1 min read

ଭାରତର ଶ୍ରେଷ୍ଠ ଧନୀ ହେଲେ ଗୌତମ ଆଦାନୀ : ଦ୍ଵିତୀୟ ସ୍ଥାନରେ ମୁକେଶ

ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ଧନୀ ତାଲିକାରେ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଛନ୍ତି ଗୌତମ ଆଦାନୀ। ବର୍ତ୍ତମାନ ଭାରତର ସବୁଠୁ ଧନୀ ହେଉଛନ୍ତି ଗୌତମ ଆଦାନୀ। ତାଙ୍କ ସମ୍ପତ୍ତି ମୂଲ୍ୟ 11.6 ଲକ୍ଷ କୋଟି ଟଙ୍କା। ହୁରୁନ ଇଣ୍ଡିଆ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏହି ସଂସ୍ଥା ଜୁଲାଇ 31, 2024 ପର୍ଯ୍ୟନ୍ତ ସମ୍ପତ୍ତି ହିସାବ କରି ତାଲିକା ପ୍ରକାଶ କରିଛି। ଆଦାନୀ ପ୍ରଥମରେ ଏବଂ ଅମ୍ବାନି ଦ୍ୱିତୀୟରେ ଥିବାବେଳେ ଗତ ବର୍ଷ ମଧ୍ୟରେ ଭାରତରେ ପ୍ରତି […]

1 min read

ମା’ହେଲା ବିଜ୍‌ଲୀ, ବାପା ହେଲା ସମ୍ରାଟ : ନନ୍ଦନକାନନକୁ ଆସିଲେ ୫ନୂଆ ଅତିଥି

ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ଭୁବନେଶ୍ୱର ସହର ଉପକଣ୍ଠ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୃଦ୍ଧି ପାଇଲା ସିଂହ/ସିଂହୀଙ୍କ ସଂଖ୍ୟା। ଗୁରୁବାର ୫ ଶାବକଙ୍କୁ ଜନ୍ମ ଦେଇଛି ସିଂହୀ ବିଜ୍‌ଲୀ। ସିଂହ ସମ୍ରାଟ ଓ ସିଂହୀ ବିଜ୍‌ଲୀଙ୍କ ମିଳନରୁ ଏହି ୫ ଶାବକ ଜନ୍ମ ହୋଇଛନ୍ତି। ବିଜ୍‌ଲୀ ଏବେ ତା’ ନବଜାତ ଶାବକମାନଙ୍କ ଯତ୍ନ ନେଉଛି। ସେମାନଙ୍କୁ ଅଲଗା କରାଯାଇନାହିଁ। ତେଣୁ ଶାବକମାନଙ୍କ ଲିଙ୍ଗ ଚିହ୍ନଟ ହୋଇପାରି ନାହିଁ। ଉଭୟ ମା’ ଓ ଛୁଆଙ୍କ ଉପରେ ସିସିଟିଭି ଜରିଆରେ ନଜର ରଖାଯାଇଛି […]

1 min read

ବିଧାନସଭାରେ ଝଡ଼ : ବିଜ୍ଞାପନରେ ପାଣ୍ଡିଆନଙ୍କ ଫଟୋ ପାଇଁ ଖର୍ଚ୍ଚ ହୋଇଛି ୧୫ କୋଟି ଟଙ୍କା

ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ପ୍ରଚାର ପାଇଁ ରାଜକୋଷରୁ ବିପୁଳ ଖର୍ଚ୍ଚ କରିଛନ୍ତି ପୂର୍ବ ବିଜେଡି ସରକାର। ତେବେ ୫ ବର୍ଷରେ ପ୍ରଚାର ପାଇଁ ବିଜେଡି ୪୫୨ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା। ଏନେଇ ଗୁରୁବାର ବିଧାନସଭାରେ ଭାଜପା ବିଧାୟକ ଲକ୍ଷ୍ମଣ ବାଗ୍‌ଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ବିଜ୍ଞାପନରେ କେବଳ ପାଣ୍ଡିଆନଙ୍କ ଫଟୋ ପାଇଁ ୧୫ କୋଟି ୨୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଯାହାକି ସରକାରୀ ଅର୍ଥକୁ ଶ୍ରାଦ୍ଧ କରାଯାଇଥିବା ଭାଜପା […]

