Popular News
ଗଣଦୁଷ୍କର୍ମ ଅଭିଯୋଗରେ ୩ ଗିରଫ
ବାଲେଶ୍ୱର/ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାରେ ସମ୍ପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁରେନ୍ଦ୍ର ଦଳାଇ(୪୫), ସତୁକ ଦଳାଇ(୩୭), ଗୋବିନ୍ଦ ଦଣ୍ଡପାଟ(୨୮) । ପୋଲିସ ଶୁକ୍ରବାର ପୀଡିତାଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀମାଇନା କରାଇଛି। ବର୍ତ୍ତମାନ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଗତ […]
ଓଲଟି ପଡ଼ିଲା ସ୍କୁଲ ଭ୍ୟାନ୍, ୧୦ ଛାତ୍ରଛାତ୍ରୀ ଆହତ
ଭଦ୍ରକ/ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ଚାନ୍ଦବାଲି-ଭଦ୍ରକ ରାସ୍ତାର ନାଲୁଗୁଣ୍ଡା ପାଖରେ ଏକ ସ୍କୁଲ ଭ୍ୟାନ୍ ଓଲଟି ପଡ଼ିବାରୁ ୧୦ ଜଣ ପିଲା ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଚାନ୍ଦବାଲି ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଭ୍ୟାନ୍ଟି ଦ୍ବିଗୋଚ୍ଛିଆରୁ ସ୍କୁଲ୍ ପିଲାଙ୍କୁ ଆଣି ଆସୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।
ଏସ ସି ବି ରେ ଚିକିତ୍ସା ଅବହେଳା ଅଭିଯୋଗ, ମୀମାଂସା କଲେ କୂଳସଚିବ
କଟକ,୩୦-୦୮-୨୪(ପିପିଏସ) : ସାଧାରଣ ଜନତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏମିତିକି ଏସସିବି କୁ ବିଶ୍ଵ ସ୍ତରୀୟ ତଥା ଏମ୍ସ ପ୍ଲସ୍ କରିବା ପାଇଁ ଯୋଜନା ଚାଲିଛି । କିନ୍ତୁ ସ୍ବାସ୍ଥ୍ୟ ସେବାର ନଗ୍ନ ରୂପ ଦେଖିବାକୁ ମିଳିଛି ଏସ ସି ବି ରେ । ଯେଉଁଠାରେ ଜଣେ ରୋଗୀ ନିଜର ଚିକିତ୍ସା ବା ପରୀକ୍ଷା ପାଇଁ ଦୁଇ ମାସ ହେଲା […]
ବଢ଼ିବ ରାଉରକେଲା ଇସ୍ପାତ କାରଖାନାର ଉତ୍ପାଦନ କ୍ଷମତା : ଦୁଇ ଗୁଣ ହେବ ଉତ୍ପାଦନ
ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ରାଉରକେଲା ଇସ୍ପାତ କାରଖାନାର ଉତ୍ପାଦନ କ୍ଷମତା ଦ୍ୱିଗୁଣ ବୃଦ୍ଧି ପାଇବ । ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୪.୫ ମିଲିୟନ ଟନରୁ ୯ ମିଲିୟନ ଟନକୁ ବୃଦ୍ଧି କରାଯିବ। କେନ୍ଦ୍ର ଇସ୍ପାତ ସଚିବ ସନ୍ଦୀପ ପୌଣ୍ଡ୍ରିକ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ କେନ୍ଦ୍ର ଇସ୍ପାତ ସଚିବ […]
ବନ୍ଦ ହେଲା ନବୀନ ସରକାରଙ୍କର ‘ନୂଆ ଓ’ କାର୍ଯ୍ୟକ୍ରମ
ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ନବୀନ ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମକୁ ବନ୍ଦ କରିଲେ ମୋହନ ସରକାର । ସେହି ସ୍ଥାନରେ ଆରମ୍ଭ ହେବ ଫାଇନାନ୍ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ । ସରକାର ଚଳିତ ବର୍ଷଠାରୁ ଏହି ନୂଆ ଯୋଜନା ପ୍ରଣୟନ କରିବେ । ଶୁକ୍ରବାର ପୂର୍ବ ସରକାରଙ୍କ ‘ନୂଆ ଓ’ ତଥା ନୂତନ ଉନ୍ନତି ଅଭିଳାଷ ଓଡିଶା କାର୍ଯ୍ୟକ୍ରମ ବନ୍ଦ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଫାଇନାନ୍ସିଆଲ ଆସିଷ୍ଟାନ୍ସ ଟୁ ୟୁଜି […]
ମହାନଦୀକୁ ଡେଇଁଲେ ନବମ ଶ୍ରେଣୀ ଛାତ୍ରୀ
