1 min read

 ଅଙ୍ଗନୱାଡି କର୍ମୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ତାତିଲେ ଗ୍ରାମବାସୀ

ବୈଶିଙ୍ଗା/ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ଅଙ୍ଗନଓ୍ୱାଡି କର୍ମୀଙ୍କ ମନମୁଖୀ କାମ ସାଙ୍ଗକୁ ଦୀର୍ଘଦିନ ଧରି ଚଳାଇ ଆସିଥିବା ବ୍ୟାପକ ଅନିୟମିତତା ପ୍ରତିବାଦରେ ଶନିବାର ବେତନଟୀ ବ୍ଳକ ଅନ୍ତର୍ଗତ ନଡପୁର ପଞ୍ଚାୟତ ଅଧୀନ ଟିକରଗଡିଆ ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖରେ ତୀବ୍ର ଉତ୍ତେଜନା ଲାଗି ରହିଥ‌ିବା ବେଳେ ଖବରପାଇ ପାଇ ସୁପରଭାଇଜର ଏବଂ ଆଖପାଖର ଅଙ୍ଗନୱାଡି କର୍ମୀ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଛନ୍ତି ।  ଅଙ୍ଗନଓ୍ୱାଡି କର୍ମୀଙ୍କ ମନମୁଖୀ କାମ ସାଙ୍ଗକୁ ଦୀର୍ଘଦିନ ଧରି ଚଳାଇ ଆସିଥିବା […]

1 min read

ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିଅନସିପରେ ଚମକିଲେ ଓଡ଼ିଆ ପୁଅ ରାହିତ

କୋରାପୁଟ/ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଗଣିତ ବିଭାଗର ପ୍ରଥମ ବର୍ଷର ଛାତ୍ର ରୋହିତ ପାତ୍ର ଦକ୍ଷିଣ ଆଫ୍ରିକାର ସନ୍ ସିଟିରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିଅନସିପରେ ୧୨୦ କିଲୋଗ୍ରାମ+ ସବ୍ ଜୁନିୟର ବର୍ଗରେ ଡେଡ ଲିଫ୍ଟ ରେ ସ୍ୱର୍ଣ୍ଣ ପଦକ ଏବଂ ବେଞ୍ଚ ପ୍ରେସରେ ରୌପ୍ୟ ପଦକ ହାସଲ କରିଛନ୍ତି। ଇଂଲଣ୍ଡର ୱିଲ ଆଣ୍ଡର୍ସ ଏବଂ ଉତ୍ତର ଆୟର୍ଲାଣ୍ଡର ଜ୍ୟାକ୍ ଗ୍ରାହାମଙ୍କ ଭଳି ଶୀର୍ଷ ଆଥଲେଟଙ୍କୁ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରି ରୋହିତଙ୍କ […]

1 min read

ବିଜେପି ଉପରେ ସବୁ ବର୍ଗର ଲୋକଙ୍କ ଭରସା ବଢ଼ୁଛି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶାର ସହିଦ ବାଜି ରାଉତଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ବିଏମ୍‌ସି ପକ୍ଷରୁ ଆୟୋଜିତ ପୃଥକ ପୃଥକ କାର୍ଯ୍ୟକ୍ରମରେ ବୃକ୍ଷରୋପଣ କରିବା ସହ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହାସହ ଭୁବନେଶ୍ୱର ଠାରେ ଆମ ଦଳର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇ ଅନେକ ନାଗରିକ ଓ କାର୍ଯ୍ୟକର୍ତ୍ତାଙ୍କୁ ଅନ୍‌ଲାଇନ ମାଧ୍ୟମରେ ସଦସ୍ୟ କରାଇଛନ୍ତି।   କେନ୍ଦ୍ରମନ୍ତ୍ରୀ ପ୍ରଥମେ ବୁଦ୍ଧଜୟନ୍ତୀ ପାର୍କରେ […]

