1 min read

ଭିତରକନିକାକୁ ପଲିଥିନ୍‌ ବିପଦ

କୁମ୍ଭୀର ମୃତ୍ୟୁ ପରେ ମଧ୍ୟ ନିଷ୍କ୍ରିୟତା ରାଜନଗର/ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ଜୈବ ବିବିଧତାକୁ ପ୍ରଭାବିତ କରୁଛି ପଲିଥିନ୍‌ । ଜଙ୍ଗଲଠୁ ଆରମ୍ଭ କରି ଭିତରକନିକା ଭିତରେ ଓ ବାହାରେ ପ୍ରବାହିତ ନଦୀ, ନାଳ ଓ ସମୁଦ୍ରରେ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ଭାସୁଛି । ଏହି ପଲିଥିନ୍‌ ଜୀବଜନ୍ତୁଙ୍କ ଜୀବନ ନେଉଛି । ଏଠାରେ ମୃତ୍ୟୁବରଣ କରୁଥିବା ବାର୍‌ହା ଓ ହରିଣଙ୍କ ଶବ ବ୍ୟବଚ୍ଛେଦ ବେଳେ ସେମାନଙ୍କ ପେଟରୁ ପଲିଥିନ୍‌ ମିଳୁଛି । […]

1 min read

ସରକାରୀ ଯାନ ଚାଳନା ତାଲିମ କେନ୍ଦ୍ର ବୃଦ୍ଧି ହେବ:ପରିବହନ ମନ୍ତ୍ରୀ

ବ୍ରହ୍ମପୁର/ଭୁବନେଶ୍ୱର/୨୫-୦୮-୨୪ (ପିପିଏସ):  ଗଞ୍ଜାମ ଜିଲା ବ୍ରହ୍ମପୁରରେ ଥିବା ସରକାରୀ ଯାନଚାଳନା ପ୍ରଶିକ୍ଷଣ କେନ୍ଦ୍ର ପ୍ରଥମ ବର୍ଷ ପୂରା କରିଛି। ଏହି ଅବସରରେ ପାଲୁର ହିଲ୍‌ସ ସ୍ଥିତ ତାଲିମ ପ୍ରତିଷ୍ଠାନରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଉପରେ ବିଭାଗ ପ୍ରାଥମିକତା ଦେଉଛି। ଏ ଦିଗରେ ସୁବାହକ ପ୍ରଶିକ୍ଷଣ ମହତ୍ୱପୂର୍ଣ୍ଣ ଭୂମିକା […]

1 min read

ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ !

ଭୁବନେଶ୍ବର/ବାସୁଦେବପୁର /୨୫-୦୮-୨୪ (ପିପିଏସ): ବାସୁଦେବପୁର ବ୍ଲକ ନାଇକାଣିଡିହ ଥାନା ଅନ୍ତର୍ଗତ ବାଲିମେଦ ପଞ୍ଚାୟତ ଛତ୍ରପଦା ଗ୍ରାମରେ ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତିଙ୍କ ଘର ଜଳିଯାଇଛି। ତେବେ କେହି ଦୁର୍ବୃତ୍ତ ଘରେ ନିଆଁ ଲଗାଇ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ରବିବାର ଭୋର ପ୍ରାୟ ସାଢ଼େ ୩ଟା ସମୟରେ ସିମିଳା ମଳିକଙ୍କ ଚାଳଛପର ଘରେ ନିଆଁ ଲାଗିଯାଇଥିଲା। ଖବରପାଇ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା। ମାତ୍ର ସେତେବେଳକୁ ସବୁ ପୋଡି […]

1 min read

ପିପିଲିରେ ବାର୍ଡ ଫ୍ଲୁ: ୫ ହଜାର କୁକୁଡ଼ା ମରାଗଲା

ଭୁବନେଶ୍ବର,୨୫-୦୮-୨୪ (ପିପିଏସ):ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପରେ ଆଲର୍ଟରେ ପ୍ରାଣୀ ସଂପଦ ବିଭାଗ। ସଂକ୍ରମଣ ରୋକିବାକୁ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ। ଗତକାଲି ସଂଧ୍ୟାରୁ ଆଜି ପର୍ଯ୍ୟନ୍ତ ପିପିଲି ଆବଲପୁର ଗାଁରୁ ପ୍ରାୟ ୫ ହଜାର କୁକୁଡ଼ା ମରାଯାଇଥିଲା ବେଳେ ପୂରା ଅଞ୍ଚଳରୁ ବିଭିନ୍ନ ବ୍ରଏଲର ଫାର୍ମରେ ଥିବା ପ୍ରାୟ ୨୦ ହଜାରରୁ ଅଧିକ କୁକୁଡ଼ା ମାରିବାକୁ ଲକ୍ଷ୍ୟ ରଖାଯାଇଛି। କିଲିଂ ଅପରେସନ୍ ସହ ସାନିଟେସନ୍ ଉପରେ ମଧ୍ୟ ବିଶେଷ […]

