ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ବଢ଼ିବ ରାଉରକେଲା ଇସ୍ପାତ କାରଖାନାର ଉତ୍ପାଦନ କ୍ଷମତା : ଦୁଇ ଗୁଣ ହେବ ଉତ୍ପାଦନ

ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ରାଉରକେଲା ଇସ୍ପାତ କାରଖାନାର ଉତ୍ପାଦନ କ୍ଷମତା ଦ୍ୱିଗୁଣ ବୃଦ୍ଧି ପାଇବ । ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୪.୫ ମିଲିୟନ ଟନରୁ ୯ ମିଲିୟନ ଟନକୁ ବୃଦ୍ଧି କରାଯିବ। କେନ୍ଦ୍ର ଇସ୍ପାତ ସଚିବ ସନ୍ଦୀପ ପୌଣ୍ଡ୍ରିକ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଏହି ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ କେନ୍ଦ୍ର ଇସ୍ପାତ ସଚିବ ଶ୍ରୀ ପୌଣ୍ଡ୍ରିକ ସାକ୍ଷାତ କରି ଓଡ଼ିଶାରେ ଇସ୍ପାତ ଶିଳ୍ପର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଆଲୋଚନାବେଳେ ରାଉରକେଲା ଇସ୍ପାତ କାରଖାନା, ଏନଏମଡିସି ଓ ଇସ୍ପାତ ବିଭାଗ ଅଧୀନସ୍ଥ ବିଭିନ୍ନ ପିଏସୟୁର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *