ତି। ମାତ୍ର ତାଙ୍କ କାମ ନ ହେବାରୁ ସେ ନିରାଶ ହୋଇ ଫେରିବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି।

 ବିଭିନ୍ନ ଅଞ୍ଚଳରୁ ଲୋକେ ଗାଡି ଭଡା କରି ଆସିଥିବା ବେଳେ ରାତିରେ ଯାତାୟତର ସୁବିଧା ନଥିବାରୁ ଅନେକ ଅସୁବିଧାକୁ ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି। ଏକାଧିକ ମହିଳା ସାଙ୍ଗରେ ନିଜ ନିଜର ଦିବ୍ୟଙ୍ଗ ପିଲାଙ୍କୁ ସାଥିରେ ଆଣିବା ସହିତ ଲାଇନରେ ଥିବା ମଧ୍ୟ ଦେଖିବାକୁ ମିଳିଥିଲା।

 ସେହିପରି ସାଜନପୁର ପଞ୍ଚାୟତ ବ୍ରହ୍ମପୁର ଗ୍ରାମର ରିନାରାଣୀ ଜେନା ନିଜର ୨ ଛୁଆଙ୍କ ସ୍କୁଲ ବନ୍ଦ କରି ସାଙ୍ଗରେ ନେଇ ସକାଳ ୭ଟାରୁ ଲାଇନ ଲଗାଇଛନ୍ତି। ସୁଭଦ୍ରା ଯୋଜନା ପାଇଁ ଲୋକେ ଭୋର ଚାରିଟାରୁ ଲମ୍ବା ଲାଇନ ଲଗାଇଥିବା ବେଳେ ବାଇମେଟ୍ରିକ କରିବାକୁ ଆସି ରାତି ୯ ଟା ପର୍ଯ୍ୟନ୍ତ ନ ହେବାରୁ ନିରାଶ ହୋଇ ଫେରିଥିବା କହିଛନ୍ତି।ତେବେ ସରକାର ଏହି ଅସୁବିଧାକୁ ହୃଦବୋଧ କରି ଗ୍ରାମାଞ୍ଚଳରେ ସୁଭଦ୍ରା ଯୋଜନା ଆବେଦନ ପାଇଁ ଓ ଆଧାର କାର୍ଡ ସଂଶୋଧନ ତଥା ବାଇମେଟ୍ରିକ କରାଇବାକୁ ଲୋକେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *