ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ଏକ ତରଫା ପ୍ରେମରେ କଣ୍ଟା ସାଜିଲେ ଯୁବତୀଙ୍କ ଦାଦା । ଝିଆରୀଠୁ ଦୂରେଇ ରହିବାକୁ ଚେତାବନୀ ବି ଦେଲେ। ମାତ୍ର ପ୍ରେମକୁ ଭୁଲି ପାରୁ ନଥିବା ନାବାଳକ ହୋଇ ଉଠିଲା ରକ୍ତମୁଖା। ରାତି ଅଧରେ ବାଇକ୍ରେ ଫେରୁଥିବା ଯୁବତୀଙ୍କ ଦାଦାଙ୍କ ବେକକୁ ଖଣ୍ଡାରେ ଚୋଟ ପକାଇଲେ। ଫଳରେ ଆଖି ପିଛୁଳାକେ ମୁଣ୍ଡରୁ ଗଣ୍ଡି ଅଲଗା ହୋଇଗଲା।
ବୁଧବାର ରାତି ଅଧରେ ରାଜଧାନୀ ରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା । ଅଭିଯୁକ୍ତ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍ । ଖଣ୍ଡିଗିରି ଥାନା ଜଗନ୍ନାଥନଗର ଶୁକବିହାର ଅଞ୍ଚଳରେ ଗତ ରାତିରେ ଘଟିଥିବା ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକ ହେଲେ ଜଗା ମଲ୍ଲିକ । ଏନେଇ ଖଣ୍ଡିଗିରି ଥାନାରେ ମାମଲା ରୁଜୁ ହୋଇଥିବା ବେଳେ, ଅଭିଯୁକ୍ତକୁ ଅଟକ ରଖିଛି ପୁଲିସ ।
ମିଳିଥିବା ସୂଚନା ଅନୁଯାୟୀ, ଜଗାଙ୍କ ଝିଆରୀ ସହ ଉକ୍ତ ସାହିର ଜଣେ ନାବାଳକର ପ୍ରେମ ସମ୍ପର୍କ ଥିଲା । ନାବାଳକଜଣକ ଯୁକ୍ତ-୨ର ଛାତ୍ର ବୋଲି ଜଣାଯାଇଛି । ଏହି ଘଟଣାକୁ ଜଗା ତୀବ୍ର ବିରୋଧ କରୁଥିଲେ । ଏପରିକି ଝିଆରୀ ଜୀବନରୁ ହଟିଯିବାକୁ ଚେତାବନୀ ଦେଉଥିଲେ । ମାତ୍ର ନିଜ ପ୍ରେମକୁ ଭୁଲି ପାରୁ ନଥିବା ନାବାଳକଜଣକ ଜଗାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ବୋଲି ପୋଲିସ କହିଛି l













Leave a Reply