1 min read

ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ସଂପର୍କରେ ଉନ୍ନୟନ କମିଶନରଙ୍କ ଜିଲ୍ଲାପାଳଙ୍କ ସହିତ ବୈଠକ

ସମ୍ବଲପୁର/ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ସମ୍ବଲପୁର ସହର OSWAN ସମ୍ମିଳନୀ କକ୍ଷରେ ଗୁରୁବାର ଅପରାହ୍ନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଶୁଭଦ୍ରା ଯୋଜନା ଉପରେ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରମ ବୋନ୍ଦର (ଆଇ.ଏ.ଏସ), ଶ୍ରୀ ଧର୍ମେନ୍ଦ୍ର କୁମାର ମଲ୍ଲିକ ସିଡିଏ-କମ-ଇଓ, ଜିଲ୍ଲା ପରିଷଦ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ବୈଷୟିକ ଶ୍ରୀ ବି.ବି ପଟ୍ଟନାୟକ, ଜିଲ୍ଲା ସମାଜ କଲ୍ୟାଣ […]

1 min read

ଆସୁଛି ଆଉ ଏକ ଲଘୁଚାପ : ଭୀଷଣ ବର୍ଷା ନେଇ ୩ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଏକ ଲଘୁଚାପ କ୍ଷେତ୍ର। କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପ ସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମକୁ ମୁହାଁଇ ଆସନ୍ତାକାଲି ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ସୁଦୃଶ୍ୟ ଲଘୁଚାପର ରୂପ ନେବ। ତା’ପରେ ଏହା ଉତ୍ତର ଆନ୍ଧ୍ର ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳକୁ ଗତି କଲା ବେଳେ ଆଗାମୀ ଦୁଇ ଦିନରେ ପଶ୍ଚିମ-କେନ୍ଦ୍ରୀୟ […]

1 min read

ବଜ୍ରପାତରେ ଶ୍ରମିକ ମୃତ : ୩ ଆହତ

ଖୋର୍ଦ୍ଧା/ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ ପ୍ରବଳ ବର୍ଷା ହେବ ସହିତ ବିଜୁଳି ଘଡ଼ଘଡ଼ି ମାରିଥିଲା । ସେହି ସମୟରେ କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ମୃତକ ଶ୍ରମିକ ହେଲେ, ଜଟଣୀ ଥାନା ଅନ୍ତର୍ଗତ ତୋଟାପଡ଼ା ପଦନପୁର ଗ୍ରାମର ପ୍ରତାପ ଦେହୁରୀ(୩୯) । ଅନ୍ୟ ୩ ଜଣଙ୍କର ପରିଚୟ ମିଳିପାରିନାହିଁ । ତେବେ ମୃତକ ଦେହୁରୀଙ୍କ ଘର ପଦନପୁରରେ […]

1 min read

ରକ୍ତରଞ୍ଜିତ ହେଲା ୫୩ ନମ୍ବର ଜାତୀୟ ରାଜପଥ : ଅଜଣା ଗାଡି ଧକ୍କାରେ ଚାଲିଗଲା ୧୬ଗୋରୁଙ୍କ ଜୀବନ

ଢେଙ୍କାନାଳ/ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବୁଧବାର ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ଚାଲିଗଲା ୧୬ ଗୋରୁଙ୍କ ଜୀବନ । ଏହି ଦୁର୍ଘଟଣାରେ ୪ ଗୋରୁ ଗୁରୁତର ହୋଇଛନ୍ତି l ବିଳମ୍ବିତ ରାତିରେ ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁରଠାରେ ରାଜପଥ ଉପରେ ଅନେକ ଗୁଡ଼ିଏ ଗାଈ ଶୋଇ ରହିଥିଲେ । ଏକ ଦ୍ରୁତଗାମୀ ଅଜଣାଗାଡି ସେଠାରେ […]

