ପିଶାଚ ମାମୁଁର ବିଭତ୍ସ କାଣ୍ଡ : ଦୁଷ୍କର୍ମ ସହିତ ହତ୍ୟାର ଶିକାର ହେଲା ଭାଣିଜୀ

ବାଲେଶ୍ୱର/ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଞ୍ଚଳରେ ଘଟିଛି ଏକ ଲଜ୍ଜାଜନକ ଓ ଅମାନୁଷିକ ଘଟଣା । ସମ୍ପର୍କୀୟ ମାମୁଁର ଲୋଲୁପ ଦୃଷ୍ଟିର ଶିକାର ହୋଇଛି ଜଣେ ନାବାଳିକା । ପିଶାଚ ମାମୁଁ ଭାଣିଜୀକୁ ଦୁଷ୍କର୍ମ କରିବା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ପରିବାର ଲୋକେ ସମ୍ପର୍କୀୟ ମାମୁଁ ନାଁରେ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ସମ୍ପର୍କୀୟ ମାମୁଁ ରବି ସିଂହକୁ ଅଟକ ରଖିଛି।

ଅଭିଯୋଗ ଅନୁସାରେ, ରେମୁଣା ଅଞ୍ଚଳର ରହୁଥିବା ନାବାଳିକା ଜଣଙ୍କ ୩ ତଳେ ନିଖୋଜ ଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ପରେ ରେମୁଣା ଥାନାରେ ଅଭିଯୋଗ କରିଥିଲେ। ଗତକାଲି ରେମୁଣା ଅଞ୍ଚଳର ଏକ ପରିତ୍ୟକ୍ତ ଘରୁ ଦୁର୍ଗନ୍ଧ ଆସିଥିଲା। ସ୍ଥାନୀୟ ଲୋକେ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା। ଏଥିସହ ନାବାଳିକାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚି ଝିଅର ମୃତଦେହ ଛିହ୍ନଟ କରିଥିଲେ । ନାବାଳିକା ନିଖୋଜ ହେବା ଦିନ ସମ୍ପର୍କୀୟ ମାମୁଁ ରବି ସିଂହଙ୍କ ସହ ବାହାରକୁ ଯାଇଥିଲେ । ତା’ପରଠୁ ନାବାଳିକା ଜଣଙ୍କ ନିଖୋଜ ଥିବା ପରିବାର ଲୋକେ ମଧ୍ୟ ଅଭିଯୋଗ କରିଛନ୍ତି । ନାବାଳିକା ଜଣଙ୍କ ନବମ ଶ୍ରେଣୀର ପଢ଼ୁଥିଲେ।

ସୂଚନାଯୋଗ୍ୟ, ରବି ସିଂହ ନାବାଳିକାଙ୍କ ବାପାଙ୍କର ବନ୍ଧୁ ହେବେ। ନାବାଳିକା ଜଣଙ୍କ ତାଙ୍କୁ ମାମୁଁ ବୋଲି ଡାକିଥାନ୍ତି । ପୁଲିସ ରବି ସିଂହକୁ ଅଟକ ରଖି ପଚରାଉଚରା କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି l

Leave A Reply

Your email address will not be published.