1 min read

ସ୍ମାର୍ଟସିଟିର ଅସଜଡ଼ା ପାର୍କିଂ ବ୍ୟବସ୍ଥା: ୪୦ କୋଟିର ମଲ୍‌ଟି କାର୍‌ ପାର୍କିଂ ପ୍ରକଳ୍ପ କାମରେ ଆସୁନି

ଭୁବନେଶ୍ବର/ରାଉରକେଲା/୨୫-୦୮-୨୪ (ପିପିଏସ): ସ୍ମାର୍ଟସିଟିରେ ପାର୍କିଂ ସମସ୍ୟା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଲାଣି। ବିଶେଷକରି ବୀର୍ସା ଛକରୁ ଉଦିତନଗର ଆମ୍ବେଦକର ଛକ ପର୍ଯ୍ୟନ୍ତ, ପାର୍କିଂସ୍ଥାନର ଘୋର୍‌ ଅଭାବ। ଫଳରେ ଗ୍ରାହକ ଓ ଦୋକାନି ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପାର୍କିଂର ଅଭାବ ଯୋଗୁଁ ଲୋକେ ରାସ୍ତା ଉପରେ ଗାଡ଼ି ପାର୍କିଂ ରଖୁଛନ୍ତି। ଏଥିପାଇଁ ଗମନାଗମନ ବ୍ୟାପକମାତ୍ରାରେ ବାଧାପ୍ରାପ୍ତ ହେବାସହ ଟ୍ରାଫିକ୍‌ ସମସ୍ୟା ସୀମା ଟପିଲାଣି। ଏହି ସମସ୍ୟାର ସମାଧାନ ପାଇଁ କିନ୍ତୁ ରାଉରକେଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନିଆଯାଉନି। […]

1 min read

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ସହରାଞ୍ଚଳରେ ଏସ୍‌ସି, ଏସ୍‌ଟି ବ୍ୟକ୍ତି ଜମି ବିକିପାରିବେ

ବାଟ ଫିଟାଇବେ ତହସିଲଦାରଆବାସଯୋଗ୍ୟ ବୋଲି ରିପୋର୍ଟ ଦେବେ କଟକ/୨୫-୦୮-୨୪ (ପିପିଏସ): ସହରାଞ୍ଚଳରେ ଅନୁସୂଚିତ ଜାତି (ଏସ୍‌ସି) ଓ ଅନୁସୂଚିତ ଜନଜାତି (ଏସଟି) ବର୍ଗର ବ୍ୟକ୍ତିଙ୍କ ନାଁରେ ଥିବା ଘରବାଡ଼ି ଜମି ଆଉ କୃଷି ଉପଯୋଗୀ ନୁହେଁ, ଆବାସିକ ଉଦ୍ଦେଶ୍ୟରେ ବ୍ୟବହାରଯୋଗ୍ୟ ବୋଲି ତହସିଲଦାର ରିପୋର୍ଟ ଦେବେ, ତାହାହେଲେ ଏହାର ବିକ୍ରି କ୍ଷେତ୍ରରେ ଆଉ କୌଣସି ପ୍ରତିବନ୍ଧକ ରହିବନାହିଁ। ସବ୍‌ ରେଜିଷ୍ଟ୍ରାର ଏ କ୍ଷେତ୍ରରେ ଆଉ ମନା କରି ପାରିବେନାହିଁ। ଏସ୍‌ସି-ଏସ୍‌ଟି ବର୍ଗର ବ୍ୟକ୍ତି ଅନ୍ୟ ବର୍ଗର ବ୍ୟକ୍ତିଙ୍କୁ […]

1 min read

ଥାନାବାବୁଙ୍କୁ ମାଡ଼ ଘଟଣା: ନିରପେକ୍ଷ ତଦନ୍ତ ଦାବି

ବଲାଙ୍ଗୀର/ଭୁବନେଶ୍ବର,୨୫-୦୮-୨୪ (ପିପିଏସ): ୨୬ ନମ୍ବର ଜାତୀୟ ରାଜପଥ ବଲାଙ୍ଗୀର ଦେଓଗାଁ ରାସ୍ତାର ସୋନଗଡ଼ ନଦୀ ବ୍ରିଜ ଉପରେ ମାତାଲ ତୁଷୁରା ଥାନା ଅଧିକାରୀ ଦେଖାଇଥିବା ଦବଙ୍ଗିରି କୁନେଇ ଅସନ୍ତୋଷ ବଢ଼ିବାରେରେ ଲାଗିଛି। ପୁଲିସ କରୁଥିବା ତଦନ୍ତକୁ ସନ୍ଦେହ କରି ଦେଓଗାଁର ସଚେତନ ନାଗରିକ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ସ୍ଥାନୀୟ ଜନତା ରବିବ‌ାର ସନ୍ଧ୍ୟାରେ ଦେଓଗାଁ ପୁଲିସକୁ ଏକ ଦାବିପତ୍ର ଦେଇଛନ୍ତି। ନିଶା ଖାଇଥିବା ତୁଷୁରା ଥାନା ଅଧିକାରୀ ଶଶୀଭୂଷଣ ମିଶ୍ର ଓ କନେଷ୍ଟବଳ ଅରୁଣ ଜେନା […]

