ଶେଷ ହେଲା ସଞ୍ଜୟ ରାୟର ପଲିଗ୍ରାଫ୍ ଟେଷ୍ଟ
1 min read

ଶେଷ ହେଲା ସଞ୍ଜୟ ରାୟର ପଲିଗ୍ରାଫ୍ ଟେଷ୍ଟ

ବହୁ ଚର୍ଚିତ କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା

ପଲିଗ୍ରାଫ ଟେଷ୍ଟ ପରେ ଜେଲରୁ ବାହାରିଲା ସିବିଆଇ ଜାରି ରହିଛି ଆଗାମୀ ତଦନ୍ତ

କୋଲକାତା/ଭୁବନେଶ୍ବର,୨୫-୦୮-୨୪ (ପିପିଏସ): କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ସ୍ନାତକୋତ୍ତର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟର ଅଗଷ୍ଟ ୨୫ ତାରିଖ ରବିବାର ଦିନ ତାର  ପଲିଗ୍ରାଫ୍ ଟେଷ୍ଟ ଶେଷ ହୋଇଛି। ପ୍ରାୟ ଚାରିଘଣ୍ଟା ଧରି ପଲିଗ୍ରାଫ ଟେଷ୍ଟ କରିବା ପରେ ସିବିଆଇ ଟିମ ଜେଲରୁ ବାହାରକୁ ବାହାରିଥିଲେ। ସଞ୍ଜୟ ରାଏର ପଲିଗ୍ରାଫ ଟେଷ୍ଟ ଗତ ଶନିବାର ହେବାର ଥିଲା କିନ୍ତୁ କିଛି ଯାନ୍ତ୍ରିକ ତ୍ରୁଟି ହେତୁ ଦୁଷ୍କର୍ମକାରୀର ଏହି ପରୀକ୍ଷା ହୋଇ ପାରିା ନାହିଁ।  ସଞ୍ଜୟର ଓକିଲ କହିଛନ୍ତି, ପଲିଗ୍ରାଫ ପରୀକ୍ଷା ପାଇଁ ସଞ୍ଜୟ ପ୍ରସ୍ତୁତ ହୋଇଯାଇଥିଲା। କାରଣ ସେ ଜାଣିଛି ଏଥିରେ ତାହାର କିଛି ଭୁଲ ନାହିଁ। ତେବେ ପୁଲିସ ସୂତ୍ରରୁ ପ୍ରକାଶ ଯେ, ସଞ୍ଜୟ ନିଜ ଦୋଷ ସ୍ବୀକାର କରିବା ସହିତ ନିଜକୁ ଫାଶୀ ଦେବାକୁ ଦାବି କରିଛି। କିନ୍ତୁ ସଞ୍ଜୟ ପୁଲିସର ଏଭଳି ରିପୋର୍ଟକୁ ଖଣ୍ଡନ କରିଛି। 

ଏହି ମାମଲାରେ ସିସିଆଇ ଟିମ ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ଘର ଉପରେ ବି ଚଢ଼ାଉ କରି ଯାଞ୍ଚ କରିଥିଲା। ପାଖାପାଖି ୬ଘଣ୍ଟା ଚଢ଼ାଉ ପ‌ରେ ଟିମ ସନ୍ଦୀପଙ୍କ ଘରୁ ଚାଲି ଯାଇଥିଲା। ଅନ୍ୟ ଏକ ଦଳ ସନ୍ଦୀପଙ୍କ ଘରେ ପହଞ୍ଚି ଯାଞ୍ଚ ଜାରି ରଖିଛନ୍ତି। ଏଥିସହିତ ଦୁଇଜଣ ବରିଷ୍ଠ ଡାକ୍ତରଙ୍କ ଘର ଉପରେ ବି ସିବିଆଇ ଚଢ଼ାଉ କରିଛି। ସନ୍ଦୀପ ଘୋଷଙ୍କ ବିରୋଧରେ ଅନେକ ଦୁର୍ନୀତି ମାମଲା ରହିଛି। ଏହି କାରଣରୁ ଦୁଇଥର ତାଙ୍କର ଚାକିରିରେ ବଦଳି ହୋଇସାରିଛି।  କିନ୍ତୁ ସେ ତାଙ୍କ ଶକ୍ତି ବଳରେ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ରହିଥିଲେ। 

Leave a Reply

Your email address will not be published. Required fields are marked *