1 min read

ଏକତରଫା ପ୍ରେମରେ ଅନ୍ଧ ନାବାଳକର ବିଭତ୍ସ କାଣ୍ଡ : ପ୍ରେମିକାର ଦାଦାଙ୍କ ମୁଣ୍ଡ-ଗଣ୍ଡି କରିଦେଲା ଅଲଗା

ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ଏକ ତରଫା ପ୍ରେମରେ କଣ୍ଟା ସାଜିଲେ ଯୁବତୀଙ୍କ ଦାଦା । ଝିଆରୀଠୁ ଦୂରେଇ ରହିବାକୁ ଚେତାବନୀ ବି ଦେଲେ। ମାତ୍ର ପ୍ରେମକୁ ଭୁଲି ପାରୁ ନଥିବା ନାବାଳକ ହୋଇ ଉଠିଲା ରକ୍ତମୁଖା। ରାତି ଅଧରେ ବାଇକ୍‌ରେ ଫେରୁଥିବା ଯୁବତୀଙ୍କ ଦାଦାଙ୍କ ବେକକୁ ଖଣ୍ଡାରେ ଚୋଟ ପକାଇଲେ। ଫଳରେ ଆଖି ପିଛୁଳାକେ ମୁଣ୍ଡରୁ ଗଣ୍ଡି ଅଲଗା ହୋଇଗଲା। ବୁଧବାର ରାତି ଅଧରେ ରାଜଧାନୀ ରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା । ଅଭିଯୁକ୍ତ ନାବାଳକଙ୍କୁ ଅଟକ […]

1 min read

ସ୍ୱପ୍ନ ନେଇଛି ବାସ୍ତବ ରୂପ : ଡାକ୍ତର ହେବେ ବଣ୍ଡା ଛାତ୍ର

ମାଲକାନଗିରି/ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ଅପହଞ୍ଚ ଦୁର୍ଗମ ମାଲକାନଗିରି ଜିଲ୍ଲାର ଅନୁନ୍ନତ ବଣ୍ଡା ଘାଟି। ସାଧାରଣ ଜନଜୀବନ ଠାରୁ ଅନେକ ଦୂରରେ ଥିବା ଅଶିକ୍ଷିତ ବଣ୍ଡା ଜାତି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏଠି ସବୁ ଅପହଞ୍ଚ । ଏପରି ନାହିଁ ନାହିଁ ଭିତରେ ବି ଉଜ୍ଜୀବୀତ ହୋଇଛି ଆଶା। ବାସ୍ତବ ରୂପ ନେଇଛି ସ୍ୱପ୍ନ । ବଣ୍ଡାଘାଟିରେ ଫୁଟିଥିବା ବଣମଲ୍ଲୀ ଏବେ ସମଗ୍ର ରାଜ୍ୟରେ ମହକିବ । ଡାକ୍ତର ହେବେ ବଣ୍ଡା ଛାତ୍ର ମଙ୍ଗଳା ମୁଦୁଲି । ମଦୁଲିପଡା ପଞ୍ଚାୟତର […]

1 min read

ବିପୁଳ ସମ୍ପତ୍ତିର ମାଲିକ’ CHSE ରେକର୍ଡ ସପ୍ଲାୟର୍ ଙ୍କୁ ବାନ୍ଧିଲା ଭିଜିଲାନ୍ସ

କଟକ/ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ଆଉ ମାତ୍ର ୨ ଦିନ ପରେ ନେଇଥାନ୍ତେ ଅବସର । ଅଫିସରେ ଦିଆଯାଇଥାନ୍ତା ଅବସରକାଳୀନ ସମ୍ବର୍ଦ୍ଧନା । ହେଲେ ଠିକ୍ ତା ପୂର୍ବରୁ ପଡିଗଲେ ଭିଜିଲାନ୍ସ ଜାଲରେ । ଆଉ ବେକରେ ଫୁଲମାଳ ପଡ଼ିବା ବଦଳରେ ହାତରେ ପଡ଼ିଲା ହାତକଡ଼ି l ଭିଜିଲାନ୍ସ ହାତରେ ବନ୍ଧା ହେଲେ CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରେନ୍ଦ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଦୁଇ ଦିନ ଧରି […]