1 min read

ବିଏମ୍‌ସି ହରାଇଲା ୧୦୦କୋଟିର ସମ୍ପତ୍ତି

ସ୍ଲମ୍‌ କ୍ବାର୍ଟର୍ସ ମାମଲା ହାରିବା ପରେ ତନାଘନା ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ନିୟମିତ ଅବହେଳା ପାଇଁ ବିଏମ୍‌ସି କ୍ଷତି ସହୁଛି। ସାଧାରଣ ଲୋକଙ୍କ ଠାରୁ ଆସୁଥିବା ରାଜସ୍ବ ଭୂତ ଖାଉଛି। ଏଣେ ସାଧାରଣ ଲୋକ ବି ନ୍ୟାୟ ପାଉ ନାହାନ୍ତି, ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏଭଳି ତ’ ଗଦା ଗଦା ଉଦାହରଣ ରହିଛି। କିନ୍ତୁ ବିଏମ୍‌ସି ସ୍ଲମ୍‌ କ୍ବାର୍ଟର୍ସ ମାମଲାରେ ସୁପ୍ରିମକୋର୍ଟରେ ହାରିବ‌ା ପରେ ଅବହେଳାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାହା ଅବହେଳା […]

1 min read

ଆଇନକାନୁନକୁ ବେଖାତିର: ଭାଇରାଲ୍‌ ଭିଡିଓକୁ ତର୍ଜମା କରୁଛି ପୁଲିସ

ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ପୁଣି ଥରେ ରାତି ଅଧରେ ରୋଡ୍‌ରୋମିଓମାନେ ଏନ୍‌ଏଚ୍‌-୧୬ ଉପରେ ଉତ୍ପାତ କରୁଥିବାର ଭିଡିଓ ଭାଇରାଲ୍‌ ହୋଇଛି। ପାଖାପାଖି ୧୦ରୁ ୧୫ ଯୁବକ ରସୁଲଗଡ଼ ଫ୍ଲାଏଓଭର ବ୍ରିଜ୍‌ ଉପରେ ରାସ୍ତା ଅବରୋଧ କରି ମସ୍ତି କରୁଥିବାର ଭିଡିଓ ସହରସାରା ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରିବୁଲୁଛି। ଆଜି ଏହି ଘଟଣା ପଦାକୁ ଆସିବା ପରେ କମିସନରେଟ୍‌ ପୁଲିସ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ସ୍ପଷ୍ଟ ହୋଇନଥିଲେ ହେଁ ଭିଡିଓଟି ମାସକ ତଳର ବୋଲି ସୁରାକ ମିଳିଛି। […]

1 min read

ଡିସେମ୍ବର ୧୫ରୁ କୋଣାର୍କ ଇକୋ ରିଟ୍ରିଟ୍‌

ପୁରୀ/ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ଡିସେମ୍ବର ୧୫ରୁ କୋଣାର୍କ ମେରାଇନ ରୋଡ୍‌ ସଂଲଗ୍ନ ବେଳାଭୂମିରେ ଆରମ୍ଭ ହେବ ଇକୋ ରିଟ୍ରିଟ୍‌। ବିଳାସପୂର୍ଣ୍ଣ ଟେଣ୍ଟରେ ତାରକା ହୋଟେଲର ଅନୁଭବ ନେବେ ପର୍ଯ୍ୟଟକ। ଜଳକ୍ରୀଡ଼ା, ବିଚ୍‌ ସ୍ପୋର୍ଟସ ତଥା ବେଳାଭୂମି କ୍ରୀଡ଼ା, ଇନ୍‌ଡୋର ଗେମ୍‌ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଅବକାଶ ପାଇବେ ପର୍ଯ୍ୟଟକ। ୩ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକ ସମୁଦ୍ର କୂଳରେ ବିଳାସପୂର୍ଣ୍ଣ ଟେଣ୍ଟରେ ଅବସର କାଟିବା ସହ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇବେ। ଜିଲ୍ଲାପାଳ ସିଦ୍ଧାର୍ଥ […]