ବୌଦ୍ଧ/ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ବୌଦ୍ଧ ଜିଲ୍ଲା ମର୍ଜାକୁଦ ବ୍ରିଜରୁ ମହାନଦୀକୁ ଡେଇଁ ପଡ଼ିଲେ ନବମ ଶ୍ରେଣୀ ଛାତ୍ରୀ । କିଛି ସମୟ ଖୋଜାଖୋଜି କରିବା ପରେ ନାବାଳିକାଙ୍କୁ ନଦୀରୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ନାବାଳିକା ଜଣଙ୍କ ମର୍ଜାକୁଦ ବ୍ରିଜ ଉପରେ ଚପଲ ରଖି ହଠାତ୍ ମହାନଦୀକୁ ଡେଇଁ ପଡ଼ିଥିଲେ । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଏହା ଦେଖି ଜୋରରେ ଚିତ୍କାର କରିଥିଲେ। ମହା ନଦୀରେ ଥିବା ନାଉରିଆ ଲୋକଙ୍କ […]
ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ
ଖୋର୍ଦ୍ଧା/ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗି ରେଞ୍ଜ ଡମଣଭୂଇଁ ଭଣ୍ଡାରୀଝର ନିକଟରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି। ତେବେ ହାତୀର କିପରି ମୃତ୍ୟୁ ଘଟିଲା ତାର କାରଣ ଅସ୍ପଷ୍ଟ ରହିଛି । ବିଦ୍ୟୁତ ଆଘାତରେ ହାତୀଟିର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ବନ ବିଭାଗର ତଦନ୍ତ ଜାରି ରଖିଛି। ଗତ ୨ ମାସ ତଳେ ସେହି ସ୍ଥାନରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା।
ପିଶାଚ ମାମୁଁର ବିଭତ୍ସ କାଣ୍ଡ : ଦୁଷ୍କର୍ମ ସହିତ ହତ୍ୟାର ଶିକାର ହେଲା ଭାଣିଜୀ
ବାଲେଶ୍ୱର/ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଞ୍ଚଳରେ ଘଟିଛି ଏକ ଲଜ୍ଜାଜନକ ଓ ଅମାନୁଷିକ ଘଟଣା । ସମ୍ପର୍କୀୟ ମାମୁଁର ଲୋଲୁପ ଦୃଷ୍ଟିର ଶିକାର ହୋଇଛି ଜଣେ ନାବାଳିକା । ପିଶାଚ ମାମୁଁ ଭାଣିଜୀକୁ ଦୁଷ୍କର୍ମ କରିବା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ପରିବାର ଲୋକେ ସମ୍ପର୍କୀୟ ମାମୁଁ ନାଁରେ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ସମ୍ପର୍କୀୟ ମାମୁଁ ରବି ସିଂହକୁ ଅଟକ ରଖିଛି। ଅଭିଯୋଗ ଅନୁସାରେ, ରେମୁଣା ଅଞ୍ଚଳର ରହୁଥିବା ନାବାଳିକା […]
ସସ୍ମିତା ମାଝୀ ଗିରଫ : ୩ଦିନ ତଳେ ବିଜେଡିରୁ ହୋଇଥିଲେ ବହିଷ୍କୃତ
ମାଲକାନଗିରି/ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ଭି.କେ ପାଣ୍ଡିଆନଙ୍କ ନାଁ ନେଇ ଚାକିରି କରାଇ ଦେବା ନାଁରେ ଏକାଧିକ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ମାମଲାରେ ଫସିଥିବା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ମାଝୀଙ୍କୁ ଆଜି ଗିରଫ କରିଛି ମାଥିଲି ଥାନା ପୁଲିସ। ଜଗତସିଂହପୁରରୁ ପୁଲିସ ସସ୍ମିତାଙ୍କୁ ଗିରଫ କରିଥିବା ଜଣାଯାଇଛି। ୩ଦିନ ତଳେ ବିଜେଡିରୁ ବହିଷ୍କାର ହୋଇଥିଲେ ସସ୍ମିତା। ଜନବିରୋଧୀ କାର୍ଯ୍ୟ ଯୋଗୁ ସସ୍ମିତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା […]
ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଆଉଜଣେ କର୍ମଚାରୀ : ୬ଟି ସ୍ଥାନରେ ଚଢ଼ାଉ
ବାଲେଶ୍ୱର/ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ଗୁରୁବାର ଦିନ CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀ ବନ୍ଧା ହେବା ପରେ ଆଜି ଶିକ୍ଷା ବିଭାଗର ଆଉଜଣେ କର୍ମଚାରୀଙ୍କୁ ଧରିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ପ୍ରଦୀପ ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ପ୍ରଦୀପ ବାଲେଶ୍ୱରର ପୈତୃକ ଓ ସଂପର୍କୀୟଙ୍କ ଘର ସମେତ ୬ଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରାଯାଇଛି । ବାଲେଶ୍ୱର ଅଙ୍ଗାରଗାଡ଼ିଆରେ […]