1 min read

ଶେଷ ହେଲା ସଞ୍ଜୟ ରାୟର ପଲିଗ୍ରାଫ୍ ଟେଷ୍ଟ

ବହୁ ଚର୍ଚିତ କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା ପଲିଗ୍ରାଫ ଟେଷ୍ଟ ପରେ ଜେଲରୁ ବାହାରିଲା ସିବିଆଇ ଜାରି ରହିଛି ଆଗାମୀ ତଦନ୍ତ କୋଲକାତା/ଭୁବନେଶ୍ବର,୨୫-୦୮-୨୪ (ପିପିଏସ): କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ସ୍ନାତକୋତ୍ତର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟର ଅଗଷ୍ଟ ୨୫ ତାରିଖ ରବିବାର ଦିନ ତାର  ପଲିଗ୍ରାଫ୍ ଟେଷ୍ଟ ଶେଷ ହୋଇଛି। ପ୍ରାୟ ଚାରିଘଣ୍ଟା ଧରି […]

1 min read

ବାଂଲାଦେଶରେ ଫସିଛି ଆଦାନିଙ୍କ ୬୭୧୧ କୋଟି

ନୂଆଦିଲ୍ଲୀ/ଭୁବନେଶ୍ବର,୨୫-୦୮-୨୪ (ପିପିଏସ): ବାଂଲାଦେଶରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ଭାରତକୁ ବିଭିନ୍ନ କ୍ଷେତ୍ରରେ ପ୍ରଭାବିତ କରିଥିବା ବେଳେ ସେଥିରୁ ଦେଶର ଦ୍ବିତୀୟ ବଡ଼ ଧନୀ ଗୌତମ ଆଦାନି ବାଦ୍‌ ପଡ଼ିନାହାନ୍ତି। ବାଂଲାଦେଶକୁ ନେଇ ତାଙ୍କ ଚିନ୍ତା ବଢ଼ିଯାଇଛି। ଆଦାନି ଗ୍ରୁପ୍‌ର କମ୍ପାନି ଆଦାନି ପାୱାର ବାଂଲାଦେଶକୁ ବିଦ୍ୟୁତ୍‌ ଯୋଗାଣ କରୁଛି। ସେ ବାବଦରେ କମ୍ପାନି ୮୦୦ ନିୟୁତ ଡଲାର (୬୭୧୧ କୋଟି ଟଙ୍କା) ପାଇବାକୁ ଅଛି। ‌ଶୀଘ୍ର ଦେୟ ଦେବାକୁ ଆଦାନି ପାୱାର ପକ୍ଷରୁ ବାଂଲାଦେଶର ଅନ୍ତରୀଣ ସରକାରଙ୍କ […]

1 min read

ଇସ୍ରାଏଲକୁ ଇରାନର ଧମକ:ଚାଲିବ ଲମ୍ବା ଯୁଦ୍ଧ

ତେହେରାନ/ଭୁବନେଶ୍ବର,୨୫-୦୮-୨୪ (ପିପିଏସ): ଇସ୍ରାଏଲ ଓ ଲେବାନନର ଉଗ୍ରବାଦୀ ସଙ୍ଗଠନ ହିଜବୁଲ୍ଲା ମଧ୍ୟରେ ଲଢେଇକୁ ନେଇ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନି ଏକ ବଡ଼ ବୟାନ ଦେଇଛନ୍ତି। ଆୟାତୋଲ୍ଲା ଖାମେନି କହିଛନ୍ତି ଯେ ଏହା ଏକ କେବେ ଶେଷ ନ ହେଉଥିବା ଯୁଦ୍ଧ। ଅର୍ଥାତ ଲମ୍ବା ସମୟ ପାଇଁ ଚାଲିବ ଯୁଦ୍ଧ । ଇସ୍ରାଏଲ ଉପରେ ହିଜବୁଲ୍ଲାର ଘନ ଘନ ରକେଟ୍ ମାଡ଼ ପରେ ଖୋମିନିଙ୍କ ଏହି ବୟାନ ଆସିଛି । ହିଜବୁଲ୍ଲା ଇରାନ ସମର୍ଥିତ ଏକ […]