1 min read

ଦ୍ୱାରଶୁଣୀ ଘାଟିଠୁ ବଳିଗଲାଣି ୨୨୦ ନମ୍ବର ଜାତୀୟ ରାଜପଥ

ରାଇରଙ୍ଗପୁର/ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ରାଂଚି-ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥ ଦୁର୍ଘଟଣାର ପିିଛା ଛାଡୁ ନାହିଁ। ଆଜି ପୁଣି ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଦାମପାହାଡ ଥାନା ଅର୍ନ୍ତଗତ ୨୨୦ ନଂ ଜାତୀୟ ରାଜପଥର ଝଲଡୁଙ୍ଗରୀ ନିକଟରେ ମଧ୍ୟ ରାତ୍ରରେ ଗୋଟିଏ ବାଇକରେ ତିନିଜଣ ବାଇକ ଆରହୀ ଯଶିପୁରରୁ ରାଇରଙ୍ଗପୁର ଯିବା ରାସ୍ତାରେ ଦୂର୍ଘଟଣା ଘଟିଥିଲା।   ଦୂର୍ଘଟଣା ଘଟିବାର ଦୀର୍ଘ ସମୟରେ […]

1 min read

ରାବଣପୋଡ଼ି ମହୋତ୍ସବ ପାଇଁ ଉପଯୁକ୍ତ ବ୍ୟବସ୍ଥା କର : ହାଇକୋର୍ଟ 

କଟକ,୦୬-୧୦-୨୦୨୪ (ପିପିଏସ) : ଧାର୍ମିକ ଉତ୍ସବଗୁଡ଼ିକ କିପରି ବିନା ବାଧାବିଘ୍ନରେ ପାଳନ ହେବ, ତାହା ଦେଖିବା କର୍ତ୍ତୃପକ୍ଷଙ୍କ ଦାୟିତ୍ବ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ବିଜୟା ଦଶମୀ ତିଥିରେ ଆୟୋଜିତ ହେବାକୁ ଥିବା ରାବଣପୋଡ଼ି ମହୋତ୍ସବ ପାଇଁ ଗଡ଼ଗଡ଼ିଆ ଘାଟ ନିକଟରେ ଚିହ୍ନିତ ସ୍ଥାନରେ ସିଏମସି, ପ୍ରଶାସନ, ପୁଲିସ ତରଫରୁ ଉପଯୁକ୍ତ ବ୍ୟବସ୍ଥା କରାଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ  କଟକ […]

1 min read

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍ ଚଳାଚଳ ବନ୍ଦ ଡାକରା

ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ଆସନ୍ତାକାଲି ସଂଧ୍ୟାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍ ଚଳାଚଳ ବନ୍ଦ ଡାକରା ଦିଆଯାଇଛି । କାଲି ସଂଧ୍ୟା ୭ଟାରୁ ୮ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଘରୋଇ ବସ୍ ମାଲିକ ସଂଘ ବନ୍ଦ ଡାକରା ଦେଇଛି । ଆସନ୍ତାକାଲି ସଂଧ୍ୟାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍ ଚଳାଚଳ ବନ୍ଦ ଡାକରା ଦିଆଯାଇଛି । କାଲି ସଂଧ୍ୟା ୭ଟାରୁ ୮ […]

1 min read

ସୁସ୍ଥ ହୋଇ ଘରକୁ ଫେରିଲେ ଗୋବିନ୍ଦା

ନୂଆଦିଲ୍ଲୀ/ଭୁବନେଶ୍ୱର ୦୪-୧୦-୨୦୨୪(ପିପିଏସ) : ଅକ୍ଟୋବର ୧ ତାରିଖରେ ଅଭିନେତା ଗୋବିନ୍ଦାଙ୍କ ସହିତ ଏକ ଅଘଟଣ ଘଟି ଯାଇଥିଲା। ଏହି ଦୁର୍ଘଟଣାରେ ଅଭିନେତାଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଛି। ବିମାନବନ୍ଦରକୁ ବାହାରୁ୍‌ଥିବା ସମୟରେ ଘ‌ରେ ଥିବା ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳି ଫୁଟିଯିବାରୁ ଅଭିନେତା ଗୋବିନ୍ଦା ଗୁରୁତର ଆହତ ହୋଇଥିଲେ।  ସଙ୍ଗେସଙ୍ଗେ ତାଙ୍କୁ ଘଟଣାସ୍ଥଳରୁ  ଉଦ୍ଧାର କରି ଚିକିତ୍ସା ପାଇଁ ଆନ୍ଧେରିର କ୍ରେଟି କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ‌ଗୋଡ଼ର ଅସ୍ତ୍ରୋପଚାର କରାଯାଇ ଗୁଳି ବାହାର […]